Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 31:4 - ପବିତ୍ର ବାଇବଲ

4 ଶାଉଲ ତାଙ୍କର ଅସ୍ତ୍ରବାହକକୁ କହିଲେ, “ତୁମ୍ଭର ଖଣ୍ତା ବାହାର କରି ତୁମ୍ଭର ଖଣ୍ଡାରେ ମୋତେ ହତ୍ୟା କର। ତାହାହେଲେ ଅସୁନ୍ନତ ଲୋକମାନେ ଆସି ମୋତେ ଗାଳି ଦେବେ ନାହିଁ କିମ୍ବା ହତ୍ୟା କରି ପାରିବେ ନାହିଁ।” କିନ୍ତୁ ଶାଉଲଙ୍କର ଅସ୍ତ୍ରବାହକ ଦାସ ବହୁତ ଭୟଭୀତ ହୋଇଗଲା ଏବଂ ଶାଉଲଙ୍କୁ ହତ୍ୟା କରିବାକୁ ମନା କଲା। ତେଣୁ ଶାଉଲ ତାଙ୍କର ନିଜର ଖଣ୍ତା ବାହାର କଲେ ଓ ନିଜେ ନିଜକୁ ହତ୍ୟା କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ତହିଁରେ ଶାଉଲ ଆପଣା ଅସ୍ତ୍ରବାହକକୁ କହିଲେ, ତୁମ୍ଭ ଖଡ଼୍‍ଗ ବାହାର କରି ତହିଁରେ ମୋତେ ଭୁସି ପକାଅ; କେଜାଣି ଏହି ଅସୁନ୍ନତମାନେ ଆସି ମୋତେ ଭୁସି ପକାଇ କୌତୁକ କରିବେ। ମାତ୍ର ତାଙ୍କର ଅସ୍ତ୍ରବାହକ ଅତିଶୟ ଭୀତ ହେବାରୁ ସମ୍ମତ ହେଲା ନାହିଁ। ଏହେତୁ ଶାଉଲ ଖଡ଼୍‍ଗ ନେଇ ଆପେ ତହିଁ ଉପରେ ପଡ଼ିଲେ।

Gade chapit la Kopi

ଓଡିଆ ବାଇବେଲ

4 ତହିଁରେ ଶାଉଲ ଆପଣା ଅସ୍ତ୍ରବାହକକୁ କହିଲେ, ତୁମ୍ଭ ଖଡ୍ଗ ବାହାର କରି ତହିଁରେ ମୋତେ ଭୁସି ପକାଅ; କେଜାଣି ଏହି ଅସୁନ୍ନତମାନେ ଆସି ମୋତେ ଭୁସି ପକାଇ କୌତୁକ କରିବେ। ମାତ୍ର ତାଙ୍କର ଅସ୍ତ୍ରବାହକ ଅତିଶୟ ଭୀତ ହେବାରୁ ସମ୍ମତ ହେଲା ନାହିଁ। ଏହେତୁ ଶାଉଲ ଖଡ୍ଗ ନେଇ ଆପେ ତହିଁ ଉପରେ ପଡ଼ିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ତହିଁରେ ଶାଉଲ ଆପଣା ଅସ୍ତ୍ରବାହକକୁ କହିଲେ, “ତୁମ୍ଭ ଖଡ୍ଗ ବାହାର କରି ତହିଁରେ ମୋତେ ଭୁସି ପକାଅ;” କେଜାଣି ଏହି ଅସୁନ୍ନତମାନେ ଆସି ମୋତେ ଭୁସି ପକାଇ କୌତୁକ କରିବେ। ମାତ୍ର ତାଙ୍କର ଅସ୍ତ୍ରବାହକ ଅତିଶୟ ଭୀତ ହେବାରୁ ସମ୍ମତ ହେଲା ନାହିଁ। ଏହେତୁ ଶାଉଲ ଖଡ୍ଗ ନେଇ ଆପେ ତହିଁ ଉପରେ ପଡ଼ିଲେ।

Gade chapit la Kopi




1 ଶାମୁୟେଲ 31:4
19 Referans Kwoze  

ଗାଥ୍ ସହରକୁ ଏହି ସମ୍ବାଦ ଦିଅ ନାହିଁ। ଅସ୍କିଲୋନର ଦାଣ୍ଡରେ ଏହା ପ୍ରଗ୍ଭର କର ନାହିଁ। ଯଦି ତୁମ୍ଭେ ଏହା କର, ସେହି ପଲେଷ୍ଟୀୟ ନଗରଗୁଡ଼ିକ ଆନନ୍ଦ କରିବେ। ସେହି ନଗରର ଅସଭ୍ୟ ପ୍ରତିମା ପୂଜକଗଣ ଆନନ୍ଦିତ ହେବେ।


ଯୁବକ ଜଣକ କହିଲା, “ମୁଁ ଯେତେବେଳେ ଗି‌ଲ୍‌ବୋୟ ପର୍ବତ ଉପରେ ଥିଲି, ମୁଁ ଦେଖିଲି, ଶାଉଲ ନିଜର ବର୍ଚ୍ଛା ଉପରେ ଆଉଜିଛନ୍ତି ଏବଂ ପଲେଷ୍ଟୀୟ ରଥସବୁ ଓ ଅଶ୍ୱାରୋହୀମାନେ ତାଙ୍କର ପାଖକୁ ଆସୁଛନ୍ତି।”


ତେଣୁ ସେ ତାଙ୍କର ଅସ୍ତ୍ରବାହକ ଯୁବକକୁ ଡାକି କହିଲା, “ସଙ୍ଗେ ସଙ୍ଗେ ତୁମ୍ଭର ‌‌ଖ‌ଡ଼୍‌ଗ ବାହାର କରି ମୋତେ ହତ୍ୟା କର। ଯେଉଁଥିପାଇଁ କେହି କହିବେ ନାହିଁ, ‘ଜଣେ ସ୍ତ୍ରୀ ଅବୀମେଲକକୁ ହତ୍ୟା କଲା।’” ତେଣୁ ତା'ର ଗ୍ଭକର ତାଙ୍କୁ ଭୁଷି ଦିଅନ୍ତେ, ମଲା।


ଅମ୍ରିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ମହାନ କାର୍ଯ୍ୟଗୁଡ଼ିକ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଛି।


ଏହା ପରେ ଅହୀଥୋଫଲ ଯେତେବେଳେ ଦେଖିଲେ ଏହା ତାଙ୍କ ମନ୍ତ୍ରଣା ଅନୁସାରେ ଗଲା ନାହିଁ, ସେ ତାଙ୍କ ଗଧ ଉପରେ ଚଢ଼ି ତାଙ୍କର ନିଜ ନଗରକୁ ଫେରିଲେ ଏବଂ ସେ ତାଙ୍କ ବଂଶ ପାଇଁ ଏକ ଦଲିଲ୍ ଲେଖିଲେ ଏବଂ ନିଜେ ଫାଶି ହୋଇ ଗଲେ। ଏହିପରି ଭାବରେ ସେ ମଲା ଓ ନିଜର ପିତାର କବରରେ କବର ପାଇଲା।


ତା'ପରେ ଦାଉଦ ତାକୁ ପଗ୍ଭରିଲେ, “ତୁମ୍ଭେ କିପରି ସାହସ କଲ ଓ ସଦାପ୍ରଭୁଙ୍କ ଦ୍ୱାରା ମନୋନୀତ ରାଜାଙ୍କୁ ହତ୍ୟା କରିବା ପାଇଁ ଭୟ କଲ ନାହିଁ।”


ମୁଁ ସିଂହ ଓ ଭାଲୁ ଉଭୟଙ୍କୁ ବଧ କରିଛି ଏବଂ ମୁଁ ମଧ୍ୟ ଗଲିୟାତକୁ ସେହିପରି ବଧ କରିବି। ଗଲିୟାତ ମରିବ କାରଣ ସେ ଜୀବିତ ପରମେଶ୍ୱରଙ୍କର ସୈନ୍ୟକୁ ତୁଚ୍ଛ କରିଅଛି।


ଦାଉଦ ସେଠାରେ ଠିଆ ହୋଇଥିବା ଲୋକମାନଙ୍କୁ ପଗ୍ଭରିଲେ, “ସେ କ’ଣ କହିଲା? ଯେଉଁ ଲୋକ ଏହି ପଲେଷ୍ଟୀୟକୁ ବଧ କରି ଏବଂ ଇସ୍ରାଏଲର ଏହି ଅପମାନ ଦୂର କରିବ, ତାହା ପ୍ରତି କ’ଣ କରାଯିବ? କିଏ ଏହି ଅସୁନ୍ନତ ପଲେଷ୍ଟୀୟ ଯିଏ ଜୀବିତ ପରମେଶ୍ୱରଙ୍କ ସୈନ୍ୟ ଛାଉଣିକି ଅବମାନନା କରିବାକୁ ସାହସ କରେ।”


ଯୋନାଥନ ତାଙ୍କ ଆଜ୍ଞାକାରୀ ଯୁବକଙ୍କୁ ଯିଏ ଅସ୍ତ୍ର ଶସ୍ତ୍ର ବୋହିଥାଏ ତାକୁ କହିଲେ, “ଆସ, ଆମ୍ଭେ ବିଦେଶୀଙ୍କର ଶିବିର ଆଡ଼କୁ ଯିବା। ସଦାପ୍ରଭୁ ଆମ୍ଭମାନଙ୍କୁ ବ୍ୟବହାର କରି ସେମାନଙ୍କୁ ପରାସ୍ତ କରି ପାରନ୍ତି, ଯେହେତୁ ଆମ୍ଭେ ଅଳ୍ପ ବା ବେଶୀ ସୈନ୍ୟ ହେଉ ଆମ୍ଭମାନଙ୍କୁ ରକ୍ଷା କରିବାରେ ସଦାପ୍ରଭୁଙ୍କୁ କେହି ଅଟକାଇ ପାରିବ ନାହିଁ।”


ତାଙ୍କର ପିତାମାତା ତାଙ୍କୁ କହିଲେ, “ଆମ୍ଭର ସମ୍ପର୍କୀୟ ମଧ୍ୟରେ ଇସ୍ରାଏଲରେ ତୁମ୍ଭର ସ୍ତ୍ରୀ ହେବାକୁ କନ୍ୟା ନାହାନ୍ତି ଯେ, ତୁମ୍ଭେ ଅସୁନ୍ନତ ପଲେଷ୍ଟୀୟମାନଙ୍କ ମଧ୍ୟରୁ ଜଣକୁ ସ୍ତ୍ରୀ କରିବ?” କିନ୍ତୁ ଶା‌ମ୍‌ଶୋନ୍ ଉତ୍ତର ଦେଲେ, “ମୋତେ ସେହି ଯୁବତୀ ଆଣି ଦିଅ! ମୁଁ କେବଳ ସେହି ଯୁବତୀକୁ ବିବାହ କରିବାକୁ ଗ୍ଭହେଁ।”


ଏହା ପରେ ଶାଉଲ ନିଜର ଅସ୍ତ୍ରବାହକକୁ କହିଲେ, “ତୁମ୍ଭର ‌‌ଖ‌ଡ଼୍‌ଗ ବାହାର କର ଓ ମୋତେ ସେଥିରେ ବଧ କର। ତେବେ ସେହି ଅସୁନ୍ନତ ବିଦେଶୀମାନେ ଆସି ମୋର ଉପହାସ କରି ପାରିବେ ନାହିଁ।” କିନ୍ତୁ ଶାଉଲଙ୍କ ଅସ୍ତ୍ରବାହକ ଭୟ କଲା। ସେ ଶାଉଲଙ୍କୁ ବଧ କଲା ନାହିଁ। ତେଣୁ ଶାଉଲ ନିଜ ‌‌ଖ‌ଡ଼୍‌ଗ ଉପରେ ପଡ଼ିଯାଇ ନିଜକୁ ବଧ କଲେ।


ତେଣୁ ଶାଉଲଙ୍କର ଦାସ ଦେଖିଲା ଯେ ଶାଉଲ ମରିଯାଇଛନ୍ତି। ତେଣୁ ସେ ତା'ର ଖଣ୍ତା ବାହାର କରି ନିଜ ଖଣ୍ଡାରେ ଶାଉଲଙ୍କ ନିକଟରେ ମୃତ୍ୟୁବରଣ କଲା।


ସେତେବେଳେ ଦାଉଦ ଯାଇ ଯାବେ‌‌‌ଶ୍‌‌-ଗିଲିୟଦ ନିବାସୀମାନଙ୍କ ନିକଟରୁ ଶାଉଲଙ୍କର ଅସ୍ଥି ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ନେଲେ। କାରଣ ଗି‌ଲ୍‌ବୋୟରେ ପଲେଷ୍ଟୀୟମାନେ ଶାଉଲଙ୍କୁ ବଧ କରିବା ଦିନ ସେମାନଙ୍କ ଶବ ପଲେଷ୍ଟୀୟମାନଙ୍କ ଦ୍ୱାରା ବୈଥ୍‌ଶାନ ଛକରେ ଟଙ୍ଗାଗଲା ଉତ୍ତାରେ ଯାବେ‌‌‌ଶ୍‌‌-ଗିଲିୟଦୀୟମାନେ ସେହି ସ୍ଥାନରୁ ତାହା ଗ୍ଭେରି କରି ନେଇଥିଲେ।


ଯେତେବେଳେ ସିମ୍ରି ଦେଖିଲେ ଯେ, ନଗର କବଳିତ ହୋଇଯାଇଛି, ସେ ପ୍ରାସାଦରେ ପ୍ରବେଶ କରି ନିଆଁ ଲଗାଇ ଦେଲେ। ସେ ପୋଡ଼ିଯାଇ ମୃତ୍ୟୁବରଣ କଲେ।


ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ, ସଦାପ୍ରଭୁ ଶାଉଲଙ୍କୁ ଦଣ୍ତ ଦେବେ। ଶାଉଲ ସାଧାରଣ ମୃତ୍ୟୁବରଣ କରି ପାରନ୍ତି କିମ୍ବା ସେ ଯୁଦ୍ଧକୁ ଯାଇ ମରିବେ।


ଅମାଲେକୀୟମାନଙ୍କୁ ମାରିସାରିବା ପରେ ଦାଉଦ ସିକ୍ଳ‌ଗ୍‌କୁ ଫେରି ଆସିଲେ। ଏହା ଠିକ୍ ଶାଉଲଙ୍କର ମୃତ୍ୟୁ ପରେ ପରେ, ଦାଉଦ ସେଠାରେ ମାତ୍ର ଦୁଇ ଦିନ ରହିଲେ।


Swiv nou:

Piblisite


Piblisite