Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 7:5 - ପବିତ୍ର ବାଇବଲ

5 ଶାମୁୟେଲ କହିଲେ, “ଇସ୍ରାଏଲୀୟମାନେ ତୁମ୍ଭେମାନେ ସମସ୍ତେ ମି‌ସ୍‌ପୀରେ ମିଳିତ ହୁଅ। ମୁଁ ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଅନନ୍ତର ଶାମୁୟେଲ କହିଲେ, ତୁମ୍ଭେମାନେ ସମୁଦାୟ ଇସ୍ରାଏଲକୁ ମିସ୍ପୀରେ ଏକତ୍ର କର, ତହିଁରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବି।

Gade chapit la Kopi

ଓଡିଆ ବାଇବେଲ

5 ଏଥିଉତ୍ତାରେ ଶାମୁୟେଲ କହିଲେ, ତୁମ୍ଭେମାନେ ସମୁଦାୟ ଇସ୍ରାଏଲକୁ ମିସ୍ପାରେ ଏକତ୍ର କର, ତହିଁରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଏଥିଉତ୍ତାରେ ଶାମୁୟେଲ କହିଲେ, “ତୁମ୍ଭେମାନେ ସମୁଦାୟ ଇସ୍ରାଏଲକୁ ମିସ୍ପାରେ ଏକତ୍ର କର, ତହିଁରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବି।”

Gade chapit la Kopi




1 ଶାମୁୟେଲ 7:5
18 Referans Kwoze  

ଏଣୁ ଇସ୍ରାଏଲର ସମସ୍ତ ଲୋକ ଏକତ୍ରିତ ହେଲେ। ସେମାନେ ସମସ୍ତେ ମି‌ସ୍‌ପୀରେ ସଦାପ୍ରଭୁଙ୍କଠାରେ ଏକତ୍ରିତ ହେଲେ। ଇସ୍ରାଏଲୀୟମାନେ ଦା‌ନ୍‌ଠାରୁ ‌ବେ‌ର୍‌ଶେବା ପର୍ଯ୍ୟନ୍ତ ଓ ଗିଲିୟଦଠାରୁ ମଧ୍ୟ ଆସିଲେ।


ସବୁ ଲୋକଙ୍କୁ ଏକତ୍ରିତ କର। ସ୍ୱତନ୍ତ୍ର ସଭାର ଆୟୋଜନ କର। ବୃଦ୍ଧ, ପିଲା, ଶିଶୁ ଓ ଦୁ‌ଗ୍‌ଧପୋଷ୍ୟ ଶିଶୁମାନଙ୍କୁ ଏକତ୍ରିତ କର। ନବ ବିବାହିତ ବର କନ୍ୟା ନିଜ ଶୟନକକ୍ଷରୁ ବାହାରକୁ ଆସନ୍ତୁ।


ସେହି ମାସର ଚବିଶ ଦିନରେ ଇସ୍ରାଏଲର ଲୋକମାନେ ଏକତ୍ରିତ ହେଲେ। ସେମାନେ ଉପବାସ କରି ଦୁଃଖଦ ବସ୍ତ୍ର ପିନ୍ଧି ଏବଂ ସେମାନଙ୍କ ମୁଣ୍ତରେ କାଦୁଅ ବୋଳି ଏକତ୍ର ଠିଆ ହେଲେ।


ଏହା ପରେ ବାବିଲର ରାଜା ଗଦଲିୟକୁ ଶାସନକର୍ତ୍ତା କରିଅଛି ବୋଲି ଶୁଣି ସେନାପତିଗଣ ଓ ସେମାନଙ୍କ ଲୋକମାନେ ଯଥା: ନଥନିୟର ପୁତ୍ର ଇ‌ଶ୍‌ମାୟେଲ, କାରେହର ପୁତ୍ର ଯୋହାନନ୍, ନାଟୋଫାତୀୟଠାରୁ ତନ୍‌‌ହୂମତର ପୁତ୍ର ସରାୟ, ମାଖାତୀୟର ପୁତ୍ର ଯାସନିୟ ଓ ସେମାନଙ୍କର ଲୋକମାନେ ମି‌ସ୍‌ପାର ଗଦଲିୟ ନିକଟକୁ ଆସିଲେ।


ମୋ’ ପକ୍ଷରେ, ମୁଁ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରୁ ନିବୃତ୍ତ ହେବି ନାହିଁ। ଯଦି ମୁଁ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରିବା ବନ୍ଦ କରି ଦେବି, ତେବେ ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିବି। ମୁଁ ତୁମ୍ଭମାନଙ୍କୁ ଉତ୍ତମ ଓ ସ‌‌ତ୍‌‌ଶିକ୍ଷା ଦେବା ଗ୍ଭଲୁ ରଖିବି।


ଶାମୁୟେଲ ଇସ୍ରାଏଲବାସୀଙ୍କୁ ମି‌ସ୍‌ପୀରେ ଏକତ୍ରିତ ହେବା ପାଇଁ ଡକାଇଲେ।


ସେ ପ୍ରତି ବର୍ଷ ଦେଶର ଚତୁର୍ଦ୍ଦିଗ ଯାତ୍ରା କରନ୍ତି। ସେ ବୈଥେଲ୍, ଗି‌ଲ୍‌ଗଲ୍ ଓ ମି‌ସ୍‌ପୀ ପ୍ରଭୃତି ସ୍ଥାନକୁ ଯାତ୍ରା କଲେ। ସେ ଲୋକଙ୍କୁ ଅନୁଧ୍ୟାନ କରି ଶାସନ ଚଲାଇଲେ।


ଶାମୁୟେଲ ଏକ ପଥର ପ୍ରତିଷ୍ଠା କଲେ। ସେ ଏହା କରିବାର ଉଦ୍ଦେଶ୍ୟ ଲୋକମାନଙ୍କୁ ସାହାଯ୍ୟ କରିବା ଏବଂ ସଦାପ୍ରଭୁଙ୍କର ସାହାଯ୍ୟ ମନେ ରଖିବା, ସେ ଏହି ପଥରକୁ ମି‌ସ୍‌ପୀ ଓ ଶେନ ମଧ୍ୟରେ ପ୍ରତିଷ୍ଠା କଲେ ଏହାର ନାମ “ସାହାଯ୍ୟକାରୀ ପଥର” ରଖିଲେ। ଶାମୁୟେଲ କହିଲେ, “ସଦାପ୍ରଭୁ ଆମ୍ଭକୁ ଏ ସ୍ଥାନରେ ସବୁ ପ୍ରକାର ସାହାଯ୍ୟ କରିଛନ୍ତି।”


ଦିଲିୟନ୍, ମି‌‌ସ୍‌‌ପୀ, ଯକ୍ତେଲ,


ତେଣୁ ତୁମ୍ଭେ ଅବ୍ରହାମଙ୍କୁ ପୁନରାୟ ତାଙ୍କ ସ୍ତ୍ରୀଙ୍କୁ ତାଙ୍କୁ ଫେରାଇଦିଅ। ଅବ୍ରହାମ ଜଣେ ଭବିଷ୍ୟ‌ଦ୍‌ବକ୍ତା। ସେ ତୁମ୍ଭ ପାଇଁ ପ୍ରାର୍ଥନା କରିବ। ତୁମ୍ଭେ ବଞ୍ଚି ରହିବ। ତୁମ୍ଭେ ଯଦି ସାରାକୁ ନ ଫେରାଅ ତେବେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରି କହୁଛି ତୁମ୍ଭେ ମରିବ। ଏବଂ ତୁମ୍ଭର ପରିବାର ତୁମ୍ଭ ସହିତ ମୃତ୍ୟୁବରଣ କରିବେ।”


ଏହା ପରେ ଲାବନ କହିଲେ, “ସଦାପ୍ରଭୁ ଆମ୍ଭର ପର୍ଯ୍ୟବେକ୍ଷଣ କରନ୍ତୁ ଏବଂ ଆମ୍ଭର ମଧ୍ୟସ୍ଥ ହୁଅନ୍ତୁ।” ଯେତେବେଳେ ଆମ୍ଭେମାନେ ପରସ୍ପରଠାରୁ ଦୂରରେ ରହିବୁ। ତା'ପରେ ସେ ଏହାକୁ ମଧ୍ୟ ଡାକିଲେ: ମି‌ସ୍‌ପା।


ଅମ୍ମୋନୀୟମାନେ ଗିଲିୟଦରେ ସେମାନଙ୍କର ଛାଉଣି ସ୍ଥାପନ କଲେ ଏବଂ ଇସ୍ରାଏଲ ଲୋକମାନେ, ଏକତ୍ରିତ ହେଲେ ଓ ମି‌ସ୍‌ପୀରେ ସେମାନଙ୍କର ଛାଉଣି ସ୍ଥାପନ କଲେ।


ଇସ୍ରାଏଲୀୟମାନେ ସେମାନଙ୍କର ବାଲ୍ ଓ ଅଷ୍ଟାରୋତ ପ୍ରତିମୂର୍ତ୍ତିକୁ ଫିଙ୍ଗି ଦେଲେ। ସେମାନେ କେବଳ ସଦାପ୍ରଭୁଙ୍କର ସେବା କଲେ।


ତେଣୁ ବୟସ୍କ ଭଦ୍ରବ୍ୟକ୍ତିମାନେ ନେତୃତ୍ୱ ପାଇଁ ଜଣେ ରାଜା ଗ୍ଭହିଁଲେ। ଶାମୁୟେଲ ଏହାକୁ ଏକ ଭୁଲ୍ ଚିନ୍ତାଧାରା ବୋଲି ଭାବିଲେ। ସେଥିପାଇଁ ଶାମୁୟେଲ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ।


ବର୍ତ୍ତମାନ ଗହମ କାଟିବାର ସମୟ। କିନ୍ତୁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ଯେପରି ସେ ମେଘ ଗର୍ଜନ ଓ ବୃଷ୍ଟି ପଠାଇବେ। ସେଥିରୁ ତୁମ୍ଭେମାନେ ଜାଣିବ ଯେ, ସଦାପ୍ରଭୁଙ୍କ ବିରୁଦ୍ଧରେ ତୁମ୍ଭେ ରାଜା ଦାବିକରି ବହୁତ ପାପ କରିଅଛ।”


ତେଣୁ ଯିରିମିୟ ମିସ୍ପାରେ ଅହୀକାମର ପୁତ୍ର ଗଦଲିୟ ନିକଟକୁ ଯାଇ ଅବଶିଷ୍ଟ ଲୋକମାନଙ୍କ ମଧ୍ୟରେ ଯିହୁଦାରେ ତାଙ୍କ ସଙ୍ଗେ ବାସ କଲେ।


ମି‌‌ସ୍‌‌ପୀ, କଫୀରା, ମୋ‌ତ୍‌ସା,


“ପୁରୋହୀତଗଣ, ଇସ୍ରାଏଲ ଅଧିବାସୀଗଣ ଓ ରାଜପରିବାରର ଲୋକମାନେ ମୋ’ କଥା ଶୁଣ। ତୁମ୍ଭେମାନେ ଦୋଷୀ ବୋଲି ବିଗ୍ଭରିତ ହୋଇଛ। “ତୁମ୍ଭେମାନେ ମି‌‌ସ୍‌‌ପା ପର୍ବତର ଯନ୍ତା ଓ ତାବୋର ପର୍ବତର ପାଦଦେଶରେ ବିଛାଯାଇଥିବା ଜାଲ ସଦୃଶ ଥିଲ।


Swiv nou:

Piblisite


Piblisite