Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 9:5 - ପବିତ୍ର ବାଇବଲ

5 ଶେଷରେ ସେମାନେ ସୂଫ ସହରକୁ ଆସିଲେ। ତା'ପରେ ଶାଉଲ ତାଙ୍କର ଗ୍ଭକରକୁ କହିଲେ, “ଗ୍ଭଲ! ଆମ୍ଭେ ଫେରିଯିବା, ଆମ୍ଭମାନଙ୍କର ବାପା ଗଧମାନଙ୍କ ପରିବର୍ତ୍ତେ ଆମ୍ଭମାନଙ୍କ ପାଇଁ ବ୍ୟସ୍ତ ହେଉଥିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଯେତେବେଳେ ସେମାନେ ସୂଫ ପ୍ରଦେଶରେ ଉପସ୍ଥିତ ହେଲେ, ସେତେବେଳେ ଶାଉଲ ଆପଣା ସଙ୍ଗୀ ଯୁବାକୁ କହିଲେ, ଆସ ଆମ୍ଭେମାନେ ଫେରି ଯାଉ; ନୋହିଲେ ମୋହର ପିତା ଗଧମାନଙ୍କ ବିଷୟରେ ଚିନ୍ତା କରିବା ଛାଡ଼ି ଆମ୍ଭମାନଙ୍କ ବିଷୟରେ ଚିନ୍ତା କରିବେ।

Gade chapit la Kopi

ଓଡିଆ ବାଇବେଲ

5 ଯେତେବେଳେ ସେମାନେ ସୂଫ ପ୍ରଦେଶରେ ଉପସ୍ଥିତ ହେଲେ, ସେତେବେଳେ ଶାଉଲ ଆପଣା ସଙ୍ଗୀ ଯୁବାକୁ କହିଲେ, ଆସ ଆମ୍ଭେମାନେ ଫେରି ଯାଉ; ନୋହିଲେ ମୋହର ପିତା ଗଧମାନଙ୍କ ବିଷୟରେ ଚିନ୍ତା କରିବା ଛାଡ଼ି ଆମ୍ଭମାନଙ୍କ ବିଷୟରେ ଚିନ୍ତା କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଯେତେବେଳେ ସେମାନେ ସୂଫ ପ୍ରଦେଶରେ ଉପସ୍ଥିତ ହେଲେ, ସେତେବେଳେ ଶାଉଲ ଆପଣା ସଙ୍ଗୀ ଯୁବାକୁ କହିଲେ, “ଆସ ଆମ୍ଭେମାନେ ଫେରିଯାଉ; ନୋହିଲେ ମୋହର ପିତା ଗଧମାନଙ୍କ ବିଷୟରେ ଚିନ୍ତା କରିବା ଛାଡ଼ି ଆମ୍ଭମାନଙ୍କ ବିଷୟରେ ଚିନ୍ତା କରିବେ।”

Gade chapit la Kopi




1 ଶାମୁୟେଲ 9:5
7 Referans Kwoze  

ଆଜି ତୁମ୍ଭେ ମୋତେ ଏଠି ଛାଡ଼ି ଗଲାପରେ ବିନ୍ୟାମୀନ ସୀମାର ସେଲଠାରେ ରାହେଲର କବର ନିକଟରେ ଦୁଇ ପୁରୁଷଙ୍କ ସାକ୍ଷାତ ପାଇବ। ସେ ଦୁଇଜଣ ତୁମ୍ଭକୁ କହିବେ, ‘ତୁମ୍ଭେ ଯେଉଁ ଗଧମାନଙ୍କୁ ଖୋଜୁଥିଲ, ସେମାନେ ମିଳିଛନ୍ତି। ତୁମ୍ଭ ବାପା ଗଧମାନଙ୍କ ପାଇଁ ବ୍ୟସ୍ତ ନୁହନ୍ତି ବରଂ ତୁମ୍ଭ ପାଇଁ ଅଟନ୍ତି ଓ କହନ୍ତି, ମୋ’ ପୁଅ ପାଇଁ ମୁଁ କ’ଣ କରିବି।’”


ଇଫ୍ରୟିମର ପର୍ବତମୟ ଦେଶର ରାମାଠାରେ ଜଣେ ଲୋକ ବାସ କରୁଥିଲେ, ଯାହାର ନାମ ଥିଲା ଇ‌ଲ୍‌କାନା। ଇ‌ଲ୍‌କାନା ସୂଫ ପରିବାରବର୍ଗର ଥିଲେ। ଇ‌ଲ୍‌କାନା ଯିରୋହମର ପୁତ୍ର ଥିଲା, ଯିଏ ଇଲୀହର ପୁତ୍ର ଥିଲା, ଯିଏ ତୋହର ପୁତ୍ର ଥିଲା, ଯିଏ ସୂଫର ପୁତ୍ର ଥିଲା ଓ ଏମାନେ ଇଫ୍ରୟିମ ପରିବାରବର୍ଗର ଥିଲେ।


“ଯେତେବେଳେ ଲୋକମାନେ ତୁମ୍ଭମାନଙ୍କୁ ଯିହୂଦୀ ପ୍ରାର୍ଥନାଗୃହ, ଶାସକ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ଆଗକୁ ଆଣିବେ, ସେତେବେଳେ ତୁମ୍ଭେମାନେ କିପରି ଉତ୍ତର ଦେବ, ଓ କ’ଣ କହିବ, ସେ ବିଷୟରେ ଆଦୌ ଚିନ୍ତା କର ନାହିଁ।


ଯୀଶୁ ପୁଣି ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ କ’ଣ ଖାଇ ଜୀବନ ଧାରଣ କରିବ, ସେଥିପାଇଁ ଚିନ୍ତା କର ନାହିଁ। ଶରୀର ଆବୃତ କରିବା ପାଇଁ ଯେଉଁ ଲୁଗା ପଟା ଦରକାର, ସେଥିପାଇଁ ଚିନ୍ତା କର ନାହିଁ।


“ତୁମ୍ଭେ ପୋଷାକ ବିଷୟରେ କାହିଁକି ଚିନ୍ତା କରୁଛ? କ୍ଷେତ୍ରର ଫୁଲଗୁଡ଼ିକ ବିଷୟରେ ଭାବି ଦେଖ! ଦେଖ, ସେମାନେ କିପରି ଫୁଟୁଛନ୍ତି। ସେମାନେ କୌଣସି କାମ କରନ୍ତି ନାହିଁ, କି ନିଜ ପାଇଁ ପୋଷାକ ତିଆରି କରନ୍ତି ନାହିଁ।


“ଅତଏବ ମୁଁ ତୁମ୍ଭକୁ କହୁଛି, ବଞ୍ଚିବା ପାଇଁ ଖାଇବା ପିଇବା ବିଷୟରେ ଚିନ୍ତା କର ନାହିଁ। ନିଶ୍ଚିତ ରୂପରେ ଜୀବନ ଖାଦ୍ୟ ଅପେକ୍ଷା ଓ ଶରୀର ପୋଷାକ ଅପେକ୍ଷା ମହତ୍ତ୍ୱପୂର୍ଣ୍ଣ।


ଆସନ୍ତାକାଲି ପାଇଁ ଚିନ୍ତା କର ନାହିଁ, କାରଣ ପ୍ରତ୍ୟେକ ଦିନର କୌଣସି ନା କୌଣସି ସମସ୍ୟା ଥାଏ। କାଲିର ଚିନ୍ତା କାଲି ପାଇଁ ଯଥେଷ୍ଟ।


Swiv nou:

Piblisite


Piblisite