1 ଶାମୁୟେଲ 9:2 - ପବିତ୍ର ବାଇବଲ2 କୀଶ୍ଙ୍କର ପୁଅଙ୍କର ନାମ ଶାଉଲ। ଶାଉଲ ଜଣେ ସୁନ୍ଦର ପୁରୁଷ ଥିଲେ। ଶାଉଲ ସମସ୍ତ ଇସ୍ରାଏଲୀୟଙ୍କ ମଧ୍ୟରେ ସୁନ୍ଦର ଥିଲେ ଏବଂ ସେ ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଅଧିକ ଉଚ୍ଚ ଥିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)2 ପୁଣି ତାହାର ଶାଉଲ ନାମରେ ଏକ ପୁତ୍ର ଥିଲେ, ସେ ସୁନ୍ଦର ଯୁବା ପୁରୁଷ; ଆଉ ଇସ୍ରାଏଲ-ସନ୍ତାନମାନଙ୍କ ମଧ୍ୟରେ ତାଙ୍କଠାରୁ ଅଧିକ ସୁନ୍ଦର ପୁରୁଷ ନ ଥିଲେ; ସେ ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଊର୍ଦ୍ଧ୍ଵକୁ ଉଚ୍ଚ ଥିଲେ। Gade chapit laଓଡିଆ ବାଇବେଲ2 ପୁଣି, ତାହାର ଶାଉଲ ନାମରେ ଏକ ପୁତ୍ର ଥିଲେ, ସେ ସୁନ୍ଦର ଯୁବା ପୁରୁଷ; ଆଉ ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ତାଙ୍କଠାରୁ ଅଧିକ ସୁନ୍ଦର ପୁରୁଷ ନ ଥିଲେ; ସେ ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଉର୍ଦ୍ଧ୍ୱକୁ ଉଚ୍ଚ ଥିଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 ପୁଣି, ତାହାର ଶାଉଲ ନାମରେ ଏକ ପୁତ୍ର ଥିଲେ, ସେ ସୁନ୍ଦର ଯୁବା ପୁରୁଷ; ଆଉ ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ତାଙ୍କଠାରୁ ଅଧିକ ସୁନ୍ଦର ପୁରୁଷ ନ ଥିଲେ; ସେ ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଊର୍ଦ୍ଧ୍ୱକୁ ଉଚ୍ଚ ଥିଲେ। Gade chapit la |
ପରମେଶ୍ୱରଙ୍କର ପୁତ୍ରଗଣ ଦେଖିଲେ, ସେହି କନ୍ୟାମାନେ ଦେଖିବାକୁ ବହୁତ ସୁନ୍ଦରୀ। ତେଣୁ ପରମେଶ୍ୱରଙ୍କର ପୁତ୍ରଗଣ ସେମାନଙ୍କ ପସନ୍ଦ ଅନୁସାରେ ସେମାନଙ୍କୁ ବିବାହ କଲେ। ସେହି ସ୍ତ୍ରୀମାନେ ପିଲାମାନଙ୍କୁ ଜନ୍ମ ଦେଲେ। ସେହି ସମୟରେ ଓ ପରେ ମଧ୍ୟ ପୃଥିବୀରେ ଦୈତ୍ୟମାନେ ଥିଲେ। ସେମାନେ ପୂର୍ବ ସମୟର ପ୍ରସିଦ୍ଧ ଯୋଦ୍ଧା ଥିଲେ। ଏହା ପରେ ସଦାପ୍ରଭୁ କହିଲେ, “ଲୋକମାନେ ମନୁଷ୍ୟ ମାତ୍ର, ଆମ୍ଭର ଆତ୍ମା ମନୁଷ୍ୟ ମଧ୍ୟରେ ସର୍ବଦା ଅଧିଷ୍ଠାନ କରିବ ନାହିଁ, କାରଣ ସେମାନେ କେବଳ ଶାରୀରିକ ଅଟନ୍ତି। ଏଥିପାଇଁ ସେମାନଙ୍କର ପରମାୟୁ 120 ବର୍ଷ ହେବ।”