୧ ଥେସଲନୀକୀୟ 2:11 - ପବିତ୍ର ବାଇବଲ11 ତୁମ୍ଭେମାନେ ଓ ପରମେଶ୍ୱର ମଧ୍ୟ ଜାଣନ୍ତି ଯେ, ଏହା ସତ୍ୟ। ପିତା ନିଜ ସନ୍ତାନମାନଙ୍କୁ ସ୍ନେହ କଲା ଭଳି ଆମ୍ଭେ ତୁମ୍ଭମାନଙ୍କ ସହିତ ସ୍ନେହପୂର୍ବକ ବ୍ୟବହାର କରିଛୁ। Gade chapit laପବିତ୍ର ବାଇବଲ (Re-edited) - (BSI)11 ଆଉ ତୁମ୍ଭେମାନେ ତ ଜାଣ, ପିତା ଯେପ୍ରକାରେ ଆପଣା ସନ୍ତାନମାନଙ୍କୁ, ସେହିପ୍ରକାରେ ଆମ୍ଭେମାନେ ତୁମ୍ଭ ପ୍ରତ୍ୟେକ ଜଣକୁ ଉପଦେଶ ଓ ଉତ୍ସାହ ଦେଇ ଏକା; ଅନୁରୋଧ କରିଥିଲୁ, Gade chapit laଓଡିଆ ବାଇବେଲ11 ଆଉ ତୁମ୍ଭେମାନେ ତ ଜାଣ, ପିତା ଯେପ୍ରକାରେ ନିଜ ସନ୍ତାନମାନଙ୍କୁ ଶିକ୍ଷା ଦିଅନ୍ତି, ସେହି ପ୍ରକାରେ ଆମ୍ଭେମାନେ ତୁମ୍ଭ ପ୍ରତ୍ୟେକ ଜଣକୁ ଉପଦେଶ ଓ ଉତ୍ସାହ ଦେଇ ଏକାନ୍ତ ଅନୁରୋଧ କରିଥିଲୁ, Gade chapit laପବିତ୍ର ବାଇବଲ (CL) NT (BSI)11 ତୁମ୍ଭେମାନେ ଜାଣ, ପିତା ଯେପରି ନିଜ ସନ୍ତାନମାନଙ୍କ ପ୍ରତି ବ୍ୟବହାର କରି ଥାଆନ୍ତା, ଆମେ ତୁମ୍ଭମାନଙ୍କ ପ୍ରତି ଠିକ୍ ସେହିପରି ବ୍ୟବହାର କରିଥିଲୁ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT11 ଆଉ ତୁମ୍ଭେମାନେ ତ ଜାଣ, ପିତା ଯେପ୍ରକାରେ ଆପଣା ସନ୍ତାନମାନଙ୍କୁ ଶିକ୍ଷା ଦିଅନ୍ତି, ସେହି ପ୍ରକାରେ ଆମ୍ଭେମାନେ ତୁମ୍ଭ ପ୍ରତ୍ୟେକ ଜଣକୁ ଉପଦେଶ ଓ ଉତ୍ସାହ ଦେଇ ଏକାନ୍ତ ଅନୁରୋଧ କରିଥିଲୁ, Gade chapit la |
ଏହି ଆଦେଶ ସେହିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀରେ ଧନୀ ଅଟନ୍ତି। ସେମାନଙ୍କୁ ଗର୍ବ ନ କରିବା ପାଇଁ କୁହ। ସେମାନଙ୍କୁ କୁହ ଯେ ସେମାନେ ନିଜ ଧନର ନୁହେଁ, ମାତ୍ର ପରମେଶ୍ୱରଙ୍କର ଆଶ୍ରୟ ନେବା ଉଚିତ୍। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ୱର ପ୍ରତ୍ୟେକ ବସ୍ତୁ ଯଥେଷ୍ଟ ପରିମାଣରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରତ୍ୟେକ ଜିନିଷ ଦିଅନ୍ତି।
ଭାଇ ଓ ଭଉଣୀମାନେ! ବର୍ତ୍ତମାନ ତୁମ୍ଭମାନଙ୍କୁ ମୋର କେତେକ ଅନ୍ୟ କଥାଗୁଡ଼ିକ କହିବାକୁ ଅଛି। ପରମେଶ୍ୱରଙ୍କୁ ପ୍ରସନ୍ନ କରି ପାରୁଥିବା ଜୀବନଯାପନ ପ୍ରଣାଳୀ ବିଷୟରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଶିଖାଇଛୁ। ତୁମ୍ଭେମାନେ ସେହିଭଳି ଜୀବନଯାପନ କରୁଛ। ପ୍ରଭୁ ଯୀଶୁଙ୍କ ପାଇଁ ଅଧିକରୁ ଅଧିକ ସେହିଭଳି ଜୀବନଯାପନ କରିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ କହୁଛୁ ଓ ଉତ୍ସାହିତ ମଧ୍ୟ କରୁଛୁ।
“ଏବଂ ତୁମ୍ଭେ, ମୋର ପୁତ୍ର ଶଲୋମନ, ତୁମ୍ଭ ପିତାଙ୍କର ପରମେଶ୍ୱରଙ୍କୁ ଜାଣିଅଛ। ଶୁଦ୍ଧ ହୃଦୟରେ ପରମେଶ୍ୱରଙ୍କର ସେବା କର। ପରମେଶ୍ୱରଙ୍କ ସେବା କରିବା ନିମନ୍ତେ ହୃଦୟରେ ଆନନ୍ଦିତ ହୁଅ। କାରଣ ପ୍ରତିଟି ବ୍ୟକ୍ତିର ହୃଦୟରେ କ’ଣ ଅଛି, ତାହା ସଦାପ୍ରଭୁ ଜାଣନ୍ତି। ସଦାପ୍ରଭୁ ତୁମ୍ଭ ହୃଦୟର ସମସ୍ତ ଚିନ୍ତାକୁ ବୁଝିପାରନ୍ତି। ଯଦି ତୁମ୍ଭେ ସଦାପ୍ରଭୁଙ୍କ ନିକଟକୁ ସାହାଯ୍ୟ ମାଗବା ନିମନ୍ତେ ଯିବ, ତୁମ୍ଭେ ଉତ୍ତର ପାଇବ। କିନ୍ତୁ ତୁମ୍ଭେ ଯଦି ସଦାପ୍ରଭୁଙ୍କଠାରୁ ଫେରି ଦୂରକୁ ଗ୍ଭଲିଯିବ, ତେବେ ସେ ତୁମ୍ଭକୁ ଚିରକାଳ ନିମନ୍ତେ ତ୍ୟାଗ କରିବେ।