Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 4:19 - ପବିତ୍ର ବାଇବଲ

19 ସେ ସମୟରେ ଏଲିର ପୁତ୍ରବଧୂ ପୀନହ‌ସ୍‌ର ସ୍ତ୍ରୀ ଗର୍ଭବତୀ ଥିଲା ଓ ତା'ର ପ୍ରସବକାଳ ନିକଟ ଥିଲା ଏହା ଶୁଣିବା ପରେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଧରା ପଡ଼ିଲା। ତା'ର ଶ୍ୱଶୁର ଓ ସ୍ୱାମୀ ମୃତ୍ୟୁବରଣ କଲେ। ଅତି ପ୍ରସବକାଳୀନ ଯନ୍ତ୍ରଣା ଭୋଗ କରୁ କରୁ ସେ ପ୍ରସବ କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ସେସମୟରେ ତାଙ୍କର ପୁତ୍ରବଧୂ ପୀନହସ୍ର ଭାର୍ଯ୍ୟା ଗର୍ଭବତୀ, ପ୍ରସବକାଳ ନିକଟ ଥିଲା; ଏଣୁ ପରମେଶ୍ଵରଙ୍କ ସିନ୍ଦୁକ ଧରାଗଲା, ଆଉ ତାହାର ଶ୍ଵଶୁର ଓ ସ୍ଵାମୀ ମଲେ; ଏହି ସମ୍ଵାଦ ଶୁଣିବାମାତ୍ରେ ସେ ଆଣ୍ଠୋଇ ପଡ଼ି ପ୍ରସବ କଲା; କାରଣ ସେହିକ୍ଷଣି ତାହାର ବେଦନା ଉପସ୍ଥିତ ହେଲା।

Gade chapit la Kopi

ଓଡିଆ ବାଇବେଲ

19 ସେସମୟରେ ତାଙ୍କର ପୁତ୍ରବଧୂ ପୀନହସ୍‍ର ଭାର୍ଯ୍ୟା ଗର୍ଭବତୀ, ପ୍ରସବ କାଳ ନିକଟ ଥିଲା; ଏଣୁ ପରମେଶ୍ୱରଙ୍କ ସିନ୍ଦୁକ ଧରାଗଲା, ଆଉ ତାହାର ଶ୍ୱଶୁର ଓ ସ୍ୱାମୀ ମଲେ; ଏହି ସମ୍ବାଦ ଶୁଣିବା ମାତ୍ରେ ସେ ଆଣ୍ଠୋଇ ପଡ଼ି ପ୍ରସବ କଲା; କାରଣ ସେହିକ୍ଷଣି ତାହାର ବେଦନା ଉପସ୍ଥିତ ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ସେସମୟରେ ତାଙ୍କର ପୁତ୍ରବଧୂ ପୀନହସ୍‍ର ଭାର୍ଯ୍ୟା ଗର୍ଭବତୀ, ପ୍ରସବକାଳ ନିକଟ ଥିଲା; ଏଣୁ ପରମେଶ୍ୱରଙ୍କ ସିନ୍ଦୁକ ଧରାଗଲା, ଆଉ ତାହାର ଶ୍ୱଶୁର ଓ ସ୍ୱାମୀ ମଲେ; ଏହି ସମ୍ବାଦ ଶୁଣିବାମାତ୍ରେ ସେ ଆଣ୍ଠୋଇପଡ଼ି ପ୍ରସବ କଲା; କାରଣ ସେହିକ୍ଷଣି ତାହାର ବେଦନା ଉପସ୍ଥିତ ହେଲା।

Gade chapit la Kopi




1 ଶାମୁୟେଲ 4:19
7 Referans Kwoze  

ଯେତେବେଳେ ଏଲି ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ବିଷୟରେ ଶୁଣିଲେ, ଏଲି ଆପଣା ଚୌକି ପଛଆଡ଼େ ପଡ଼ିଗଲେ, ତହୁଁ ତାଙ୍କର ବେକ ଭାଙ୍ଗିଗଲା ଓ ସେ ମୃତ୍ୟୁବରଣ କଲେ, କାରଣ ସେ ବୃଦ୍ଧ ଓ ଭାରୀ ଥିଲେ। ସେ ଗ୍ଭଳିଶ୍ ବର୍ଷ ଇସ୍ରାଏଲର ନେତୃତ୍ୱ ନେଲେ।


ତା'ପରେ ପ୍ରାୟ ତାହାର ମରଣ ହେଲାପରି, ତାହା ନିକଟରେ ଠିଆ ହୋଇଥିବା ସ୍ତ୍ରୀମାନେ ତାକୁ କହିଲେ, “ଭୟ କର ନାହିଁ, ତୁମ୍ଭେ ତ ପୁତ୍ର ପ୍ରସବ କରିଅଛ,” ମାତ୍ର ସେ କିଛି ଉତ୍ତର ଦେଲା ନାହିଁ କିଅବା ତହିଁରେ ମନ ଦେଲା ନାହିଁ।


ଏହା ପରେ ସଦାପ୍ରଭୁ ପରମେଶ୍ୱର ସେହି ସ୍ତ୍ରୀଲୋକଟିକୁ କହିଲେ, “ମୁଁ ତୁମ୍ଭର କାର୍ଯ୍ୟଭାର ଏବଂ ତୁମ୍ଭର ଗର୍ଭବେଦନା ମଧ୍ୟ ବଢ଼ାଇବି। ତୁମ୍ଭେ ବ୍ୟଥାରେ ସନ୍ତାନ ପ୍ରସବ କରିବ। ପୁଣି ସ୍ୱାମୀ ପ୍ରତି ତୁମ୍ଭର ବାସନା ରହିବ ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ।”


ପ୍ରସବ ବେଦନା ଅତିଶୟ କଷ୍ଟ ହେବାରୁ ଧାତ୍ରୀ ତାହାକୁ କହିଲେ, “ଭୟ କର ନାହିଁ, ତୁମ୍ଭେ ଏଥର ହିଁ ପୁତ୍ର ପ୍ରସବ କରିବ।”


ସେହି ସମୟରେ ଯାରବିୟାମଙ୍କ ପୁତ୍ର ଅବିୟ ଅତିଶୟ ପୀଡ଼ିତ ହେଲେ।


ଯାଜକଗଣଙ୍କୁ ହତ୍ୟା କରାଗଲା। କିନ୍ତୁ ବିଧବାମାନେ ସେମାନଙ୍କ ପାଇଁ ବିଳାପ କରିବାକୁ ସୁଯୋଗ ପାଇଲେ ନାହିଁ।


ଯେବେ ତୁମ୍ଭେମାନେ ଆମ୍ଭର ଆଜ୍ଞା ପାଳନ ନ କରିବ, ତେବେ ଆମ୍ଭେ ଏହି ଗୃହକୁ ଶୀଲୋର ତୁଲ୍ୟ କରିବା ଆଉ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପର ସ୍ଥାନ କରିବା।’”


Swiv nou:

Piblisite


Piblisite