Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 8:18 - ପବିତ୍ର ବାଇବଲ

18 ଦିନ ଆସିବ ଯେତେବେଳେ ତୁମ୍ଭେ ବାଛିଥିବା ରାଜାଙ୍କୁ ଶାସନ ପାଇଁ ଚିତ୍କାର କରିବ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ କିଛି ଉତ୍ତର ଦେବେ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ପୁଣି ସେ ସମୟରେ ତୁମ୍ଭେମାନେ ଆପଣା ମନୋନୀତ ରାଜା ସକାଶୁ କ୍ରନ୍ଦନ କରିବ; ମାତ୍ର ସେସମୟରେ ସଦାପ୍ରଭୁ ତୁମ୍ଭମାନଙ୍କୁ ଉତ୍ତର ଦେବେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

18 ପୁଣି, ସେ ସମୟରେ ତୁମ୍ଭେମାନେ ଆପଣା ମନୋନୀତ ରାଜା ସକାଶୁ କ୍ରନ୍ଦନ କରିବ; ମାତ୍ର ସେସମୟରେ ସଦାପ୍ରଭୁ ତୁମ୍ଭମାନଙ୍କୁ ଉତ୍ତର ଦେବେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ପୁଣି, ସେସମୟରେ ତୁମ୍ଭେମାନେ ଆପଣା ମନୋନୀତ ରାଜା ସକାଶୁ କ୍ରନ୍ଦନ କରିବ; ମାତ୍ର ସେସମୟରେ ସଦାପ୍ରଭୁ ତୁମ୍ଭମାନଙ୍କୁ ଉତ୍ତର ଦେବେ ନାହିଁ।”

Gade chapit la Kopi




1 ଶାମୁୟେଲ 8:18
13 Referans Kwoze  

ତେଣୁ ତୁମ୍ଭେମାନେ ଯେତେବେଳେ ସଦାପ୍ରଭୁଙ୍କୁ ନିବେଦନ କରିବ, କିନ୍ତୁ ସେ କୌଣସି ଉତ୍ତର ଦେବେ ନାହିଁ। ଆଉ ମଧ୍ୟ ତୁମ୍ଭେମାନେ ଦୁଷ୍କର୍ମ କରିଥିବାରୁ ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ମୁହଁ ଲୁଗ୍ଭଇବେ।”


“ତୁମ୍ଭେମାନେ ସବୁ ହସ୍ତ ପ୍ରସାରଣ କରି ମୋତେ ପ୍ରାର୍ଥନା କରିବ, ମାତ୍ର ମୁଁ ବିମୁଖ ହୋଇ ଚକ୍ଷୁ ଆଚ୍ଛାଦିତ କରିବି। ତୁମ୍ଭେମାନେ ସବୁ ଅନେକ ପ୍ରାର୍ଥନା କରିବ, ମାତ୍ର ମୁଁ ତାହା ଶୁଣିବି ନାହିଁ। କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତରେ ପରିପୂର୍ଣ୍ଣ।


ତୁମ୍ଭେମାନେ ଯଦି ସେହି ଭୁଲ ଆଦେଶ ପାଳନ କରିବ ତେବେ ଦେଶରେ କଷ୍ଟ ଓ ଅନାହାର ଦେଖାଦେବ। ସେତେବେଳେ ସେମାନେ ବିରକ୍ତ ହେବେ ଏବଂ ସେମାନଙ୍କର ଶାସକ ଓ ପରମେଶ୍ୱରଙ୍କ ବିରୁଦ୍ଧରେ କହିବେ। ତା'ପରେ ସେମାନେ ପରମେଶ୍ୱରଙ୍କଠାରୁ ସାହାଯ୍ୟ ପାଇଁ ଊର୍ଦ୍ଧ୍ୱକୁ ଗ୍ଭହିଁବେ।


ଯଦି ଜଣେ ଲୋକ ତା'ର ଘରର କବାଟ ବନ୍ଦ କରି ଦିଏ ତେବେ ତୁମ୍ଭେମାନେ ବାହାରେ ଠିଆ ହୋଇ କବାଟ ବାଡ଼େଇବ। କିନ୍ତୁ ସେ କବାଟ ଖୋଲିବ ନାହିଁ। ତୁମ୍ଭେମାନେ କହିବ, ‘ଆଜ୍ଞା, ଆମ୍ଭ ପାଇଁ ଦ୍ୱାର ଫିଟାନ୍ତୁ।’ କିନ୍ତୁ ଲୋକଟି କହିବ, ‘ମୁଁ ତୁମ୍ଭକୁ ଜାଣି ନାହିଁ। ତୁମ୍ଭେମାନେ କେଉଁଠାରୁ ଆସିଛ?’


ଯେଉଁ ଲୋକ ଦୁଃଖୀ ଦରିଦ୍ରର ଡାକ ଶୁଣେ ନାହିଁ, ସେ ମଧ୍ୟ ଆପେ ଡାକିବ, କିନ୍ତୁ ଉତ୍ତର ପାଇବ ନାହିଁ।


ମୋର ଶତ୍ରୁମାନେ ସାହାଯ୍ୟ ପାଇଁ ଚିତ୍କାର କଲେ, କିନ୍ତୁ କେହି ସେମାନଙ୍କୁ ରକ୍ଷା କରିବାକୁ ଆଗେଇ ଆସି ନ ଥିଲେ। ସେମାନେ ସଦାପ୍ରଭୁଙ୍କୁ ମଧ୍ୟ ଡାକିଲେ କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ।


ପରମେଶ୍ୱର କ’ଣ ତା'ର ସାହାଯ୍ୟର ଡାକ ଶୁଣିବେ, ଯେତେବେଳେ ତା’ ପ୍ରତି ଅସୁବିଧା ଆସିବ?


ସେ ତୁମ୍ଭମାନଙ୍କର ଗୋଠର ଏକ-ଦଶମାଂଶ ନେଇଯିବେ। “ଏବଂ ତୁମ୍ଭେମାନେ ରାଜାଙ୍କର କ୍ରୀତଦାସ ହୋଇ ରହିବ।


ମୋର ପିତା ତୁମ୍ଭମାନଙ୍କ ଉପରେ ଏକ ଭାରୀ ବୋଝ ଲଦି ଦେଇଛନ୍ତି, ମୁଁ ସେହି ବୋଝକୁ ଆହୁରି ଭାରୀ କରିବି। ମୋର ପିତା ତୁମ୍ଭକୁ ଗ୍ଭବୁକ ଦ୍ୱାରା ଦଣ୍ଡ ଦେଉଥିଲେ। ମୁଁ ତୁମ୍ଭମାନଙ୍କୁ ଏ ପ୍ରକାର ଗ୍ଭବୁକ ଦ୍ୱାରା ଶାସନ କରିବି, ଯେଉଁଥିରେ ମୁନିଆ କଣ୍ଟାମାନ ବାହାରିଥିବ।’”


ପରମେଶ୍ୱରଙ୍କଠାରେ ଆସ୍ଥା ବିହୀନ ବ୍ୟକ୍ତି ମୃତ୍ୟୁ ସମୟରେ କ’ଣ ଆଶା କରିବ? ଯେତେବେଳେ ପରମେଶ୍ୱର ତା'ର ପ୍ରାଣ ନିଅନ୍ତି, ସେହି ଲୋକର କୌଣସି ଆଶା ନ ଥାଏ।


ମୁଁ ଏଠାରେ ଦେଖୁଛି, ଦେଖ! ସଦାପ୍ରଭୁଙ୍କର ହସ୍ତ ଏତେ ଛୋଟ ହୋଇଯାଇ ନାହିଁ, ଯାହାକି ତୁମ୍ଭକୁ ପରିତ୍ରାଣ କରି ନ ପାରିବ। ତାଙ୍କର କର୍ଣ୍ଣ ତୁମ୍ଭକୁ ଶୁଣିବାକୁ ଏତେ ଭାରୀ ହୋଇ ନାହିଁ।


ଏଣୁ ଆମ୍ଭେ ସେମାନଙ୍କ ବିଷୟରେ ଆମ୍ଭର କ୍ରୋଧଭାବ ଦେଖାଇବା। ଆମ୍ଭେ ସେମାନଙ୍କୁ ଅନୁକମ୍ପା କରିବା ନାହିଁ କି ଦୟା ଦେଖାଇବା ନାହିଁ। ଏବଂ ଏପରିକି ଯଦି ସେମାନେ ଆମ୍ଭ କର୍ଣ୍ଣ ପାଖରେ ଉଚ୍ଚ ସ୍ୱରରେ ଡାକନ୍ତି, ତଥାପି ଆମ୍ଭେ ସେମାନଙ୍କ କଥା ଶୁଣିବା ନାହିଁ।”


Swiv nou:

Piblisite


Piblisite