Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 7:4 - ପବିତ୍ର ବାଇବଲ

4 ଇସ୍ରାଏଲୀୟମାନେ ସେମାନଙ୍କର ବାଲ୍ ଓ ଅଷ୍ଟାରୋତ ପ୍ରତିମୂର୍ତ୍ତିକୁ ଫିଙ୍ଗି ଦେଲେ। ସେମାନେ କେବଳ ସଦାପ୍ରଭୁଙ୍କର ସେବା କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ତେବେ ଇସ୍ରାଏଲ-ସନ୍ତାନଗଣ ବାଲ୍-ଦେବତାମାନଙ୍କୁ ଓ ଅଷ୍ଟାରୋତ୍ ଦେବୀଗଣକୁ ଦୂର କଲେ ଓ କେବଳ ସଦାପ୍ରଭୁଙ୍କୁ ସେବା କଲେ।

Gade chapit la Kopi

ଓଡିଆ ବାଇବେଲ

4 ତେବେ ଇସ୍ରାଏଲ ସନ୍ତାନଗଣ ବାଲ୍‍-ଦେବତାମାନଙ୍କୁ ଓ ଅଷ୍ଟାରୋତ୍‍ ଦେବୀଗଣକୁ ଦୂର କଲେ ଓ କେବଳ ସଦାପ୍ରଭୁଙ୍କୁ ସେବା କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ତେବେ ଇସ୍ରାଏଲ-ସନ୍ତାନଗଣ ବାଲ୍‍-ଦେବତାମାନଙ୍କୁ ଓ ଅଷ୍ଟାରୋତ୍‍ ଦେବୀଗଣକୁ ଦୂର କଲେ ଓ କେବଳ ସଦାପ୍ରଭୁଙ୍କୁ ସେବା କଲେ।

Gade chapit la Kopi




1 ଶାମୁୟେଲ 7:4
11 Referans Kwoze  

“ଇଫ୍ରୟିମ କହିବ, ପ୍ରତିମାଗୁଡ଼ିକରେ ମୋର କିଛି କରିବାର ନାହିଁ। ଆମ୍ଭେ ଉତ୍ତର ଦେବା, ଆମ୍ଭେ ସେହି ପ୍ରଭୁ ତୁମ୍ଭର ପ୍ରାର୍ଥନା ଶୁଣୁ ଓ ତୁମ୍ଭମାନଙ୍କ ଉପରେ ଦୃଷ୍ଟି ରଖୁ। ଆମ୍ଭେ ଗୋଟିଏ ଦେବଦାରୁ ଗଛପରି ଚିର ସବୁଜ। ତୁମ୍ଭର ଫଳ ଆମ୍ଭଠାରୁ ଆସେ।”


ଅଶୂର ଆମ୍ଭକୁ ରକ୍ଷା କରିବ ନାହିଁ। ଆମ୍ଭେମାନେ ଯୁଦ୍ଧ ଅଶ୍ୱରେ ଆରୋହଣ କରିବୁ ନାହିଁ। ଆମ୍ଭର ହସ୍ତ ନିର୍ମିତ ମୂର୍ତ୍ତିଗୁଡ଼ିକୁ ‘ଆମ୍ଭର ପରମେଶ୍ୱର’ ବୋଲି ଆମ୍ଭେ ପୁଣି କହିବୁ ନାହିଁ। କାରଣ ତୁମ୍ଭେ ହେଉଛ ସେହି ପରମେଶ୍ୱର ଯିଏ କି ଅନାଥକୁ ଦୟା ଦେଖାଅ ଏବଂ ଆମ୍ଭମାନଙ୍କୁ ଦୟା କରିବ।”


ଆମ୍ଭେ ଶଲୋମନର ରାଜ୍ୟ କାଢ଼ି ନେବାର କାରଣ ହେଉଛି, ସେ ଆମ୍ଭର ପଶ୍ଚା‌ଦ୍‌ଗାମୀ ହେଲା ନାହିଁ। ସେ ମୋତେ ପରିତ୍ୟାଗ କରି ସୀଦୋନୀୟମାନଙ୍କ ଅଷ୍ଟାରୋତ୍ ଦେବତା, ମୋୟାବର କମୋଶ୍ ଦେବତାକୁ ଓ ଅମ୍ମୋନୀୟମାନଙ୍କର ମି‌ଲ୍‌‌‌କମ୍ ଦେବତାକୁ ପ୍ରଣାମ କରିଅଛି। ମୋ’ କଥିତ ମାର୍ଗ ଅନୁସାରେ ସେ ବାସ କଲା ନାହିଁ। ତା'ର ପିତା ଦାଉଦ ପରି ସେ ମୋର ନିର୍ଦ୍ଦେଶ ଓ ନିୟମ ଆଜ୍ଞା ମାନିଲା ନାହିଁ।


ଇସ୍ରାଏଲବାସୀମାନେ ସଦାପ୍ରଭୁଙ୍କୁ ତ୍ୟାଗ କଲେ ଏବଂ ମିଥ୍ୟାବାଦୀ ବା‌‌ଲ୍‌‌ଦେବ ଓ ଅଷ୍ଟାରୋତ ଦେବତାଗଣଙ୍କୁ ପୂଜା କରିବାକୁ ଲାଗିଲେ।


ଏହା ପରେ ଇସ୍ରାଏଲର ଲୋକମାନେ ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ସେହିପରି କାର୍ଯ୍ୟ କଲେ। ଇସ୍ରାଏଲର ଲୋକମାନେ ମିଥ୍ୟାବାଦୀ ବାଲ୍- ଦେବତାଙ୍କୁ ପୂଜା କଲେ।


ତା'ପରେ ଶାମୁୟେଲ ଇସ୍ରାଏଲୀୟମାନଙ୍କୁ କହିଲେ, “ପ୍ରକୃତରେ ତୁମ୍ଭେମାନେ ଯଦି ହୃଦୟର ସହିତ ସଦାପ୍ରଭୁଙ୍କ ପାଖକୁ ପ୍ରତ୍ୟାବର୍ତ୍ତନ କରିଛ, ତେବେ ତୁମ୍ଭେମାନେ ବିଦେଶୀ ପ୍ରତିମାଗୁଡ଼ିକୁ ଓ ଅଷ୍ଟାରୋତ ପ୍ରତିମା ଫିଙ୍ଗିଦିଅ। ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ସମର୍ପଣ କର ଓ କେବଳ ତାଙ୍କୁ ହିଁ ସେବା କର। ସଦାପ୍ରଭୁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କଠାରୁ ରକ୍ଷା କରିବେ।”


ଶାମୁୟେଲ କହିଲେ, “ଇସ୍ରାଏଲୀୟମାନେ ତୁମ୍ଭେମାନେ ସମସ୍ତେ ମି‌ସ୍‌ପୀରେ ମିଳିତ ହୁଅ। ମୁଁ ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି।”


ଯଦି ସେହି ବନ୍ଦୀମାନେ ସେହି ଦୂର ଦେଶରେ ସେମାନଙ୍କର ହୃଦୟ ସହକାରେ ତୁମ୍ଭ ପ୍ରତି ଫେରନ୍ତି। ପୁଣି ତୁମ୍ଭେ ସେମାନଙ୍କର ପୂର୍ବପୁରୁଷଗଣଙ୍କୁ ଦେଇଥିବା ଦେଶକୁ, ତୁମ୍ଭର ମନୋନୀତ ନଗରକୁ ତୁମ୍ଭ ସମ୍ମାନାର୍ଥେ ମୁଁ କରିଥିବା ମନ୍ଦିରକୁ ଫେରି ଆସନ୍ତି।


ଶଲୋମନ ସୀଦୋନୀୟମାନଙ୍କ ଦେବତା ଅଷ୍ଟାରୋତକୁ ଓ ଅମ୍ମୋନୀୟମାନଙ୍କ ଭୟଙ୍କର ମୂର୍ତ୍ତି ମି‌ଲ୍‌‌‌କମର ଉପାସନା କଲେ।


ନବାଟଙ୍କ ପୁତ୍ର ଯାରବିୟାମ ବୈଥେ‌ଲ୍‌ରେ ଯେଉଁ ଯଜ୍ଞବେଦି ନିର୍ମାଣ କରି ଇସ୍ରାଏଲ ଲୋକଙ୍କୁ ପାପ କରାଇଥିଲେ ଓ ସେ ଯେଉଁ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ଯୋଶିୟ ସେହି ଯଜ୍ଞବେଦି ଓ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ। ଯୋଶିୟ ସେହି ପ୍ରସ୍ତରକୁ ପେଷି ଚୂର୍ଣ୍ଣ କଲେ ଓ ଆଶେରା ମୂର୍ତ୍ତିକୁ ଦ‌ଗ୍‌ଧ କଲେ।


Swiv nou:

Piblisite


Piblisite