Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 28:15 - ପବିତ୍ର ବାଇବଲ

15 ଶାମୁୟେଲ ଶାଉଲଙ୍କୁ କହିଲେ, “ମୋତେ କାହିଁକି ତୁମ୍ଭେ ବ୍ୟସ୍ତ କଲ? ମୋତେ କାହିଁକି ତୁମ୍ଭେ ଉଠାଇଲ?” ଶାଉଲ ଉତ୍ତର ଦେଲେ, “ମୁଁ ବିପଦରେ ପଡ଼ିଛି, ପଲେଷ୍ଟୀୟମାନେ ମୋ’ ସହିତ ଯୁଦ୍ଧ କରିବାକୁ ଆସିଛନ୍ତି ଏବଂ ପରମେଶ୍ୱର ମୋତେ ତ୍ୟାଗ କରିଛନ୍ତି। ପରମେଶ୍ୱର ମୋତେ ଆଉ ଉତ୍ତର ଦେଉ ନାହାନ୍ତି। ସେ ମୋତେ ସ୍ୱପ୍ନରେ କିମ୍ବା ଭବିଷ୍ୟ‌ଦ୍‌ବକ୍ତାଙ୍କ ଦ୍ୱାରା ମଧ୍ୟ ମୋତେ ଉତ୍ତର ଦେଉ ନାହାନ୍ତି। ଏଥିପାଇଁ ମୁଁ ତୁମ୍ଭକୁ ଡାକିଲି ଯେ, ମୋତେ କ’ଣ କରିବାକୁ ହେବ କୁହନ୍ତୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, ତୁମ୍ଭେ ମୋତେ ଉଠାଇ ଆଣି କାହିଁକି ବ୍ୟସ୍ତ କଲ? ତହୁଁ ଶାଉଲ ଉତ୍ତର ଦେଲେ, ମୁଁ ଅତ୍ୟ; ବିପଦ୍ଗ୍ରସ୍ତ ହୋଇଅଛି; କାରଣ ପଲେଷ୍ଟୀୟମାନେ ମୋʼ ସଙ୍ଗେ ଯୁଦ୍ଧ କରୁଅଛନ୍ତି ଓ ପରମେଶ୍ଵର ମୋତେ ତ୍ୟାଗ କରିଅଛନ୍ତି ପୁଣି ମୋତେ ଆଉ ଉତ୍ତର ଦେଉ ନାହାନ୍ତି, ନା ଭବିଷ୍ୟଦ୍ବକ୍ତାମାନଙ୍କ ହାତରେ, ନା ସ୍ଵପ୍ନରେ (ଉତ୍ତର ଦେଉ ନାହାନ୍ତି); ଏଥିପାଇଁ ମୁଁ କଅଣ କରିବି, ଏହା ମୋତେ ଜଣାଇବା ପାଇଁ ମୁଁ ତୁମ୍ଭକୁ ଡକାଇଲି।

Gade chapit la Kopi

ଓଡିଆ ବାଇବେଲ

15 ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, ତୁମ୍ଭେ ମୋତେ ଉଠାଇ ଆଣି କାହିଁକି ବ୍ୟସ୍ତ କଲ ? ତହୁଁ ଶାଉଲ ଉତ୍ତର ଦେଲେ, ମୁଁ ଅତ୍ୟନ୍ତ ବିପଦଗ୍ରସ୍ତ ହୋଇଅଛି; କାରଣ ପଲେଷ୍ଟୀୟମାନେ ମୋ’ ସଙ୍ଗେ ଯୁଦ୍ଧ କରୁଅଛନ୍ତି ଓ ପରମେଶ୍ୱର ମୋତେ ତ୍ୟାଗ କରିଅଛନ୍ତି, ପୁଣି, ମୋତେ ଆଉ ଉତ୍ତର ଦେଉ ନାହାନ୍ତି, ନା ଭବିଷ୍ୟଦ୍‍ବକ୍ତାମାନଙ୍କ ହାତରେ, ନା ସ୍ୱପ୍ନରେ (ଉତ୍ତର ଦେଉ ନାହାନ୍ତି); ଏଥିପାଇଁ ମୁଁ କଅଣ କରିବି, ଏହା ମୋତେ ଜଣାଇବା ପାଇଁ ମୁଁ ତୁମ୍ଭକୁ ଡକାଇଲି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, “ତୁମ୍ଭେ ମୋତେ ଉଠାଇ ଆଣି କାହିଁକି ବ୍ୟସ୍ତ କଲ?” ତହୁଁ ଶାଉଲ ଉତ୍ତର ଦେଲେ, “ମୁଁ ଅତ୍ୟନ୍ତ ବିପଦଗ୍ରସ୍ତ ହୋଇଅଛି; କାରଣ ପଲେଷ୍ଟୀୟମାନେ ମୋʼ ସଙ୍ଗେ ଯୁଦ୍ଧ କରୁଅଛନ୍ତି ଓ ପରମେଶ୍ୱର ମୋତେ ତ୍ୟାଗ କରିଅଛନ୍ତି, ପୁଣି, ମୋତେ ଆଉ ଉତ୍ତର ଦେଉ ନାହାନ୍ତି, ନା ଭବିଷ୍ୟଦ୍‍ବକ୍ତାମାନଙ୍କ ହାତରେ, ନା ସ୍ୱପ୍ନରେ (ଉତ୍ତର ଦେଉ ନାହାନ୍ତି); ଏଥିପାଇଁ ମୁଁ କଅଣ କରିବି, ଏହା ମୋତେ ଜଣାଇବା ପାଇଁ ମୁଁ ତୁମ୍ଭକୁ ଡକାଇଲି।”

Gade chapit la Kopi




1 ଶାମୁୟେଲ 28:15
18 Referans Kwoze  

ଯେତେବେଳେ ଶାଉଲ ସଦାପ୍ରଭୁଙ୍କୁ ପଗ୍ଭରିଲେ, ସଦାପ୍ରଭୁ ତାଙ୍କୁ କିଛି ଉତ୍ତର କଲେ ନାହିଁ। ସଦାପ୍ରଭୁ ସ୍ୱପ୍ନଦ୍ୱାରା କିମ୍ବା ଊରୀମ୍ ଦ୍ୱାରା ନା ଭବିଷ୍ୟ‌ଦ୍‌ବକ୍ତାଙ୍କ ଦ୍ୱାରା ମଧ୍ୟ ତାଙ୍କୁ ଉତ୍ତର କଲେ ନାହିଁ।


ପୁଣି ଶାଉଲ ଦାଉଦଙ୍କୁ ଭୟ କଲେ କାରଣ ସଦାପ୍ରଭୁ ତାଙ୍କ ସଙ୍ଗରେ ଥିଲେ ଓ ଶାଉଲଙ୍କୁ ତ୍ୟାଗ କଲେ।


ଯଦିଓ ଇସ୍ରାଏଲୀୟମାନେ ଅଧିକ ସନ୍ତାନ ଇଚ୍ଛା କରିବେ ଏହା ସେମାନଙ୍କୁ ସାହାଯ୍ୟ କରିବ ନାହିଁ। ଆମ୍ଭେ ସେମାନଙ୍କଠାରୁ ସେମାନଙ୍କର ପିଲାମାନଙ୍କୁ ନେଇଯିବା। ଆମ୍ଭେ ସେମାନଙ୍କୁ ପରିତ୍ୟାଗ କରିବା। ଫଳରେ ସେମାନଙ୍କର ଦୁଃଖ ବ୍ୟତୀତ ଆଉ କିଛି ରହିବ ନାହିଁ।”


ଦୁଷ୍ଟ ଲୋକମାନେ ତାଙ୍କର କର୍ମଫଳ ଅନୁସାରେ ଦଣ୍ଡ ଭୋଗ କରିବେ, ମାତ୍ର ଧାର୍ମିକ ଲୋକେ ତାଙ୍କର ଉତ୍ତମ କାର୍ଯ୍ୟ ପାଇଁ ପୁରସ୍କୃତ ହେବେ।


“ତା'ପରେ ରାଜା ତାହାଙ୍କ ବାମ ପଟର ଲୋକମାନଙ୍କୁ କହିବେ, ‘ମୋ’ ପାଖରୁ ଗ୍ଭଲିଯାଅ। ପରମେଶ୍ୱର ତୁମ୍ଭ ନିମନ୍ତେ ଦଣ୍ଡ ନିରୂପଣ କରିଛନ୍ତି। ତୁମ୍ଭେ ଚିରକାଳ ଜଳୁଥିବା ନିଆଁକୁ ଯିବ, ଯାହାକି ଶୟତାନ ଓ ତା'ର ଦୂତମାନଙ୍କ ପାଇଁ ପ୍ରସ୍ତୁତ ହୋଇଛି।


ତୁମ୍ଭଠାରୁ ମୋତେ ଦୂର କର ନାହିଁ! ଏବଂ ତୁମ୍ଭର ପବିତ୍ରଆତ୍ମା ମୋ'ଠାରୁ ନିଅ ନାହିଁ।


ସ୍ତ୍ରୀଲୋକଟି କହିଲା, “ମୁଁ କାହାକୁ ତୁମ୍ଭ ନିକଟକୁ ଉଠାଇ ଆଣିବି।” ସେ କହିଲେ, “ମୋ’ ପାଖକୁ ଶାମୁୟେଲଙ୍କୁ ଉଠାଇ ଆଣ।”


ଶାଉଲ ଛଦ୍ମ ବେଶରେ ଅଲଗା ବସ୍ତ୍ର ପିନ୍ଧି ତାଙ୍କର ଦୁଇଜଣ ଲୋକଙ୍କ ସହିତ ସେହି ସ୍ତ୍ରୀଲୋକକୁ ରାତିରେ ଦେଖା କରିବାକୁ ଗଲେ। ଶାଉଲ ତାଙ୍କୁ କହିଲେ, “ତୁମ୍ଭେ ମୋ’ ପାଇଁ ଗୋଟିଏ ଆତ୍ମାକୁ ଡାକ ଯିଏ କି ଭବିଷ୍ୟତରେ କ’ଣ ହେବାକୁ ଯାଉଛି ମୋତେ କହି ପାରିବ। ତୁମ୍ଭେ ଏକ ଆତ୍ମାକୁ ଆଣ ଯାହାର ନାମ ମୁଁ କହୁଅଛି।”


ଦାଉଦ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ମୁଁ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି କି?” ସଦାପ୍ରଭୁ ଦାଉଦଙ୍କୁ ଉତ୍ତର ଦେଲେ, “ହଁ ଯାଅ! ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କର ଓ କିୟୀଲାକୁ ରକ୍ଷା କର।”


ଏହା ପରେ ଦଲୀଲା ଶା‌ମ୍‌ଶୋ‌ନଙ୍କୁ କହିଲା, “ଶା‌ମ୍‌ଶୋନ୍ ପଲେଷ୍ଟୀୟମାନେ ତୁମ୍ଭ ପାଇଁ ଆସିଛନ୍ତି।” ସେ ଉଠିଲା ଏବଂ ଚିନ୍ତା କଲା, “ମୁଁ ନିଜକୁ ମୁକ୍ତ କରିବି ଓ ପୂର୍ବଥର ପରି ତାଙ୍କ ପାଖରୁ ଖସି ପଳାଇବି।” କିନ୍ତୁ ଶା‌ମ୍‌ଶୋନ୍ ଜାଣି ନ ଥିଲେ ଯେ ସଦାପ୍ରଭୁ ତାଙ୍କ ନିକଟରୁ ଦୂରେଇ ଯାଇଥିଲେ।


ଦାଉଦ ସଦାପ୍ରଭୁଙ୍କୁ ପୁନର୍ବାର ପଗ୍ଭରିଲେ, ତହିଁରେ ସଦାପ୍ରଭୁ ଉତ୍ତର ଦେଇ କହିଲେ, “ଉଠ, କିୟୀଲାକୁ ଯାଅ। କାରଣ, ଆମ୍ଭେ ତୁମ୍ଭର ସହାୟକ। ଆମ୍ଭେ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।”


ଶାମୁୟେଲ କହିଲେ, “ସଦାପ୍ରଭୁ ତୁମ୍ଭକୁ ପରିତ୍ୟାଗ କରିଛନ୍ତି। ବର୍ତ୍ତମାନ ସେ ତୁମ୍ଭର ପଡ଼ୋଶୀ ଦାଉଦଙ୍କ ପକ୍ଷରେ ଅଛନ୍ତି। ତେଣୁ ତୁମ୍ଭେ ମୋତେ କାହିଁକି ବ୍ୟସ୍ତ କରୁଅଛ?


ଯେତେ ଲୋକ ସେ ସୈନ୍ୟଦଳରେ ଥିଲେ ସମସ୍ତେ ଦୁଃଖ ଓ କ୍ରୋଧି ଥିଲେ, କାରଣ ସେମାନଙ୍କର ପିଲାମାନେ ବନ୍ଦୀ ହୋଇ ଯାଇଥିଲେ। ଲୋକମାନେ ଦାଉଦକୁ ପଥରରେ ମାରିବାକୁ କଥାବାର୍ତ୍ତା ହେଉଥିଲେ। କିନ୍ତୁ ଦାଉଦ ନିଜକୁ ସଦାପ୍ରଭୁ ତାଙ୍କ ପରମେଶ୍ୱରଙ୍କଠାରେ ସବଳ କଲେ।


Swiv nou:

Piblisite


Piblisite