Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 25:1 - ପବିତ୍ର ବାଇବଲ

1 ଶାମୁୟେଲଙ୍କର ଦେହାନ୍ତ ହେଲା। ସମସ୍ତ ଇସ୍ରାଏଲୀୟବାସୀ ଏକତ୍ର ହୋଇ ଶାମୁୟେଲଙ୍କ ମୃତ୍ୟୁରେ ଶୋକ ପାଳନ କଲେ ଓ ରାମାସ୍ଥିତ ତାଙ୍କ ଗୃହରେ ତାଙ୍କୁ କବର ଦେଲେ। ତା'ପରେ ଦାଉଦ ପାରଣ ପ୍ରାନ୍ତରକୁ ଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଶାମୁୟେଲ ମଲେ; ତହୁଁ ସମୁଦାୟ ଇସ୍ରାଏଲ ଏକତ୍ର ହୋଇ ତାଙ୍କ ପାଇଁ ବିଳାପ କଲେ ଓ ରାମାସ୍ଥିତ ତାଙ୍କର ଗୃହରେ ତାଙ୍କୁ କବର ଦେଲେ। ପୁଣି ଦାଉଦ ଉଠି ପାରଣ୍ ପ୍ରାନ୍ତରକୁ ଗଲେ।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଶାମୁୟେଲ ମଲେ; ତହୁଁ ସମୁଦାୟ ଇସ୍ରାଏଲ ଏକତ୍ର ହୋଇ ତାଙ୍କ ପାଇଁ ବିଳାପ କଲେ ଓ ରାମାସ୍ଥିତ ତାଙ୍କର ଗୃହରେ ତାଙ୍କୁ କବର ଦେଲେ। ପୁଣି, ଦାଉଦ ଉଠି ପାରଣ ପ୍ରାନ୍ତରକୁ ଗଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଶାମୁୟେଲ ମଲେ; ତହୁଁ ସମୁଦାୟ ଇସ୍ରାଏଲ ଏକତ୍ର ହୋଇ ତାଙ୍କ ପାଇଁ ବିଳାପ କଲେ ଓ ରାମାସ୍ଥିତ ତାଙ୍କର ଗୃହରେ ତାଙ୍କୁ କବର ଦେଲେ। ପୁଣି, ଦାଉଦ ଉଠି ପାରଣ ପ୍ରାନ୍ତରକୁ ଗଲେ।

Gade chapit la Kopi




1 ଶାମୁୟେଲ 25:1
20 Referans Kwoze  

ଶାମୁୟେଲ ମରି ଯାଇଥିଲେ, ସମସ୍ତ ଇସ୍ରାଏଲୀୟବାସୀ ଶାମୁୟେଲଙ୍କର ମୃତ୍ୟୁ ପ୍ରତି ଦୁଃଖର ସହ ସମବେଦନା ଜଣାଇ ଶୋକ କରି ତାଙ୍କର ନିଜ ସ୍ଥାନ ରାମାଠାରେ କବର ଦେଇଥିଲେ। ଶାଉଲ ଭୂତୁଡ଼ିୟା ଓ ଗୁଣିଆମାନଙ୍କୁ ଦେଶରୁ ବିତାଡ଼ିତ କରି ଦେଇଥିଲେ।


ଇସ୍ରାଏଲ ଲୋକମାନେ ମୋଶାଙ୍କ ପାଇଁ ତିରିଶ୍ ଦିନ ଧରି କାନ୍ଦିଲେ। ସେମାନେ ତାଙ୍କର ସମସ୍ତ ଦୁଃଖଦ ଦିନସବୁ ମୋୟାବର ସମତଳ ଭୂମିରେ କଟାଇଲେ।


ଇସ୍ରାଏଲର ସମସ୍ତ ମଣ୍ତଳୀ ହାରୋଣଙ୍କ ମୃତ୍ୟୁ ଜାଣିଲେ। ତେଣୁ ପ୍ରତ୍ୟେକ ଇସ୍ରାଏଲୀୟ ତିରିଶ୍ ଦିନ ପର୍ଯ୍ୟନ୍ତ ହାରୋଣଙ୍କ ନିମନ୍ତେ ଶୋକ ଦିବସ ପାଳନ କଲେ।


ଏହା ପରେ ମନଃଶି ମୃତ୍ୟୁଭୋଗ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ମନଃଶିଙ୍କୁ ତାଙ୍କର ନିଜ ରାଜଗୃହରେ କବର ଦେଲେ। ଆମୋନ୍ ମନଃଶିଙ୍କ ସ୍ଥାନରେ ନୂତନ ରାଜା ହେଲେ। ଆମୋନ୍ ମନଃଶିଙ୍କ ପୁତ୍ର ଥିଲେ।


ତହୁଁ ଇସ୍ରାଏଲର ଲୋକମାନେ ସୀନୟ ମରୁଭୂମିରୁ ଯାତ୍ରା ଆରମ୍ଭ କଲେ, ପୁଣି ସେହି ମେଘ ପାରଣ ମରୁଭୂମିରେ ଅବସ୍ଥାନ କଲା।


ତା'ର ମା ତା’ ପାଇଁ ଏକ ସ୍ତ୍ରୀ ମିଶରରେ ଠିକ୍ କଲା। ସେମାନେ ପାରଣ ନାମକ ମରୁଭୂମିରେ ବାସ କଲେ।


ଏହା ପରେ ଯିହୋୟାଦାର ପୁତ୍ର ବନାୟ ଯାଇ ଯୋୟାବକୁ ବଧ କଲା ଓ ପ୍ରାନ୍ତରସ୍ଥ ତାହାର ନିଜର ଗୃହରେ ତାହାର କବର ଦିଆଗଲା।


ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପାରଣ ମରୁଭୂମି ପ୍ରାନ୍ତରରୁ ସେମାନଙ୍କୁ ପଠାଇଲେ। ସେହି ଲୋକମାନେ ଇସ୍ରାଏଲର ଲୋକମାନଙ୍କର ନେତୃବର୍ଗ ଥିଲେ।


ପୃଥିବୀର ସମସ୍ତ ରାଜନ୍ୟବର୍ଗ ମୃତ୍ୟୁପରେ ସମ୍ମାନ ଓ ଗୌରବ ସହ ନିଜ ନିଜ ସମାଧିରେ ବିଶ୍ରାମ ନେଲେ।


ମିଥ୍ୟାବାଦୀ ଲୋକମାନେ, ମେଶକରେ ବାସ କଲା ପରି ତୁମ୍ଭ ପାଖରେ ବାସ କରୁଛନ୍ତି। ଏହା କେଦାରର ତମ୍ବୁରେ ବାସ କରିବା ସଦୃଶ।


ଶାମୁୟେଲଙ୍କ ଘର ରାମାରେ, ତେଣୁ ସେ ସେଠାକୁ ଫେରି ଆସୁଥିଲେ। ସେ ରାମାଠାରୁ ଲୋକଙ୍କୁ ଅନୁଧ୍ୟାନ କରୁଥିଲେ ଓ ସେଠାରୁ ଶାସନ କରୁଥିଲେ। ତେଣୁ ଶାମୁୟେଲ ସଦାପ୍ରଭୁଙ୍କ ପାଇଁ ରାମାରେ ଯଜ୍ଞବେଦି ନିର୍ମାଣ କରିଥିଲେ।


ଅନନ୍ତର ସେମାନେ ଆସି ପାରଣ ମରୁଭୂମି କାଦେଶ ନାମକ ସ୍ଥାନରେ ମୋଶାଙ୍କୁ ଭେଟିଲେ, ହାରୋଣ ଓ ଇସ୍ରାଏଲ ଲୋକମାନେ ସମସ୍ତ ମଣ୍ତଳୀ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ଓ ସମସ୍ତ ମଣ୍ତଳୀକି ସମାଗ୍ଭର ଦେଲେ ଓ ସେମାନଙ୍କୁ ସେହି ଦେଶର ଫଳ ଦେଖାଇଲେ।


ତା'ପରେ ଲୋକମାନେ ହ‌‌ତ୍‌ସେରୋତଠାରୁ ଯାତ୍ରା କରି ପାରଣ ମରୁଭୂମିରେ ଛାଉଣି ସ୍ଥାପନ କଲେ।


ସେହି ଦେଶ ନିବାସୀ କିଣାନୀୟ ଲୋକମାନେ ଆଟଦର ଖଳାରେ ସେମାନଙ୍କର ଏରୂପ ଶୋକ ଦେଖି କହିଲେ, “ମିସ୍ରୀୟମାନଙ୍କ ପ୍ରତି ଏହା ଦାରୁଣ ଦୁଃଖ।” ସେହିସ୍ଥାନ ଆବେଲ-ମିଶର ନାମରେ ବିଖ୍ୟାତ ହେଲା। ଏହା ଯର୍ଦ୍ଦନ ପାରସ୍ଥରେ।


ପ୍ରାନ୍ତର ନିକଟସ୍ଥ ଏ‌ଲ୍‌ପାରଣ ପର୍ଯ୍ୟନ୍ତ ସେୟୀର ପର୍ବତ ନିବାସୀ ହୋରୀୟ ଲୋକମାନଙ୍କୁ ଜୟ କଲେ।


ଅନନ୍ତର ମନଃଶି ମୃତ୍ୟୁବରଣ କଲେ ଓ ଆପଣା ପୂର୍ବପୁରୁଷ ଲୋକଙ୍କ ସହିତ ଆପଣା ଗୃହର ଉଦ୍ୟାନରେ, ଅର୍ଥାତ “ଉଷର ଉଦ୍ୟାନରେ” କବର ପ୍ରାପ୍ତ ହେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ଆମୋନ୍ ରାଜା ହେଲେ।


ସାରା କିଣାନ ଦେଶସ୍ଥ କିରିୟଥ-ଅର୍ବର ହିବ୍ରୋଣରେ ମଲେ। ଅବ୍ରହାମ ଏଥିପାଇଁ ମନ ଦୁଃଖ କଲେ ଓ କ୍ରନ୍ଦନ କଲେ।


ତା’ ପରଦିନ ପ୍ରଭାତରେ ଇ‌ଲ୍‌କାନା ଉଠି, ଆପଣା ପରିବାର ସହ ସଦାପ୍ରଭୁଙ୍କ ଉପାସନା କରି ଆପଣା ଗୃହ ରାମାକୁ ଫେରିଗଲେ। ତା'ପରେ ଇ‌ଲ୍‌କାନା ଆପଣା ସ୍ତ୍ରୀ ହାନ୍ନା ସହିତ ସହବାସ କଲା ଏବଂ ସଦାପ୍ରଭୁ ହାନ୍ନାକୁ ସ୍ମରଣ କଲେ।


ପରମେଶ୍ୱର କହିଲେ, “ତେଣୁ, ତୁମ୍ଭର ସେହି ପୂର୍ବପୁରୁଷଗଣ ବର୍ତ୍ତମାନ କାହାନ୍ତି? ସେହି ଭବିଷ୍ୟ‌ଦ୍‌ବକ୍ତାଗଣ କ’ଣ ଏପର୍ଯ୍ୟନ୍ତ ବଞ୍ଚିଛନ୍ତି?


Swiv nou:

Piblisite


Piblisite