Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 24:8 - ପବିତ୍ର ବାଇବଲ

8 ଦାଉଦ ଗୁମ୍ଫାରୁ ବାହାରିଲେ, ଶାଉଲଙ୍କୁ ପାଟି କରି କହିଲେ, “ହେ ମୋର ପ୍ରଭୁ ମହାରାଜ!” ଶାଉଲ ପଛକୁ ଗ୍ଭହିଁଲେ, ଦାଉଦ ନତମସ୍ତକ ହୋଇ ଭୂମିକୁ ଗ୍ଭହିଁ ରହିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଦାଉଦ ମଧ୍ୟ ତହିଁ ଉତ୍ତାରେ ଉଠି ଗୁମ୍ପାରୁ ବାହାରକୁ ଗଲେ ଓ ଶାଉଲଙ୍କର ପଛେ ଡାକି କହିଲେ, ହେ ମୋହର ପ୍ରଭୋ, ମହାରାଜ। ତହିଁରେ ଶାଉଲ ଆପଣା ପଛକୁ ଅନାନ୍ତେ, ଦାଉଦ ଭୂମିଷ୍ଠ ହୋଇ ପ୍ରଣାମ କଲେ।

Gade chapit la Kopi

ଓଡିଆ ବାଇବେଲ

8 ଦାଉଦ ମଧ୍ୟ ତହିଁ ଉତ୍ତାରେ ଉଠି ଗୁମ୍ଫାରୁ ବାହାରକୁ ଗଲେ ଓ ଶାଉଲଙ୍କର ପଛେ ଡାକି କହିଲେ, ହେ ମୋହର ପ୍ରଭୁ, ମହାରାଜ। ତହିଁରେ ଶାଉଲ ଆପଣା ପଛକୁ ଅନାନ୍ତେ, ଦାଉଦ ଭୂମିଷ୍ଠ ହୋଇ ପ୍ରଣାମ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଦାଉଦ ମଧ୍ୟ ତହିଁ ଉତ୍ତାରେ ଉଠି ଗୁମ୍ଫାରୁ ବାହାରକୁ ଗଲେ ଓ ଶାଉଲଙ୍କର ପଛେ ଡାକି କହିଲେ, “ହେ ମୋହର ପ୍ରଭୋ, ମହାରାଜ।” ତହିଁରେ ଶାଉଲ ଆପଣା ପଛକୁ ଅନାନ୍ତେ, ଦାଉଦ ଭୂମିଷ୍ଠ ହୋଇ ପ୍ରଣାମ କଲେ।

Gade chapit la Kopi




1 ଶାମୁୟେଲ 24:8
11 Referans Kwoze  

ସମାଜରେ ଯାହାଙ୍କର ଯାହା ପ୍ରାପ୍ୟ ତାହାଙ୍କୁ ତାହା ଦିଅ। ଯାହାଙ୍କୁ ଶୁଳ୍କ ଦେବା କଥା ତାହାଙ୍କୁ ସମସ୍ତ ପ୍ରକାରର ଶୁଳ୍କ ଦେଇ ଦିଅ। ଯାହାଙ୍କୁ ଭୟ ସହିତ ଆଦର କରିବା କଥା ସେମାନଙ୍କୁ ଭୟ ଓ ଆଦର କର। ଯାହାଙ୍କୁ ସମ୍ମାନ ଦେବା କଥା ସେମାନଙ୍କୁ ସମ୍ମାନ ଦିଅ।


ଶାଉଲ ଦାଉଦଙ୍କ ସ୍ୱର ଜାଣିଥିଲେ। ଶାଉଲ କହିଲେ, “ଏହା କ’ଣ ତୁମ୍ଭ ସ୍ୱର ହେ ମୋହର ପୁତ୍ର ଦାଉଦ?” ଦାଉଦ ଉତ୍ତର ଦେଲେ, “ହଁ, ଏହା ମୋର ସ୍ୱର ଅଟେ। ହେ ମୋର ପ୍ରଭୁ, ମୋର ମହାଶୟ।”


ଯେତେବେଳେ ବାଳକଟି ପଳାଇଗଲା, ଦାଉଦ ଲୁଚିଥିବା ସ୍ଥାନରୁ ପର୍ବତର ଅପରପାର୍ଶ୍ୱକୁ ପଳାଇଲେ। ଦାଉଦ ମୁଣ୍ଡ ନୁଆଇଁ ଯୋନାଥନକୁ ତିନିଥର ପ୍ରଣାମ କଲେ। ଦାଉଦ ଓ ଯୋନାଥନ ପରସ୍ପରକୁ ଚୁମ୍ବନ କଲେ। ସେମାନେ ଉଭୟେ ମଧ୍ୟ କାନ୍ଦିଲେ। କିନ୍ତୁ ଦାଉଦ ଯୋନାଥନଙ୍କଠାରୁ ଅଧିକ କାନ୍ଦିଲେ।


“ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ଯଦ୍ଦ୍ୱାରା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ।


ତହିଁରେ ଅବ୍ରାମ ପରମେଶ୍ୱରଙ୍କଠାରେ ମଥାନତ କଲେ। ପରମେଶ୍ୱର ତାଙ୍କୁ କହିଲେ,


ସମସ୍ତଙ୍କୁ ସମ୍ମାନ ଦିଅ। ପରମେଶ୍ୱରଙ୍କ ପରିବାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଭଲ ପାଅ। ପରମେଶ୍ୱରଙ୍କୁ ଭୟ କର ଓ ରାଜାଙ୍କୁ ସମ୍ମାନ ଦିଅ।


ଦାଉଦ ତାଙ୍କର ଲୋକମାନଙ୍କୁ ଏପରି ଶାଉଲଙ୍କ ପଛରେ ଯିବା ବନ୍ଦ କରିବାକୁ ବାରଣ କଲେ ଏବଂ ତାଙ୍କୁ ବ୍ୟଥା ଅନୁଭବ କରିବା ଏବଂ ସେମାନଙ୍କୁ ଶାଉଲଙ୍କ ବିରୁଦ୍ଧରେ ଯିବା ଅଟକାଇଲେ। ଶାଉଲ ଗୁମ୍ଫାରୁ ବାହାରିଲେ ଓ ସେଠାରୁ ପଥଗମନ କଲେ।


ଦାଉଦ ଶାଉଲଙ୍କୁ କହିଲେ, “ତୁମ୍ଭେ କାହିଁକି ଲୋକମାନଙ୍କ କଥା ଶୁଣିଲ ଯେତେବେଳେ ଲୋକମାନେ କହିଲେ, ‘ଦାଉଦ ଯୋଜନା କରିଛି ତୁମ୍ଭକୁ ମାରିବା ପାଇଁ।’


ଶାଉଲ ତାଙ୍କୁ ପଗ୍ଭରିଲେ, “ସେ କିପରି ଦେଖିବାକୁ!” ସେ ସ୍ତ୍ରୀଲୋକ ଜଣକ ଉତ୍ତର ଦେଲା, “ସେ ଜଣେ ବୃଦ୍ଧଙ୍କ ପରି ଦେଖା ଯାଉଛି ଓ ସେ ରାଜକୀୟ ପୋଷାକ ପିନ୍ଧିଛନ୍ତି।” ତେଣୁ ଶାଉଲ ଜାଣିଲେ ଏ ହେଉଛନ୍ତି ଶାମୁୟେଲ, ତେଣୁ ସେ ଶାମୁୟେଲଙ୍କୁ ଭୂମିଷ୍ଟ ପ୍ରଣାମ କଲେ।


ତା'ପରେ ବ‌ତ୍‌ଶେବା ରାଜାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିଲେ, “ମୋ’ ମହାରାଜ ଦାଉଦ, ଦୀର୍ଘଜୀବୀ ହୁଅନ୍ତୁ!”


Swiv nou:

Piblisite


Piblisite