Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 28:18 - ପବିତ୍ର ବାଇବଲ

18 ତୁମ୍ଭେ ସଦାପ୍ରଭୁଙ୍କୁ ଅମାନ୍ୟ କରିଅଛ। ତୁମ୍ଭେ ଅମାଲେକୀୟମାନଙ୍କୁ ଧ୍ୱଂସ କଲ ନାହିଁ ଏବଂ ସେମାନଙ୍କୁ ଘଟୁଥିବା ପରମେଶ୍ୱରଙ୍କ କୋପଦୃଷ୍ଟି ସେମାନଙ୍କୁ ତୁମ୍ଭେ ଦେଖାଇଲ ନାହିଁ। ସେଥିପାଇଁ ଆଜି ସଦାପ୍ରଭୁ ତୁମ୍ଭକୁ ଏପରି କରୁଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ଯେହେତୁ ତୁମ୍ଭେ ସଦାପ୍ରଭୁଙ୍କ ରବ ଶୁଣିଲ ନାହିଁ ଓ ଅମାଲେକ ପ୍ରତି ତାହାଙ୍କ ପ୍ରଚଣ୍ତ କୋପ ସଫଳ କଲ ନାହିଁ, ଏହେତୁ ଆଜି ସଦାପ୍ରଭୁ ତୁମ୍ଭ ପ୍ରତି ଏହି କର୍ମ କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

18 ଯେହେତୁ ତୁମ୍ଭେ ସଦାପ୍ରଭୁଙ୍କ ରବ ଶୁଣିଲ ନାହିଁ ଓ ଅମାଲେକ ପ୍ରତି ତାହାଙ୍କ ପ୍ରଚଣ୍ଡ କୋପ ସଫଳ କଲ ନାହିଁ, ଏହେତୁ ଆଜି ସଦାପ୍ରଭୁ ତୁମ୍ଭ ପ୍ରତି ଏହି କର୍ମ କରିଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଯେହେତୁ ତୁମ୍ଭେ ସଦାପ୍ରଭୁଙ୍କ ରବ ଶୁଣିଲ ନାହିଁ ଓ ଅମାଲେକ ପ୍ରତି ତାହାଙ୍କ ପ୍ରଚଣ୍ଡ କୋପ ସଫଳ କଲ ନାହିଁ, ଏହେତୁ ଆଜି ସଦାପ୍ରଭୁ ତୁମ୍ଭ ପ୍ରତି ଏହି କର୍ମ କରିଅଛନ୍ତି।

Gade chapit la Kopi




1 ଶାମୁୟେଲ 28:18
9 Referans Kwoze  

ତତ୍ପରେ ସେ ଭବିଷ୍ୟ‌ଦ୍‌ବକ୍ତା ରାଜାଙ୍କୁ କହିଲେ, “ସଦାପ୍ରଭୁ ଏହିକଥା କହନ୍ତି, ‘ଆମ୍ଭେ ଯେଉଁ ଲୋକକୁ ବିନାଶାର୍ଥେ ଦେଇଥିଲୁ, ତୁମ୍ଭେ ତାକୁ ଆପଣା ହସ୍ତରେ ଛାଡ଼ିଅଛ। ଏଣୁ ତା'ର ପ୍ରାଣ ବଦଳରେ ତୁମ୍ଭର ପ୍ରାଣ ଯିବ। ଆଉ ତାହାର ଲୋକମାନଙ୍କ ବଦଳରେ ତୁମ୍ଭର ଲୋକମାନେ ଯିବେ।’”


ଯାହା ହେଉ ଶାଉଲ ଓ ତାଙ୍କର ଲୋକମାନେ ସବୁଠୁ ଭଲ ମେଷ, ବଳଦ ଓ ହୃଷ୍ଟପୁଷ୍ଟ ମେଷ ଶାବକଗୁଡ଼ିକୁ ଓ ସମସ୍ତ ରଖିବା ପାଇଁ ଉପଯୋଗୀ ସାମଗ୍ରୀ ସେମାନେ ରଖିଲେ। ସେମାନେ ସେହି ଦ୍ରବ୍ୟଗୁଡ଼ିକ ନଷ୍ଟ କରିବା ପାଇଁ ଗ୍ଭହିଁଲେ ନାହିଁ। ସେମାନେ କେବଳ ରଖିବା ଉପଯୋଗୀ ନ ହେବା ଜିନିଷକୁ ନଷ୍ଟ କଲେ।


ଯଦି ଜଣେ ସଦାପ୍ରଭୁଙ୍କ କଥା ପାଳନ ନ କରେ ଓ ଯଦି ସେ ସେହି ଲୋକମାନଙ୍କୁ ରକ୍ତପାତ କରିବାକୁ ‌‌ଖ‌ଡ଼୍‌ଗ ବ୍ୟବହାର ନ କରେ ତେବେ ସେ ଶାପଗ୍ରସ୍ତ ହେଉ।


ଶାଉଲ ସଦାପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ନ ଥିବାରୁ ମୃତ୍ୟୁବରଣ କଲେ। ଶାଉଲ ସଦାପ୍ରଭୁଙ୍କ ବାକ୍ୟର ବାଧ୍ୟ ହେଲେ ନାହିଁ। ଶାଉଲ ଜଣେ ଗୁଣିଆ ସ୍ତ୍ରୀ ପାଖକୁ ମଧ୍ୟ ଯାଇଥିଲେ ଓ ସଦାପ୍ରଭୁଙ୍କ ପରାମର୍ଶ ନ ଲୋଡ଼ି ତାହାର ପରାମର୍ଶ ଲୋଡ଼ିଥିଲେ।


ଶାଉଲ କହିଲେ, “ମୁଁ ସଦାପ୍ରଭୁଙ୍କ କଥା ମାନିଥିଲି, ସଦାପ୍ରଭୁ ମୋତେ ଯେଉଁଠାକୁ ପଠାଇ ଥିଲେ, ମୁଁ ସେଠାକୁ ଯାଇଥିଲି, ମୁଁ ସମସ୍ତ ଅମାଲେକୀୟମାନଙ୍କୁ ଧ୍ୱଂସ କରିଥିଲି। ମୁଁ ଅମାଲେକୀୟ ରାଜାଙ୍କୁ ଆଣିଥିଲି ଓ ସେମାନଙ୍କୁ ଧ୍ୱଂସ କଲି।


ଶାଉଲ କହିଲେ, “ଏଥର ମୋ’ ପାଇଁ ହୋମବଳି ଓ ମଙ୍ଗଳାର୍ଥକ ବଳି ଆଣ।” ଏବଂ ସେ ନିଜେ ହୋମବଳି ଉତ୍ସର୍ଗ କଲେ।


ଏଣୁ ଶାମୁୟେଲ ତାଙ୍କୁ କହିଲେ, “ସଦାପ୍ରଭୁ ଆଜି ଇସ୍ରାଏଲର ରାଜତ୍ୱ ତୁମ୍ଭଠାରୁ ନେଇଗଲେ ଓ ତୁମ୍ଭଠାରୁ ଜଣେ ଉତ୍ତମ ବ୍ୟକ୍ତିକୁ ଦେଲେ, ଯିଏ କି ତୁମ୍ଭର ସାଙ୍ଗ। ଉତ୍ତମ ତୁମ୍ଭର ଏକ ପ୍ରତିବାସୀକୁ ତାହା ଦେଲେ।


Swiv nou:

Piblisite


Piblisite