Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 7:2 - ପବିତ୍ର ବାଇବଲ

2 ସଦାପ୍ରଭୁଙ୍କ ସିନ୍ଦୁକ କିରିୟଥ୍-ଯିୟାରୀମରେ କୋଡ଼ିଏ ବର୍ଷ ରହିଲା। ଇସ୍ରାଏଲର ସମସ୍ତ ଲୋକମାନେ ପୁନର୍ବାର ସଦାପ୍ରଭୁଙ୍କୁ ଅନୁସରଣ କରିବା ଆରମ୍ଭ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସିନ୍ଦୁକ କିରୀୟଥ୍-ଯିୟାରୀମରେ ବାସ କରିବା ଦିନାବଧି ଦୀର୍ଘ କାଳ, ଅର୍ଥାତ୍, କୋଡ଼ିଏ ବର୍ଷ ଗତ ହେଲା; ଏଥିରେ ସମୁଦାୟ ଇସ୍ରାଏଲ-ବଂଶ ସଦାପ୍ରଭୁଙ୍କ ପଶ୍ଚାତ୍ ବିଳାପ କଲେ।

Gade chapit la Kopi

ଓଡିଆ ବାଇବେଲ

2 ସିନ୍ଦୁକ କିରୀୟଥ୍‍-ଯିୟାରୀମ୍‍ରେ ବାସ କରିବା ଦିନାବଧି ଦୀର୍ଘ କାଳ, ଅର୍ଥାତ୍‍, କୋଡ଼ିଏ ବର୍ଷ ଗତ ହେଲା; ଏଥିରେ ସମୁଦାୟ ଇସ୍ରାଏଲ-ବଂଶ ସଦାପ୍ରଭୁଙ୍କ ପଶ୍ଚାତ୍‍ ବିଳାପ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସିନ୍ଦୁକ କିରୀୟଥ୍‍-ଯିୟାରୀମ୍‍ରେ ବାସ କରିବା ଦିନାବଧି ଦୀର୍ଘ କାଳ, ଅର୍ଥାତ୍‍, କୋଡ଼ିଏ ବର୍ଷ ଗତ ହେଲା; ଏଥିରେ ସମୁଦାୟ ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ପଶ୍ଚାତ୍‍ ବିଳାପ କଲେ।

Gade chapit la Kopi




1 ଶାମୁୟେଲ 7:2
13 Referans Kwoze  

ବର୍ତ୍ତମାନ ଦୁଃଖିତ ଲୋକମାନେ ଧନ୍ୟ; କାରଣ ପରମେଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ।


ସେମାନେ କ୍ରନ୍ଦନ କରି ଆସୁଥିଲା ବେଳେ ଆମ୍ଭେ ସେମାନଙ୍କୁ ଆଗେଇ ନେବା। ଆମ୍ଭେ ସେମାନଙ୍କୁ ଜଳପୂର୍ଣ୍ଣ ନଦୀଗୁଡ଼ିକ ନିକଟ ଦେଇ ସଳଖ ପଥରେ ଗମନ କରାଇବା। ସେ ପଥରେ ସେମାନେ ଝୁଣ୍ଟିବେ ନାହିଁ। କାରଣ ଆମ୍ଭେ ଇସ୍ରାଏଲର ପିତା ଓ ଇଫ୍ରୟିମ ଆମ୍ଭର ପ୍ରଥମଜାତ ସନ୍ତାନ।


ସଦାପ୍ରଭୁ କହନ୍ତି, “ଯାହା ହେଉ ତୁମ୍ଭେ ଜାଣିବା ଉଚିତ୍ ଯେ, ତୁମ୍ଭେ ଭୁଲ୍ କରିଛ, ତୁମ୍ଭେ ବିଦେଶୀମାନଙ୍କ ପାଖକୁ ଯାଇ ଏବଂ ସେମାନଙ୍କ ସହିତ ପ୍ରତ୍ୟେକ ହରିତ୍ ବୃକ୍ଷତଳେ ବେଶ୍ୟାବୃତ୍ତି କରି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛ।” ତୁମ୍ଭେ ମୋର କଥା ମାନିଲ ନାହିଁ।


ଯେତେବେଳେ ସଦାପ୍ରଭୁଙ୍କ ଦୂତ ଏହିକଥା ଇସ୍ରାଏଲବାସୀଙ୍କୁ କହିଲେ, ସେମାନେ ଉଚ୍ଚସ୍ୱରରେ ରୋଦନ କଲେ।


ତେଣୁ ଇସ୍ରାଏଲର ଲୋକମାନେ ସେ ଲୋକମାନେ ଯେଉଁଠାରେ ବାସ କରୁଥିଲେ, ସେହି ସ୍ଥାନକୁ ଗଲେ ଏବଂ ତୃତୀୟ ଦିନ, ଗିବିୟୋନ, କଫୀରା, ବେରୋତ୍ ଓ କିରିୟ‌‌ତ୍‌‌ଯିଆରିମ୍ ନଗରମାନଙ୍କୁ ଆସିଲେ।


ଅନନ୍ତର କିରିୟଥ-ଯିୟାରୀମୀୟ ଲୋକମାନେ ଆସିଲେ ଏବଂ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ନେଇଗଲେ। ସେମାନେ ପର୍ବତସ୍ଥିତ ଅବୀନାଦବର ଗୃହକୁ ତାହା ଆଣିଲେ। ସଦାପ୍ରଭୁଙ୍କ ସିନ୍ଦୁକ ଜଗିବାକୁ ତା'ର ପୁତ୍ର ଇଲିୟାସରକୁ ବିଶେଷ ଉତ୍ସବ ମାଧ୍ୟମରେ ପବିତ୍ର କଲେ।


ତା'ପରେ ଶାମୁୟେଲ ଇସ୍ରାଏଲୀୟମାନଙ୍କୁ କହିଲେ, “ପ୍ରକୃତରେ ତୁମ୍ଭେମାନେ ଯଦି ହୃଦୟର ସହିତ ସଦାପ୍ରଭୁଙ୍କ ପାଖକୁ ପ୍ରତ୍ୟାବର୍ତ୍ତନ କରିଛ, ତେବେ ତୁମ୍ଭେମାନେ ବିଦେଶୀ ପ୍ରତିମାଗୁଡ଼ିକୁ ଓ ଅଷ୍ଟାରୋତ ପ୍ରତିମା ଫିଙ୍ଗିଦିଅ। ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ସମର୍ପଣ କର ଓ କେବଳ ତାଙ୍କୁ ହିଁ ସେବା କର। ସଦାପ୍ରଭୁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କଠାରୁ ରକ୍ଷା କରିବେ।”


ଆମ୍ଭେମାନେ ଯିରୁଶାଲମରେ ଆମ୍ଭମାନଙ୍କ ନିକଟକୁ ନିୟମ-ସିନ୍ଦୁକକୁ ଫେରାଇ ଆଣିବା। ଶାଉଲ ରାଜା ଥିବା ସମୟରେ ଆମ୍ଭେମାନେ ନିୟମସିନ୍ଦୁକ ପ୍ରତି ଯତ୍ନଶୀଳ ହୋଇ ନାହୁଁ।”


ଆହୁରି ସଦାପ୍ରଭୁଙ୍କ ନାମରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭରକାରୀ ଅନ୍ୟ ଏକ ବ୍ୟକ୍ତି ଥିଲା। ସେ କିରିୟତ୍-ସିୟାରୀମସ୍ଥ ସମୟିୟର ପୁତ୍ର ଉରିୟ; ସେ ଯିରିମିୟର ସମସ୍ତ ବାକ୍ୟପରି ଏହି ନଗର ଓ ଏହି ଦେଶ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରିଥିଲା।


ତେଣୁ ଦାଉଦ ମିଶରର ଶିୟୋରନଦୀଠାରୁ ହମାତର ସହର ପର୍ଯ୍ୟନ୍ତ ଇସ୍ରାଏଲର ଲୋକମାନଙ୍କୁ ଏକତ୍ର କଲେ। ସେମାନେ କିରିୟତ୍-ଯିୟାରୀମ ସହରରୁ ନିୟମସିନ୍ଦୁକ ଫେରାଇ ଆଣିବା ନିମନ୍ତେ ଏକତ୍ର ହେଲେ।


Swiv nou:

Piblisite


Piblisite