Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 30:19 - ପବିତ୍ର ବାଇବଲ

19 ତାଙ୍କର କୌଣସି ଜିନିଷ କିମ୍ବା ବ୍ୟକ୍ତି ହରାଇ ନ ଥିଲେ। ସେମାନଙ୍କର ସମସ୍ତ ଦ୍ରବ୍ୟ, ବୟସ୍କ ଲୋକ, ପିଲା, ସମସ୍ତଙ୍କ ପୁତ୍ରକନ୍ୟା ସମସ୍ତଙ୍କୁ ଦାଉଦ ରକ୍ଷା କଲେ। ଏବଂ ସେମାନଙ୍କର ମୂଲ୍ୟବାନ ବସ୍ତୁକୁ ମଧ୍ୟ ଦାଉଦ ନେଇ ଆସିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ପୁଣି ସେମାନଙ୍କର ସାନ କି ବଡ଼, ପୁତ୍ର କି କନ୍ୟା, ଲୁଟଦ୍ରବ୍ୟ କି ଯାହା କିଛି ଅମାଲେକୀୟମାନେ ନେଇଥିଲେ, ତହିଁରୁ କିଛି ଊଣା ହେଲା ନାହିଁ; ଦାଉଦ ସବୁ ଫେରି ପାଇଲେ।

Gade chapit la Kopi

ଓଡିଆ ବାଇବେଲ

19 ପୁଣି, ସେମାନଙ୍କର ସାନ କି ବଡ଼, ପୁତ୍ର କି କନ୍ୟା, ଲୁଟଦ୍ରବ୍ୟ କି ଯାହା କିଛି ଅମାଲେକୀୟମାନେ ନେଇଥିଲେ, ତହିଁରୁ କିଛି ଊଣା ହେଲା ନାହିଁ; ଦାଉଦ ସବୁ ଫେରି ପାଇଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ପୁଣି, ସେମାନଙ୍କର ସାନ କି ବଡ଼, ପୁତ୍ର କି କନ୍ୟା, ଲୁଟଦ୍ରବ୍ୟ କି ଯାହା କିଛି ଅମାଲେକୀୟମାନେ ନେଇଥିଲେ, ତହିଁରୁ କିଛି ଊଣା ହେଲା ନାହିଁ; ଦାଉଦ ସବୁ ଫେରି ପାଇଲେ।

Gade chapit la Kopi




1 ଶାମୁୟେଲ 30:19
8 Referans Kwoze  

ତା'ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ଏହି ସୈନ୍ୟଦଳ ପଛେ ପଛେ ଗୋଡ଼ାଇଲେ, ମୁଁ ସେମାନଙ୍କୁ ଧରି ପାରିବି କି?” ସଦାପ୍ରଭୁ ଉତ୍ତର ଦେଲେ, “ତାଙ୍କ ପଛେ ଗୋଡ଼ାଅ। ତୁମ୍ଭେ ତାଙ୍କୁ ଧରି ପାରିବ। ତୁମ୍ଭେ ତୁମ୍ଭର ପରିବାରକୁ ତାଙ୍କ ନିକଟରୁ ଉଦ୍ଧାର କରି ପାରିବ।”


ଏଣୁ ଆଗ ପରମେଶ୍ୱରଙ୍କ ରାଜ୍ୟ ଓ ଉତ୍ତମ କାର୍ଯ୍ୟ ବିଷୟରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ୱର ଗ୍ଭହାନ୍ତି, ସେଗୁଡ଼ିକ କର। ତା'ହେଲେ ଏହିସବୁ ବିଷୟଗୁଡ଼ିକ ତୁମ୍ଭକୁ ଯୋଗାଇ ଦିଆଯିବ।


ଆପଣ ସବୁବେଳେ ଆୟୁବକୁ ସୁରକ୍ଷା ପ୍ରଦାନ କରନ୍ତି। ତା'ର ପରିବାରକୁ, ତା'ର ଯାହାକିଛି ନିଜର, ସବୁକୁ ଆପଣ ସୁରକ୍ଷା ଦିଅନ୍ତି। ସେ ଯେଉଁ କାର୍ଯ୍ୟ କରେ ସବୁଥିରେ ଆପଣ ତାକୁ କୃତକାର୍ଯ୍ୟ କରାନ୍ତି। ହଁ, ଆପଣ ତାକୁ ଆଶୀର୍ବାଦ ପ୍ରଦାନ କରନ୍ତି, ସେଥିପାଇଁ ସବୁଥିରେ ସେ ଏତେ ଧନୀ ଯେ, ତା'ର ମେଷପଲ ଓ ଗୋପଲ ସାରାଦେଶରେ ଥିଲେ।


ସେମାନେ ମୋଶାଙ୍କୁ କହିଲେ, “ଆମ୍ଭେ ତୁମ୍ଭର ସେବକଗଣ ନିଜ ଅଧୀନସ୍ଥ ସମସ୍ତ ଯୋଦ୍ଧାମାନଙ୍କୁ ଗଣନା କରିଅଛୁ। କେହିଜଣେ ହଜିଯାଇ ନାହାନ୍ତି।


ଦାଉଦ ସମସ୍ତ ମେଷ ଓ ଗାଈମାନ ପୁନର୍ବାର ପାଇଲେ। ଦାଉଦଙ୍କର ଲୋକମାନେ ଏହି ପଶୁଗୁଡ଼ିକୁ ସେମାନଙ୍କ ଆଗେ ଆଗେ ନେଲେ ଓ ସେମାନେ କହିଲେ, “ଏହା ହେଉଛି ଦାଉଦଙ୍କର ଲାଭ।”


Swiv nou:

Piblisite


Piblisite