Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 6:20 - ପବିତ୍ର ବାଇବଲ

20 ଏବଂ ବୈ‌ଥ୍‌-ଶେମଶର ଲୋକମାନେ କହିଲେ, “ସଦାପ୍ରଭୁ ପବିତ୍ର ପରମେଶ୍ୱରଙ୍କ ଉପସ୍ଥିତିରେ କିଏ ଛିଡ଼ା ହୋଇପାରେ? ଏଠାରୁ କେଉଁଠାକୁ ଏହି ସିନ୍ଦୁକକୁ ନିଆଯିବ?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ଆହୁରି ବୈଥ୍-ଶେମଶୀୟ ଲୋକମାନେ କହିଲେ, ଏହି ପବିତ୍ର ପରମେଶ୍ଵର ସଦାପ୍ରଭୁଙ୍କ ସମ୍ମୁଖରେ କିଏ ଛିଡ଼ା ହୋଇପାରେ? ଏବେ ଆମ୍ଭମାନଙ୍କଠାରୁ ସେ କାହା ନିକଟକୁ ଯିବେ?

Gade chapit la Kopi

ଓଡିଆ ବାଇବେଲ

20 ଆହୁରି ବେଥ୍-ଶେମଶୀୟ ଲୋକମାନେ କହିଲେ, ଏହି ପବିତ୍ର ପରମେଶ୍ୱର ସଦାପ୍ରଭୁଙ୍କ ସମ୍ମୁଖରେ କିଏ ଛିଡ଼ା ହୋଇପାରେ ? ଏବେ ଆମ୍ଭମାନଙ୍କଠାରୁ ସେ କାହା ନିକଟକୁ ଯିବେ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଆହୁରି ବେଥ୍-ଶେମଶୀୟ ଲୋକମାନେ କହିଲେ, “ଏହି ପବିତ୍ର ପରମେଶ୍ୱର ସଦାପ୍ରଭୁଙ୍କ ସମ୍ମୁଖରେ କିଏ ଛିଡ଼ା ହୋଇପାରେ? ଏବେ ଆମ୍ଭମାନଙ୍କଠାରୁ ସେ କାହା ନିକଟକୁ ଯିବେ?”

Gade chapit la Kopi




1 ଶାମୁୟେଲ 6:20
13 Referans Kwoze  

“ମାତ୍ର ସେହି ସମୟ ପାଇଁ କୌଣସି ବ୍ୟକ୍ତି ପ୍ରସ୍ତୁତ ହୋଇ ପାରିବ ନାହିଁ। ସେ ଯେତେବେଳେ ଆସିବେ କେହି ରକ୍ଷା କରିବେ ନାହିଁ। ସେ ଏକ ମାର୍ଜିତ ଅଗ୍ନି ସଦୃଶ ହେବ, ଆଉ ମଧ୍ୟ ପରିଷ୍କାରକାରୀ ରଜକର କ୍ଷାର ସ୍ୱରୂପ ହେବ।


ସେହି ଦିନ ଦାଉଦ ସଦାପ୍ରଭୁଙ୍କୁ ଭୟ କଲେ। ଦାଉଦ ଭାବିଲେ, “ମୁଁ କିପରି ପ୍ରଭୁଙ୍କର ପବିତ୍ର ସିନ୍ଦୁକକୁ ମୋ’ ପାଖକୁ ଆଣିବି।”


ସେମାନଙ୍କର କ୍ରୋଧର ମହାଦିନ ଆସି ଗଲାଣି। ଏହା ବିରୁଦ୍ଧରେ କେହି ଠିଆ ହୋଇ ପାରିବେ ନାହିଁ।”


ସେ ଅଞ୍ଚଳର ସମସ୍ତ ଲୋକ ଯୀଶୁଙ୍କୁ ସେହି ସ୍ଥାନରୁ ଗ୍ଭଲିଯିବା ପାଇଁ ଅନୁରୋଧ କଲେ। କାରଣ ସେମାନେ ସମସ୍ତେ ବହୁତ ଡରି ଯାଇଥିଲେ। ତେଣୁ ଯୀଶୁ ଡଙ୍ଗାରେ ବସି ଗାଲିଲୀ ଫେରିଗଲେ।


ଶିମୋନ ପିତର ଏବଂ ସମସ୍ତ କେଉଟମାନେ ଏତେ ଗୁଡ଼ିଏ ମାଛ ଧରି ପାରିଥିବାରୁ ଆଶ୍ଚର୍ଯ୍ୟ ହୋଇଗଲେ। ଶିମୋନ ପିତର ଏହା ଦେଖି ଯୀଶୁଙ୍କ ପାଦତଳେ ପଡ଼ିଯାଇ କହିଲେ, “ହେ ପ୍ରଭୁ! ତୁମ୍ଭେ ମୋ’ ପାଖରୁ ଗ୍ଭଲିଯାଅ। ମୁଁ ଜଣେ ପାପୀ ମଣିଷ।”


ହେ ପରମେଶ୍ୱର, ତୁମ୍ଭେ ହିଁ ସମସ୍ତଙ୍କ ଦ୍ୱାରା ଭୟର ପାତ୍ର। ତୁମ୍ଭେ ଥରେ କ୍ରୋଧ କଲେ, କେହି ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବେ ନାହିଁ।


ଉଷ ସଦାପ୍ରଭୁଙ୍କୁ ଯଥା ସମ୍ମାନ ପ୍ରଦର୍ଶନ ନ କରିବାରୁ ସଦାପ୍ରଭୁ ତାଙ୍କ ଉପରେ ରାଗିଲେ ଓ ତାଙ୍କୁ ଆଘାତ କଲେ। ଉଷ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ପାଖରେ ମୃତ୍ୟୁବରଣ କଲେ।


ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର, ତୁମ୍ଭମାନଙ୍କୁ ମିଶରରୁ ଆଣିଅଛୁ। ଏଣୁ ତୁମ୍ଭେମାନେ ପବିତ୍ର ହେବ କାରଣ ଆମ୍ଭେ ପବିତ୍ର ଅଟୁ।”


କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ଏଣୁ ତୁମ୍ଭେମାନେ ନିଜକୁ ପବିତ୍ର କର ଓ ତୁମ୍ଭେମାନେ ପବିତ୍ର ହୁଅ। ଯେହେତୁ ଆମ୍ଭେ ପବିତ୍ର, ତୁମ୍ଭେମାନେ ଭୂମିରେ ଗମନକାରୀ କୌଣସି ଉରୋଗାମୀ ଜୀବ ଦ୍ୱାରା ନିଜକୁ ଅଶୁଚି କରିବ ନାହିଁ।


ଏହିପରି ଅ‌ସ୍‌ଦୋଦୀୟ ଲୋକମାନେ ଯାହାସବୁ ଘଟିଯାଉଥିଲା ଦେଖିଲେ ଏବଂ କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଆମ୍ଭମାନଙ୍କ ନିକଟରେ ରହିବ ନାହିଁ, କାରଣ ଆମ୍ଭମାନଙ୍କ ଉପରେ ଓ ଆମ୍ଭ ଦେବତା ଦାଗୋନ୍ ଉପରେ ତାଙ୍କର ହସ୍ତ ନିଷ୍ଠୁର ହୋଇଅଛି।”


Swiv nou:

Piblisite


Piblisite