Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 6:12 - ପବିତ୍ର ବାଇବଲ

12 ସେତେବେଳେ ସେହି ଗାଭୀମାନେ ସଳଖ ପଥ ଧରି ବୈ‌ଥ୍‌-ଶେମଶକୁ ଗଲେ; ସେମାନେ ସେମାନଙ୍କର ବାମ କିମ୍ବା ଡାହାଣକୁ ବୁଲିଲେ ନାହିଁ। ସେମାନେ ରାସ୍ତାସାରା ହମ୍ବା ରବ କରୁଥିଲେ, ଆଉ ସେମାନଙ୍କ ପଛେ ପଛେ ପଲେଷ୍ଟୀୟ ଅଧିପତିମାନେ ବୈ‌ଥ୍‌ଶେମଶ ସୀମା ପର୍ଯ୍ୟନ୍ତ ଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ତହୁଁ ସେହି ଗାଭୀମାନେ ସଳଖ ପଥ ଧରି ବୈଥ୍-ଶେମଶକୁ ଯିବା ବାଟରେ ଗଲେ; ସେମାନେ ଯାଉ ଯାଉ ହମ୍ଵାରବ ପକାଇ ସଡ଼କରେ ଗଲେ, ଦକ୍ଷିଣକୁ କି ବାମକୁ ଫେରିଲେ ନାହିଁ; ଆଉ ସେମାନଙ୍କ ପଛେ ପଛେ ପଲେଷ୍ଟୀୟ ଅଧିପତିମାନେ ବୈଥ୍-ଶେମଶ ସୀମା ପର୍ଯ୍ୟନ୍ତ ଗଲେ।

Gade chapit la Kopi

ଓଡିଆ ବାଇବେଲ

12 ତହୁଁ ସେହି ଗାଭୀମାନେ ସଳଖ ପଥ ଧରି ବେଥ୍-ଶେମଶକୁ ଯିବା ବାଟରେ ଗଲେ; ସେମାନେ ଯାଉ ଯାଉ ହମ୍ବାରବ ପକାଇ ସଡ଼କରେ ଗଲେ, ଦକ୍ଷିଣକୁ କି ବାମକୁ ଫେରିଲେ ନାହିଁ; ଆଉ ସେମାନଙ୍କ ପଛେ ପଛେ ପଲେଷ୍ଟୀୟ ଅଧିପତିମାନେ ବେଥ୍-ଶେମଶ ସୀମା ପର୍ଯ୍ୟନ୍ତ ଗଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ତହୁଁ ସେହି ଗାଭୀମାନେ ସଳଖ ପଥ ଧରି ବେଥ୍-ଶେମଶକୁ ଯିବା ବାଟରେ ଗଲେ; ସେମାନେ ଯାଉ ଯାଉ ହମ୍ବାରବ ପକାଇ ସଡ଼କରେ ଗଲେ, ଦକ୍ଷିଣକୁ କି ବାମକୁ ଫେରିଲେ ନାହିଁ; ଆଉ ସେମାନଙ୍କ ପଛେ ପଛେ ପଲେଷ୍ଟୀୟ ଅଧିପତିମାନେ ବେଥ୍-ଶେମଶ ସୀମା ପର୍ଯ୍ୟନ୍ତ ଗଲେ।

Gade chapit la Kopi




1 ଶାମୁୟେଲ 6:12
7 Referans Kwoze  

ଇସ୍ରାଏଲର ଲୋକମାନେ କହିଲେ, “ଆମ୍ଭେମାନେ କେବଳ ତୁମ୍ଭ ସଡ଼କ ଦେଇ ଯିବୁ। ଯଦି ଆମ୍ଭେମାନେ କିମ୍ବା ଆମ୍ଭମାନଙ୍କ ପଶୁ ଜଳ ପାନ କରିବୁ, ତେବେ ଆମ୍ଭେ ତହିଁର ମୂଲ୍ୟ ଦେବୁ, ଆମ୍ଭେମାନେ କେବଳ ତୁମ୍ଭ ଦେଶ ଦେଇ ପାଦରେ ଯିବୁ। ଆମ୍ଭେମାନେ ଆଉକିଛି କରିବୁ ନାହିଁ।”


ଏହାକୁ ଲକ୍ଷ୍ୟ ରଖ। ଯଦି ଏହା ଆମ୍ଭର ସୀମା ଦେଇ ବୈ‌ଥ୍‌ଶେମଶକୁ ଯାଏ, ଆମ୍ଭେମାନେ ହୃ‌‌‌‌ଦ୍‌‌‌‌ବୋଧ କରିବୁ ଯେ, ପରମେଶ୍ୱର ଆମ୍ଭମାନଙ୍କ ଉପରକୁ ଏହି ବିପତ୍ତି ଆଣିଛନ୍ତି। ଯଦି ଏହା ସିଧା ବୈ‌ଥ୍‌ଶେମଶକୁ ଯାଏ, ଆମ୍ଭେମାନେ ଜାଣିବୁ ଯେ, ଇସ୍ରାଏଲର ପରମେଶ୍ୱରଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରି ନାହିଁ। ଏହା ଦୈବାତ୍ ଘଟିଯାଇଛି।”


ଆଉ ସେମାନେ ଶଗଡ଼ ଉପରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ଓ ସ୍ୱର୍ଣ୍ଣମୂଷିକ ଓ ସେମାନଙ୍କ ଅର୍ଶ ପ୍ରତିମାର ସିନ୍ଦୁକ ରଖିଲେ।


ସେହି ସମୟରେ ବୈ‌ଥ୍‌-ଶେମଶର ଲୋକମାନେ ତଳଭୂମିରେ ଗହମ ଅମଳ କରୁଥିଲେ, ଯେତେବେଳେ ସେମାନେ ଆଖି ଉଠାଇଲେ, ସେମାନେ ପବିତ୍ର ସିନ୍ଦୁକ ଦେଖିଲେ ଓ ଆନନ୍ଦିତ ହେଲେ।


ଫାରୋ ହୃଦୟଙ୍ଗମ କଲେ ଯେ, ସେ ବେଙ୍ଗମାନଙ୍କ ଦାଉରୁ ରକ୍ଷା ପାଇଲେ। ଏବଂ ସେ ପୁଣି ଜି‌ଦ୍‌ଖୋର ହେଲେ। ସେ ସେମାନଙ୍କ କଥା ଶୁଣିଲେ ନାହିଁ। ସଦାପ୍ରଭୁ ଯେପରି କହିଥିଲେ, ସେହିପରି ସବୁ ଘଟିଗଲା।


ଏହା ପରେ ସେହି ସୀମା ବାଲାଠାରୁ ସେୟୀର ପର୍ବତ ପର୍ଯ୍ୟନ୍ତ ପଶ୍ଚିମ ଦିଗରେ ବୁଲିକରି ବସାଲୋନ୍ ନାମରେ ପ୍ରସିଦ୍ଧ ଯିୟାରୀମ୍ ପର୍ବତର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଥିଲା। ତହୁଁ ସେ ବୈ‌ଥ୍‌ଶେମଶରେ ପଡ଼ି ତିମ୍ନା ପର୍ଯ୍ୟନ୍ତ ଥିଲା।


ମାକସ୍, ଶାଲବୀମ୍, ବୈଥ୍-ଶେମଶ, ଓ ଏଲୋନ-ବୈଥାନନର ଶାସନକର୍ତ୍ତା ଥିଲେ, ବିନ୍-ଦେକର।


Swiv nou:

Piblisite


Piblisite