1 ଶାମୁୟେଲ 7:3 - ପବିତ୍ର ବାଇବଲ3 ତା'ପରେ ଶାମୁୟେଲ ଇସ୍ରାଏଲୀୟମାନଙ୍କୁ କହିଲେ, “ପ୍ରକୃତରେ ତୁମ୍ଭେମାନେ ଯଦି ହୃଦୟର ସହିତ ସଦାପ୍ରଭୁଙ୍କ ପାଖକୁ ପ୍ରତ୍ୟାବର୍ତ୍ତନ କରିଛ, ତେବେ ତୁମ୍ଭେମାନେ ବିଦେଶୀ ପ୍ରତିମାଗୁଡ଼ିକୁ ଓ ଅଷ୍ଟାରୋତ ପ୍ରତିମା ଫିଙ୍ଗିଦିଅ। ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ସମର୍ପଣ କର ଓ କେବଳ ତାଙ୍କୁ ହିଁ ସେବା କର। ସଦାପ୍ରଭୁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କଠାରୁ ରକ୍ଷା କରିବେ।” Gade chapit laପବିତ୍ର ବାଇବଲ (Re-edited) - (BSI)3 ତହିଁରେ ଶାମୁୟେଲ ସମୁଦାୟ ଇସ୍ରାଏଲ-ବଂଶକୁ କହିଲେ, ଯେବେ ତୁମ୍ଭେମାନେ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କ ପ୍ରତି ଫେରୁଅଛ, ତେବେ ଆପଣାମାନଙ୍କ ମଧ୍ୟରୁ ବିଦେଶୀୟ ଦେବତାମାନଙ୍କୁ ଓ ଅଷ୍ଟାରୋତ୍ ଦେବୀଗଣକୁ ଦୂର କର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କ ଅନ୍ତଃକରଣ ପ୍ରସ୍ତୁତ କର ଓ କେବଳ ତାହାଙ୍କୁ ସେବା କର; ତହିଁରେ ସେ ପଲେଷ୍ଟୀୟମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବେ। Gade chapit laଓଡିଆ ବାଇବେଲ3 ତହିଁରେ ଶାମୁୟେଲ ସମୁଦାୟ ଇସ୍ରାଏଲ-ବଂଶକୁ କହିଲେ, ଯେବେ ତୁମ୍ଭେମାନେ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କ ପ୍ରତି ଫେରୁଅଛ, ତେବେ ଆପଣାମାନଙ୍କ ମଧ୍ୟରୁ ବିଦେଶୀୟ ଦେବତାମାନଙ୍କୁ ଓ ଅଷ୍ଟାରୋତ୍ ଦେବୀଗଣକୁ ଦୂର କର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କ ଅନ୍ତଃକରଣ ପ୍ରସ୍ତୁତ କର ଓ କେବଳ ତାହାଙ୍କୁ ସେବା କର; ତହିଁରେ ସେ ପଲେଷ୍ଟୀୟମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ତହିଁରେ ଶାମୁୟେଲ ସମୁଦାୟ ଇସ୍ରାଏଲ ବଂଶକୁ କହିଲେ, “ଯେବେ ତୁମ୍ଭେମାନେ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କ ପ୍ରତି ଫେରୁଅଛ, ତେବେ ଆପଣାମାନଙ୍କ ମଧ୍ୟରୁ ବିଦେଶୀୟ ଦେବତାମାନଙ୍କୁ ଓ ଅଷ୍ଟାରୋତ୍ ଦେବୀଗଣକୁ ଦୂର କର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କ ଅନ୍ତଃକରଣ ପ୍ରସ୍ତୁତ କର ଓ କେବଳ ତାହାଙ୍କୁ ସେବା କର; ତହିଁରେ ସେ ପଲେଷ୍ଟୀୟମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବେ।” Gade chapit la |
ପୁନର୍ବାର ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ସେହିପରି କାର୍ଯ୍ୟମାନ କଲେ। ସେମାନେ ବାଲ୍ଦେବତାଗଣ, ଅଷ୍ଟାରୋତ୍ ଦେବୀଗଣ, ଅରାମୀୟମାନଙ୍କର ଦେବଗଣ, ସୀଦୋନୀୟମାନଙ୍କର ଦେବଗଣ, ମୋୟାବୀୟମାନଙ୍କର ଦେବଗଣ, ଅମ୍ମୋନୀୟମାନଙ୍କର ଦେବଗଣ ଓ ପଲେଷ୍ଟୀୟମାନଙ୍କର ଦେବଗଣଙ୍କର ପୂଜା କଲେ। ସେମାନେ ମଧ୍ୟ ସଦାପ୍ରଭୁଙ୍କୁ ପାସୋରି ପକାଇଲେ ଓ ତାଙ୍କର ସେବା କଲେ ନାହିଁ।
“ଏବଂ ତୁମ୍ଭେ, ମୋର ପୁତ୍ର ଶଲୋମନ, ତୁମ୍ଭ ପିତାଙ୍କର ପରମେଶ୍ୱରଙ୍କୁ ଜାଣିଅଛ। ଶୁଦ୍ଧ ହୃଦୟରେ ପରମେଶ୍ୱରଙ୍କର ସେବା କର। ପରମେଶ୍ୱରଙ୍କ ସେବା କରିବା ନିମନ୍ତେ ହୃଦୟରେ ଆନନ୍ଦିତ ହୁଅ। କାରଣ ପ୍ରତିଟି ବ୍ୟକ୍ତିର ହୃଦୟରେ କ’ଣ ଅଛି, ତାହା ସଦାପ୍ରଭୁ ଜାଣନ୍ତି। ସଦାପ୍ରଭୁ ତୁମ୍ଭ ହୃଦୟର ସମସ୍ତ ଚିନ୍ତାକୁ ବୁଝିପାରନ୍ତି। ଯଦି ତୁମ୍ଭେ ସଦାପ୍ରଭୁଙ୍କ ନିକଟକୁ ସାହାଯ୍ୟ ମାଗବା ନିମନ୍ତେ ଯିବ, ତୁମ୍ଭେ ଉତ୍ତର ପାଇବ। କିନ୍ତୁ ତୁମ୍ଭେ ଯଦି ସଦାପ୍ରଭୁଙ୍କଠାରୁ ଫେରି ଦୂରକୁ ଗ୍ଭଲିଯିବ, ତେବେ ସେ ତୁମ୍ଭକୁ ଚିରକାଳ ନିମନ୍ତେ ତ୍ୟାଗ କରିବେ।
ଆମ୍ଭେ ଶଲୋମନର ରାଜ୍ୟ କାଢ଼ି ନେବାର କାରଣ ହେଉଛି, ସେ ଆମ୍ଭର ପଶ୍ଚାଦ୍ଗାମୀ ହେଲା ନାହିଁ। ସେ ମୋତେ ପରିତ୍ୟାଗ କରି ସୀଦୋନୀୟମାନଙ୍କ ଅଷ୍ଟାରୋତ୍ ଦେବତା, ମୋୟାବର କମୋଶ୍ ଦେବତାକୁ ଓ ଅମ୍ମୋନୀୟମାନଙ୍କର ମିଲ୍କମ୍ ଦେବତାକୁ ପ୍ରଣାମ କରିଅଛି। ମୋ’ କଥିତ ମାର୍ଗ ଅନୁସାରେ ସେ ବାସ କଲା ନାହିଁ। ତା'ର ପିତା ଦାଉଦ ପରି ସେ ମୋର ନିର୍ଦ୍ଦେଶ ଓ ନିୟମ ଆଜ୍ଞା ମାନିଲା ନାହିଁ।