Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 5:9 - ପବିତ୍ର ବାଇବଲ

9 ପୁଣି ସେମାନେ ତାହା ନେଇଗଲା ପରେ ଏପରି ହେଲା ଯେ, ସଦାପ୍ରଭୁଙ୍କ ହସ୍ତ ଗାଥ୍ ନଗରକୁ ଭୟ ଓ ଯନ୍ତ୍ରଣାରେ ଆଘାତ କଲା; ପୁଣି ସେ ନଗରସ୍ଥ ସାନ ଓ ବଡ଼ ଉଭୟଙ୍କୁ ସେ କ୍ଳେଶ ଦେଲେ ଓ ସେମାନଙ୍କଠାରେ ଅର୍ଶରୋଗ ବାହାରିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ପୁଣି ସେମାନେ ତାହା ନେଇ ଗଲା ଉତ୍ତାରେ ଏପରି ହେଲା ଯେ, ସଦାପ୍ରଭୁଙ୍କ ହସ୍ତ ନଗର ବିରୁଦ୍ଧରେ ଅତି ମହା ବ୍ୟାକୁଳତାଜନକ ହେଲା; ପୁଣି ସେ ନଗରସ୍ଥ ସାନ ବଡ଼ ଉଭୟଙ୍କୁ ଆଘାତ କଲେ ଓ ସେମାନଙ୍କଠାରେ ଅର୍ଶ ରୋଗ ବାହାରିଲା।

Gade chapit la Kopi

ଓଡିଆ ବାଇବେଲ

9 ପୁଣି, ସେମାନେ ତାହା ନେଇ ଗଲା ଉତ୍ତାରେ ଏପରି ହେଲା ଯେ, ସଦାପ୍ରଭୁଙ୍କ ହସ୍ତ ନଗର ବିରୁଦ୍ଧରେ ଅତି ମହା ବ୍ୟାକୁଳତାଜନକ ହେଲା; ପୁଣି, ସେ ନଗରସ୍ଥ ସାନ ବଡ଼ ଉଭୟଙ୍କୁ ଆଘାତ କଲେ ଓ ସେମାନଙ୍କଠାରେ ଅର୍ଶ ରୋଗ ବାହାରିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ପୁଣି, ସେମାନେ ତାହା ନେଇଗଲା ଉତ୍ତାରେ ଏପରି ହେଲା ଯେ, ସଦାପ୍ରଭୁଙ୍କ ହସ୍ତ ନଗର ବିରୁଦ୍ଧରେ ଅତି ମହା ବ୍ୟାକୁଳତାଜନକ ହେଲା; ପୁଣି, ସେ ନଗରସ୍ଥ ସାନ ବଡ଼ ଉଭୟଙ୍କୁ ଆଘାତ କଲେ ଓ ସେମାନଙ୍କଠାରେ ଅର୍ଶ ରୋଗ ବାହାରିଲା।

Gade chapit la Kopi




1 ଶାମୁୟେଲ 5:9
11 Referans Kwoze  

ଅ‌ସ୍‌ଦୋଦୀୟ ଲୋକମାନଙ୍କର ଓ ସେମାନଙ୍କର ପଡ଼ୋଶୀମାନଙ୍କର ଜୀବନକୁ ସଦାପ୍ରଭୁ କଠିନ କରି ସେମାନଙ୍କୁ ନାନା କଷ୍ଟ ଦେଲେ। ସେ ସେମାନଙ୍କୁ ଅର୍ଶରୋଗରେ ଆଘାତ କଲେ। ସେ ମଧ୍ୟ ସେମାନଙ୍କ ପାଇଁ ମୂଷାଗୁଡ଼ିକ ପଠେଇଲେ, ଯାହାକି ସେମାନଙ୍କର ଜାହାଜଗୁଡ଼ିକରେ ଓ ଦେଶରେ ଭର୍ତ୍ତି ହୋଇଗଲେ। ଫଳରେ ଲୋକମାନେ ଡରିଗଲେ।


ପଲେଷ୍ଟୀୟମାନେ ପରାସ୍ତ ହେଲେ। ସେମାନେ ପୁଣି ଇସ୍ରାଏଲରେ ପ୍ରବେଶ କଲେ ନାହିଁ। ସଦାପ୍ରଭୁ ଶାମୁୟେଲଙ୍କ ଅବଶିଷ୍ଟ ଜୀବନ କାଳରେ ପଲେଷ୍ଟୀୟଙ୍କ ବିରୁଦ୍ଧରେ ଗଲେ।


ସଦାପ୍ରଭୁଙ୍କର ହସ୍ତ ସେମାନଙ୍କ ବିପକ୍ଷରେ ସମସ୍ତ ଲୋକମାନଙ୍କୁ ଧ୍ୱଂସ କରିବା ପର୍ଯ୍ୟନ୍ତ ଥିଲା।


କିନ୍ତୁ ଯଦି ତୁମ୍ଭେ ସଦାପ୍ରଭୁଙ୍କ ‌କଥା ନ ମାନ ଏବଂ ତାଙ୍କ ବିରୁଦ୍ଧରେ ଯାଅ, ତେବେ ପରମେଶ୍ୱରଙ୍କର ହସ୍ତ ତୁମ୍ଭମାନଙ୍କ ବିରୁଦ୍ଧରେ ଯିବ। ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କ ବିରୁଦ୍ଧରେ ଥିଲେ।


ପୁଣି ପରମେଶ୍ୱର ତାଙ୍କର ବିରୋଧୀକାରୀଙ୍କୁ ବଳପୂର୍ବକ ତଡ଼ି ଦେଲେ। ପରମେଶ୍ୱର ତାଙ୍କର ଶତ୍ରୁଗଣଙ୍କୁ ପରାସ୍ତ କଲେ ଓ ଚିରକାଳ ପାଇଁ ଅପମାନିତ କଲେ।


ସଦାପ୍ରଭୁଙ୍କର ଦିନଟି ଏପରି ସମୟ ହେବ, ଯେତେବେଳେ ଜଣେ ବ୍ୟକ୍ତି ସିଂହ ମୁହଁରୁ ରକ୍ଷା ପାଇ ଭାଲୁ ଦ୍ୱାରା ଆକ୍ରମିତ ହୁଏ କି ନିଜ ଘରର କାନ୍ଥରେ ହାତ ରଖି ବିଶ୍ରାମ ନେବା ସମୟରେ ଦନ୍ତଘାତ ହୁଏ।


ଆଉ ସେମାନେ ଶଗଡ଼ ଉପରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ଓ ସ୍ୱର୍ଣ୍ଣମୂଷିକ ଓ ସେମାନଙ୍କ ଅର୍ଶ ପ୍ରତିମାର ସିନ୍ଦୁକ ରଖିଲେ।


ଏହେତୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଏକତ୍ରିତ କରି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ପଠାଇ ଦିଅ, ତାହା ସ୍ୱସ୍ଥାନକୁ ଫେରିଯାଉ। ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକକୁ ହତ୍ୟା ନ କରୁ,” କାରଣ ନଗରର ସବୁଆଡ଼େ ମୃତ୍ୟୁଜନିତ ବ୍ୟାକୁଳତା ଜନ୍ମି ଥିଲା। ପରମେଶ୍ୱରଙ୍କ ହସ୍ତ ସେଠାରେ ଅତି ଭାରି ଥିଲା।


ଏହା ପରେ ସେମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଇକ୍ରୋଣକୁ ପଠାଇଲେ। ଯେତେବେଳେ ଇସ୍ରାଏଲର ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ଆସିଲା। ଇକ୍ରୋଣୀୟମାନେ ଚିତ୍କାର କରି କହିଲେ, “ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକଙ୍କୁ ବଧ କରିବା ପାଇଁ ତୁମ୍ଭେମାନେ ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଆମ୍ଭମାନଙ୍କ ନିକଟକୁ ଆଣିଛ।”


Swiv nou:

Piblisite


Piblisite