Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 25:10 - ପବିତ୍ର ବାଇବଲ

10 ନାବଲ ଦାଉଦଙ୍କ ଲୋକମାନଙ୍କୁ ଉତ୍ତର ଦେଇ କହିଲା, “ଦାଉଦ କିଏ? ଯିଶୀର ପୁତ୍ର କିଏ? ଆଜିକାଲି ଅନେକ ଦାସ ଅଛନ୍ତି ଯେଉଁମାନେ ଆପଣା ଆପଣା ମୁନିବଠାରୁ ପଳାଇଯାଇ ବୁଲୁଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ତହିଁରେ ନାବଲ ଦାଉଦଙ୍କର ଦାସମାନଙ୍କୁ ଉତ୍ତର ଦେଇ କହିଲା, ଦାଉଦ କିଏ? ଯିଶୀର ପୁତ୍ର କିଏ? ଆଜିକାଲି ଅନେକ ଦାସ ଅଛନ୍ତି, ଯେଉଁମାନେ ଆପଣା ଆପଣା ମୁନିବଠାରୁ ବିଗିଡ଼ି ବୁଲୁଛନ୍ତି।

Gade chapit la Kopi

ଓଡିଆ ବାଇବେଲ

10 ତହିଁରେ ନାବଲ ଦାଉଦଙ୍କର ଦାସମାନଙ୍କୁ ଉତ୍ତର ଦେଇ କହିଲା, ଦାଉଦ କିଏ ? ଯିଶୀର ପୁତ୍ର କିଏ ? ଆଜିକାଲି ଅନେକ ଦାସ ଅଛନ୍ତି, ଯେଉଁମାନେ ଆପଣା ଆପଣା ମୁନିବଠାରୁ ବିଗିଡ଼ି ବୁଲୁଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ତହିଁରେ ନାବଲ ଦାଉଦଙ୍କର ଦାସମାନଙ୍କୁ ଉତ୍ତର ଦେଇ କହିଲା, “ଦାଉଦ କିଏ? ଯିଶୀର ପୁତ୍ର କିଏ? ଆଜିକାଲି ଅନେକ ଦାସ ଅଛନ୍ତି, ଯେଉଁମାନେ ଆପଣା ଆପଣା ମୁନିବଠାରୁ ବିଗିଡ଼ି ବୁଲୁଛନ୍ତି।

Gade chapit la Kopi




1 ଶାମୁୟେଲ 25:10
14 Referans Kwoze  

ଏଥିରେ ଏବଦର ପୁତ୍ର ଗାଲ୍ କହିଲା, “ଆମ୍ଭେ ହେଉଛୁ ଶିଖିମ ନିବାସୀ, ଆମ୍ଭେ କାହିଁକି ଅବୀମେଲକକୁ ମାନିବୁ? ସେ କିଏ? ଆମେ କାହିଁକି ତାକୁ ମାନିବା? ଏହା ସତ୍ୟ ଅବୀମେଲକ୍ ହେଇଛି ଯିରୁବ୍ବା‌ଲ୍‌ର ପୁତ୍ର, ନୁହେଁ କି? ଏବଂ ଅବୀମେଲକ୍ ସବୂଲକୁ ତା'ର ଅଧିକାରୀ କଲା, ନୁହେଁ କି? ଆମ୍ଭେ ଶିଖିମର ପିତା ହମୋରର ଲୋକମାନଙ୍କର ସେବା କରିବା ଉଚିତ୍। କିନ୍ତୁ ଆମ୍ଭେ କାହିଁକି ଅବୀମେଲକର ସେବା କରିବୁ?


ଆଉ ମଧ୍ୟ ଖଳ ଲୋକର ଉପାୟ ସବୁ ମନ୍ଦ। ସେ ଦରିଦ୍ରଠାରୁ ସମସ୍ତ ଅପହରଣ କରିବାକୁ ଯୋଜନା କଲେ। ସେ ଦରିଦ୍ର ଲୋକମାନଙ୍କୁ ମିଥ୍ୟା ଅଭିଯୋଗ ସାହାଯ୍ୟରେ ଧ୍ୱଂସ କରିବାକୁ ଶପଥ ନିଏ, ଯଦିବା ସେତେବେଳେ ସେହି ଦରିଦ୍ର ଲୋକ ଯାହା କହେ, ତାହା ସଠିକ୍।


ନିର୍ବୋଧମାନେ ମହାତ୍ମା ଓ ଖଳଲୋକ ଉଦାର ବୋଲି ପ୍ରସିଦ୍ଧ ହେବେ ନାହିଁ।


ପଗ୍ଭର ନାହିଁ, “କାହିଁକି ବର୍ତ୍ତମାନଠାରୁ ‘ଅତୀତ’ ଭଲ ଥିଲା?” ଯଦି ତୁମ୍ଭେ ଜ୍ଞାନୀ ହୋଇଥିବ ଏହା ପଗ୍ଭରିବ ନାହିଁ।


ସେତେବେଳେ ସମଗ୍ର ଇସ୍ରାଏଲ ଦେଖିଲେ ଯେ ନୂଆରାଜା ସେମାନଙ୍କ କଥା ଶୁଣିଲେ ନାହିଁ। ତେଣୁ ସେମାନେ ରାଜାଙ୍କୁ ଉତ୍ତର କରି କହିଲେ, “ଆମ୍ଭେମାନେ କ’ଣ ଦାଉଦ ସାମ୍ରାଜ୍ୟର ଏକ ଅଂଶ? ଆମ୍ଭେ ଯିଶୀର କିଛି ଭୂମି ପାଉ କି? ନା, ତେଣୁ ଇସ୍ରାଏଲର ଲୋକମାନେ ନିଜ ନିଜ ଘରକୁ ଫେରି ଯାଅ। ଦାଉଦଙ୍କ ପୁତ୍ରଙ୍କୁ ତାଙ୍କ ଲୋକମାନଙ୍କୁ ଶାସନ କରିବାକୁ ଦିଅ।” ତେଣୁ ଇସ୍ରାଏଲର ଲୋକମାନେ ସେମାନଙ୍କର ଘରକୁ ଫେରି ଗଲେ।


ସେ ସମୟରେ ବିନ୍ୟାମୀନୀୟ ବିଖ୍ରିର ପୁତ୍ର ଶେବଃ ନାମରେ ଜଣେ ପାପଧମ ଲୋକ ସେଠାରେ ଥିଲା, ପୁଣି ସେ ତୂରୀ ବଜାଇ କହିଲା, “ଦାଉଦଙ୍କଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ। ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ। ହେ ଇସ୍ରାଏଲ, ପ୍ରତ୍ୟେକ ନିଜ ନିଜ ତମ୍ବୁକୁ ଗ୍ଭଲ।”


ଦାଉଦଙ୍କ ସହିତ ବହୁତ ଲୋକ ଥିଲେ ଯେଉଁମାନେ ବିପଦରେ ଥିଲେ, ଯେଉଁମାନେ ଋଣଗ୍ରସ୍ତ ଥିଲେ, ଆଉ ଯେଉଁମାନେ ଜୀବନରେ ଶାନ୍ତି ପାଇ ନାହାନ୍ତି, ଏହିପରି ଲୋକମାନେ ଦାଉଦଙ୍କ ସାଥୀ ହେଲେ। ଏହିପରି ଭାବରେ ଦାଉଦ 400 ଲୋକଙ୍କର ନେତା ହେଲେ।


ଶାଉଲ ଯୋନାଥନ ଉପରେ ଭୟଙ୍କର ରାଗିଲେ। ସେ ଯୋନାଥନଙ୍କୁ କହିଲେ, “ତୁ ହେଉଛୁ ଜଣେ ଦାସୀ ସ୍ତ୍ରୀଲୋକର ପୁତ୍ର। ଯିଏ କି ମାନିବା ପାଇଁ ମନାକରେ। ତୁବି ଠିକ୍ ତା'ପରି, ମୁଁ ଜାଣେ ତୁ ଦାଉଦର ପକ୍ଷ ନେଇଛୁ। ତୁ ନିଜ ପାଇଁ ଓ ତୋର ମା ପାଇଁ ଅପମାନ ଆଣୁଛୁ।


କିନ୍ତୁ ଫାରୋ କହିଲେ, “ସଦାପ୍ରଭୁ କିଏ? ମୁଁ କାହିଁକି ତାଙ୍କୁ ମାନିବି? ମୁଁ କାହିଁକି ଇସ୍ରାଏଲୀୟମାନଙ୍କୁ ଯିବାକୁ ଦେବି? ସଦାପ୍ରଭୁ କିଏ ମୁଁ ତାହା ଜାଣେ ନାହିଁ। ତେଣୁ ମୁଁ ଇସ୍ରାଏଲୀୟମାନଙ୍କୁ ଯିବାକୁ ଦେବି ନାହିଁ।”


ଦାଉଦଙ୍କର ଲୋକମାନେ ଯାଇ ଦାଉଦଙ୍କ ନାମରେ ନାବଲକୁ ଏହିସବୁ କଥା କହିଲେ।


କୋମଳ ପୂର୍ଣ୍ଣ ଉତ୍ତର କ୍ରୋଧକୁ ଦମନ କରେ, ମାତ୍ର କଟୁବାକ୍ୟ କୋପ ଜନ୍ମାଏ।


Swiv nou:

Piblisite


Piblisite