Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 9:25 - ପବିତ୍ର ବାଇବଲ

25 ସେମାନେ ଖାଦ୍ୟ ଖାଇ ସାରିବା ପରେ ସେ ଉପାସନା ସ୍ଥଳରୁ ସହରକୁ ଫେରିଲେ। ଶାମୁୟେଲ ଛାତ ଉପରେ ଶାଉଲଙ୍କ ପାଇଁ ବିଛଣା ତିଆରି କଲେ

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ତହୁଁ ସେମାନେ ଉଚ୍ଚସ୍ଥଳୀରୁ ଓହ୍ଲାଇ ନଗରକୁ ଆସନ୍ତେ, ଶାମୁୟେଲ ଗୃହଛାତ ଉପରେ ଶାଉଲଙ୍କ ସଙ୍ଗେ ଆଳାପ କଲେ।

Gade chapit la Kopi

ଓଡିଆ ବାଇବେଲ

25 ତହୁଁ ସେମାନେ ଉଚ୍ଚସ୍ଥଳୀରୁ ଓହ୍ଲାଇ ନଗରକୁ ଆସନ୍ତେ, ଶାମୁୟେଲ ଗୃହଛାତ ଉପରେ ଶାଉଲଙ୍କ ସଙ୍ଗେ ଆଳାପ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ତହୁଁ ସେମାନେ ଉଚ୍ଚସ୍ଥଳୀରୁ ଓହ୍ଲାଇ ନଗରକୁ ଆସନ୍ତେ, ଶାମୁୟେଲ ଗୃହ-ଛାତ ଉପରେ ଶାଉଲଙ୍କ ସଙ୍ଗେ ଆଳାପ କଲେ।

Gade chapit la Kopi




1 ଶାମୁୟେଲ 9:25
9 Referans Kwoze  

ତହିଁ ଆରଦିନ ସେମାନେ ଯାଫୋ ନଗର ନିକଟରେ ପହଞ୍ଚିଲେ, ସେତେବେଳେ ପିତର ଛାତ ଉପରକୁ ପ୍ରାର୍ଥନା କରିବା ପାଇଁ ଯାଇଥିଲେ। ତାହା ପ୍ରାୟ ଦ୍ୱିପ୍ରହର ସମୟ ଥିଲା।


“ଯେତେବେଳେ ତୁମ୍ଭେମାନେ ଏକ ନୂତନ ଗୃହ ନିର୍ମାଣ କର, ତୁମ୍ଭେମାନେ ସେହି ଛାତର ଚତୁର୍ପାର୍ଶ୍ୱରେ ପାଚେରୀ ଉଠାଇବ। ତେବେ ତୁମ୍ଭେମାନେ କୌଣସି ଲୋକ ଛାତ ଉପରୁ ପଡ଼ି ମରିବା ପାଇଁ ଦୋଷୀ ହେବ ନାହିଁ।


ତହିଁରେ ଲୋକମାନେ ବାହାରେ ଯାଇ ତାହା ସବୁ ଆଣି ଆପଣା ପାଇଁ ପତ୍ରକୁଟୀର ନିର୍ମାଣ କଲେ। ପ୍ରତ୍ୟେକ ନିଜ ନିଜ ଗୃହର ଛାତ ଉପରେ ଓ ପ୍ରାଙ୍ଗଣରେ ପରମେଶ୍ୱରଙ୍କ ଗୃହର ସବୁ ପ୍ରାଙ୍ଗଣରେ ଓ ଜଳ ଦ୍ୱାର ଛକରେ ଓ ଇଫ୍ରୟିମ ଦ୍ୱାର ଛକରେ ଅସ୍ଥାୟୀ କୁଟୀର ନିର୍ମାଣ କଲେ।


ଥରେ ସନ୍ଧ୍ୟା ସମୟରେ ଦାଉଦ ବିଛଣାରୁ ଉଠି ଛାତ ଉପରେ ବୁଲିବା ସମୟରେ ଜଣେ ସ୍ତ୍ରୀଲୋକ ଗାଧୋଉ ଥିବାର ଦେଖିଲେ। ସେହି ସ୍ତ୍ରୀ ଜଣକ ଅତି ସୁନ୍ଦରୀ ଥିଲା।


ମୁଁ ଗୋପନରେ ତୁମ୍ଭକୁ ଯାହାସବୁ କହୁଛି, ତୁମ୍ଭେ ତାହାକୁ ପ୍ରକାଶ୍ୟ ଦିବାଲୋକରେ କୁହ। ମୁଁ ତୁମ୍ଭକୁ ଆସ୍ତେ ଆସ୍ତେ ଯାହା କହୁଛି, ତୁମ୍ଭେ ଘର ଛାତ ଉପରେ ଚିତ୍କାର କରି ତାହା କୁହ।


ଯିରୁଶାଲମର ସମସ୍ତ ଗୃହ ଓ ସମସ୍ତ ରାଜପ୍ରାସାଦଗୁଡ଼ିକ ତୋଫତ୍ ତୁଲ୍ୟ “ଅଶୁଚି” ସ୍ଥାନ ହେବ। କାରଣ ସେମାନେ ଆକାଶମଣ୍ଡଳସ୍ଥ ଅତିଥି ଉଦ୍ଦେଶ୍ୟରେ ଧୂପ ଜଳାଇ ଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟନୈବେଦ୍ୟ ଉତ୍ସର୍ଗ କରିଅଛନ୍ତି।’”


ସେତେବେଳେ କୌଣସି ଜିନିଷ ପାଇଁ ତିଳେ ହେଲେ ସମୟ ନଷ୍ଟ କରିବା ଉଚିତ୍ ନୁହେଁ। ସେତେବେଳେ ଘରର ଛାତ ଉପରେ ଥିବା ଲୋକ ଘରୁ କୌଣସି ଜିନିଷ ପାଇବା ପାଇଁ ତଳକୁ ଓହ୍ଲେଇ ନ ଆସୁ।


କିନ୍ତୁ ସେଠାରେ ଏତେ ଲୋକ ଥିଲେ ଯେ ସେମାନେ ଯୀଶୁଙ୍କ ପାଖକୁ ଯିବାକୁ ବାଟ ପାଇଲେ ନାହିଁ। ତେଣୁ ସେମାନେ ଛାତ ଉପରକୁ ଗ୍ଭଲିଗଲେ। ଛାତରୁ ଛପର କିଛି ବାହାର କରି କଣାଟିଏ କଲେ। ସେମାନେ ସେହି କଣା ବାଟେ ପକ୍ଷାଘାତ ରୋଗୀଟିକୁ ଖଟ ସହିତ ଯୀଶୁଙ୍କ ସାମନାକୁ ଖସେଇ ଦେଲେ।


ଏବଂ ଶାଉଲ ଶୋଇବା ପାଇଁ ଗଲେ। ତା’ ପରଦିନ ପ୍ରତ୍ୟୁଷରୁ ଶାମୁୟେଲ ଶାଉଲଙ୍କୁ ବିଛଣାରୁ ଉଠାଇଲେ ଏବଂ କହିଲେ, “ଶଯ୍ୟା ତ୍ୟାଗ କର, ମୁଁ ତୁମ୍ଭକୁ ତୁମ୍ଭ ଗନ୍ତବ୍ୟ ସ୍ଥାନକୁ ପଠାଇବି।” ଶାଉଲ ବିଛଣାରୁ ଉଠିଲେ ଶାମୁୟେଲଙ୍କ ସହ ବାହାରକୁ ଗଲେ।


Swiv nou:

Piblisite


Piblisite