Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 4:21 - ପବିତ୍ର ବାଇବଲ

21 ସେ ସେହି ବାଳକର ନାମ ଐ-କାବୋଦ୍ ଦେଲା। ତା'ର ଅର୍ଥ, “ଇସ୍ରାଏଲରୁ ଗୌରବ ଗ୍ଭଲି ଯାଇଛି।” ଏହା ଧାରଣା ଦିଏ ଯେ ସଦାପ୍ରଭୁଙ୍କର ସିନ୍ଦୁକ ଧରା ପଡ଼ିଛି ଏବଂ ତା'ର ଶ୍ୱଶୁର ଓ ସ୍ୱାମୀ ମୃତ୍ୟୁବରଣ କରିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ଆଉ ପରମେଶ୍ଵରଙ୍କ ସିନ୍ଦୁକ ଧରାଯିବାରୁ ଓ ତାହାର ଶ୍ଵଶୁର ଆଉ ସ୍ଵାମୀ ହେତୁରୁ ଇସ୍ରାଏଲ ମଧ୍ୟରୁ ଗୌରବ ଚାଲିଗଲା, ଏହା କହି ସେ ବାଳକର ନାମ ଐ-କାବୋଦ୍ (ହୀନ ଗୌରବ) ରଖିଲା।

Gade chapit la Kopi

ଓଡିଆ ବାଇବେଲ

21 ଆଉ ପରମେଶ୍ୱରଙ୍କ ସିନ୍ଦୁକ ଧରାଯିବାରୁ ଓ ତାହାର ଶ୍ୱଶୁର ଆଉ ସ୍ୱାମୀ ହେତୁରୁ ଇସ୍ରାଏଲ ମଧ୍ୟରୁ ଗୌରବ ଚାଲିଗଲା, ଏହା କହି ସେ ବାଳକର ନାମ ଐକାବୋଦ (ହୀନ ଗୌରବ) ରଖିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ଆଉ ପରମେଶ୍ୱରଙ୍କ ସିନ୍ଦୁକ ଧରାଯିବାରୁ ଓ ତାହାର ଶ୍ୱଶୁର ଆଉ ସ୍ୱାମୀ ହେତୁରୁ “ଇସ୍ରାଏଲ ମଧ୍ୟରୁ ଗୌରବ ଚାଲିଗଲା,” ଏହା କହି ସେ ବାଳକର ନାମ ଐକାବୋଦ (ହୀନ ଗୌରବ) ରଖିଲା।

Gade chapit la Kopi




1 ଶାମୁୟେଲ 4:21
12 Referans Kwoze  

ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ।


ସେ ତାଙ୍କର ଶକ୍ତିର ପ୍ରତୀକକୁ କରାୟତ୍ତ କରିବା ପାଇଁ ଦେଲେ। ସେ ତାଙ୍କର “ଗୌରବର ପ୍ରତୀକକୁ” ଶତ୍ରୁମାନଙ୍କ ଦ୍ୱାରା ନେଇଗଲେ।


କୌଣସି ଦେଶର ଲୋକମାନେ ସେମାନଙ୍କର ଦେବଗଣଙ୍କୁ ପରିତ୍ୟାଗ କରିଅଛନ୍ତି କି, ଯଦିଓ ସେମାନେ ମୂର୍ତ୍ତି ଥିଲେ ଏବଂ ପ୍ରକୃତ ପରମେଶ୍ୱର ନୁହନ୍ତି? ମାତ୍ର ମୋର ଲୋକମାନେ ସେମାନଙ୍କର ମହିମାମୟ ପରମେଶ୍ୱରଙ୍କୁ ନିଷ୍ଫଳ ବସ୍ତୁ ବଦଳରେ ପରିତ୍ୟାଗ କରିଅଛନ୍ତି, ଯାହାର ସେମାନଙ୍କୁ ପ୍ରଦାନ କରିବା ପାଇଁ କିଛି ନ ଥାଏ।


ଯାଜକଗଣଙ୍କୁ ହତ୍ୟା କରାଗଲା। କିନ୍ତୁ ବିଧବାମାନେ ସେମାନଙ୍କ ପାଇଁ ବିଳାପ କରିବାକୁ ସୁଯୋଗ ପାଇଲେ ନାହିଁ।


ଯଦିଓ ଇସ୍ରାଏଲୀୟମାନେ ଅଧିକ ସନ୍ତାନ ଇଚ୍ଛା କରିବେ ଏହା ସେମାନଙ୍କୁ ସାହାଯ୍ୟ କରିବ ନାହିଁ। ଆମ୍ଭେ ସେମାନଙ୍କଠାରୁ ସେମାନଙ୍କର ପିଲାମାନଙ୍କୁ ନେଇଯିବା। ଆମ୍ଭେ ସେମାନଙ୍କୁ ପରିତ୍ୟାଗ କରିବା। ଫଳରେ ସେମାନଙ୍କର ଦୁଃଖ ବ୍ୟତୀତ ଆଉ କିଛି ରହିବ ନାହିଁ।”


ପୁଣି ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକକୁ ଧରିଲେ। ଆଉ ଏଲିଙ୍କର ଦୁଇ ପୁତ୍ର ହ‌ଫ୍‌ନି ଓ ପୀନହସ୍ ହତ ହେଲେ।


ସେହି ଲୋକମାନେ ମହିମାନ୍ୱିତ ପରମେଶ୍ୱରଙ୍କର ଏକ ତୃଣଭକ୍ଷ୍ୟଣକାରୀ ଷଣ୍ଢର ପ୍ରତିମୂର୍ତ୍ତି ତିଆରି କରି ବେପାର କଲେ।


ଏବଂ ସେ କହିଲା, “ଇସ୍ରାଏଲରୁ ଗୌରବ ଗ୍ଭଲିଯାଇଛି,” କାରଣ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ବହି ନିଆଗଲା।


ଐକାବୋଦର ଭ୍ରାତା ଅହୀଟୂବର ପୁତ୍ର ଯାଜକ ଅହିୟ ଏଫୋଦ ପିନ୍ଧି ସେଠାରେ ଥିଲା। ଐକାବୋଦ ପୀନହ‌ସ୍‌ର ପୁତ୍ର, ପୀନହସ୍ ଶୀଲୋର ଯାଜକ ଏଲିର ପୁତ୍ର। ଯୋନାଥନ ବାହାରକୁ ଯାଇଛି ବୋଲି ସେଠାରେ ଉପସ୍ଥିତ ଲୋକ ଜାଣି ନ ଥିଲେ।


ପୁଣି ତୁମ୍ଭର ଦୁଇପୁତ୍ର ହ‌ଫ୍‌ନି ଓ ପିନହସ ପ୍ରତି ଯାହା ଘଟିବ, ତାହା ତୁମ୍ଭ ପାଇଁ ଚିହ୍ନ ସ୍ୱରୂପ ହେବ। ସେ ଦୁହେଁ ଏକ ଦିନରେ ମରିବେ।


ମୁଁ ଏଲିର ପରିବାରକୁ ଯାହା ଯାହା କହୁଅଛି ସେ ସମସ୍ତ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପୁରଣ କରିବ।


ଦେଖ, ସଦାପ୍ରଭୁ କିପରି ଆପଣା କ୍ରୋଧରେ ସିୟୋନ କନ୍ୟାକୁ ମେଘାଚ୍ଛନ୍ନ କରିଛନ୍ତି। ସେ ଇସ୍ରାଏଲର ଗୌରବକୁ ସ୍ୱର୍ଗରୁ ପୃଥିବୀକୁ ନିକ୍ଷେପ କରିଛନ୍ତି। ପୁଣି ତାଙ୍କର କ୍ରୋଧର ଦିନରେ ତାଙ୍କର ପାଦପୀଠ ଇସ୍ରାଏଲକୁ ସ୍ମରଣ କରି ନାହାନ୍ତି।


Swiv nou:

Piblisite


Piblisite