Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 6:11 - ପବିତ୍ର ବାଇବଲ

11 ଆଉ ସେମାନେ ଶଗଡ଼ ଉପରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ଓ ସ୍ୱର୍ଣ୍ଣମୂଷିକ ଓ ସେମାନଙ୍କ ଅର୍ଶ ପ୍ରତିମାର ସିନ୍ଦୁକ ରଖିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆଉ ସେମାନେ ଶଗଡ଼ ଉପରେ ସଦାପ୍ରଭୁଙ୍କ ସିନ୍ଦୁକ ଓ ସ୍ଵର୍ଣ୍ଣ ମୂଷିକ ଓ ସେମାନଙ୍କ ଅର୍ଶ-ପ୍ରତିମାର ସିନ୍ଦୁକ ରଖିଲେ।

Gade chapit la Kopi

ଓଡିଆ ବାଇବେଲ

11 ଆଉ ସେମାନେ ଶଗଡ଼ ଉପରେ ସଦାପ୍ରଭୁଙ୍କ ସିନ୍ଦୁକ ଓ ସ୍ୱର୍ଣ୍ଣ ମୂଷିକ ଓ ସେମାନଙ୍କ ଅର୍ଶ-ପ୍ରତିମାର ସିନ୍ଦୁକ ରଖିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆଉ ସେମାନେ ଶଗଡ଼ ଉପରେ ସଦାପ୍ରଭୁଙ୍କ ସିନ୍ଦୁକ ଓ ସ୍ୱର୍ଣ୍ଣ ମୂଷିକ ଓ ସେମାନଙ୍କ ଅର୍ଶ-ପ୍ରତିମାର ସିନ୍ଦୁକ ରଖିଲେ।

Gade chapit la Kopi




1 ଶାମୁୟେଲ 6:11
7 Referans Kwoze  

ଲୋକମାନେ ନିୟମସିନ୍ଦୁକକୁ ଅବୀନାଦବଙ୍କ ଗୃହରୁ କାଢ଼ି ଆଣିଲେ। ସେମାନେ ତାହାକୁ ଏକ ନୂତନ ଶଗଡ଼ ଗାଡ଼ିରେ ରଖିଲେ। ଉଷ ଓ ଅହିୟୋ ସେହି ଶଗଡ଼କୁ ଚଲାଇଲେ।


ଦାଉଦର ଲୋକମାନେ ସେହି ପବିତ୍ର ସିନ୍ଦୁକକୁ ଅବୀନାଦବର ଗୃହରୁ ବାହାରକୁ ଆଣିଲେ। ସେଇ ଗୃହଟି ପର୍ବତ ଉପରେ ଅବସ୍ଥିତ ଥିଲା। ସେମାନେ ଏହି ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଏକ ନୂଆ ଶଗଡ଼ରେ ଲଦିଲେ ଏବଂ ଅବୀନାଦବର ପୁତ୍ର ଉଷ ଅହୀୟୋ ସେହି ନୂଆ ଶଗଡ଼କୁ ଚଲେଇଲେ।


“ସଦାପ୍ରଭୁ ତୁମ୍ଭମାନଙ୍କୁ ମିସ୍ରୀୟ ବଥ, ଅର୍ଶ, ଜାଦୁ ଓ କୁଣ୍ଡିଆଣି ଦ୍ୱାରା ଆଘାତ କରିବେ, ଯେପରି ମିଶରୀୟମାନଙ୍କୁ କରିଥିଲେ। ଏଥିରୁ ତୁମ୍ଭେମାନେ ଆରୋଗ୍ୟ ହୋଇ ପାରିବ ନାହିଁ।


ତା'ପରେ ସେମାନେ ପଗ୍ଭରିଲେ, “ଆମ୍ଭମାନଙ୍କୁ କ୍ଷମା ଦେବା ପାଇଁ ଆମ୍ଭେମାନେ କି ପ୍ରକାର ଉପହାର ଇସ୍ରାଏଲର ପରମେଶ୍ୱରଙ୍କୁ ପଠାଇବା ଉଚିତ୍?” ସେମାନେ ଉତ୍ତର ଦେଲେ, “ପାଞ୍ଚୋଟି ସୁବର୍ଣ୍ଣର ଅର୍ଶ ଏବଂ ପାଞ୍ଚୋଟି ସୁବର୍ଣ୍ଣର ମୂଷା, ପଲେଷ୍ଟୀୟ ଶାସକମାନଙ୍କ ସଂଖ୍ୟାନୁସାରେ, କାରଣ ତୁମ୍ଭେମାନେ ସମସ୍ତେ ଏବଂ ତୁମ୍ଭମାନଙ୍କର ଶାସକଗଣ ଏକ ପ୍ରକାର ରୋଗରେ ଆକ୍ରାନ୍ତ ହେଲ।


ତା'ପରେ ସେମାନେ ଏହା କହିଲେ, ସେମାନେ ଯାହା ନିର୍ଦ୍ଦେଶ ଦେଲେ ଲୋକମାନେ ତାହା କଲେ, ଏବଂ ଦୁଇଟି ଦୁହାଁଳି ଗାଇକୁ ଶଗଡ଼ରେ ଯୋଚି ଦେଲେ ଓ ସେମାନଙ୍କ ବାଛୁରିଗୁଡ଼ିକ ଗୁହାଳରେ ବାନ୍ଧି ଦେଲେ।


ସେତେବେଳେ ସେହି ଗାଭୀମାନେ ସଳଖ ପଥ ଧରି ବୈ‌ଥ୍‌-ଶେମଶକୁ ଗଲେ; ସେମାନେ ସେମାନଙ୍କର ବାମ କିମ୍ବା ଡାହାଣକୁ ବୁଲିଲେ ନାହିଁ। ସେମାନେ ରାସ୍ତାସାରା ହମ୍ବା ରବ କରୁଥିଲେ, ଆଉ ସେମାନଙ୍କ ପଛେ ପଛେ ପଲେଷ୍ଟୀୟ ଅଧିପତିମାନେ ବୈ‌ଥ୍‌ଶେମଶ ସୀମା ପର୍ଯ୍ୟନ୍ତ ଗଲେ।


Swiv nou:

Piblisite


Piblisite