Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 8:7 - ପବିତ୍ର ବାଇବଲ

7 ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଲୋକମାନଙ୍କ ମତ ଅନୁସାରେ କାର୍ଯ୍ୟ କର। ସେମାନେ ତୁମ୍ଭକୁ ଅଗ୍ରାହ୍ୟ କରି ନାହାନ୍ତି। ସେମାନେ ମୋତେ ସେମାନଙ୍କର ରାଜା ରୂପେ ପ୍ରତ୍ୟାଖାନ କରିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ସେତେବେଳେ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା ଯାହା କହନ୍ତି, ସେହିସବୁ ରବରେ କର୍ଣ୍ଣପାତ କର; କାରଣ ସେମାନେ କେବଳ ତୁମ୍ଭକୁ ଅଗ୍ରାହ୍ୟ କରି ନାହାନ୍ତି, ମାତ୍ର ଆମ୍ଭେ ଯେପରି ସେମାନଙ୍କ ଉପରେ ରାଜା ନୋହିବା, ଏଥିପାଇଁ ସେମାନେ ଆମ୍ଭକୁ ଅଗ୍ରାହ୍ୟ କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

7 ସେତେବେଳେ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା ଯାହା କହନ୍ତି, ସେହିସବୁ ରବରେ କର୍ଣ୍ଣପାତ କର; କାରଣ ସେମାନେ କେବଳ ତୁମ୍ଭକୁ ଅଗ୍ରାହ୍ୟ କରି ନାହାନ୍ତି, ମାତ୍ର ଆମ୍ଭେ ଯେପରି ସେମାନଙ୍କ ଉପରେ ରାଜା ନୋହିବା, ଏଥିପାଇଁ ସେମାନେ ଆମ୍ଭକୁ ଅଗ୍ରାହ୍ୟ କରିଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ସେତେବେଳେ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଏହି ଲୋକମାନେ ତୁମ୍ଭକୁ ଯାହା ଯାହା କହନ୍ତି, ସେହି ସବୁ ରବରେ କର୍ଣ୍ଣପାତ କର; କାରଣ ସେମାନେ କେବଳ ତୁମ୍ଭକୁ ଅଗ୍ରାହ୍ୟ କରି ନାହାନ୍ତି, ମାତ୍ର ଆମ୍ଭେ ଯେପରି ସେମାନଙ୍କ ଉପରେ ରାଜା ନୋହିବା, ଏଥିପାଇଁ ସେମାନେ ଆମ୍ଭକୁ ଅଗ୍ରାହ୍ୟ କରିଅଛନ୍ତି।

Gade chapit la Kopi




1 ଶାମୁୟେଲ 8:7
22 Referans Kwoze  

କିନ୍ତୁ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ଆଜି ପରିତ୍ୟାଗ କଲ। ପରମେଶ୍ୱର ତୁମ୍ଭମାନଙ୍କୁ ସବୁ ଅସୁବିଧାରୁ ଓ ସମସ୍ୟାରୁ ରକ୍ଷା କରନ୍ତି। କିନ୍ତୁ ତୁମ୍ଭେମାନେ କହିଲ, ‘ଆମ୍ଭମାନଙ୍କୁ ଶାସନ କରିବାକୁ ଆମ୍ଭେ ଜଣେ ରାଜା ଗ୍ଭହୁଁ।’ ସେଥିପାଇଁ ତୁମ୍ଭମାନଙ୍କର ଜାତି ଓ ପରିବାରବର୍ଗ ଅନୁସାରେ ସଦାପ୍ରଭୁଙ୍କ ନିକଟରେ ଉପସ୍ଥିତ ହୁଅ।”


ବର୍ତ୍ତମାନ ମୋର ଶତ୍ରୁମାନେ କାହାନ୍ତି? ମୁଁ ସେମାନଙ୍କର ରାଜା ନ ହୁଏ ବୋଲି ଯେଉଁମାନେ ଗ୍ଭହୁଁଥିଲେ। ସେମାନେ କାହାନ୍ତି? ମୋ’ ଶତ୍ରୁମାନଙ୍କୁ ଏଠାକୁ ଆଣ। ସେମାନଙ୍କୁ ମୋ’ ଆଖି ଆଗରେ ମାରିଦିଅ।’”


“ଯେତେବେଳେ କୌଣସି ଲୋକ ତୁମ୍ଭମାନଙ୍କ କଥା ଶୁଣେ, ସେ ପ୍ରକୃତରେ ମୋ’ କଥା ଶୁଣେ। ଯେତେବେଳେ ଜଣେ ତୁମ୍ଭମାନଙ୍କୁ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତରେ ମୋତେ ଗ୍ରହଣ କରିବାକୁ ମନା କରିଦିଏ ଏବଂ ଯେତେବେଳେ ଜଣେ ମୋତେ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତରେ ମୋତେ ପଠାଇଥିବା ପରମେଶ୍ୱରଙ୍କୁ ଗ୍ରହଣ କରିବାକୁ ମନା କରିଦିଏ।”


ଏବଂ ମୋଶା କହିଲେ, “ତେଣୁ ଆଜି ରାତ୍ରିରେ ସେ ତୁମ୍ଭମାନଙ୍କୁ ମାଂସ ଭୋଜନ କରିବାକୁ ଦେବେ। ଏବଂ ପ୍ରଭାତରେ ସେ ତୁମ୍ଭମାନଙ୍କୁ ଆବଶ୍ୟକ ପରିମାଣରେ ରୋଟୀ ମଧ୍ୟ ଦେବେ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି। ଯାହା ତୁମ୍ଭେ ଆମ୍ଭ ବିରୁଦ୍ଧରେ କଲ। କିନ୍ତୁ ଆମ୍ଭେ କିଏ? ପ୍ରକୃତରେ ତୁମ୍ଭେମାନେ ଆମ୍ଭମାନଙ୍କ ବିରୁଦ୍ଧରେ ଆପତ୍ତି କରୁ ନାହଁ। ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ଆପତ୍ତି କରୁଅଛ।”


ସେହି ବ୍ୟକ୍ତିଙ୍କୁ ସେ ରାଜ୍ୟର ନାଗରିକମାନେ ଘୃଣା କରୁଥିଲେ। ତେଣୁ ସେମାନେ ତାହାଙ୍କ ପଛରେ ଦଳେ ଲୋକଙ୍କୁ ସେଠାକୁ ପଠାଇଲେ। ସେଠାକୁ ଯାଇ ଏହି ଦଳର ଲୋକମାନେ କହିଲେ, ‘ଆମ୍ଭେ ଗ୍ଭହୁଁନା ଯେ, ସେହି ବ୍ୟକ୍ତି ଆମ୍ଭମାନଙ୍କର ରାଜା ହୁଅନ୍ତୁ।’


“ଯେଉଁ ଲୋକ ତୁମ୍ଭକୁ ସ୍ୱୀକାର କରେ, ସେ ମୋତେ ମଧ୍ୟ ସ୍ୱୀକାର କରେ, ଯେଉଁ ଲୋକ ମୋତେ ସ୍ୱୀକାର କରେ, ସେ ମୋତେ ପଠାଇଥିବା ପରମେଶ୍ୱରଙ୍କକୁ ମଧ୍ୟ ସ୍ୱୀକାର କରେ।


ମୁଁ ଏହା ସତ୍ୟ କହୁଛି, ଜଣେ ସେବକ ତା'ର ପ୍ରଭୁଠାରୁ ବଡ଼ ନୁହେଁ। ଯେଉଁ ଲୋକକୁ କିଛି କାର୍ଯ୍ୟ କରିବା ପାଇଁ ପଠାଯାଇଛି, ସେ ପ୍ରେରଣକର୍ତ୍ତାଙ୍କଠାରୁ ବଡ଼ ନୁହେଁ।


ମୁଁ ସେମାନଙ୍କ ପ୍ରତି କଠୋର ହେବି ଓ ଆଣିବି ଯାହା ସେମାନେ ଭୟ କରନ୍ତି କାରଣ ସେମାନେ ଉତ୍ତର କଲେ ନାହିଁ, ଯେତେବେଳେ ମୁଁ ସେମାନଙ୍କୁ ଡାକିଲି ଏବଂ ଶୁଣିଲେ ନାହିଁ ଯେତେବେଳେ ସେମାନେ କୁହା ହେଲେ। ସେମାନେ ସବୁକିଛି କଲେ ଯାହା ମୋର ଚକ୍ଷୁରେ ମନ୍ଦ ବୋଲି ବୁଝା ହେଲା। ସେମାନେ ଜିନିଷ ମନୋନୀତ କଲେ, ଯାହା ମୁଁ ପସନ୍ଦ କଲି ନାହିଁ।”


ସେହି ରାତ୍ରିରେ ପରମେଶ୍ୱର ବିଲିୟମ ନିକଟକୁ ଆସିଲେ ଏବଂ କହିଲେ, “ଯଦି ଏହି ଲୋକମାନେ ତୁମ୍ଭକୁ ସେମାନଙ୍କ ସଙ୍ଗରେ ଯିବାକୁ ଅନୁରୋଧ କରୁଛନ୍ତି, ତୁମ୍ଭେ ଯାଇପାର, କିନ୍ତୁ ମୁଁ ତୁମ୍ଭକୁ ଯାହା କହିଅଛି, ତୁମ୍ଭେ ତାହା ହିଁ କରିବା ଉଚିତ୍।”


କିନ୍ତୁ ଗିଦିୟୋନ ଇସ୍ରାଏଲର ଲୋକମାନଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭର ଶାସକ ହେବେ। ମୁଁ ତୁମ୍ଭକୁ ଶାସନ କରିବି ନାହିଁ। ଏବଂ ମୋର ପୁତ୍ରମାନେ ମଧ୍ୟ ତୁମ୍ଭକୁ ଶାସନ କରିବେ ନାହିଁ।”


ମୁଁ ସେମାନଙ୍କୁ ମିଶରରୁ ବାହାର କରି ଆଣିଲା ସମୟରେ ଯାହା କରୁଥିଲେ, ଆଜି ପର୍ଯ୍ୟନ୍ତ ତାହା ଦୋହରାଉଛନ୍ତି। ସେମାନେ ମୋତେ ପରିତ୍ୟାଗ କଲେ ଓ ମୋ’ ବଦଳରେ ଅନ୍ୟ ଦେବତାମାନଙ୍କର ସେବା କଲେ। ସେଥିପାଇଁ ସେମାନେ ତୁମ୍ଭ ସହିତ ଏପରି ବ୍ୟବହାର କରୁଛନ୍ତି।


ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ସେମାନେ ଯାହା କହୁଛନ୍ତି ତୁମ୍ଭେ ଶୁଣ ଏବଂ ସେମାନଙ୍କୁ ଏକ ରାଜା ଦିଅ।” ଶାମୁୟେଲ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଜଣେ ରାଜା ପାଇବ। ତୁମ୍ଭେମାନେ ସମସ୍ତେ ଘରକୁ ଫେରିଯାଅ।”


ଶାମୁୟେଲ ସମସ୍ତ ଇସ୍ରାଏଲୀଙ୍କୁ କହିଲେ, “ତୁମ୍ଭେମାନେ ମୋତେ ଯାହା ଯାହା କହିଲ, ମୁଁ ସେ ପ୍ରକାରେ ତୁମ୍ଭମାନଙ୍କର ଏକ ରାଜା ନିୟୋଜନ କଲି।


ତା'ପରେ ତୁମ୍ଭେ ଦେଖିଲ ଅମ୍ମୋନର ରାଜା ନାହଶ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ତୁମ୍ଭେ କହିଲ, ‘ନା! ଆମ୍ଭେ ଜଣେ ରାଜା ଗ୍ଭହୁଁ’ ଯଦିଓ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କର ରାଜା ଥିଲେ।


ଆମ୍ଭେ ସେମାନଙ୍କୁ କହିଥିଲୁ, ‘ତୁମ୍ଭର କୌଣସି ଏବ୍ରୀୟ ଭ୍ରାତା ତୁମ୍ଭ ନିକଟରେ ବୀକ୍ରିତ ହୋଇ ଛଅ ବର୍ଷ ତୁମ୍ଭର ଦାସ୍ୟକର୍ମ କଲା ଉତ୍ତାରେ ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାୟ ଦେବ, ତୁମ୍ଭେମାନେ ପ୍ରତ୍ୟେକ ସାତ ବର୍ଷର ଶେଷରେ ଆପଣା ଆପଣାର ସେହି ଭ୍ରାତାଙ୍କୁ ମୁକ୍ତ କରିବ।’ ମାତ୍ର ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭର ବାକ୍ୟ ଶୁଣିଲେ ନାହିଁ କି କର୍ଣ୍ଣପାତ କଲେ ନାହିଁ।


ତା'ପରେ ସେ ମୋତେ କହିଲା, “ହେ ମନୁଷ୍ୟ ପୁତ୍ର, ମୁଁ ତୁମ୍ଭକୁ ଇସ୍ରାଏଲର ସନ୍ତାନଗଣଙ୍କ ନିକଟକୁ ପ୍ରେରଣ କରୁଛି। ସେମାନେ ଏକ ବିଦ୍ରୋହୀ ଜାତି। ସେମାନେ ଓ ସେମାନଙ୍କର ପୂର୍ବପୁରୁଷଗଣ ମୋ’ ବିରୁଦ୍ଧରେ ବିଦ୍ରୋହ କଲେ ଓ ଆଜି ପର୍ଯ୍ୟନ୍ତ ପାପ କରି ଗ୍ଭଲିଛନ୍ତି।


କିନ୍ତୁ ଇସ୍ରାଏଲ ଭବିଷ୍ୟଦ୍ ବଂଶଧରଗଣ ତୁମ୍ଭ କଥା ଶୁଣିବା ପାଇଁ ଇଚ୍ଛା କରିବେ ନାହିଁ। କାରଣ ସେମାନେ ଆମ୍ଭ କଥା ଶୁଣିବା ପାଇଁ ଗ୍ଭହାନ୍ତି ନାହିଁ। ସମୁଦାୟ ଇସ୍ରାଏଲର ଲୋକମାନେ ଜି‌‌ଦ୍‌‌ଖୋର ଓ କଠିନ ଚିତ୍ତ ଅଟନ୍ତି।


Swiv nou:

Piblisite


Piblisite