୧ ଥେସଲନୀକୀୟ 3:12 - ପବିତ୍ର ବାଇବଲ12 ତୁମ୍ଭମାନଙ୍କର ପ୍ରେମ ବୃଦ୍ଧି ହେଉ ବୋଲି, ଆମ୍ଭେ ପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ। ପରସ୍ପର ନିମନ୍ତେ ଓ ଅନ୍ୟ ସମସ୍ତଙ୍କ ପାଇଁ ସେ ତୁମ୍ଭମାନଙ୍କୁ ଅଧିକରୁ ଅଧିକ ପ୍ରେମ ପ୍ରଦାନ କରନ୍ତୁ, ଆମ୍ଭେ ଏହି ପ୍ରାର୍ଥନା କରୁଛୁ। ଆମ୍ଭେ ଯେଭଳି ତୁମ୍ଭମାନଙ୍କୁ ଭଲ ପାଉ, ସେହିଭଳି ତୁମ୍ଭେମାନେ ସମସ୍ତଙ୍କୁ ଭଲ ପାଅ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ। Gade chapit laପବିତ୍ର ବାଇବଲ (Re-edited) - (BSI)12 ଆଉ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ଯେପରି ପ୍ରେମ, ସେପରି ପରସ୍ପର ଓ ସମସ୍ତଙ୍କ ପ୍ରତି ପ୍ରେମରେ ପ୍ରଭୁ ତୁମ୍ଭମାନଙ୍କୁ ଆହୁରି ଅଧିକ ରୂପେ ବଢ଼ାଇ ଦିଅନ୍ତୁ; Gade chapit laଓଡିଆ ବାଇବେଲ12 ଆଉ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ଯେପରି ପ୍ରେମ, ସେହିପରି ପରସ୍ପର ସହିତ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ପ୍ରେମ ପ୍ରଭୁ ଆହୁରି ଅଧିକ ରୂପେ ବଢ଼ାଇ ଦିଅନ୍ତୁ । Gade chapit laପବିତ୍ର ବାଇବଲ (CL) NT (BSI)12 ତୁମ୍ଭମାନଙ୍କ ପ୍ରତି ଆମର ପ୍ରେମ ଯେପରି ଗଭୀର, ସେହିପରି ପରସ୍ପର ପ୍ରତି ଓ ଅନ୍ୟମାନଙ୍କ ପ୍ରତି ପ୍ରଭୁ ତୁମ୍ଭମାନଙ୍କର ପ୍ରେମ ବୃଦ୍ଧି କରି ଗଭୀର କରନ୍ତୁ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ଆଉ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ଯେପରି ପ୍ରେମ, ସେହିପରି ପରସ୍ପର ସହିତ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ପ୍ରେମ ପ୍ରଭୁ ଆହୁରି ଅଧିକ ରୂପେ ବଢ଼ାଇ ଦିଅନ୍ତୁ। Gade chapit la |
ଭାଇ ଓ ଭଉଣୀମାନେ! ବର୍ତ୍ତମାନ ତୁମ୍ଭମାନଙ୍କୁ ମୋର କେତେକ ଅନ୍ୟ କଥାଗୁଡ଼ିକ କହିବାକୁ ଅଛି। ପରମେଶ୍ୱରଙ୍କୁ ପ୍ରସନ୍ନ କରି ପାରୁଥିବା ଜୀବନଯାପନ ପ୍ରଣାଳୀ ବିଷୟରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଶିଖାଇଛୁ। ତୁମ୍ଭେମାନେ ସେହିଭଳି ଜୀବନଯାପନ କରୁଛ। ପ୍ରଭୁ ଯୀଶୁଙ୍କ ପାଇଁ ଅଧିକରୁ ଅଧିକ ସେହିଭଳି ଜୀବନଯାପନ କରିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ କହୁଛୁ ଓ ଉତ୍ସାହିତ ମଧ୍ୟ କରୁଛୁ।