Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 7:17 - ପବିତ୍ର ବାଇବଲ

17 ଶାମୁୟେଲଙ୍କ ଘର ରାମାରେ, ତେଣୁ ସେ ସେଠାକୁ ଫେରି ଆସୁଥିଲେ। ସେ ରାମାଠାରୁ ଲୋକଙ୍କୁ ଅନୁଧ୍ୟାନ କରୁଥିଲେ ଓ ସେଠାରୁ ଶାସନ କରୁଥିଲେ। ତେଣୁ ଶାମୁୟେଲ ସଦାପ୍ରଭୁଙ୍କ ପାଇଁ ରାମାରେ ଯଜ୍ଞବେଦି ନିର୍ମାଣ କରିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ପୁଣି ରାମାରେ ତାଙ୍କର ଗୃହ ଥିବାରୁ ସେଠାକୁ ସେ ଫେରି ଆସୁଥିଲେ ଓ ସେଠାରେ ଇସ୍ରାଏଲ-ବଂଶର ବିଚାର କରୁଥିଲେ; ଆଉ ସେଠାରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିଥିଲେ।

Gade chapit la Kopi

ଓଡିଆ ବାଇବେଲ

17 ପୁଣି, ରାମାରେ ତାଙ୍କର ଗୃହ ଥିବାରୁ ସେଠାକୁ ସେ ଫେରି ଆସୁଥିଲେ ଓ ସେଠାରେ ଇସ୍ରାଏଲ-ବଂଶର ବିଚାର କରୁଥିଲେ; ଆଉ ସେଠାରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ପୁଣି, ରାମାରେ ତାଙ୍କର ଗୃହ ଥିବାରୁ ସେଠାକୁ ସେ ଫେରି ଆସୁଥିଲେ ଓ ସେଠାରେ ଇସ୍ରାଏଲ ବଂଶର ବିଚାର କରୁଥିଲେ; ଆଉ ସେଠାରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିଥିଲେ।

Gade chapit la Kopi




1 ଶାମୁୟେଲ 7:17
18 Referans Kwoze  

ତା’ ପରଦିନ ପ୍ରଭାତରେ ଇ‌ଲ୍‌କାନା ଉଠି, ଆପଣା ପରିବାର ସହ ସଦାପ୍ରଭୁଙ୍କ ଉପାସନା କରି ଆପଣା ଗୃହ ରାମାକୁ ଫେରିଗଲେ। ତା'ପରେ ଇ‌ଲ୍‌କାନା ଆପଣା ସ୍ତ୍ରୀ ହାନ୍ନା ସହିତ ସହବାସ କଲା ଏବଂ ସଦାପ୍ରଭୁ ହାନ୍ନାକୁ ସ୍ମରଣ କଲେ।


ତେଣୁ ସମସ୍ତ ବୟସ୍କ ନେତୃବୃନ୍ଦ ଏକାଠି ହୋଇ ଶାମୁୟେଲଙ୍କୁ ସାକ୍ଷାତ କରିବାକୁ ରାମା ଯାତ୍ରା କଲେ।


ଇଫ୍ରୟିମର ପର୍ବତମୟ ଦେଶର ରାମାଠାରେ ଜଣେ ଲୋକ ବାସ କରୁଥିଲେ, ଯାହାର ନାମ ଥିଲା ଇ‌ଲ୍‌କାନା। ଇ‌ଲ୍‌କାନା ସୂଫ ପରିବାରବର୍ଗର ଥିଲେ। ଇ‌ଲ୍‌କାନା ଯିରୋହମର ପୁତ୍ର ଥିଲା, ଯିଏ ଇଲୀହର ପୁତ୍ର ଥିଲା, ଯିଏ ତୋହର ପୁତ୍ର ଥିଲା, ଯିଏ ସୂଫର ପୁତ୍ର ଥିଲା ଓ ଏମାନେ ଇଫ୍ରୟିମ ପରିବାରବର୍ଗର ଥିଲେ।


ତା'ପରେ ସମସ୍ତେ ଗି‌ଲ୍‌ଗଲ୍ ଗଲେ, ସେଠାରେ ସଦାପ୍ରଭୁଙ୍କ ସମ୍ମୁଖରେ ଶାଉଲଙ୍କୁ ରାଜାରୂପେ ଅଭିଷକ୍ତ କଲେ। ସେମାନେ ସମସ୍ତେ ସଦାପ୍ରଭୁଙ୍କୁ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଶାଉଲ ଏବଂ ଇସ୍ରାଏଲୀୟମାନେ ମହା ଆନନ୍ଦରେ ଏହା ପାଳନ କଲେ।


ଯାକୁବ ଯଜ୍ଞବେଦି ନିର୍ମାଣ କଲେ। ଯାକୁବ ସେହି ସ୍ଥାନର ନାମ ଦେଲେ “ଏଲ୍-ବୈଥେଲ୍।” ଯାକୁବ ଏପରି ନାମ ସ୍ଥିର କଲେ କାରଣ ସେହି ସ୍ଥାନରେ ପରମେଶ୍ୱର ତାଙ୍କୁ ପ୍ରଥମେ ଦେଖା ଦେଇଥିଲେ। ଯେତେବେଳେ ସେ ତାଙ୍କ ଭାଇଙ୍କ ନିକଟରୁ ଦୌଡ଼ି ପଳାଉଥିଲେ।


ପୁଣି ଯାକୁବ ସେଠାରେ ପରମେଶ୍ୱରଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ। ଯାକୁବ ସେହି ସ୍ଥାନର ନାମ ଦେଲେ, “ଏଲ ଇସ୍ରାଏଲର ପରମେଶ୍ୱର।”


ଏହା ପରେ ଇ‌ଲ୍‌କାନା ରାମାସ୍ଥିତ ଆପଣା ଘରକୁ ଗଲା। କିନ୍ତୁ ବାଳକ ଶାମୁୟେଲ ଯାଜକ ଏଲି ଅଧୀନରେ ଥାଇ ସଦାପ୍ରଭୁଙ୍କର ସେବା କଲା।


ଯୁବତୀମାନେ ଉତ୍ତର ଦେଲେ, “ହଁ, ସେ ଏଠାରେ ଅଛନ୍ତି, ଏଇ ରାସ୍ତାର ଅଳ୍ପ ଆଗରେ ଅଛନ୍ତି। ସେ ଆଜି ସହରକୁ ଆସିଛନ୍ତି। ଲୋକମାନେ ଦଳ ଦଳ ହୋଇ ଆସି ତାଙ୍କୁ ପବିତ୍ରପୀଠରେ ଦର୍ଶନ କରୁଛନ୍ତି।


ପୁଣି ଶାଉଲ ସଦାପ୍ରଭୁଙ୍କ ନିମନ୍ତେ ଏକ ଯଜ୍ଞବେଦି ନିର୍ମାଣ କଲେ। ଶାଉଲ ହିଁ ନିଜେ ସେହି ଯଜ୍ଞବେଦି ନିର୍ମାଣ କରିବାକୁ ଆରମ୍ଭ କଲେ।


ଏଥି ଉତ୍ତାରେ ଶାମୁୟେଲ ରାମାକୁ ଗଲେ। ପୁଣି ଶାଉଲ ଗିବିୟାସ୍ଥିତ ଆପଣା ଗୃହକୁ ଗଲେ।


ଶାମୁୟେଲ ମରି ଯାଇଥିଲେ, ସମସ୍ତ ଇସ୍ରାଏଲୀୟବାସୀ ଶାମୁୟେଲଙ୍କର ମୃତ୍ୟୁ ପ୍ରତି ଦୁଃଖର ସହ ସମବେଦନା ଜଣାଇ ଶୋକ କରି ତାଙ୍କର ନିଜ ସ୍ଥାନ ରାମାଠାରେ କବର ଦେଇଥିଲେ। ଶାଉଲ ଭୂତୁଡ଼ିୟା ଓ ଗୁଣିଆମାନଙ୍କୁ ଦେଶରୁ ବିତାଡ଼ିତ କରି ଦେଇଥିଲେ।


ସେମାନେ “ଘାଟି” ନିକଟରେ ନଦୀ ଅତିକ୍ରମ କରିବେ। ସେମାନେ ଗେବାରେ ଶୟନ କରିବେ। ରାମା କମ୍ପିତ ହେବ। ଶାଉଲର ଗିବିୟାରେ ଲୋକମାନେ ପଳାୟନ କରିବେ।


ଦିନେ, ଦବୋରା ଏକ ଖର୍ଜ୍ଜୁର ଗଛ ତଳେ ବସିଥିଲେ। ଇସ୍ରାଏଲର ଲୋକମାନେ ଗୋଟିଏ ମୀମାଂସା ପାଇଁ ତାଙ୍କ ନିକଟକୁ, ସୀଷରା ସମ୍ବନ୍ଧରେ ଆସିଲେ। ସେହି ଖର୍ଜ୍ଜୁର ଗଛଟି ରାମା ଓ ବୈଥେଲ୍ ମଧ୍ୟରେ ଇଫ୍ରୟିମ ପର୍ବତମୟ ଦେଶରେ ଅବସ୍ଥିତ ଥିଲା।


ତେଣୁ ଗିଦିୟୋନ ସଦାପ୍ରଭୁଙ୍କର ଉପାସନା ସ୍ଥାନ ନିକଟରେ ଏକ ଯଜ୍ଞବେଦି ନିର୍ମାଣ କଲେ। ସେ ସେହି ସ୍ଥାନର ନାମ ଦେଲେ, “ସଦାପ୍ରଭୁ ମଙ୍ଗଳ ସ୍ୱରୂପ।” ସେହି ଯଜ୍ଞବେଦି ଏବେ ବି ଅଫ୍ରାରେ ଅଛି। ଯେଉଁଠାରେ ଅବୀୟେଷ୍ରୀୟମାନେ ବାସ କରୁଥିଲେ, ଆଫ୍ରା ହେଉଛି ସେହି ସ୍ଥାନ।


Swiv nou:

Piblisite


Piblisite