୧ ଥେସଲନୀକୀୟ 2:14 - ପବିତ୍ର ବାଇବଲ14 ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ଯିହୂଦାରେ ଥିବା ଖ୍ରୀଷ୍ଟ ଯୀଶୁଙ୍କଠାରେ ପରମେଶ୍ୱରଙ୍କ ମଣ୍ଡଳୀଗୁଡ଼ିକର ଲୋକମାନଙ୍କ ଭଳି ହୋଇଛ। ଯିହୂଦାରେ ପରମେଶ୍ୱରଙ୍କ ଲୋକମାନେ ଅନ୍ୟ ଯିହୂଦୀମାନଙ୍କଠାରୁ ଯାତନା ଭୋଗ କରିଥିଲେ। ତୁମ୍ଭେମାନେ ନିଜ ଦେଶର ଲୋକମାନଙ୍କଠାରୁ ମଧ୍ୟ ସେହିଭଳି ଯାତନା ପାଇଛ। Gade chapit laପବିତ୍ର ବାଇବଲ (Re-edited) - (BSI)14 କାରଣ, ହେ ଭାଇମାନେ, ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଯିହୂଦା ଦେଶସ୍ଥ ମଣ୍ତଳୀସମୂହର ଅନୁକାରୀ ହୋଇଅଛ, ଯେଣୁ ସେମାନେ ଯିହୁୀମାନଙ୍କ ଦ୍ଵାରା ଯେଉଁସବୁ ଦୁଃଖଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ସ୍ଵଜାତୀୟମାନଙ୍କ ଦ୍ଵାରା ସେହିସବୁ ଦୁଃଖଭୋଗ କରିଅଛ। Gade chapit laଓଡିଆ ବାଇବେଲ14 କାରଣ, ହେ ଭାଇମାନେ, ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଯିହୂଦା ଦେଶସ୍ଥ ମଣ୍ଡଳୀସମୁହର ଅନୁକାରୀ ହୋଇଅଛ, ଯେଣୁ ସେମାନେ ଯିହୂଦୀମାନଙ୍କ ଦ୍ୱାରା ଯେଉଁ ଦୁଃଖଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ସ୍ୱଜାତୀୟମାନଙ୍କ ଦ୍ୱାରା ସେହି ସବୁ ଦୁଃଖଭୋଗ କରୁଅଛ । Gade chapit laପବିତ୍ର ବାଇବଲ (CL) NT (BSI)14 ଭାଇମାନେ, ଯିହୁଦା ଦେଶରେ ଥିବା ଈଶ୍ୱରଙ୍କ ମଣ୍ଡଳୀଗୁଡ଼ିକରେ ଓ ସେଠାକାର ଖ୍ରୀଷ୍ଟବିଶ୍ୱାସୀମାନଙ୍କ ପ୍ରତି ଯାହା ଘଟିଥିଲା, ତୁମ୍ଭମାନଙ୍କ ପ୍ରତି ମଧ୍ୟ ତାହା ଘଟିଛି। ସେମାନେ ଇହୁଦୀମାନଙ୍କଠାରୁ ଯେପରି ନିର୍ଯ୍ୟାତନା ଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ନିଜ ଦେଶବାସୀଙ୍କ ଠାରୁ ଅନୁରୂପ ନିର୍ଯ୍ୟାତନା ଭୋଗ କରିଛ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT14 କାରଣ, ହେ ଭାଇମାନେ, ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଯିହୂଦିୟା ପ୍ରଦେଶସ୍ଥ ଈଶ୍ବରଙ୍କ ମଣ୍ଡଳୀ-ସମୂହର ଅନୁକାରୀ ହୋଇଅଛ, ଯେଣୁ ସେମାନେ ଯିହୁଦୀମାନଙ୍କ ଦ୍ୱାରା ଯେଉଁ ଦୁଃଖଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ସ୍ୱଜାତୀୟମାନଙ୍କ ଦ୍ୱାରା ସେହିସବୁ ଦୁଃଖଭୋଗ କରୁଅଛ। Gade chapit la |
ତୁମ୍ଭମାନଙ୍କଠାରେ ପରସ୍ପର ପ୍ରତି ଥିବା ପ୍ରେମ ଭାବ ମଧ୍ୟ ବୃଦ୍ଧି ପାଉଛି। ଅତଏବ, ପରମେଶ୍ୱରଙ୍କର ଅନ୍ୟ ମଣ୍ଡଳୀମାନଙ୍କଠାରେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରୁ। ଯେପ୍ରକାରେ ତୁମ୍ଭେମାନେ ଦୃଢ଼ ରହିଛ ଏବଂ ତୁମ୍ଭର ବିଶ୍ୱାସ ରହିଛି, ଆମ୍ଭେ ଏହା ବିଷୟରେ ପରମେଶ୍ୱରଙ୍କ ଅନ୍ୟ ମଣ୍ଡଳୀ ଗୁଡ଼ିକରେ କହୁ। ତୁମ୍ଭେମାନେ ଦୁଃଖ କଷ୍ଟ ଓ ଅନେକ ଅସୁବିଧାର ସମ୍ମୁଖୀନ ହେଉଛ; କିନ୍ତୁ ତୁମ୍ଭେମାନେ ନିଜର ଦୃଢ଼ତା ଓ ବିଶ୍ୱାସ ଆଦୌ ନ ହରାଇ ଆଗେଇ ଗ୍ଭଲିଛ।
ସ୍ତିଫାନଙ୍କ ମୃତ୍ୟୁ ଯେ ଯଥାର୍ଥ, ଏହା ଶାଉଲ ସମର୍ଥନ କରିଥିଲେ। କେତେକ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ। ସେହି ଦିନ ଯିରୁଶାଲମରେ ଥିବା ବିଶ୍ୱାସୀମାନଙ୍କ ବିରୁଦ୍ଧରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ରେରିତମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ୱାସୀ ଯିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନରେ ଛିନ୍ନଭିନ୍ନ ହୋଇଗଲେ। କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀମାନଙ୍କୁ ଟାଣି ଆଣି କାରାଗାରରେ ରଖିଲେ ଓ ମଣ୍ଡଳୀ ଧ୍ୱଂସ କରିବା ପାଇଁ ଚେଷ୍ଟା କଲେ।