Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 6:14 - ପବିତ୍ର ବାଇବଲ

14-15 ଏବଂ ବୈଥ୍-ଶେମଶରେ ଯିହୋଶୂୟ ନାମକ ଜଣେ ଲୋକର କ୍ଷେତ୍ରରେ ଶଗଡ଼ଟି ପହଞ୍ଚିଲାପରେ, ଏହା ଏକ ବିରାଟ ପଥର ନିକଟରେ ଅଟକି ଗଲା। ଲେବୀୟମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକକୁ ଓ ଥଳି ଭିତରେ ଥିବା ସୁବର୍ଣ୍ଣର ନ‌କ୍‌ସାକୁ ବିରାଟ ପଥର ଉପରେ ରଖିଲେ। ତା'ପରେ ବୈଥ୍-ଶେମଶୀର ଲୋକମାନେ ଶଗଡ଼ଟିକୁ କାଟିଲେ ଏବଂ ଗାଈ ଦୁଇଟିକୁ ହତ୍ୟା କଲେ। ସେମାନେ ସେଗୁଡ଼ିକୁ ସଦାପ୍ରଭୁଙ୍କ ନିକଟରେ ବଳି ଦେଲେ। ସେହି ଦିନ ସେମାନେ ସଦାପ୍ରଭୁଙ୍କ ନିକଟରେ ହୋମବଳି ଉତ୍ସର୍ଗ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଏଉତ୍ତାରେ ସେହି ଶଗଡ଼ ବୈଥ୍-ଶେମଶୀୟ ଯିହୋଶୂୟର କ୍ଷେତ୍ରକୁ ଆସି ଏକ ବଡ଼ ପଥର ଥିବା ସ୍ଥାନରେ ଛିଡ଼ା ହୋଇ ରହିଲା; ତହିଁରେ ସେମାନେ ସେ ଶଗଡ଼ର କାଠ ଚିରି ସେହି ଗାଭୀମାନଙ୍କୁ ହୋମବଳି ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ।

Gade chapit la Kopi

ଓଡିଆ ବାଇବେଲ

14 ଏଉତ୍ତାରେ ସେହି ଶଗଡ଼ ବେଥ୍-ଶେମଶୀୟ ଯିହୋଶୂୟର କ୍ଷେତ୍ରକୁ ଆସି ଏକ ବଡ଼ ପଥର ଥିବା ସ୍ଥାନରେ ଛିଡ଼ା ହୋଇ ରହିଲା; ତହିଁରେ ସେମାନେ ସେ ଶଗଡ଼ର କାଠ ଚିରି ସେହି ଗାଭୀମାନଙ୍କୁ ହୋମବଳି ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଏଉତ୍ତାରେ ସେହି ଶଗଡ଼ ବେଥ୍-ଶେମଶୀୟ ଯିହୋଶୂୟର କ୍ଷେତ୍ରକୁ ଆସି ଏକ ବଡ଼ ପଥର ଥିବା ସ୍ଥାନରେ ଛିଡ଼ା ହୋଇ ରହିଲା; ତହିଁରେ ସେମାନେ ସେ ଶଗଡ଼ର କାଠ ଚିରି ସେହି ଗାଭୀମାନଙ୍କୁ ହୋମବଳି ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ।

Gade chapit la Kopi




1 ଶାମୁୟେଲ 6:14
13 Referans Kwoze  

ତହୁଁ ଅରୌଣା ଦାଉଦଙ୍କୁ କହିଲା, “ମୋ’ ପ୍ରଭୁ ମହାରାଜା ଆପଣଙ୍କୁ ଯାହା ଭଲ ଲାଗେ ତାହା ଦେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରନ୍ତୁ। ଦେଖନ୍ତୁ ହୋମବଳି ନିମନ୍ତେ ଏହି ବୃଷକୁ ଓ କାଠ ନିମନ୍ତେ ଏହି ଶସ୍ୟ ମର୍ଦ୍ଦନ ଯନ୍ତ୍ର ସଜ୍ଜ ଅଛି।


ତା’ ପରଦିନ ଠିକ୍ ସକାଳେ ଇସ୍ରାଏଲର ଲୋକମାନେ ଏକ ଯଜ୍ଞବେଦି ସ୍ଥାପନ କଲେ। ସେମାନେ ସେଠାରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।


ତା'ପରେ ଇଲୀଶାୟ ତାଙ୍କ ପରିବାର ସହିତ ଉତ୍ତମ ଭୋଜନ କଲେ। ସେ ବଳଦ ହଳକ ନେଇ ବଧ କଲେ ଓ ଯୁଆଳି କାଠରେ ମାଂସ ରାନ୍ଧି ଲୋକମାନଙ୍କୁ ଭୋଜନ ଦେଲେ। ତା'ପରେ ସେ ଏଲିୟଙ୍କ ପଶ୍ଚା‌ଦ୍‌ଗମନ କରି ତାଙ୍କର ସାହାଯ୍ୟ କାରୀ ହେଲେ।


ପୁଣି ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥ ବଳି ଓ ଶାନ୍ତି ନୈବେଦ୍ୟ ଉତ୍ସର୍ଗ କଲେ। ତହିଁରେ ସଦାପ୍ରଭୁ ପ୍ରାର୍ଥନା ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ। ପୁଣି ଇସ୍ରାଏଲ ମଧ୍ୟରୁ ମହାମାରୀ ନିବୃତ୍ତ ହେଲା।


ସେହି ଦିନ ଗାଦ୍ ଦାଉଦଙ୍କ ନିକଟକୁ ଯାଇ ତାହାଙ୍କୁ କହିଲା, “ଯାଅ, ଯିବୂଷୀୟ ଅରୌଣାର ଶସ୍ୟ ମର୍ଦ୍ଦନ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କର।”


ସେ କହିଲେ, ‘ମୋତେ ଯିବାକୁ ଦିଅ, କାରଣ ଆମ ପରିବାରର ଏକ ବଳିଦାନ ବୈ‌ଥ୍‌ଲେହମରେ ହେବାର ଅଛି। ମୋର ଭାଇ ମୋତେ ଆଦେଶ ଦେଇଛନ୍ତି ସେଠାକୁ ଯିବା ପାଇଁ। ମୁଁ ଯଦି ତୁମ୍ଭର ବନ୍ଧୁ ତେବେ ମୋତେ ଯିବାକୁ ଦିଅ ଏବଂ ମୁଁ ମୋର ଭାଇମାନଙ୍କୁ ଦେଖେ।’ ଏଥିପାଇଁ ପ୍ରାୟ ଦାଉଦ ରାଜାଙ୍କ ଟେବୁଲ୍ ପାଖକୁ ଆସି ନାହିଁ।”


ଶାଉଲ ଗାଈମାନଙ୍କୁ ଚରାଇବା ପାଇଁ ବିଲକୁ ଯାଇଥିଲେ। ସେ ସେଠାରୁ ଆସି ଲୋକମାନେ କ୍ରନ୍ଦନ କରିବାର ଶୁଣିବାକୁ ପାଇଲେ। ଶାଉଲ କହିଲେ, “ତୁମ୍ଭର କ’ଣ ହୋଇଛି ତୁମ୍ଭେମାନେ ଏପରି କାନ୍ଦୁଛ କାହିଁକି?” ତା'ପରେ ଲୋକମାନେ ତାଙ୍କୁ ଯାବେ‌‌‌ଶ୍‌‌ର ଦୂତମାନେ କହିଥିବା ସମସ୍ତ କଥା କହିଲେ।


ଏହା ପରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିମନ୍ତେ ଗୋଟିଏ ଯଥାର୍ଥ ପ୍ରକାର ଯଜ୍ଞବେଦି ନିର୍ମାଣ କର। ଏହି ଯଜ୍ଞବେଦିକୁ ଉଚ୍ଚସ୍ଥାନରେ ନିର୍ମାଣ କର। ସେହି ଷଣ୍ଢଟିକୁ ହୋମବଳିରୂପେ ସେହି ଯଜ୍ଞବେଦି ଉପରେ ଉତ୍ସର୍ଗ କର, ତୁମ୍ଭମାନଙ୍କର ହୋମବଳି ଦ‌ଗ୍‌ଧ କରିବା ପାଇଁ ସେହି ଯଜ୍ଞବେଦି ନିକଟରେ ଥିବା ଆଶେରା ସ୍ତମ୍ଭର କାଠକୁ ବ୍ୟବହାର କର।”


“ତୁମ୍ଭେମାନେ ମାଟିରେ ଏକ ସ୍ୱତନ୍ତ୍ର ଯଜ୍ଞବେଦି ମୋ’ ପାଇଁ ନିର୍ମାଣ କରିବ ଏବଂ ତୁମ୍ଭମାନଙ୍କ ମେଷ ଓ ଗୋରୁଗାଈରୁ ସେଠାରେ ହୋମବଳି, ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବ। ମୁଁ ତୁମ୍ଭମାନଙ୍କୁ ସବୁଠାରେ ଆଶୀର୍ବାଦ କରିବା ପାଇଁ ଆସିବି ଯେଉଁଠାରେ ତୁମ୍ଭେମାନେ ମୋତେ ସ୍ମରଣ କରିବ।


ସେହି ସମୟରେ ବୈ‌ଥ୍‌-ଶେମଶର ଲୋକମାନେ ତଳଭୂମିରେ ଗହମ ଅମଳ କରୁଥିଲେ, ଯେତେବେଳେ ସେମାନେ ଆଖି ଉଠାଇଲେ, ସେମାନେ ପବିତ୍ର ସିନ୍ଦୁକ ଦେଖିଲେ ଓ ଆନନ୍ଦିତ ହେଲେ।


ସେମାନେ ମଧ୍ୟ ସୁବର୍ଣ୍ଣର ମୂଷିକମାନଙ୍କର ନ‌କ୍‌ସା ପଠାଇଲେ। ଏହି ସୁବର୍ଣ୍ଣ ମୂଷିକମାନଙ୍କର ସଂଖ୍ୟା, ପାଞ୍ଚ ଜଣ ପଲେଷ୍ଟୀୟ ଶାସକମାନଙ୍କର ନଗରର ସଂଖ୍ୟା ସହିତ ସମାନ। ଏହି ନଗରର ଗ୍ଭରିପଟେ ପ୍ରାଚୀର ବେଷ୍ଟିତ ଓ ଗ୍ରାମ ବେଷ୍ଟିତ ଥିଲା। ବୈଥ୍-ଶେମଶର ଲୋକମାନେ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ପଥର ଉପରେ ରଖିଲେ।


Swiv nou:

Piblisite


Piblisite