1 ଶାମୁୟେଲ 31:1 - ପବିତ୍ର ବାଇବଲ1 ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ଇସ୍ରାଏଲୀୟମାନେ ଭୟରେ ସେଠାରୁ ଦୌଡ଼ି ପଳାୟନ କଲେ। ଗିଲ୍ବୋୟ ପର୍ବତ ଉପରେ ବହୁତ ଇସ୍ରାଏଲୀୟମାନଙ୍କୁ ମାରି ଦିଆଗଲା। Gade chapit laପବିତ୍ର ବାଇବଲ (Re-edited) - (BSI)1 ଏଥି ମଧ୍ୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ; ପୁଣି ଇସ୍ରାଏଲ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଇ ଗିଲ୍ବୋୟ ପର୍ବତରେ ହତ ହୋଇ ପଡ଼ିଲେ। Gade chapit laଓଡିଆ ବାଇବେଲ1 ଏଥି ମଧ୍ୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ; ପୁଣି, ଇସ୍ରାଏଲ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଇ ଗିଲ୍ବୋୟ ପର୍ବତରେ ହତ ହୋଇ ପଡ଼ିଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 ଏଥିମଧ୍ୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ; ପୁଣି, ଇସ୍ରାଏଲ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଇ ଗିଲ୍ବୋୟ ପର୍ବତରେ ହତ ହୋଇ ପଡ଼ିଲେ। Gade chapit la |
ଶାମୁୟେଲ ଶାଉଲଙ୍କୁ କହିଲେ, “ମୋତେ କାହିଁକି ତୁମ୍ଭେ ବ୍ୟସ୍ତ କଲ? ମୋତେ କାହିଁକି ତୁମ୍ଭେ ଉଠାଇଲ?” ଶାଉଲ ଉତ୍ତର ଦେଲେ, “ମୁଁ ବିପଦରେ ପଡ଼ିଛି, ପଲେଷ୍ଟୀୟମାନେ ମୋ’ ସହିତ ଯୁଦ୍ଧ କରିବାକୁ ଆସିଛନ୍ତି ଏବଂ ପରମେଶ୍ୱର ମୋତେ ତ୍ୟାଗ କରିଛନ୍ତି। ପରମେଶ୍ୱର ମୋତେ ଆଉ ଉତ୍ତର ଦେଉ ନାହାନ୍ତି। ସେ ମୋତେ ସ୍ୱପ୍ନରେ କିମ୍ବା ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ମଧ୍ୟ ମୋତେ ଉତ୍ତର ଦେଉ ନାହାନ୍ତି। ଏଥିପାଇଁ ମୁଁ ତୁମ୍ଭକୁ ଡାକିଲି ଯେ, ମୋତେ କ’ଣ କରିବାକୁ ହେବ କୁହନ୍ତୁ।”
ଶାଉଲଙ୍କର ପୁତ୍ର ଯୋନାଥନଙ୍କର ଏକ ପୁତ୍ର ଥିଲେ, ଯାହାଙ୍କର ନାମଥିଲା ମଫୀବୋଶତ୍। ଯେତେବେଳେ ତାକୁ ମାତ୍ର ପାଞ୍ଚ ବର୍ଷ ବୟସ ହୋଇଥିଲା, ସେତେବେଳେ ଯିଷ୍ରିୟେଲରୁ ଖବର ଆସିଲା ଯେ, ଶାଉଲ ଏବଂ ଯୋନାଥନକୁ ହତ୍ୟା କରାଯାଇଛି। ଯେତେବେଳେ ମଫୀବୋଶତ୍ର ଧାତ୍ରୀ ଏ ଖବର ପାଇଲା, ସେ ମଫୀବୋଶତକୁ ଉଠାଇଲା ଏବଂ ସେ ଭୟରେ ଦୌଡ଼ି ପଳାଇଲା। କିନ୍ତୁ ପିଲାଟି ତଳେ ପଡ଼ିଗଲା ଏବଂ ତା'ପରେ ତା'ର ଦୁଇ ଗୋଡ଼ ଛୋଟା ହୋଇଗଲା।