Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 26:5 - ପବିତ୍ର ବାଇବଲ

5 ଦାଉଦ ଶାଉଲଙ୍କର ଛାଉଣି ସ୍ଥାନକୁ ଆସିଲେ, ଆଉ ଦାଉଦ ଶାଉଲଙ୍କର ଓ ତାଙ୍କର ସେନାପତି, ନରର ପୁତ୍ର ଅ‌‌ବ୍‌‌ନରର ଶୋଇବା ଜାଗା ଦେଖିଲେ। ଶାଉଲ ସେନା ଛାଉଣିର ମଧ୍ୟ ଭାଗରେ ଶୋଇଥିଲେ। ସୈନ୍ୟମାନେ ତାଙ୍କୁ ବେଢ଼ି ରହିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଏଥିରେ ଦାଉଦ ଉଠି ଶାଉଲଙ୍କର ଛାଉଣି-ସ୍ଥାନକୁ ଆସିଲେ; ଆଉ ଦାଉଦ ଶାଉଲଙ୍କର ଓ ତାଙ୍କ ସେନାପତି ନରର ପୁତ୍ର ଅବ୍ନରର ଶୟନ-ସ୍ଥାନ ଦେଖିଲେ; ଶାଉଲ ଶଗଡ଼ବନ୍ଦି ସ୍ଥାନ ମଧ୍ୟରେ ଶୋଇଥିଲେ ଓ ତାଙ୍କର ଚାରିଆଡ଼େ ଲୋକମାନେ ଛାଉଣି କରିଥିଲେ।

Gade chapit la Kopi

ଓଡିଆ ବାଇବେଲ

5 ଏଥିରେ ଦାଉଦ ଉଠି ଶାଉଲଙ୍କର ଛାଉଣି-ସ୍ଥାନକୁ ଆସିଲେ; ଆଉ ଦାଉଦ ଶାଉଲଙ୍କର ଓ ତାଙ୍କ ସେନାପତି ନେର୍‍ର ପୁତ୍ର ଅବ୍‍ନରର ଶୟନ-ସ୍ଥାନ ଦେଖିଲେ; ଶାଉଲ ଶଗଡ଼ବନ୍ଦି ସ୍ଥାନ ମଧ୍ୟରେ ଶୋଇଥିଲେ ଓ ତାଙ୍କର ଚାରିଆଡ଼େ ଲୋକମାନେ ଛାଉଣି କରିଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଏଥିରେ ଦାଉଦ ଉଠି ଶାଉଲଙ୍କର ଛାଉଣି-ସ୍ଥାନକୁ ଆସିଲେ; ଆଉ ଦାଉଦ ଶାଉଲଙ୍କର ଓ ତାଙ୍କ ସେନାପତି ନେର୍‍ର ପୁତ୍ର ଅବ୍‍ନରର ଶୟନ ସ୍ଥାନ ଦେଖିଲେ; ଶାଉଲ ଶଗଡ଼ବନ୍ଦି ସ୍ଥାନ ମଧ୍ୟରେ ଶୋଇଥିଲେ ଓ ତାଙ୍କର ଚାରିଆଡ଼େ ଲୋକମାନେ ଛାଉଣି କରିଥିଲେ।

Gade chapit la Kopi




1 ଶାମୁୟେଲ 26:5
10 Referans Kwoze  

ସେହି ପଲେଷ୍ଟୀୟ ବିରୁଦ୍ଧରେ ଦାଉଦଙ୍କୁ ବାହାରିବାର ଦେଖି ଶାଉଲ ସୈନ୍ୟର ସେନାପତି ଅ‌‌ବ୍‌‌ନରକୁ କହିଲେ, “ଅ‌‌ବ୍‌‌ନର ଏ ଯୁବକ କାହାର ପୁତ୍ର?” ଅ‌‌ବ୍‌‌ନର କହିଲା, “ହେ ମହାରାଜ ଆପଣଙ୍କ ଜୀବନ ପ୍ରମାଣେ ମୁଁ କହି ପାରିବି ନାହିଁ।”


ଦାଉଦ ପ୍ରଭାତରେ ଉଠି ଜଣେ ରଖୁଆଳି ହସ୍ତରେ ମେଷପଲ ଛାଡ଼ି ଯିଶୀର ଆଜ୍ଞା ଅନୁସାରେ ସେସବୁ ଦ୍ରବ୍ୟ ନେଇଗଲେ। ସୈନ୍ୟଗଣ ବାହାରି ଯୁଦ୍ଧ ନିମନ୍ତେ ମହାନାଦ କରିବା ସମୟରେ ସେ ଶଗଡ଼ ବନ୍ଦୀ ଜାଗାରେ ଉପସ୍ଥିତ ହେଲେ।


ନେର୍ କୀ‌ଶ୍‌ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ ଏବଂ ଶାଉଲ ଯୋନାଥନ୍, ମଲକୀଶୂୟ, ଅବୀନାଦବ ଓ ଈଶ୍-ବା‌ଲ୍‌ଙ୍କ ପିତା ଥିଲେ।


ଯେତେବେଳେ ଅ‌‌ବ୍‌‌ନର‌ ହିବ୍ରୋଣଠାରେ ପହଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳାରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ୱାର ଭିତରକୁ ନେଇଗଲେ। ଏବଂ ଯୋୟାବ ଅ‌‌ବ୍‌‌ନର‌କୁ ସେହିଠାରେ ତାଙ୍କ ପେଟରେ ‌‌ଖ‌ଡ଼୍‌ଗ ଭୂଷି ମାରି ଦେଲେ। ଅ‌‌ବ୍‌‌ନର‌ ଯୋୟାବର ଭାଇ ଅସାହେ‌ଲ୍‌କୁ ହତ୍ୟା କରିଥିଲେ। ତେଣୁ ଯୋୟାବ ଅ‌‌ବ୍‌‌ନର‌କୁ ହତ୍ୟା କଲେ।


ସେହି ସମୟରେ ବିନ୍ୟାମୀନବଂଶୀୟ କୀଶ୍ ନାମକ ଜଣେ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଥିଲେ। ସେ ଅବୀୟଲର ପୁତ୍ର ଥିଲେ, ଯିଏ କି ସରୋରର ପୁତ୍ର ଥିଲା, ଯିଏ କି ବଖୋରତର ପୁତ୍ର ଥିଲା, ଯିଏ କି ବିନ୍ୟାମୀନୀୟ ଅଫୀହର ପୁତ୍ର ଥିଲା।


ଦାଉଦ ଗୁପ୍ତଚର ପଠାଇ ନିଶ୍ଚୟ ଆସିଛନ୍ତି ବୋଲି ଜାଣିଲେ।


Swiv nou:

Piblisite


Piblisite