Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 30:15 - ପବିତ୍ର ବାଇବଲ

15 ଦାଉଦ ତାଙ୍କୁ ପଗ୍ଭରିଲେ, “ତୁମ୍ଭେ ମୋତେ ସେହି ସୈନ୍ୟଦଳ ନିକଟକୁ ନେଇ ପାରିବ କି ଯେଉଁମାନେ ଆମ୍ଭର ପରିବାରକୁ ସାଙ୍ଗରେ ନେଇ ଯାଇଛନ୍ତି।” ମିଶରୀୟ ଜଣକ କହିଲା, “ତୁମ୍ଭେ ପରମେଶ୍ୱରଙ୍କ ନାମରେ ପ୍ରତିଜ୍ଞା କରି କୁହ ଯେ ତୁମ୍ଭେ ମୋତେ ମାରିଦେବ ନାହିଁ କି ମୋର ମୁନିବ ନିକଟରେ ମୋତେ ସମର୍ପଣ କରିବ ନାହିଁ। ତେବେ ମୁଁ ଅଭିଯାନରେ ନେତୃତ୍ୱ କରିବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ତହିଁରେ ଦାଉଦ ତାହାକୁ କହିଲେ, ତୁମ୍ଭେ କʼଣ ଆମ୍ଭକୁ ସେହି ସୈନ୍ୟଦଳ ନିକଟକୁ ନେଇଯିବ? ତହୁଁ ସେ କହିଲା, ତୁମ୍ଭେ ଯେ ମୋତେ ବଧ କରିବ ନାହିଁ, ଅବା ମୋହର ମୁନିବ ହସ୍ତରେ ମୋତେ ସମର୍ପଣ କରିବ ନାହିଁ, ଏହା ପରମେଶ୍ଵରଙ୍କ ନାମରେ ଶପଥ କର, ତେବେ ମୁଁ ସେହି ସୈନ୍ୟଦଳ ନିକଟକୁ ତୁମ୍ଭକୁ ନେଇଯିବି।

Gade chapit la Kopi

ଓଡିଆ ବାଇବେଲ

15 ତହିଁରେ ଦାଉଦ ତାହାକୁ କହିଲେ, ତୁମ୍ଭେ କ’ଣ ଆମ୍ଭକୁ ସେହି ସୈନ୍ୟଦଳ ନିକଟକୁ ନେଇଯିବ ? ତହୁଁ ସେ କହିଲା, ତୁମ୍ଭେ ଯେ ମୋତେ ବଧ କରିବ ନାହିଁ, ଅବା ମୋହର ମୁନିବ ହସ୍ତରେ ମୋତେ ସମର୍ପଣ କରିବ ନାହିଁ, ଏହା ପରମେଶ୍ୱରଙ୍କ ନାମରେ ଶପଥ କର, ତେବେ ମୁଁ ସେହି ସୈନ୍ୟଦଳ ନିକଟକୁ ତୁମ୍ଭକୁ ନେଇଯିବି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ତହିଁରେ ଦାଉଦ ତାହାକୁ କହିଲେ, “ତୁମ୍ଭେ କʼଣ ଆମ୍ଭକୁ ସେହି ସୈନ୍ୟଦଳ ନିକଟକୁ ନେଇଯିବ?” ତହୁଁ ସେ କହିଲା, “ତୁମ୍ଭେ ଯେ ମୋତେ ବଧ କରିବ ନାହିଁ, ଅବା ମୋହର ମୁନିବ ହସ୍ତରେ ମୋତେ ସମର୍ପଣ କରିବ ନାହିଁ, ଏହା ପରମେଶ୍ୱରଙ୍କ ନାମରେ ଶପଥ କର, ତେବେ ମୁଁ ସେହି ସୈନ୍ୟଦଳ ନିକଟକୁ ତୁମ୍ଭକୁ ନେଇଯିବି।”

Gade chapit la Kopi




1 ଶାମୁୟେଲ 30:15
12 Referans Kwoze  

ତେଣୁ ମୋର ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ସେ ଆମ୍ଭର ଯେଉଁ ଶପଥ ଭଙ୍ଗ କରିଅଛି ଓ ଆମ୍ଭର ଯେଉଁ ଚୁକ୍ତି ଭଙ୍ଗ କରିଅଛି ଆମ୍ଭେ ଜୀବିତ ଥିବା ପ୍ରମାଣେ ନିଶ୍ଚୟ ତା'ର ପ୍ରତିଫଳ ତାହାର ମସ୍ତକରେ ରଖିବା।


ସଦାପ୍ରଭୁ ମୋର ପ୍ରଭୁ, ଏହି କଥା କହନ୍ତି, “ମୁଁ ଜୀବିତ ଥିବା ପ୍ରମାଣେ ରାଜା ବାବିଲରେ ମୃତ୍ୟୁବରଣ କରିବ, ଯେହେତୁ ସେ ରାଜା ବିରୁଦ୍ଧରେ ବିଦ୍ରୋହ କଲା, ଯିଏ ତାକୁ ସିଂହାସନରେ ସ୍ଥାପନ କରିଥିଲେ, ସେ ତାଙ୍କ ସହିତ କରିଥିବା ପ୍ରତିଜ୍ଞା ଭଙ୍ଗ କଲେ।


ଏବଂ ସେ ଏକ ରାଜସ୍ୱ ନେଇ ତାକୁ ଶପଥ କରାଇ ତା’ ସହିତ ଏକ ଚୁକ୍ତି କଲେ ଏବଂ ସେ ମହତ୍ତ୍ୱପୂର୍ଣ୍ଣ ଲୋକମାନଙ୍କୁ ନେଇଗଲେ।


ତେଣୁ ଆଖୀଶ୍ ଦାଉଦଙ୍କୁ ଡାକି କହିଲେ, “ନିଶ୍ଚିତ ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ, ତୁମ୍ଭେ ମୋର ଅନୁଗତ ରହିବ। ତୁମ୍ଭେ ମୋର ସୈନ୍ୟବାହିନୀରେ ଯୋଗ ଦେଲେ ମୁଁ ବହୁତ ଖୁସୀ ହେବି। ମୋ’ ସହିତ ରହିବା ଦିନଠାରୁ ମୁଁ ତୁମ୍ଭର କୌଣସି ଦୋଷ ପାଇ ନାହିଁ। ତଥାପି ପଲେଷ୍ଟୀୟ ଅଧିପତିମାନଙ୍କ ଦୃଷ୍ଟିରେ ତୁମ୍ଭେ ଉତ୍ତମ ନୁହଁ।


ଯିହୋଶୂୟ ଶାନ୍ତିଚୁକ୍ତି ପାଇଁ ରାଜି ହୋଇଗଲେ। ସେ ସେମାନଙ୍କୁ ଜୀବିତ ରଖିବାକୁ ରାଜି ହେଲେ। ତେଣୁ ଇସ୍ରାଏଲର ନେତୃବର୍ଗ ସେମାନଙ୍କ ନିକଟରେ ଶପଥ କଲେ।


ଏଣୁ ମୁଁ ଗ୍ଭହେଁ, ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ଶପଥ କର। ମୁଁ ତୁମ୍ଭମାନଙ୍କ ପ୍ରତି ଦୟା ଦେଖାଇଅଛି। ଏଥିପାଇଁ ତୁମ୍ଭେମାନେ ମଧ୍ୟ ମୋର ପରିବାର ପାଇଁ ଦୟା ଦେଖାଇବ। ଏ ବିଷୟରେ ମୋତେ ଏକ ସତ୍ୟ ଚିହ୍ନ ଦିଅ।


ଆମ୍ଭେମାନେ କରେଥୀୟମାନେ ବାସ କରୁଥିବା ନେଗେଭ ଆକ୍ରମଣ କଲୁ। ଆମ୍ଭେମାନେ ସିକ୍ଳଗ୍‌କୁ ଅଗ୍ନିରେ ଦ‌ଗ୍‌ଧ କଲୁ ଓ ଯିହୁଦାର କାଲେ‌ବ୍‌ମାନଙ୍କର ବସତି ଉପରେ ଆକ୍ରମଣ କଲୁ।”


ସେହି ମିଶରୀୟ ଜଣକ ଦାଉଦଙ୍କୁ ସେମାନଙ୍କ ନିକଟକୁ ନେଇଗଲା। ଯେଉଁଠାରେ ସେମାନେ ଗୋଟିଏ ଜାଗାରେ ଏକତ୍ରିତ ଭାବରେ ବସି ଖିଆପିଆ କରୁଥିଲେ। ସେମାନେ ପଲେଷ୍ଟୀୟମାନଙ୍କର ଓ ଯିହୁଦାରୁ ଲୁଣ୍ଠନ କରିଥିବା ବହୁତ ସାମଗ୍ରୀମାନ ଉପଭୋଗ କଲେ ଓ ସେଠାରେ ଉତ୍ସବ କରୁଥିଲେ।


ତୁମ୍ଭେ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ୱରଙ୍କର ନାମରେ ପ୍ରତିଜ୍ଞା କର, ଯିଏ ପୃଥିବୀ ଓ ଆକାଶର ନିର୍ମାଣକାରୀ, ଯେ ତୁମ୍ଭେମାନେ ମୋର ପୁତ୍ରର ବିବାହ କିଣାନୀୟମାନଙ୍କର କନ୍ୟାଗଣ ସହିତ କରାଇବ ନାହିଁ, ଯେଉଁମାନଙ୍କ ସହିତ ମୁଁ ବାସ କରୁଅଛି।


ଯେତେବେଳେ ଅନୁଚରମାନେ ଦେଖିଲେ କେହି ଜଣେ ନଗରରୁ ବାହାରକୁ ଆସୁଛି ସେହି ଅନୁଚରମାନେ ସେହି ଲୋକକୁ କହିଲେ, “ଆମ୍ଭମାନଙ୍କୁ ଗୁପ୍ତ ପଥ ଦେଖାନ୍ତୁ ଯେଉଁ ବାଟ ଦେଇ ଆମ୍ଭେ ସହରକୁ ଆକ୍ରମଣ କରିବୁ। ଯଦି ତୁମ୍ଭେ ଆମ୍ଭକୁ ସାହାଯ୍ୟ କର, ତେବେ ଆମ୍ଭେମାନେ ତୁମ୍ଭକୁ ମାରିବୁ ନାହିଁ।”


Swiv nou:

Piblisite


Piblisite