Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 25:3 - ପବିତ୍ର ବାଇବଲ

3 ସେ ଲୋକ ଜଣକର ନାମ ନାବଲ ଥିଲା ଏବଂ ତାଙ୍କ ସ୍ତ୍ରୀର ନାମ ଅବୀଗଲ ଥିଲା, ସେ ଭାରି ସୁନ୍ଦରୀ ଓ ବୁଦ୍ଧିମତୀ ମଧ୍ୟ ଥିଲା। କିନ୍ତୁ ନାବଲ ଭାରି ନିର୍ଦ୍ଦୟ ଓ ପାପିଷ୍ଠ ଥିଲା। ସେ କାଲେବ ପରିବାରର ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ସେହି ମନୁଷ୍ୟର ନାମ ନାବଲ ଓ ତାହାର ଭାର୍ଯ୍ୟାର ନାମ ଅବୀଗଲ; ସେହି ସ୍ତ୍ରୀ ବୁଦ୍ଧିମତୀ ଓ ରୂପବତୀ; ମାତ୍ର ସେହି ପୁରୁଷ କଟୁଭାଷୀ ଓ କୁକର୍ମକାରୀ ଓ ସେ କାଲେବ୍ ବଂଶଜ ଥିଲା।

Gade chapit la Kopi

ଓଡିଆ ବାଇବେଲ

3 ସେହି ମନୁଷ୍ୟର ନାମ ନାବଲ ଓ ତାହାର ଭାର୍ଯ୍ୟାର ନାମ ଅବୀଗଲ; ସେହି ସ୍ତ୍ରୀ ବୁଦ୍ଧିମତୀ ଓ ରୂପବତୀ; ମାତ୍ର ସେହି ପୁରୁଷ କଟୁଭାଷୀ ଓ କୁକର୍ମକାରୀ ଓ ସେ କାଲେବ ବଂଶଜ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସେହି ମନୁଷ୍ୟର ନାମ ନାବଲ ଓ ତାହାର ଭାର୍ଯ୍ୟାର ନାମ ଅବୀଗଲ; ସେହି ସ୍ତ୍ରୀ ବୁଦ୍ଧିମତୀ ଓ ରୂପବତୀ; ମାତ୍ର ସେହି ପୁରୁଷ କଟୁଭାଷୀ ଓ କୁକର୍ମକାରୀ ଓ ସେ କାଲେବ ବଂଶଜ ଥିଲା।

Gade chapit la Kopi




1 ଶାମୁୟେଲ 25:3
15 Referans Kwoze  

ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହକୁ ଜ୍ଞାନ ବଳରେ ଗଢ଼େ। ମାତ୍ର ଅଜ୍ଞାନୀ ସ୍ତ୍ରୀ ତା'ର ଅଜ୍ଞାନତାରେ ସ୍ୱହସ୍ତରେ ତା'ର ଗୃହକୁ ଧ୍ୱଂସ କରେ।


ଏହା ଅତ୍ୟନ୍ତ କଷ୍ଟ “ଏକ ଗୁଣବତୀ ସ୍ତ୍ରୀ ପାଇବା” ତା'ର ମୂଲ୍ୟ ମୁକ୍ତାଠାରୁ ଅଧିକ ମୂଲ୍ୟବାନ ଅଟେ।


ଦୁଷ୍ଟ ଲୋକମାନେ ଆପଣା ମନସ୍କାମନା ବିଷୟରେ ଗର୍ବ ଅନୁଭବ କରନ୍ତି ଓ ସେହି ଲୋଭୀ ଲୋକମାନେ ପରମେଶ୍ୱରଙ୍କୁ ଅଭିଶାପ ଦିଅନ୍ତି। ଏହି ଉପାୟରେ ସେହି ମନ୍ଦ ଲୋକମାନେ ଦେଖାଇ ଦେବାକୁ ଗ୍ଭହାନ୍ତି ସେମାନେ ସଦାପ୍ରଭୁଙ୍କୁ ଘୃଣା କରନ୍ତି।


ସେ ଜ୍ଞାନପୂର୍ଣ୍ଣ କଥା କହେ। ସେ ଲୋକମାନଙ୍କୁ ଦୟା ଓ କରୁଣା ଶିକ୍ଷା ଦିଏ।


ବର୍ତ୍ତମାନ ଚିନ୍ତାକର ଓ କ’ଣ କରାଯାଇ ପାରିବ ସ୍ଥିର କର। ଆମର ସ୍ୱାମୀ ଓ ତାଙ୍କର ସମସ୍ତ ପରିବାର ପ୍ରତି ଭୟଙ୍କର ବିପତ୍ତି ଆସୁଅଛି। ଏପରି ଦୁଷ୍ଟ ବ୍ୟକ୍ତିକୁ କେହି କିଛି କହି ନ ପାରେ, କାଳେ ସେ ତା'ର ମନ ପରିବର୍ତ୍ତନ କରିବ।”


ଆମ୍ଭେମାନେ କରେଥୀୟମାନେ ବାସ କରୁଥିବା ନେଗେଭ ଆକ୍ରମଣ କଲୁ। ଆମ୍ଭେମାନେ ସିକ୍ଳଗ୍‌କୁ ଅଗ୍ନିରେ ଦ‌ଗ୍‌ଧ କଲୁ ଓ ଯିହୁଦାର କାଲେ‌ବ୍‌ମାନଙ୍କର ବସତି ଉପରେ ଆକ୍ରମଣ କଲୁ।”


ସଦାପ୍ରଭୁ ଯିହୋଶୂୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯିଫୁନ୍ନିର ପୁତ୍ର କାଲେ‌ବ୍‌କୁ ଯିହୁଦାର କିଛି ଅଂଶ ଦେବା ପାଇଁ, ପରମେଶ୍ୱରଙ୍କ କଥା ଅନୁସାରେ ଯିହୋଶୂୟ କାଲେ‌ବ୍‌କୁ ଦେଶର କିଛି ଅଂଶ ଦେଲେ। ଯିହୋଶୂୟ ତାଙ୍କୁ କିରିୟଥ ଅର୍ବ ନଗର ଦେଲେ। ତାହା ହିଁ ହିବ୍ରୋଣ। ଅର୍ବ ଅନାକର ପିତା ଥିଲେ।


ଦାଉଦ ମରୁଭୂମିରେ ଶୁଣିଲେ ଯେ ନାବଲ ଆପଣା ମେଣ୍ଢାମାନଙ୍କର ଲୋମ କାଟୁଅଛି।


ସେ ଯେତେବେଳେ ମିଶର ଦେଶର ନିକଟବର୍ତ୍ତୀ ହେଲେ ଅବ୍ରାମ ନିଜର ସ୍ତ୍ରୀ ସାରୀଙ୍କୁ କହିଲେ, “ମୁଁ ଜାଣେ ତୁମ୍ଭେ ଦେଖିବାକୁ ବହୁତ ସୁନ୍ଦରୀ।


ତୁମ୍ଭେ ପଠାଇଥିବା ଲୋକମାନଙ୍କୁ ମୁଁ ଆଦୌ ଦେଖି ନାହିଁ। ସେପରି ଅଜ୍ଞାନ ବ୍ୟକ୍ତିର କଥାକୁ ଧର ନାହିଁ। ସେ ତା'ର ନାମକୁ ସାର୍ଥକ କରିଛି। ତା'ର ନାମ ନାବଲ ଯାହାର ଅର୍ଥ ‘ମୂର୍ଖ’ ଠିକ୍ ସେହିପରି ସେ ମୂର୍ଖମାନଙ୍କ ପରି ବ୍ୟବହାର କରିଛି।


ଗୃହ ଓ ଧନ ପିତୃ ଲୋକଙ୍କଠାରୁ ପ୍ରାପ୍ତ ଅଧିକାର। ମାତ୍ର ବୁଦ୍ଧିମତା ସ୍ତ୍ରୀ ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ହୁଏ।


ଦାସର ଭାର ଯେତେବେଳେ ସେ ରାଜତ୍ୱ କରେ, ମୂର୍ଖର ଭାର ଯେତେବେଳେ ସେ ଆହାରରେ ପରିତୃପ୍ତ।


Swiv nou:

Piblisite


Piblisite