Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 30:13 - ପବିତ୍ର ବାଇବଲ

13 ଦାଉଦ ମିଶରୀୟଙ୍କୁ ପଗ୍ଭରିଲେ, “ତୁମ୍ଭର ମାଲିକ କିଏ? ତୁମ୍ଭେ କେଉଁଠାରୁ ଆସିଛ?” ସେ କହିଲା, “ମୁଁ ଜଣେ ମିଶରୀୟ। ମୁଁ ଏକ ଅମାଲେକୀୟର ଜଣେ ଦାସ ଅଟେ। ତିନି ଦିନ ପୂର୍ବରୁ ମୁଁ ଅସୁସ୍ଥ ହୋଇଗଲି, ତେଣୁ ମୋର ପ୍ରଭୁ ମୋତେ ଛାଡ଼ି ଗ୍ଭଲିଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଏଥିରେ ଦାଉଦ ତାହାକୁ ପଚାରିଲେ, ତୁମ୍ଭେ କାହାର ଲୋକ? ଓ ତୁମ୍ଭେ କେଉଁଠାରୁ ଆସିଅଛ? ତହୁଁ ସେ କହିଲା, ମୁଁ ଜଣେ ମିସ୍ରୀୟ ଯୁବା ଓ ଏକ ଅମାଲେକୀୟ ଲୋକର ଦାସ; ପୁଣି ତିନି ଦିନ ହେଲା ମୁଁ ପୀଡ଼ିତ ହେବାରୁ ମୋହର ମୁନିବ ମୋତେ ଛାଡ଼ି ଚାଲିଗଲା।

Gade chapit la Kopi

ଓଡିଆ ବାଇବେଲ

13 ଏଥିରେ ଦାଉଦ ତାହାକୁ ପଚାରିଲେ, ତୁମ୍ଭେ କାହାର ଲୋକ ? ଓ ତୁମ୍ଭେ କେଉଁଠାରୁ ଆସିଅଛ ? ତହୁଁ ସେ କହିଲା, ମୁଁ ଜଣେ ମିସ୍ରୀୟ ଯୁବା ଓ ଏକ ଅମାଲେକୀୟ ଲୋକର ଦାସ; ପୁଣି, ତିନି ଦିନ ହେଲା ମୁଁ ପୀଡ଼ିତ ହେବାରୁ ମୋହର ମୁନିବ ମୋତେ ଛାଡ଼ି ଚାଲିଗଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଏଥିରେ ଦାଉଦ ତାହାକୁ ପଚାରିଲେ, “ତୁମ୍ଭେ କାହାର ଲୋକ? ଓ ତୁମ୍ଭେ କେଉଁଠାରୁ ଆସିଅଛ?” ତହୁଁ ସେ କହିଲା, “ମୁଁ ଜଣେ ମିସରୀୟ ଯୁବା ଓ ଏକ ଅମାଲେକୀୟ ଲୋକର ଦାସ; ପୁଣି, ତିନି ଦିନ ହେଲା ମୁଁ ପୀଡ଼ିତ ହେବାରୁ ମୋହର ମୁନିବ ମୋତେ ଛାଡ଼ି ଚାଲିଗଲା।

Gade chapit la Kopi




1 ଶାମୁୟେଲ 30:13
9 Referans Kwoze  

ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦେଖାଇବା ଉଚିତ୍। ଯଦି ତୁମ୍ଭେ ଦୟା ନ ଦେଖାଇବ, ତା'ହେଲେ ପରମେଶ୍ୱର ବିଗ୍ଭର କଲାବେଳେ ତୁମ୍ଭ ପ୍ରତି ମଧ୍ୟ ସେ ଦୟା ଦେଖାଇବେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦେଖାଇଥିବା ବ୍ୟକ୍ତି ତାହାର ବିଗ୍ଭର ହେଲାବେଳେ ନିର୍ଭୟରେ ଠିଆ ହେବ।


ଧାର୍ମିକ ଲୋକମାନେ ଆପଣା ପଶୁର ଦରକାରକୁ ଅତି ଯତ୍ନ ସହକାରେ କରନ୍ତି, ମାତ୍ର ଦୁଷ୍ଟ ଲୋକମାନେ ନିର୍ଦ୍ଦୟ ଅଟନ୍ତି।


ସେମାନେ ମିଶରୀୟଙ୍କୁ ଡିମ୍ବିରି ଚକ୍ତିରୁ ଖଣ୍ଡେ ଓ ଦୁଇ ପେଣ୍ଡା କି‌ସ୍‌ମିସ୍ ଦେଲେ। ସେ ଖାଇ ସାରିବା ପରେ ଶାନ୍ତି ଅନୁଭବ କଲା। ସେ ତିନି ଦିନ ଏବଂ ତିନି ରାତି କିଛି ଖାଇ ନ ଥିଲା, ପାଣି ପିଇଲା ନାହିଁ।


ଆମ୍ଭେମାନେ କରେଥୀୟମାନେ ବାସ କରୁଥିବା ନେଗେଭ ଆକ୍ରମଣ କଲୁ। ଆମ୍ଭେମାନେ ସିକ୍ଳଗ୍‌କୁ ଅଗ୍ନିରେ ଦ‌ଗ୍‌ଧ କଲୁ ଓ ଯିହୁଦାର କାଲେ‌ବ୍‌ମାନଙ୍କର ବସତି ଉପରେ ଆକ୍ରମଣ କଲୁ।”


ଶାଉଲ ମୋତେ ପଗ୍ଭରିଲେ, ତୁମ୍ଭେ କିଏ? ମୁଁ ଉତ୍ତର ଦେଲି ମୁଁ ଜଣେ ଅମାଲେକୀୟ ଲୋକ।


ତା'ପରେ ଲୋକମାନେ ଯୂନସକୁ କହିଲେ, “ଏହା ହେଉଛି ତୁମ୍ଭର ଦୋଷ, ଯାହା ଯୋଗୁଁ ଆମ୍ଭମାନଙ୍କର ଏହି ଭୟଙ୍କର ଦୁଃଖ ଘଟୁଛି। ତେଣୁ ତୁମ୍ଭେ କ’ଣ କରିଛ ଆମ୍ଭମାନଙ୍କୁ କୁହ। ତୁମ୍ଭର କାମ କ’ଣ? ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭର ଘର କେଉଁଠି? ତୁମ୍ଭର ଲୋକ କିଏ?”


ଦାଉଦ ତାଙ୍କୁ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଅଛ?” ସେ ଲୋକଟି ଦାଉଦଙ୍କୁ ଉତ୍ତର ଦେଇ କହିଲା, “ମୁଁ ଇସ୍ରାଏଲୀୟ ଛାଉଣିରୁ ପଳାଇ ଆସିଛି।”


ତା'ପରେ, ଦାଉଦ ସେହି ଯୁବକ ସହିତ କଥା ହେଲେ, ଯିଏ ତାଙ୍କୁ ଶାଉଲଙ୍କର ମୃତ୍ୟୁ ବିଷୟରେ କହିଥିଲା ଏବଂ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଛ?” ସେ ଉତ୍ତର ଦେଲା, “ମୁଁ ଜଣେ ବିଦେଶୀର ପୁତ୍ର। ମୁଁ ଜଣେ ଅମାଲେକୀୟ।”


Swiv nou:

Piblisite


Piblisite