Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 8:9 - ପବିତ୍ର ବାଇବଲ

9 ତେଣୁ ଲୋକମାନଙ୍କ କଥା ଶୁଣ ଏବଂ ସେମାନଙ୍କ କଥା ଅନୁସାରେ କାର୍ଯ୍ୟ କର। କିନ୍ତୁ ସେମାନଙ୍କୁ ସତର୍କ କରାଇଦିଅ ଯେ, ସେମାନଙ୍କ ପାଇଁ ରାଜା କ’ଣ କରିବ ଏବଂ ରାଜା କିପରି ଶାସନ କରେ ସେ କଥା ଅବଗତ କରାଇ ଦିଅ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଏହେତୁ ଏବେ ସେମାନଙ୍କ ରବରେ କର୍ଣ୍ଣପାତ କର; ତଥାପି ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ସ୍ପଷ୍ଟ ସାକ୍ଷ୍ୟ ଦିଅ ଓ ସେମାନଙ୍କ ଉପରେ ଯେ ରାଜତ୍ଵ କରିବ, ସେହି ରାଜାର ବିଧି ସେମାନଙ୍କୁ ଜଣାଅ।

Gade chapit la Kopi

ଓଡିଆ ବାଇବେଲ

9 ଏହେତୁ ଏବେ ସେମାନଙ୍କ ରବରେ କର୍ଣ୍ଣପାତ କର; ତଥାପି ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ସ୍ପଷ୍ଟ ସାକ୍ଷ୍ୟ ଦିଅ ଓ ସେମାନଙ୍କ ଉପରେ ଯେ ରାଜତ୍ୱ କରିବେ, ସେହି ରାଜାର ବିଧି ସେମାନଙ୍କୁ ଜଣାଅ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଏହେତୁ ଏବେ ସେମାନଙ୍କ ରବରେ କର୍ଣ୍ଣପାତ କର; ତଥାପି ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ସ୍ପଷ୍ଟ ସାକ୍ଷ୍ୟ ଦିଅ ଓ ସେମାନଙ୍କ ଉପରେ ଯେ ରାଜତ୍ୱ କରିବେ, ସେହି ରାଜାର ବିଧି ସେମାନଙ୍କୁ ଜଣାଅ।”

Gade chapit la Kopi




1 ଶାମୁୟେଲ 8:9
10 Referans Kwoze  

ଶାମୁୟେଲ ଲୋକମାନଙ୍କୁ ବନ୍ଧୁତାର ନିୟମ ଜଣାଇଲେ ଏବଂ ତାହା ଖଣ୍ଡେ ପୁସ୍ତକରେ ଲେଖି ସଦାପ୍ରଭୁଙ୍କ ସମ୍ମୁଖରେ ରଖିଲେ। ତା'ପରେ ଶାମୁୟେଲ ଲୋକମାନଙ୍କୁ ନିଜ ନିଜ ଘରକୁ ଯିବାକୁ କହିଲେ।


ଆଉ ଅଧିପତି ନିଶ୍ଚୟ ଲୋକମାନଙ୍କୁ ସେମାନଙ୍କ ଉତ୍ତରାଧିକାରୀରୁ ବଞ୍ଚିତ କରି ପାରିବେ ନାହିଁ, ସେମାନଙ୍କର ସମ୍ପତ୍ତିରୁ ତଡ଼ି ଦେଇ ପାରିବ ନାହିଁ। ତାଙ୍କର ପୁତ୍ରଗଣ କେବଳ ତାଙ୍କର ସମ୍ପତ୍ତିର ଅଧିକାର ପାଇବେ। ଏହି ପ୍ରକାରେ ମୋର କୌଣସି ଲୋକ ତା'ର ସମ୍ପତ୍ତିରୁ ଅଲଗା ହେବ ନାହିଁ।”


ଯଦି ଆମ୍ଭେ ସେହି ଦୁଷ୍ଟ ଲୋକଟିକୁ କହୁ, ‘ତୁମ୍ଭେ ନିଶ୍ଚିତ ଭାବରେ ମରିବ।’ ଏବଂ ଯଦି ତୁମ୍ଭେ ସେହି ଦୁଷ୍ଟ ଲୋକର କୁକର୍ମରୁ ତା'ର ଜୀବନ ରକ୍ଷା କରିବା ପାଇଁ ସତର୍କ କରିବ ନାହିଁ, ସେପରି ଦୁଷ୍ଟ ଲୋକ ତା'ର ପାପ ପାଇଁ ମରିବ କିନ୍ତୁ ତା'ର ମୃତ୍ୟୁ ପାଇଁ ମୁଁ ତୁମ୍ଭକୁ ଦାୟୀ କରିବି।


ଶାଉଲ ସାହସୀ ଥିଲେ, ସେ ପଲେଷ୍ଟୀୟ ସହ ଘୋର ଯୁଦ୍ଧ କରିଥିଲେ। ସେ ଯେକୌଣସି ସମୟରେ ସାହସୀ ଓ ଯୋଦ୍ଧା କି କୌଣସି ବିକ୍ରମଶାଳୀ ପୁରୁଷ ଦେଖିଲେ, ତାହାକୁ ଆପଣାର ସେନାବାହିନୀରେ ସାମିଲ କରୁଥିଲେ ଓ ସୁରକ୍ଷା ଦେଉଥିଲେ।


ସେହି ଯାଜକମାନେ ଲୋକମାନଙ୍କ ସହିତ ଏପରି ବ୍ୟବହାର କରିବା ଉଚିତ୍। ଯେତେବେଳେ କେହି ଜଣେ ବଳିଦାନ କଲେ ମାଂସ ସିଦ୍ଧ ହେବା ସମୟରେ ଯାଜକର ଦାସ ହସ୍ତରେ ତ୍ରିଶୁଳ ଧରି ଆସେ।


ମୁଁ ସେମାନଙ୍କୁ ମିଶରରୁ ବାହାର କରି ଆଣିଲା ସମୟରେ ଯାହା କରୁଥିଲେ, ଆଜି ପର୍ଯ୍ୟନ୍ତ ତାହା ଦୋହରାଉଛନ୍ତି। ସେମାନେ ମୋତେ ପରିତ୍ୟାଗ କଲେ ଓ ମୋ’ ବଦଳରେ ଅନ୍ୟ ଦେବତାମାନଙ୍କର ସେବା କଲେ। ସେଥିପାଇଁ ସେମାନେ ତୁମ୍ଭ ସହିତ ଏପରି ବ୍ୟବହାର କରୁଛନ୍ତି।


ଶାମୁୟେଲ ସମସ୍ତ ଇସ୍ରାଏଲୀଙ୍କୁ କହିଲେ, “ତୁମ୍ଭେମାନେ ମୋତେ ଯାହା ଯାହା କହିଲ, ମୁଁ ସେ ପ୍ରକାରେ ତୁମ୍ଭମାନଙ୍କର ଏକ ରାଜା ନିୟୋଜନ କଲି।


ମୁଁ ଯେଉଁ ଦିନଠାରୁ ତୁମ୍ଭ ପୂର୍ବପୁରୁଷମାନଙ୍କୁ ମିଶରରୁ ଆଣିଲି, ସେବେଠାରୁ ମୁଁ ବାରମ୍ବାର ସେମାନଙ୍କୁ ସାବଧାନ କରାଇଥିଲି ଏବଂ ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଛି ଶୁଣ।


Swiv nou:

Piblisite


Piblisite