Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 4:14 - ପବିତ୍ର ବାଇବଲ

14 ଆମ୍ଭେ ବିଶ୍ୱାସ କରୁ ଯେ, ଯୀଶୁ ମଲେ। କିନ୍ତୁ ଆମ୍ଭେ ବିଶ୍ୱାସ କରୁ ଯେ, ଯୀଶୁ ପୁନରୁ‌ତ୍‌‌ଥିତ ହେଲେ। ଅତଏବ, ଯୀଶୁଙ୍କ ହେତୁ ଯୀଶୁଙ୍କ ସହିତ ମୃତ ବ୍ୟକ୍ତିମାନଙ୍କୁ ପରମେଶ୍ୱର ଏକାଠି ଆଣିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 କାରଣ ଯଦି ଆମ୍ଭେମାନେ ବିଶ୍ଵାସ କରୁ ଯେ, ଯୀଶୁ ମରି ପୁନର୍ବାର ଉଠିଅଛନ୍ତି, ତେବେ ଈଶ୍ଵର ଯେ ଯୀଶୁଙ୍କ ଦ୍ଵାରା ମହାନିଦ୍ରାପ୍ରାପ୍ତ ଲୋକମାନଙ୍କୁ ସେହି ପ୍ରକାରେ ତାହାଙ୍କ ସଙ୍ଗରେ ଆଣିବେ, ଏହା ମଧ୍ୟ ବିଶ୍ଵାସ କରିବା ଉଚିତ।

Gade chapit la Kopi

ଓଡିଆ ବାଇବେଲ

14 କାରଣ ଯଦି ଆମ୍ଭେମାନେ ବିଶ୍ୱାସ କରୁ ଯେ, ଯୀଶୁ ମୃତ୍ୟୁଭୋଗ କରି ପୁନର୍ବାର ଉଠିଅଛନ୍ତି, ତେବେ ଈଶ୍ୱର ଯେ ଯୀଶୁଙ୍କ ଦ୍ୱାରା ମହାନିଦ୍ରାପ୍ରାପ୍ତ ଲୋକମାନଙ୍କୁ ସେହି ପ୍ରକାରେ ତାହାଙ୍କ ସାଙ୍ଗରେ ଆଣିବେ, ଏହା ମଧ୍ୟ ବିଶ୍ୱାସ କରିବା ଉଚିତ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

14 ଯେହେତୁ ଆମେ ବିଶ୍ୱାସ କରୁ ଯେ, ଯୀଶୁ ମୃତ୍ୟୁଭୋଗ କରି ପୁନରୁତ୍ଥିତ ହେଲେ, ତେଣୁ ଆମେ ଦୃଢ଼ ନିଶ୍ଚିତ ଯେ, ଯୀଶୁଙ୍କଠାରେ ବିଶ୍ୱାସ କରି ଯେଉଁମାନଙ୍କର ମୃତ୍ୟୁ ହୁଏ, ଯୀଶୁଙ୍କ ପୁନରାଗମନବେଳେ ଈଶ୍ୱର ସେମାନଙ୍କୁ ଯୀଶୁଙ୍କ ସଙ୍ଗରେ ନେଇଯିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 କାରଣ ଯଦି ଆମ୍ଭେମାନେ ବିଶ୍ୱାସ କରୁ ଯେ, ଯୀଶୁ ମୃତ୍ୟୁଭୋଗ କରି ପୁନର୍ବାର ଉଠିଅଛନ୍ତି, ତେବେ ଈଶ୍ବର ଯେ ଯୀଶୁଙ୍କ ଦ୍ୱାରା ମହାନିଦ୍ରାପ୍ରାପ୍ତ ଲୋକମାନଙ୍କୁ ସେହି ପ୍ରକାରେ ତାହାଙ୍କ ସାଙ୍ଗରେ ଆଣିବେ, ଏହା ମଧ୍ୟ ବିଶ୍ୱାସ କରିବା ଉଚିତ।

Gade chapit la Kopi




୧ ଥେସଲନୀକୀୟ 4:14
16 Referans Kwoze  

ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି। ଯଦି ପରମେଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା'ହେଲେ ତୁମ୍ଭମାନଙ୍କର ମୃତ ଶରୀରକୁ ମଧ୍ୟ ସେ ତାହାଙ୍କର ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରଦାନ କରିବେ।


ମାତ୍ର ସଦାପ୍ରଭୁ କୁହନ୍ତି: “ତୁମ୍ଭର ମୃତମାନେ ଜୀବିତ ହେବେ। ମୃତ ଶବଗୁଡ଼ିକ ପୁଣି ନିଃଶ୍ୱାସ ନେବା ଆରମ୍ଭ କରିବେ। ହେ ଧୂଳିନିବାସୀଗଣ ଉଠ, ଆନନ୍ଦ କର, କାରଣ ତୁମ୍ଭେମାନେ ପ୍ରଭାତରେ ତୃଣ ଉପର ଶିଶିର ତୁଲ୍ୟ ଭୂମି ମୃତମାନଙ୍କୁ ଜନ୍ମ ଦେବ।”


ଭାଇ ଓ ଭଉଣୀମାନେ! ମୃତମାନଙ୍କ ବିଷୟରେ ତୁମ୍ଭେମାନେ ଅଜ୍ଞାତ ରୁହ ବୋଲି ଆମ୍ଭେ ଗ୍ଭହୁଁ ନାହୁଁ। ଭରସା ପାଇ ନ ଥିବା ଅନ୍ୟ ଲୋକଙ୍କ ଭଳି ତୁମ୍ଭେମାନେ ଦୁଃଖୀ ହୁଅ ବୋଲି ଆମ୍ଭେ ଗ୍ଭହୁଁ ନାହୁଁ।


ତୁମ୍ଭମାନଙ୍କର ହୃଦୟ ଦୃଢ଼ ହେଉ ବୋଲି ଆମ୍ଭେ ପ୍ରାର୍ଥନା କରୁ। ତେବେ ଯେତେବେଳେ ଆମ୍ଭ ପ୍ରଭୁ ଯୀଶୁ ନିଜର ସମସ୍ତ ପବିତ୍ର ଲୋକଙ୍କ ଗହଣରେ ଆସିବେ, ତୁମ୍ଭେମାନେ ପରମପିତା ପରମେଶ୍ୱରଙ୍କ ଆଗରେ ପବିତ୍ର ଭାବରେ ଓ ଦୋଷରହିତ ହୋଇ ଠିଆ ହୋଇପାରିବ।


ମୁଁ ଜୀବିତ। ମୁଁ ମରି ଯାଇଥିଲି କିନ୍ତୁ ଦେଖ, ମୁଁ ସବୁବେଳ ପାଇଁ ଜୀବିତ ହୋଇଅଛି। ମୋ’ ପାଖରେ ମୃତ୍ୟୁ ଓ ପାତାଳର ଗ୍ଭବି ରହିଛି।


ତା'ପରେ ମୁଁ ଗୋଟିଏ ସ୍ୱର ସ୍ୱର୍ଗରୁ ଶୁଣିଲି। ସେହି ସ୍ୱର କହିଲା, “ଏହା ଲେଖିରଖ: ବର୍ତ୍ତମାନଠାରୁ ପ୍ରଭୁଙ୍କଠାରେ ବିଶ୍ୱାସ ରଖି ଯେଉଁମାନେ ମୃତ୍ୟୁବରଣ କରନ୍ତି, ସେମାନେ ଧନ୍ୟ।” ଆତ୍ମା କହନ୍ତି, “ହଁ, ତାହା ସତ୍ୟ। ସେହି ଲୋକମାନେ ସେମାନଙ୍କର କଠିନ ପରିଶ୍ରମରୁ ବିଶ୍ରାମ ନେବେ କାରଣ ସେମାନେ କରିଥିବା କାମ ସେମାନଙ୍କ ସାଙ୍ଗରେ ଯିବ।”


ତା'ପରେ ସେ ସମୟରେ ଆମ୍ଭେ ଜୀବିତ ଥିବା ଲୋକେ ମୃତଲୋକମାନଙ୍କ ସହିତ ଏକାଠି ରୁଣ୍ଡ ହେବା। ଆମ୍ଭକୁ ମେଘମାଳା ଭିତରକୁ ନିଆଯିବ ଓ ସେଠାରେ ବାୟୁମଣ୍ଡଳରେ ଆମ୍ଭେ ପ୍ରଭୁଙ୍କୁ ସାକ୍ଷାତ କରିବୁ।


ନିଜର ସ୍ୱର୍ଗଦୂତମାନଙ୍କୁ ପୃଥିବୀରେ ସର୍ବତ୍ର ପଠାଇବା ପାଇଁ ମନୁଷ୍ୟପୁତ୍ର ମହା ତୂରୀ ଧ୍ୱନି ସହିତ ଆସିବେ। ସେହି ସ୍ୱର୍ଗଦୂତମାନେ ମର୍ତ୍ତ୍ୟର ଗୋଟିଏ ଭାଗରୁ ଆଉ ଗୋଟିଏ ଭାଗ ପର୍ଯ୍ୟନ୍ତ ବୁଲି, ଗ୍ଭରିଆଡ଼ୁ ତାହାଙ୍କର ମନୋନୀତ ଲୋକଙ୍କୁ ଏକାଠି କରିବେ।


ଭାଇ ଓ ଭଉଣୀମାନେ! ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆସିବା ବିଷୟରେ ଆମ୍ଭର କିଛି କହିବାକୁ ଅଛି। ଯେତେବେଳେ ଆମ୍ଭେ ସମସ୍ତେ ମିଶି ତାହାଙ୍କୁ ଭେଟିବା, ସେହି ସମୟ ବିଷୟରେ ଆମ୍ଭେ ତୁମ୍ଭକୁ କହିବାକୁ ଗ୍ଭହୁଁ।


“ସୈନ୍ୟଦଳ ଗାଦକୁ ଆକ୍ରମଣ କରିବେ। କିନ୍ତୁ ଗାଦ୍ ସେମାନଙ୍କୁ ପଛରୁ ଆକ୍ରମଣ କରିବ।


ସେଥିପାଇଁ ଖ୍ରଷ୍ଟ ମୃତ୍ୟୁ ବରଣ କଲେ ଓ ମୃତ୍ୟୁରୁ ପୂନଃ ଜୀବିତ ହେଲେ। ଖ୍ରୀଷ୍ଟ ଏପରି କରିବାର କାରଣ ଯେ, ଯେଉଁମାନେ ମରି ସାରିଛନ୍ତି ଓ ଯେଉଁମାନେ ଜୀବିତ ଅଛନ୍ତି, ସେ ସମସ୍ତଙ୍କର ପ୍ରଭୁ ହୋଇ ପାରିବେ।


Swiv nou:

Piblisite


Piblisite