୧ ଥେସଲନୀକୀୟ 2:9 - ପବିତ୍ର ବାଇବଲ9 ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ମନେ ପକାଅ ଯେ, ଆମ୍ଭେ କେତେ କଠିନ ପରିଶ୍ରମ କରିଛୁ। ଆମ୍ଭେ ଦିନରାତି କାମ କରିଛୁ। ଆମ୍ଭେମାନେ ପରମେଶ୍ୱରଙ୍କ ସୁସମାଗ୍ଭର ପ୍ରଗ୍ଭର କଲାବେଳେ, ତୁମ୍ଭେମାନେ ଆମ୍ଭକୁ କିଛି ଦେଇ ଭାରାକ୍ରାନ୍ତ ହୁଅ, ସେ କଥା ଆମ୍ଭେ ଗ୍ଭହିଁଲୁ ନାହିଁ। Gade chapit laପବିତ୍ର ବାଇବଲ (Re-edited) - (BSI)9 ହେ ଭାଇମାନେ, ଆମ୍ଭମାନଙ୍କ ପରିଶ୍ରମ ଓ କଠିନ କାର୍ଯ୍ୟତୁମ୍ଭମାନଙ୍କ ସ୍ମରଣରେ ଅଛି; ଯେପରି ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରୁ କାହାରି ଭାର ସ୍ଵରୂପ ନ ହେଉ, ଏଥିନିମନ୍ତେ ଦିବାରାତ୍ର କଠୋର ପରିଶ୍ରମ କରି ଈଶ୍ଵରଙ୍କ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ। Gade chapit laଓଡିଆ ବାଇବେଲ9 ହେ ଭାଇମାନେ, ଆମ୍ଭମାନଙ୍କ ପରିଶ୍ରମ ଓ କଠିନ କାର୍ଯ୍ୟ ତୁମ୍ଭମାନଙ୍କ ସ୍ମରଣରେ ଅଛି; ଯେପରି ଆମ୍ଭେମାନେ ତୁମ୍ଭମାନଙ୍କ କାହାରି ଭାର ସ୍ୱରୂପ ନ ହେଉ, ଏଥି ନିମନ୍ତେ ଦିବାରାତ୍ର କଠୋର ପରିଶ୍ରମ କରି ଈଶ୍ୱରଙ୍କ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ । Gade chapit laପବିତ୍ର ବାଇବଲ (CL) NT (BSI)9 ଭାଇମାନେ, ତୁମ୍ଭମାନଙ୍କର ନିଶ୍ଚୟ ସ୍ମରଣ ଥିବ, ଆମେ କିପରି ବହୁ ଶ୍ରମ ସ୍ୱୀକାର କରି କାର୍ଯ୍ୟ କରୁଥିଲୁ; କିପରି ତୁମ୍ଭମାନଙ୍କ ନିକଟରେ ଈଶ୍ୱରଙ୍କ ସୁସମାଚାର ପ୍ରଚାର କରିବା ସମୟରେ ତୁମ ଉପରେ ବୋଝ ନ ହେବା ପାଇଁ ଆମେ ଦିବାନିଶି କଠୋର ପରିଶ୍ରମ କରିଥିଲୁ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ହେ ଭାଇମାନେ, ଆମ୍ଭମାନଙ୍କ ପରିଶ୍ରମ ଓ କଠିନ କାର୍ଯ୍ୟ ତୁମ୍ଭମାନଙ୍କ ସ୍ମରଣରେ ଅଛି; ଯେପରି ଆମ୍ଭେମାନେ ତୁମ୍ଭମାନଙ୍କ କାହାରି ଭାର ସ୍ୱରୂପ ନ ହେଉ, ଏଥିନିମନ୍ତେ ଦିବାରାତ୍ର କଠୋର ପରିଶ୍ରମ କରି ଈଶ୍ବରଙ୍କ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ। Gade chapit la |
ତୁମ୍ଭମାନଙ୍କ ପାଖକୁ ଯିବା ପୂର୍ବରୁ ଫିଲିପ୍ପୀଠାରେ ଆମ୍ଭେ ଦୁଃଖ ଓ ଅପମାନ ପାଇଥିଲୁ। ଏହି ବିଷୟରେ ତୁମ୍ଭେମାନେ ଜାଣିଛ। ଆମ୍ଭେମାନେ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଗଲୁ, ସେତେବେଳେ ଅନେକ ଲୋକ ଆମ୍ଭର ବିରୁଦ୍ଧ ଥିଲେ। କିନ୍ତୁ ପରମେଶ୍ୱରଙ୍କ ସାହାଯ୍ୟରୁ ଆମ୍ଭେ ସାହସୀ ହୋଇ ପାରିଲୁ। ତୁମ୍ଭମାନଙ୍କୁ ତାହାଙ୍କର ସୁସମାଗ୍ଭର କହିବା ପାଇଁ ସେ ଆମ୍ଭକୁ ସାହାଯ୍ୟ କଲେ।
ଆମ୍ଭମାନଙ୍କର ପରମପିତା ପରମେଶ୍ୱରଙ୍କୁ ଆମ୍ଭ ପ୍ରାର୍ଥନାରେ ନିବେଦନ କଲାବେଳେ ତୁମ୍ଭେମାନେ ତୁମ୍ଭମାନଙ୍କର ବିଶ୍ୱାସ ହେତୁ ଯାହା କରିଛ, ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଉ। ତୁମ୍ଭେମାନେ ତୁମ୍ଭମାନଙ୍କର ପ୍ରେମ ହେତୁ ଯେଉଁ କାର୍ଯ୍ୟ କରିଛ, ସେଥିପାଇଁ ତାହାଙ୍କୁ ଧନ୍ୟବାଦ ଦେଉ। ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଭରସା ହେତୁ ତୁମ୍ଭେମାନେ ଦୃଢ଼ ହୋଇ ରହିଛ ବୋଲି ଆମ୍ଭେ ତାଙ୍କୁ ସର୍ବଦା ଧନ୍ୟବାଦ ଅର୍ପଣ କରୁଛୁ।
ପରମେଶ୍ୱର ମୋତେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସେବକ ହୋଇ ଅଣଯିହୂଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ନିଯୁକ୍ତି କଲେ। ସେ ମୋତେ ସୁସମାଗ୍ଭର ଶିକ୍ଷା ଦେବାର କାର୍ଯ୍ୟ କରିବା ନିମନ୍ତେ ନିଯୁକ୍ତି କଲେ। ଏପରି କରିବା ଉଦ୍ଦେଶ୍ୟ ହେଲା ଯେ, ଅଣଯିହୂଦୀମାନେ ଉତ୍ସର୍ଗଦାନ ସ୍ୱରୂପ ହେବେ ଯାହାକି ପରମେଶ୍ୱର ଗ୍ରହଣ କରିବେ। ଏହି ଦାନ ଲୋକମାନେ ପରମେଶ୍ୱରଙ୍କ ପାଇଁ ପବିତ୍ରଆତ୍ମା ଦ୍ୱାରା ପବିତ୍ର କରାଗଲା।