Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 25:12 - ପବିତ୍ର ବାଇବଲ

12 ଦାଉଦର ଲୋକମାନେ ନିଜ ବାଟରେ ଫେରିଗଲେ ଓ ତାଙ୍କ ନିକଟକୁ ଆସି ସେ ସବୁ କଥା ତାଙ୍କୁ ଜଣାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ତହୁଁ ଦାଉଦଙ୍କର ଯୁବାମାନେ ଆପଣା ବାଟରେ ଫେରି ଗଲେ ଓ ତାଙ୍କ ନିକଟକୁ ଆସି ସେହିସବୁ କଥା ତାଙ୍କୁ ଜଣାଇଲେ।

Gade chapit la Kopi

ଓଡିଆ ବାଇବେଲ

12 ତହୁଁ ଦାଉଦଙ୍କର ଯୁବାମାନେ ଆପଣା ବାଟରେ ଫେରି ଗଲେ ଓ ତାଙ୍କ ନିକଟକୁ ଆସି ସେହିସବୁ କଥା ତାଙ୍କୁ ଜଣାଇଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ତହୁଁ ଦାଉଦଙ୍କର ଯୁବାମାନେ ଆପଣା ବାଟରେ ଫେରିଗଲେ ଓ ତାଙ୍କ ନିକଟକୁ ଆସି ସେହି ସବୁ କଥା ତାଙ୍କୁ ଜଣାଇଲେ।

Gade chapit la Kopi




1 ଶାମୁୟେଲ 25:12
5 Referans Kwoze  

ତୁମ୍ଭମାନଙ୍କର ନେତାମାନଙ୍କର ଆଜ୍ଞାପାଳନ କର। ସେମାନଙ୍କର ଅଧୀନରେ ରୁହ। ସେମାନେ ତୁମ୍ଭମାନଙ୍କ ପାଇଁ ଉତ୍ତରଦାୟୀ। ଅତଏବ, ସେମାନେ ସବୁବେଳେ ତୁମ୍ଭମାନଙ୍କର ଆତ୍ମାର ରକ୍ଷା ପାଇଁ ଜଗି ଥା’ନ୍ତି। ସେମାନଙ୍କର ଆଜ୍ଞାପାଳନ କର ଯେପରି ଏହି କାମଟି ସେମାନେ ଖୁସୀ ମନରେ କରିବେ, ଦୁଃଖରେ ନୁହେଁ। ସେମାନଙ୍କର କାମ କଠିନ ହେଲେ, ତା'ଦ୍ୱାରା ତୁମ୍ଭମାନଙ୍କର କୌଣସି ଲାଭ ହେବ ନାହିଁ।


ଗାଦ୍ ଦାଉଦଙ୍କ ନିକଟକୁ ଯାଇ କହିଲେ, “ଏହି ତିନୋଟି ମଧ୍ୟରୁ ଗୋଟିକୁ ବାଛ। 1, ତୁମ୍ଭ ପାଇଁ, ତୁମ୍ଭ ଦେଶ ପାଇଁ ସାତ ବର୍ଷ ଦୁର୍ଭିକ୍ଷ ହେବ। 2, ତୁମ୍ଭ ଶତ୍ରୁମାନେ ତୁମ୍ଭ ପଛେ ପଛେ ତିନି ମାସ ପର୍ଯ୍ୟନ୍ତ ଗୋଡ଼ାଇବେ। 3, ତିନି ଦିନ ପର୍ଯ୍ୟନ୍ତ ତୁମ୍ଭ ଦେଶରେ ମହାମାରୀ ହେବ। ଏହିସବୁ କଥା ବିଷୟରେ ଭାବ ଏବଂ ଏହି ତିନି କଥାରୁ ଗୋଟିକୁ ବାଛ। ଏବଂ ମୁଁ ସଦାପ୍ରଭୁଙ୍କୁ ତୁମ୍ଭର ପସନ୍ଦ ଜଣାଇ ଦେବି। ଯେହେତୁ ସଦାପ୍ରଭୁ ମୋତେ ତୁମ୍ଭ ନିକଟକୁ ପଠାଇଛନ୍ତି।”


ମୁଁ କ’ଣ ନିଜର ରୋଟୀ, ନିଜର ଜଳ ଓ ନିଜର ଲୋମଛେଦକମାନଙ୍କ ନିମନ୍ତେ ହତ ପଶୁମାନଙ୍କ ମାଂସ ନେଇ କେଉଁ ଅଜ୍ଞାନ ଲୋକମାନଙ୍କୁ ଦେବି?”


ତା'ପରେ ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ନିଜ ନିଜର ‌‌ଖ‌ଡ଼୍‌ଗ ବାନ୍ଧ,” ତେଣୁ ସେମାନେ ନିଜ ନିଜର ‌‌ଖ‌ଡ଼୍‌ଗ ବାନ୍ଧିଲେ, ଦାଉଦ ମଧ୍ୟ ନିଜର ‌‌ଖ‌ଡ଼୍‌ଗ ବାନ୍ଧିଲେ, ଦାଉଦଙ୍କ ସହିତ 400 ଲୋକ ଗଲେ ଓ 200 ଲୋକ ସାମଗ୍ରୀ ପାଖରେ ରହିଲେ।


Swiv nou:

Piblisite


Piblisite