Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 9:6 - ପବିତ୍ର ବାଇବଲ

6 ଗ୍ଭକର କହିଲା, “ଏ ସହରରେ ଜଣେ ପରମେଶ୍ୱରଙ୍କ ଲୋକ ଅଛନ୍ତି। ଲୋକମାନେ ତାଙ୍କୁ ସମ୍ମାନ କରନ୍ତି। ତାଙ୍କର ସମସ୍ତ ଭବିଷ୍ୟ‌ଦ୍‌ବାଣୀ ସତ ହୁଏ। ଗ୍ଭଲ, ସେଠାକୁ ଯିବା, ପରମେଶ୍ୱରଙ୍କ ଲୋକ ଆମ୍ଭକୁ ଗଧମାନଙ୍କର ସନ୍ଧାନ ଦେଇପାରନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ତହିଁରେ ସେ ତାଙ୍କୁ କହିଲା, ଦେଖ, ଏହି ନଗରରେ ପରମେଶ୍ଵରଙ୍କର ଏକ ଲୋକ ଅଛନ୍ତି, ସେ ଅତି ମାନ୍ୟବାନ ଲୋକ; ସେ ଯାହାସବୁ କହନ୍ତି, ନିଶ୍ଚୟ ସଫଳ ହୁଏ; ଆସ, ଆମ୍ଭେମାନେ ସେଠାକୁ ଯାଉ; ହୋଇପାରେ, ଆମ୍ଭେମାନେ ଯେଉଁ ଯାତ୍ରା କରୁଅଛୁ, ସେ ବିଷୟ ସେ ଆମ୍ଭମାନଙ୍କୁ ଜଣାଇ ପାରିବେ।

Gade chapit la Kopi

ଓଡିଆ ବାଇବେଲ

6 ତହିଁରେ ସେ ତାଙ୍କୁ କହିଲା, ଦେଖ, ଏହି ନଗରରେ ପରମେଶ୍ୱରଙ୍କର ଏକ ଲୋକ ଅଛନ୍ତି, ସେ ଅତି ମାନ୍ୟଗଣ୍ୟ ଲୋକ; ସେ ଯାହାସବୁ କହନ୍ତି, ନିଶ୍ଚୟ ସଫଳ ହୁଏ; ଆସ, ଆମ୍ଭେମାନେ ସେଠାକୁ ଯାଉ; ହୋଇପାରେ, ଆମ୍ଭେମାନେ ଯେଉଁ ଯାତ୍ରା କରୁଅଛୁ, ସେ ବିଷୟ ସେ ଆମ୍ଭମାନଙ୍କୁ ଜଣାଇ ପାରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ତହିଁରେ ସେ ତାଙ୍କୁ କହିଲା, “ଦେଖ, ଏହି ନଗରରେ ପରମେଶ୍ୱରଙ୍କର ଏକ ଲୋକ ଅଛନ୍ତି, ସେ ଅତି ମାନ୍ୟଗଣ୍ୟ ଲୋକ; ସେ ଯାହାସବୁ କହନ୍ତି, ନିଶ୍ଚୟ ସଫଳ ହୁଏ; ଆସ, ଆମ୍ଭେମାନେ ସେଠାକୁ ଯାଉ; ହୋଇପାରେ, ଆମ୍ଭେମାନେ ଯେଉଁ ଯାତ୍ରା କରୁଅଛୁ, ସେ ବିଷୟ ସେ ଆମ୍ଭମାନଙ୍କୁ ଜଣାଇ ପାରିବେ।”

Gade chapit la Kopi




1 ଶାମୁୟେଲ 9:6
16 Referans Kwoze  

ମୋଶା ଏହି ଆଶୀର୍ବାଦମାନ ଦେଇଥିଲେ, ଯେ କି ପରମେଶ୍ୱରଙ୍କର ଲୋକ ଇସ୍ରାଏଲକୁ ମଲା ପୂର୍ବରୁ ଦେଇଥିଲେ।


ସଦାପ୍ରଭୁ ଯିହୁଦାରେ ଥିବା ଏକ ପରମେଶ୍ୱରଙ୍କ ଲୋକକୁ ବୈଥେଲ୍ ଯିବାକୁ ଆଦେଶ ଦେଲେ। ଯେତେବେଳେ ଯା‌ରବିୟାମ ଯଜ୍ଞବେଦି ନିକଟରେ ଧୂପ ଜଳାଇବା ପାଇଁ ଛିଡ଼ା ହୋଇଥିଲେ ସେତେବେଳେ ପରମେଶ୍ୱରଙ୍କ ଲୋକ ସେଠାରେ ଉପସ୍ଥିତ ହେଲେ।


କିନ୍ତୁ ତୁମ୍ଭେ ଜଣେ ପରମେଶ୍ୱରଙ୍କର ଲୋକ। ଅତଏବ ତୁମ୍ଭେ ସେହିସବୁ ବିଷୟଠାରୁ ଦୂରରେ ରହିବା କଥା। ଧାର୍ମିକ ଭାବରେ ରହିବା ପାଇଁ ଚେଷ୍ଟା କର, ପରମେଶ୍ୱରଙ୍କ ଉପାସନା କର। ତୁମ୍ଭ ଜୀବନରେ ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ଭଦ୍ର ଆଚରଣ କରିବା ପାଇଁ ଚେଷ୍ଟା କର।


ତୁମ୍ଭମାନଙ୍କ ମଧ୍ୟରେ କାମ କରୁଥିବା ଯୋଗୁଁ, ସେମାନଙ୍କୁ ପ୍ରେମ କର ଓ ସେମାନଙ୍କୁ ବିଶେଷ ସମ୍ମାନ ଦେଖାଅ। ପରସ୍ପର ଶାନ୍ତିରେ ରୁହ।


ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଗହଣରେ ରହିଥିଲାବେଳେ, ଆମ୍ଭେମାନେ ପବିତ୍ର, ଧାର୍ମିକ ଓ ତ୍ରୁଟି ରହିତ ଜୀବନଯାପନ କରିଥିଲୁ।


ପୃଥିବୀ ଓ ଆକାଶ ନଷ୍ଟ ହୋଇଯିବ, କିନ୍ତୁ ମୋର ବାକ୍ୟ କେବେ ଅନ୍ୟଥା ହେବ ନାହିଁ।


ଆମ୍ଭେ ଆମ୍ଭ ଦାସର ବାକ୍ୟ ଦୃଢ଼ କରୁ ଓ ଆମ୍ଭ ଦୂତମାନଙ୍କର ମନ୍ତ୍ରଣା ସିଦ୍ଧ କରୁ। ପୁଣି ସଦାପ୍ରଭୁଙ୍କର ବାକ୍ୟ ଉତ୍ତମ ବୋଲି ଆମ୍ଭେ ଦେଖାଇ ଦେଉ। ସଦାପ୍ରଭୁ ଯିରୁଶାଲମ ବିଷୟରେ କୁହନ୍ତି, “ତାହା ପୁଣି ବସତି ବିଶିଷ୍ଟ ହେବ ଓ ଯିହୁଦାର ନଗର ବିଷୟରେ ସେ କୁହନ୍ତି, ସେ ସବୁ ପୁନଃନିର୍ମିତ ହେବ। ପୁଣି ଧ୍ୱଂସପ୍ରାପ୍ତ ନଗରଗୁଡ଼ିକ ପୁଣି ଗଢ଼ି ଉଠିବ।”


ପରମେଶ୍ୱରଙ୍କ ଲୋକ କହିଲେ, “କେଉଁ ସ୍ଥାନରେ ତାହା ପଡ଼ିଲା?” ଲୋକଟି ସ୍ଥାନଟିକୁ ଚିହ୍ନଟ କଲେ। ତା'ପରେ ଇଲୀଶାୟ ଖଣ୍ଡେ କାଠ ପାଣି ଭିତରକୁ ପକାଇଲେ, କାଠ ଲୁହା କୁହ୍ରାଡ଼ିକୁ ଧରି ଭାସିଲା।


ଏହା ପରେ ପରମେଶ୍ୱରଙ୍କଠାରୁ ଏକ ଲୋକ ଏଲିଙ୍କ ନିକଟକୁ ଆସି କହିଲା, “ସଦାପ୍ରଭୁ ଏହା କହନ୍ତି, ‘ଯେତେବେଳେ ତୁମ୍ଭର ପୂର୍ବପୁରୁଷଗଣ ମିଶରରେ ଫାରୋର ଦାସତ୍ୱରେ ଥିଲେ। ସେ ସମୟରେ ମୁଁ ସେମାନଙ୍କ ଆଗରେ ଆବିର୍ଭାବ ହେଲି।


“ଆଜି ଏହି କୂପ ନିକଟକୁ ଆସିଲି ଏବଂ କହିଲି, ‘ସଦାପ୍ରଭୁ ପରମେଶ୍ୱର ମୋର ପ୍ରଭୁ ଅବ୍ରହାମଙ୍କର ପରମେଶ୍ୱର, ଦୟାକରି ମୋର ଯାତ୍ରା ସଫଳ କରାଅ।


ପୁନ୍ନରାୟ ଗ୍ଭକର କହିଲା, “ଦେଖ, ମୋ’ ପାଖରେ ଏକ ଶେକଲ ରୂପାର ଚତୁର୍ଥାଂଶ ଅଛି। ଆସ ପଇସାକୁ ଆମ୍ଭେ ପରମେଶ୍ୱରଙ୍କର ଲୋକମାନଙ୍କୁ ଦେବା। ତା'ପରେ ତାଙ୍କ କଥା ଅନୁସାରେ ଆମ୍ଭେ ସେ ସ୍ଥାନକୁ ଯିବା।”


ରାଜା ଯାଜକ ସାଦୋକକୁ କହିଲେ, “ତୁମ୍ଭେ ଜଣେ ସିଦ୍ଧ ପୁରୁଷ। ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭର ପୁତ୍ର ଅହୀମାସ୍ ଓ ଅବିୟାଥରର ପୁତ୍ର ଯୋନାଥନ ନିରାପଦରେ ନଗରକୁ ଫେରିଯାଅ।


ଏହା ପରେ ପରମେଶ୍ୱରଙ୍କ ଲୋକ ଇଲୀଶାୟ ଶୁଣିଲେ ଯେ ଇସ୍ରାଏଲର ରାଜା ନିଜର ବସ୍ତ୍ର ଚିରିଛନ୍ତି, ସେ ଗୋଟିଏ ବାର୍ତ୍ତା ରାଜାଙ୍କ ନିକଟକୁ ପଠାଇ କହିଲେ, “ତୁମ୍ଭେ କାହିଁକି ନିଜର ବସ୍ତ୍ର ଚିରିଲ। ନାମାନ୍ ମୋ’ ନିକଟକୁ ଆସୁ, ତାହାହେଲେ ଇସ୍ରାଏଲରେ ଭବିଷ୍ୟ‌ଦ୍‌ବକ୍ତା ଅଛନ୍ତି, ସେ ଜାଣିବ।”


ଯଦି ଜଣେ ବ୍ୟକ୍ତି ସଦାପ୍ରଭୁଙ୍କ ପଥକୁ ଅନୁସରଣ କରେ, ତା'ପରେ ପରମେଶ୍ୱର ତାକୁ ବଞ୍ଚିବା ପାଇଁ ଜୀବନପଥ ଦେଖାନ୍ତି।


Swiv nou:

Piblisite


Piblisite