Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 7:14 - ପବିତ୍ର ବାଇବଲ

14 ପଲେଷ୍ଟୀୟମାନେ ଇସ୍ରାଏଲର ଇକ୍ରୋଣଠାରୁ ଗାଥ୍ ପର୍ଯ୍ୟନ୍ତ ସହର ଛଡ଼ାଇ ନେଇଥିଲେ? କିନ୍ତୁ ଇସ୍ରାଏଲୀୟମାନେ ସେହି ସହରଗୁଡ଼ିକୁ ଫେରାଇ ନେଲେ। ଇସ୍ରାଏଲ ଓ ଇମୋରୀୟମାନଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଆଉ ପଲେଷ୍ଟୀୟମାନେ ଇସ୍ରାଏଲଠାରୁ ଯେସମସ୍ତ ନଗର ହରଣ କରିଥିଲେ, ଇକ୍ରୋଣଠାରୁ ଗାଥ୍ ପର୍ଯ୍ୟନ୍ତ ସେସମସ୍ତ ଇସ୍ରାଏଲକୁ ଫେରାଇ ଦିଆଗଲା; ପୁଣି ଇସ୍ରାଏଲ ପଲେଷ୍ଟୀୟମାନଙ୍କ ହସ୍ତରୁ ତହିଁର ସୀମା ଉଦ୍ଧାର କଲେ। ଏଉତ୍ତାରେ ଇସ୍ରାଏଲ ଓ ଇମୋରୀୟ-ମାନଙ୍କ ମଧ୍ୟରେ ସନ୍ଧି ହେଲା।

Gade chapit la Kopi

ଓଡିଆ ବାଇବେଲ

14 ଆଉ ପଲେଷ୍ଟୀୟମାନେ ଇସ୍ରାଏଲଠାରୁ ଯେସମସ୍ତ ନଗର ହରଣ କରିଥିଲେ, ଇକ୍ରୋଣଠାରୁ ଗାଥ୍‍ ପର୍ଯ୍ୟନ୍ତ ସେସମସ୍ତ ଇସ୍ରାଏଲକୁ ଫେରାଇ ଦିଆଗଲା; ପୁଣି, ଇସ୍ରାଏଲ ପଲେଷ୍ଟୀୟମାନଙ୍କ ହସ୍ତରୁ ତହିଁର ସୀମା ଉଦ୍ଧାର କଲେ। ଏଉତ୍ତାରେ ଇସ୍ରାଏଲ ଓ ଇମୋରୀୟ-ମାନଙ୍କ ମଧ୍ୟରେ ସନ୍ଧି ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଆଉ ପଲେଷ୍ଟୀୟମାନେ ଇସ୍ରାଏଲଠାରୁ ଯେସମସ୍ତ ନଗର ହରଣ କରିଥିଲେ, ଇକ୍ରୋଣଠାରୁ ଗାଥ୍‍ ପର୍ଯ୍ୟନ୍ତ ସେସମସ୍ତ ଇସ୍ରାଏଲକୁ ଫେରାଇ ଦିଆଗଲା; ପୁଣି, ଇସ୍ରାଏଲ ପଲେଷ୍ଟୀୟମାନଙ୍କ ହସ୍ତରୁ ତହିଁର ସୀମା ଉଦ୍ଧାର କଲେ। ଏଉତ୍ତାରେ ଇସ୍ରାଏଲ ଓ ଇମୋରୀୟମାନଙ୍କ ମଧ୍ୟରେ ସନ୍ଧି ହେଲା।

Gade chapit la Kopi




1 ଶାମୁୟେଲ 7:14
8 Referans Kwoze  

କିଣାନୀୟଠାରେ ରହୁଥିବା ଅନ୍ୟ ବିଦେଶୀୟମାନଙ୍କୁ ନଷ୍ଟ କରିବା ପାଇଁ ପରମେଶ୍ୱର କହିଲେ, କିନ୍ତୁ ଇସ୍ରାଏଲୀୟମାନେ ତାଙ୍କ କଥା ମାନିଲେ ନାହିଁ।


କିନ୍ତୁ ସୀଷରା ପଳାୟନ କଲା। ସେ ଯାୟେଲ ତମ୍ବୁକୁ ଦୌଡ଼ି ପଳାଇଲା। ଯାୟେଲ ହେଉଛି କେନୀୟ ହେବର ସ୍ତ୍ରୀ। ସେ ସମୟରେ ହା‌ତ୍‌ସୋରର ରାଜା ଯାବୀନ୍ ଓ କେନୀୟ ହେବରର ବଂଶ ମଧ୍ୟରେ ଐକ୍ୟ ଥିଲା। ତେଣୁ ସେ ସେଠାକୁ ଦୌଡ଼ି ପଳାଇଲା।


ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତରେ ଯେଉଁ ଲୋକମାନଙ୍କୁ ସମର୍ପଣ କରିବେ, ତୁମ୍ଭେ ସେମାନଙ୍କୁ ଗ୍ରାସ କରିବ। ତୁମ୍ଭର ଚକ୍ଷୁ ସେମାନଙ୍କୁ ଦୟା କରିବ ନାହିଁ। କିଅବା ତୁମ୍ଭେ ସେମାନଙ୍କ ଦେବଗଣକୁ ସେବା କରିବ ନାହିଁ। କାରଣ ତାହା ତୁମ୍ଭମାନଙ୍କ ପାଇଁ ଫାନ୍ଦ ସ୍ୱରୂପ ହେବ।


ଯେତେବେଳେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ସେମାନଙ୍କୁ ତୁମ୍ଭ ସଦାପ୍ରଭୁ ସମର୍ପଣ କରିବେ ଏବଂ ତୁମ୍ଭେ ସେମାନଙ୍କୁ ପରାସ୍ତ କରିବ। ତୁମ୍ଭେ ସେମାନଙ୍କ ସହିତ କୌଣସି ସନ୍ଧି କରିବ ନାହିଁ ଅଥବା ଦୟା ଦେଖାଇବ ନାହିଁ। ତୁମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବ।


ଦକ୍ଷିଣ ଦେଶରେ ଅମାଲେକ ବାସ କରନ୍ତି, ପର୍ବତମୟ ଦେଶରେ ହିତ୍ତୀୟ, ଯିବୂଷୀୟ ଓ ଇମୋରୀୟ ଲୋକମାନେ ବାସ କରନ୍ତି। ଆଉ ସମୁଦ୍ର ନିକଟରେ ଓ ଯର୍ଦ୍ଦନ ତୀରରେ କିଣାନୀୟ ଲୋକମାନେ ବାସ କରନ୍ତି।”


ତେଣୁ ପାଞ୍ଚ ଜଣ ଇମୋରୀୟ ରାଜା ଯଥା: ଯିରୁଶାଲମର ରାଜା, ହିବ୍ରୋଣର ରାଜା, ଯର୍ମୂତର ରାଜା, ଲାଖୀ‌ଶ୍‌ର ରାଜା ଓ ଇଗ୍ଲୋନର ରାଜା ଇମୋରୀୟମାନଙ୍କ ଏହି ପାଞ୍ଚ ରାଜା ନିଜ ନିଜର ସମସ୍ତ ସୈନ୍ୟମାନଙ୍କ ସହିତ ଗିବିୟୋନକୁ ଅକ୍ତିଆର କରିବାକୁ ଏକତ୍ରିତ ହେଲେ। ସେମାନେ ନଗରକୁ ଘେରିଗଲେ ଓ ଆକ୍ରମଣ କଲେ।


ଏହା ପରେ ସେ ସୀମା ଇକ୍ରୋଣର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା। ସେଠାରୁ ସେ ଶ‌କ୍‌କେରୋନ୍ ସୀମା ପର୍ଯ୍ୟନ୍ତ ବିସ୍ତୃତ ଥିଲା ଓ ବାଲା ପର୍ବତରେ ପଡ଼ି ଯବନିୟେଲ ପର୍ଯ୍ୟନ୍ତ ଥିଲା। ସେହି ସୀମାର ପ୍ରାନ୍ତ ଭାଗ ସମୁଦ୍ର ଥିଲା।


ପରେ ଦାଉଦ ପଲେଷ୍ଟୀୟ ଲୋକଙ୍କୁ ଆକ୍ରମଣ କଲେ। ସେ ସେମାନଙ୍କୁ ପରାସ୍ତ କଲେ। ସେ ପଲେଷ୍ଟୀୟମାନଙ୍କଠାରୁ ଗାଥ୍ ସହର ଓ ତାହାର ଚତୁର୍ଦ୍ଦିଗରେ ଥିବା କ୍ଷୁଦ୍ର ସହରଗୁଡ଼ିକୁ ଚ୍ଛିନ୍ନ କରି ନେଇଗଲେ।


Swiv nou:

Piblisite


Piblisite