Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 9:7 - ପବିତ୍ର ବାଇବଲ

7 ତା'ପରେ ଶାଉଲ ଗ୍ଭକରକୁ କହିଲେ, “ଆମ୍ଭେ ନିଶ୍ଚୟ ସହରକୁ ଯିବା, କିନ୍ତୁ ଆମ୍ଭେମାନେ ତାଙ୍କୁ କ’ଣ ଉପହାର ଦେବା। ବର୍ତ୍ତମାନ ଏପରିକି ଆମ୍ଭ ଖାଦ୍ୟ ମୁଣାରୁ ଖାଦ୍ୟ ସରିଗଲାଣି। ଆମ୍ଭେ ତାଙ୍କୁ ଉପହାର କ’ଣ ଦେବା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ତେବେ ଶାଉଲ ଆପଣା ଯୁବାକୁ କହିଲେ, ମାତ୍ର ଦେଖ, ଆମ୍ଭେମାନେ ଗଲେ, ସେ ଲୋକଙ୍କ ନିକଟକୁ କଅଣ ନେବା? କାରଣ ଆମ୍ଭମାନଙ୍କ ପାତ୍ରରୁ ଖାଦ୍ୟସାମଗ୍ରୀ ସରିଲାଣି, ପରମେଶ୍ଵରଙ୍କ ଲୋକଙ୍କ ନିକଟକୁ ନେବା ପାଇଁ କୌଣସି ଦର୍ଶନୀ ନାହିଁ; ଆମ୍ଭମାନଙ୍କ ପାଖରେ କଅଣ ଅଛି?

Gade chapit la Kopi

ଓଡିଆ ବାଇବେଲ

7 ତେବେ ଶାଉଲ ଆପଣା ଯୁବାକୁ କହିଲେ, ମାତ୍ର ଦେଖ, ଆମ୍ଭେମାନେ ଗଲେ, ସେ ଲୋକଙ୍କ ନିକଟକୁ କଅଣ ନେବା ? କାରଣ ଆମ୍ଭମାନଙ୍କ ପାତ୍ରରୁ ଖାଦ୍ୟସାମଗ୍ରୀ ସରିଲାଣି, ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ନେବା ପାଇଁ କୌଣସି ଦର୍ଶନୀ ନାହିଁ; ଆମ୍ଭମାନଙ୍କ ପାଖରେ କଅଣ ଅଛି ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ତେବେ ଶାଉଲ ଆପଣା ଯୁବାକୁ କହିଲେ, “ମାତ୍ର ଦେଖ, ଆମ୍ଭେମାନେ ଗଲେ, ସେ ଲୋକଙ୍କ ନିକଟକୁ କଅଣ ନେବା? କାରଣ ଆମ୍ଭମାନଙ୍କ ପାତ୍ରରୁ ଖାଦ୍ୟସାମଗ୍ରୀ ସରିଲାଣି, ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ନେବା ପାଇଁ କୌଣସି ଦର୍ଶନୀ ନାହିଁ; ଆମ୍ଭମାନଙ୍କ ପାଖରେ କଅଣ ଅଛି?”

Gade chapit la Kopi




1 ଶାମୁୟେଲ 9:7
10 Referans Kwoze  

ତତ୍ପରେ ରାଜା ବି‌ନ୍‌ହଦଦ୍ ହସାୟେଲକୁ କହିଲେ, “ଏହି ଉପହାର ନେଇ ପରମେଶ୍ୱରଙ୍କ ଲୋକଙ୍କୁ ସାକ୍ଷାତ କର ଓ ମୁଁ ଏହି ପୀଡ଼ାରୁ ମୁକ୍ତ ହେବି କି ନାହିଁ, ଏହି କଥା ତାଙ୍କ ଦ୍ୱାରା ସଦାପ୍ରଭୁଙ୍କୁ ପଗ୍ଭର।”


ତା'ପରେ ନିଜ ସଙ୍ଗରେ ଦଶଗୋଟି ରୋଟୀ, କିଛି ତିଲୁଆ ଓ ଏକ ପାତ୍ର ମଧୁ ନେଇ ତାହା ନିକଟକୁ ଯାଅ। ବାଳକର କ’ଣ ହେବ, ତାହା ସେ ତୁମ୍ଭକୁ ଜଣାଇବେ।”


ଅନନ୍ତର ଜଣେ ଲୋକ ବାଲ୍-ଶାଲିଶାରୁ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ପ୍ରଥମ ଫଳରେ ରୋଟୀ ଅର୍ଥାତ୍ କୋଡ଼ିଏ ଯବ ରୋଟୀ ଓ ନୂତନ ଶସ୍ୟର ଶୀଷା ଆପଣା ଝୁଲିରେ ନେଇ ଆସିଲା। ତହିଁରେ ଇଲୀଶାୟ କହିଲେ, “ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ।”


ଏହା ପରେ ନାମାନ୍ ଓ ତା'ର ସମସ୍ତ ସାଥୀ ଲୋକମାନେ ଫେରି ଆସି ପରମେଶ୍ୱରଙ୍କ ଲୋକ ଇଲୀଶାୟ ସମ୍ମୁଖରେ ଆସି ଛିଡ଼ା ହେଲେ ଓ କହିଲେ, “ଦେଖନ୍ତୁ, ମୁଁ ଏବେ ବୁଝିଲି ଇସ୍ରାଏଲର ପରମେଶ୍ୱରଙ୍କ ଛଡ଼ା ସମଗ୍ର ପୃଥିବୀରେ ଆଉ ପରମେଶ୍ୱର କେହି ନାହାନ୍ତି। ତେଣୁ ମୁଁ ବିନୟ କରି କହୁଛି, ଆପଣ ଏ ଦାସଠାରୁ ଉପହାର ଗ୍ରହଣ କରନ୍ତୁ।”


ତା'ପରେ ଅରା‌ମ୍‌ର ରାଜା କହିଲେ, “ବର୍ତ୍ତମାନ ତୁମ୍ଭେ ଯାଅ, ଆଉ ମୁଁ ଇସ୍ରାଏଲ ରାଜାଙ୍କ ନିକଟକୁ ଏକ ପତ୍ର ପଠାଇବି।” ତହୁଁ ସେ ଗଲାବେଳେ ଦଶ ତାଳନ୍ତ ରୂପା 6,000 ସୁନା ଖଣ୍ତ ଓ ଦଶ ସାଜ ପୋଷାକ ଉପହାର ସ୍ୱରୂପ ସଙ୍ଗରେ ନେଲେ।


ମୁଁ ପ୍ରାର୍ଥନା କରୁଛି ଯେ, ମୁଁ ଆପଣାର ନୈବେଦ୍ୟ ଆଣି ଆପଣଙ୍କ ସମ୍ମୁଖରେ ନରଖିବା ପର୍ଯ୍ୟନ୍ତ ଏହି ସ୍ଥାନରୁ ପ୍ରସ୍ଥାନ କରିବ ନାହିଁ।” ଏବଂ ସଦାପ୍ରଭୁ କହିଲେ, “ତୁମ୍ଭେ ଆସିବା ପର୍ଯ୍ୟନ୍ତ ମୁଁ ଏହିଠାରେ ଅପେକ୍ଷା କରିବି।”


ତା'ପରେ ରାଜା ପରମେଶ୍ୱରଙ୍କ ଲୋକଙ୍କୁ କହିଲେ, “ତୁମ୍ଭେ ମୋ’ ସହିତ ଗୃହକୁ ଆସ। ମୋ’ ସହିତ ଭୋଜନ କର। ମୁଁ ତୁମ୍ଭକୁ ଏକ ଉପହାର ଦେବା ପାଇଁ ଯାଉଅଛି।”


ତେଣୁ ହସାୟେଲ ଇଲୀଶାୟଙ୍କୁ ସାକ୍ଷାତ କରିବାକୁ ଗଲେ। ଦମ୍ମେଶକର ସମସ୍ତ ଉତ୍ତମ ପଦାର୍ଥ ଉପହାର ସ୍ୱରୂପ ଗ୍ଭଳି‌ଶ୍‌ଟି ଓଟ ଦ୍ୱାରା ନେଇ ତାଙ୍କ ସମ୍ମୁଖରେ ଉଭା ହୋଇ କହିଲେ, “ଆପଣଙ୍କ ପୁତ୍ର ବି‌ନ୍‌ହଦଦ୍ ଅରାମର ରାଜା ଆପଣଙ୍କ ନିକଟକୁ ମୋତେ ପଠାଇଛନ୍ତି, ସେ ଜାଣିବାକୁ ଇଚ୍ଛା କରୁଛି, ମୁଁ କ’ଣ ଅସୁସ୍ଥତାଠାରୁ ଆରୋଗ୍ୟଲାଭ ହେବି କି?”


ମୁଠାଏ ବାଲି ପାଇଁ ଓ କେତେଖଣ୍ଡ ରୋଟୀ ପାଇଁ ତୁମ୍ଭେମାନେ ମୋ’ ଲୋକମାନଙ୍କ ମଧ୍ୟରେ ମୋତେ ଅପମାନିତ କଲ। ତୁମ୍ଭର ମିଥ୍ୟା ପାଇଁ ମୋର ଲୋକମାନେ ଯେଉଁମାନେ ମିଥ୍ୟା ଶୁଣିଲେ, ତୁମ୍ଭେମାନେ ଲୋକମାନଙ୍କୁ ହତ୍ୟା କରିଛ, ଯେଉଁମାନଙ୍କର ମରିବା ଉଚିତ୍ ନ ଥିଲା ଏବଂ ତୁମ୍ଭେ ସେହି ଲୋକମାନଙ୍କୁ ଛାଡ଼ି ଦେଇଛ, ଯେଉଁମାନଙ୍କର ମରିବା ଉଚିତ୍ ଥିଲା।


Swiv nou:

Piblisite


Piblisite