Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 6:9 - ପବିତ୍ର ବାଇବଲ

9 ଏହାକୁ ଲକ୍ଷ୍ୟ ରଖ। ଯଦି ଏହା ଆମ୍ଭର ସୀମା ଦେଇ ବୈ‌ଥ୍‌ଶେମଶକୁ ଯାଏ, ଆମ୍ଭେମାନେ ହୃ‌‌‌‌ଦ୍‌‌‌‌ବୋଧ କରିବୁ ଯେ, ପରମେଶ୍ୱର ଆମ୍ଭମାନଙ୍କ ଉପରକୁ ଏହି ବିପତ୍ତି ଆଣିଛନ୍ତି। ଯଦି ଏହା ସିଧା ବୈ‌ଥ୍‌ଶେମଶକୁ ଯାଏ, ଆମ୍ଭେମାନେ ଜାଣିବୁ ଯେ, ଇସ୍ରାଏଲର ପରମେଶ୍ୱରଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରି ନାହିଁ। ଏହା ଦୈବାତ୍ ଘଟିଯାଇଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଆଉ ଦେଖ, ଯେବେ ତାହା ଆପଣା ସୀମାସ୍ଥ ପଥ ଦେଇ ବୈଥ୍-ଶେମଶକୁ ଯାଏ, ତେବେ ସେ ଆମ୍ଭମାନଙ୍କ ପ୍ରତି ଏହି ମହା ଅମଙ୍ଗଳ ଘଟାଇଅଛନ୍ତି, ମାତ୍ର ଯେବେ ନ ଯାଏ, ତେବେ ଆମ୍ଭେମାନେ ଜାଣିବୁ ଯେ, ତାହାଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରି ନାହିଁ; ତାହା ଘଟନାକ୍ରମେ ଆମ୍ଭମାନଙ୍କୁ ଘଟିଅଛି।

Gade chapit la Kopi

ଓଡିଆ ବାଇବେଲ

9 ଆଉ ଦେଖ, ଯେବେ ତାହା ଆପଣା ସୀମାସ୍ଥ ପଥ ଦେଇ ବେଥ୍-ଶେମଶକୁ ଯାଏ, ତେବେ ସେ ଆମ୍ଭମାନଙ୍କ ପ୍ରତି ଏହି ମହା ଅମଙ୍ଗଳ ଘଟାଇଅଛନ୍ତି, ମାତ୍ର ଯେବେ ନ ଯାଏ, ତେବେ ଆମ୍ଭେମାନେ ଜାଣିବୁ ଯେ, ତାହାଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରି ନାହିଁ; ତାହା ଘଟଣାକ୍ରମେ ଆମ୍ଭମାନଙ୍କୁ ଘଟିଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଆଉ ଦେଖ, ଯେବେ ତାହା ଆପଣା ସୀମାସ୍ଥ ପଥ ଦେଇ ବେଥ୍-ଶେମଶକୁ ଯାଏ, ତେବେ ସେ ଆମ୍ଭମାନଙ୍କ ପ୍ରତି ଏହି ମହା ଅମଙ୍ଗଳ ଘଟାଇଅଛନ୍ତି, ମାତ୍ର ଯେବେ ନ ଯାଏ, ତେବେ ଆମ୍ଭେମାନେ ଜାଣିବୁ ଯେ, ତାହାଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରି ନାହିଁ; ତାହା ଘଟଣାକ୍ରମେ ଆମ୍ଭମାନଙ୍କୁ ଘଟିଅଛି।”

Gade chapit la Kopi




1 ଶାମୁୟେଲ 6:9
13 Referans Kwoze  

ଏହା ପରେ ସେହି ସୀମା ବାଲାଠାରୁ ସେୟୀର ପର୍ବତ ପର୍ଯ୍ୟନ୍ତ ପଶ୍ଚିମ ଦିଗରେ ବୁଲିକରି ବସାଲୋନ୍ ନାମରେ ପ୍ରସିଦ୍ଧ ଯିୟାରୀମ୍ ପର୍ବତର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଥିଲା। ତହୁଁ ସେ ବୈ‌ଥ୍‌ଶେମଶରେ ପଡ଼ି ତିମ୍ନା ପର୍ଯ୍ୟନ୍ତ ଥିଲା।


“ଏପରି ଘଟିଲା ଯେ ଜଣେ ଯିହୂଦୀ ଯାଜକ ସେହି ରାସ୍ତା ଦେଇ ଯାଉଥିଲେ। ସେହି ଲୋକଟିକୁ ଦେଖି ସେ ବାଟ ଭାଙ୍ଗି ଗ୍ଭଲିଗଲେ।


ମୁଁ ଫେରି ସୂର୍ଯ୍ୟ ତଳେ କିଛି ଥିବାର ଦେଖିଲି, ଏହି ବାଜି କ୍ଷିପ୍ରଧାବକମାନଙ୍କ ପାଇଁ ନୁହେଁ, ବଳଶାଳୀମାନଙ୍କ ପାଇଁ ଯୁଦ୍ଧର ବିଜୟ କିଅବା ଜ୍ଞାନୀମାନଙ୍କ ପାଇଁ ଖାଦ୍ୟ ଅଥବା ଧନ ବୁଦ୍ଧିମାନ ପାଇଁ। ଶିକ୍ଷିତମାନଙ୍କ ପାଇଁ ଅନୁକମ୍ପା ନାହିଁ। କିନ୍ତୁ ଏଇସବୁ ପରିସ୍ଥିତି ସମୟ ଓ ସୁଯୋଗ ଦ୍ୱାରା ପ୍ରଭାବିତ ହୁଏ।


ଯୁବକ ଜଣକ କହିଲା, “ମୁଁ ଯେତେବେଳେ ଗି‌ଲ୍‌ବୋୟ ପର୍ବତ ଉପରେ ଥିଲି, ମୁଁ ଦେଖିଲି, ଶାଉଲ ନିଜର ବର୍ଚ୍ଛା ଉପରେ ଆଉଜିଛନ୍ତି ଏବଂ ପଲେଷ୍ଟୀୟ ରଥସବୁ ଓ ଅଶ୍ୱାରୋହୀମାନେ ତାଙ୍କର ପାଖକୁ ଆସୁଛନ୍ତି।”


ତହିଁରେ ସେମାନେ କହିଲେ, “ଯଦି ତୁମ୍ଭେମାନେ ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ଫେରାଇ ଦେବ, ତେବେ ତାହା ଖାଲି ପଠାଅ ନାହିଁ। କିନ୍ତୁ ତୁମ୍ଭର ପାପରୁ ଦୂରେଇ ଯିବା ପାଇଁ ଏହା ସହିତ ଉପହାର ଓ ନୈବେଦ୍ୟ ପଠାଅ। ତେବେ ତୁମ୍ଭେମାନେ ସୁସ୍ଥ ହେବ ଓ ପବିତ୍ର ହେବ, ଏବଂ ତୁମ୍ଭେମାନେ କଳ୍ପନା କରିବ, କାହିଁକି ପରମେଶ୍ୱର ତୁମ୍ଭମାନଙ୍କୁ ଦଣ୍ତ ଦେବା ବନ୍ଦ କଲେ ନାହିଁ।”


ଐନ୍ ଓ ତହିଁର ତଳଭୂମି, ଯୁଟା ଓ ତହିଁର ତଳଭୂମି, ବୈ‌ଥ୍‌ଶେମଶ୍ ଓ ତା'ର ତଳଭୂମି ସେହି ଦୁଇ ବଂଶରୁ ଏହିପରି ନଅ ଗୋଟି ନଗର ଦେଲେ।


ଯଦି ନଗରରେ ତୂରୀ ବାଜି ଉଠିବ ତେବେ ଲୋକମାନେ ଭୟରେ ଥରହର ହେବେ। ସଦାପ୍ରଭୁ ନ ଗ୍ଭହିଁଲା ପର୍ଯ୍ୟନ୍ତ ନଗର ମଧ୍ୟରେ କୌଣସି ଅସୁବିଧା ଘଟିବ ନାହିଁ।


ମାତ୍ର ହେ ସଦପ୍ରଭୁ! ସେମାନଙ୍କୁ ଦଣ୍ଡ ଦେବାକୁ ତୁମ୍ଭର ହସ୍ତ ଉ‌‌‌ତ୍‌‌‌ଥିତ ହେବ, ତଥାପି ସେମାନେ ତାହା ଦେଖିବେ ନାହିଁ। ମାତ୍ର ଲୋକମାନଙ୍କ ପକ୍ଷରେ ତୁମ୍ଭର ଅତିଶୟ ପ୍ରେମକୁ ଦେଖି ସେମାନେ ଲଜ୍ଜିତ ହେବେ ଓ ତୁମ୍ଭର ଶତ୍ରୁଗଣ ଅଗ୍ନିରେ ଦ‌ଗ୍‌ଧିଭୂତ ହେବେ।


ତା'ପରେ ସେମାନେ ଏହା କହିଲେ, ସେମାନେ ଯାହା ନିର୍ଦ୍ଦେଶ ଦେଲେ ଲୋକମାନେ ତାହା କଲେ, ଏବଂ ଦୁଇଟି ଦୁହାଁଳି ଗାଇକୁ ଶଗଡ଼ରେ ଯୋଚି ଦେଲେ ଓ ସେମାନଙ୍କ ବାଛୁରିଗୁଡ଼ିକ ଗୁହାଳରେ ବାନ୍ଧି ଦେଲେ।


ସେତେବେଳେ ସେହି ଗାଭୀମାନେ ସଳଖ ପଥ ଧରି ବୈ‌ଥ୍‌-ଶେମଶକୁ ଗଲେ; ସେମାନେ ସେମାନଙ୍କର ବାମ କିମ୍ବା ଡାହାଣକୁ ବୁଲିଲେ ନାହିଁ। ସେମାନେ ରାସ୍ତାସାରା ହମ୍ବା ରବ କରୁଥିଲେ, ଆଉ ସେମାନଙ୍କ ପଛେ ପଛେ ପଲେଷ୍ଟୀୟ ଅଧିପତିମାନେ ବୈ‌ଥ୍‌ଶେମଶ ସୀମା ପର୍ଯ୍ୟନ୍ତ ଗଲେ।


ଫାରୋ ହୃଦୟଙ୍ଗମ କଲେ ଯେ, ସେ ବେଙ୍ଗମାନଙ୍କ ଦାଉରୁ ରକ୍ଷା ପାଇଲେ। ଏବଂ ସେ ପୁଣି ଜି‌ଦ୍‌ଖୋର ହେଲେ। ସେ ସେମାନଙ୍କ କଥା ଶୁଣିଲେ ନାହିଁ। ସଦାପ୍ରଭୁ ଯେପରି କହିଥିଲେ, ସେହିପରି ସବୁ ଘଟିଗଲା।


ମାକସ୍, ଶାଲବୀମ୍, ବୈଥ୍-ଶେମଶ, ଓ ଏଲୋନ-ବୈଥାନନର ଶାସନକର୍ତ୍ତା ଥିଲେ, ବିନ୍-ଦେକର।


ତେଣୁ ଇସ୍ରାଏଲର ରାଜା ଯୋୟାଶ୍ ବୈଥ୍-ଶେମଶ୍ ସହରରେ ଯିହୁଦାର ରାଜା ଅମତ୍‌ସିୟଙ୍କୁ ସାମ୍ନା-ସାମ୍ନି ହୋଇ ଭେଟିଲେ। ବୈଥ୍-ଶେମଶ୍ ଯିହୁଦାର ଅଞ୍ଚଳ ଅଟେ।


Swiv nou:

Piblisite


Piblisite