Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 24:4 - ପବିତ୍ର ବାଇବଲ

4 ଦାଉଦଙ୍କର ଲୋକମାନେ କହିଲେ, “ସଦାପ୍ରଭୁ ଯେଉଁ ଦିନ ବିଷୟରେ କହିଥିଲେ, ‘ଆଜି ହେଉଛି ସେହି ବିଶେଷ ଦିନ। ସଦାପ୍ରଭୁ ତୁମ୍ଭଙ୍କୁ କହିଥିଲେ, ମୁଁ ତୁମ୍ଭର ଶତ୍ରୁକୁ ତୁମ୍ଭ ହସ୍ତରେ ସମର୍ପଣ କରିବି। ତୁମ୍ଭକୁ ଯାହା ଭଲ ଦିଶିବ ତାହା ତା'ର ପ୍ରତି କର।’” ତା'ପରେ ଦାଉଦ ଗୁରୁଣ୍ଡି ଗୁରୁଣ୍ଡି ଶାଉଲଙ୍କ ପାଖକୁ ଗଲେ। ସେ ଶାଉଲ ପିନ୍ଧିଥିବା ବସ୍ତ୍ରର ଏକ କାନିକୁ କାଟି ଦେଲେ। କିନ୍ତୁ ଶାଉଲ ଦାଉଦଙ୍କୁ ଦେଖି ପାରି ନ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଏଥିରେ ଦାଉଦଙ୍କର ଲୋକମାନେ ତାଙ୍କୁ କହିଲେ, ଯେଉଁ ଦିନ ବିଷୟରେ ସଦାପ୍ରଭୁ ତୁମ୍ଭକୁ କହିଥିଲେ, ଦେଖ, ଆମ୍ଭେ ତୁମ୍ଭ ଶତ୍ରୁକୁ ତୁମ୍ଭ ହସ୍ତରେ ଦେବା, ତହିଁରେ ତୁମ୍ଭକୁ ଯେପରି ଭଲ ଦିଶିବ, ସେପରି ତୁମ୍ଭେ ତାହା ପ୍ରତି କରିବ, ସେଦିନ ଏହି ଦେଖ। ତହୁଁ ଦାଉଦ ଉଠି ଗୋପନରେ ଶାଉଲଙ୍କର ଚୋଗାଧଡ଼ି କାଟି ନେଲେ।

Gade chapit la Kopi

ଓଡିଆ ବାଇବେଲ

4 ଏଥିରେ ଦାଉଦଙ୍କର ଲୋକମାନେ ତାଙ୍କୁ କହିଲେ, ଯେଉଁ ଦିନ ବିଷୟରେ ସଦାପ୍ରଭୁ ତୁମ୍ଭକୁ କହିଥିଲେ, ଦେଖ, ଆମ୍ଭେ ତୁମ୍ଭ ଶତ୍ରୁକୁ ତୁମ୍ଭ ହସ୍ତରେ ଦେବା, ତହିଁରେ ତୁମ୍ଭକୁ ଯେପରି ଭଲ ଦିଶିବ, ସେପରି ତୁମ୍ଭେ ତାହା ପ୍ରତି କରିବ, ସେଦିନ ଏହି ଦେଖ। ତହୁଁ ଦାଉଦ ଉଠି ଗୋପନରେ ଶାଉଲଙ୍କର ଚୋଗାଧଡ଼ି କାଟି ନେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଏଥିରେ ଦାଉଦଙ୍କର ଲୋକମାନେ ତାଙ୍କୁ କହିଲେ, “ଯେଉଁ ଦିନ ବିଷୟରେ ସଦାପ୍ରଭୁ ତୁମ୍ଭକୁ କହିଥିଲେ, ଦେଖ, ‘ଆମ୍ଭେ ତୁମ୍ଭ ଶତ୍ରୁକୁ ତୁମ୍ଭ ହସ୍ତରେ ଦେବା, ତହିଁରେ ତୁମ୍ଭକୁ ଯେପରି ଭଲ ଦିଶିବ, ସେପରି ତୁମ୍ଭେ ତାହା ପ୍ରତି କରିବ, ସେଦିନ ଏହି ଦେଖ।’” ତହୁଁ ଦାଉଦ ଉଠି ଗୋପନରେ ଶାଉଲଙ୍କର ଚୋଗାଧଡ଼ି କାଟି ନେଲେ।

Gade chapit la Kopi




1 ଶାମୁୟେଲ 24:4
13 Referans Kwoze  

ସଦାପ୍ରଭୁ ପ୍ରତ୍ୟେକ ମନୁଷ୍ୟକୁ ତାହାର କର୍ମ ଅନୁସାରେ ଫଳ ଦିଅନ୍ତି। ସେ ତାକୁ ସତ୍ କାର୍ଯ୍ୟ ପାଇଁ ପୁରସ୍କାର ଦିଅନ୍ତି ଏବଂ ଭୁଲ୍ କାର୍ଯ୍ୟ ପାଇଁ ଦଣ୍ତ ଦିଅନ୍ତି। ସଦାପ୍ରଭୁ ତୁମ୍ଭକୁ ମୋ’ ହସ୍ତରେ ଆଜି ସମର୍ପଣ କଲେ, ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ରାଜାଙ୍କୁ ମୁଁ ହତ୍ୟା କରି ନାହିଁ।


ମୁଁ ଗ୍ଭହିଁ ନ ଥିଲି ତୁମ୍ଭକୁ ମାରିବା ପାଇଁ। ତୁମ୍ଭେ ତୁମ୍ଭର ସ୍ୱଚକ୍ଷୁରେ ଦେଖିଲ। ସଦାପ୍ରଭୁ ତୁମ୍ଭକୁ ଆଜି ଗୁମ୍ଫା ଭିତରେ ମାରିବା ପାଇଁ ସୁଯୋଗ ଦେଇଥିଲେ। କିନ୍ତୁ ମୁଁ ତୁମ୍ଭକୁ ମାରିବାକୁ ଇଚ୍ଛା କଲି ନାହିଁ। ମୋର ତୁମ୍ଭ ପ୍ରତି ଦୟା ଆସିଲା। ମୁଁ କହିଲି, ‘ମୁଁ ମୋର ପ୍ରଭୁଙ୍କୁ ମାରିବି ନାହିଁ। ଶାଉଲ ହେଉଛନ୍ତି ସଦାପ୍ରଭୁଙ୍କଦ୍ୱାରା ବଛା ଯାଇଥିବା ରାଜା।’


ତୁମ୍ଭେ ମୋତେ କହିଲ, ତୁମ୍ଭେ ଯେଉଁ ଭଲ କାର୍ଯ୍ୟ କରିଛ, ସଦାପ୍ରଭୁ ମୋତେ ତୁମ୍ଭକୁ ଦେଇଥିଲେ କିନ୍ତୁ ତୁମ୍ଭେ ମୋତେ ହତ୍ୟା କଲ ନାହିଁ।


ଯୋନାଥନ ଦାଉଦଙ୍କୁ କହିଲେ, “ଭୟ କର ନାହିଁ। ମୋର ପିତା ତୁମ୍ଭକୁ ମାରି ପାରିବେ ନାହିଁ। ତୁମ୍ଭେ ଇସ୍ରାଏଲର ରାଜା ହେବ। ଏବଂ ମୁଁ ତୁମ୍ଭର ଦ୍ୱିତୀୟ ହେବି। ଏହା ମଧ୍ୟ ମୋର ବାପା ଶାଉଲ ଜାଣନ୍ତି।”


ଲୋକମାନେ ଶାଉଲଙ୍କୁ କହିଲେ ଯେ ବର୍ତ୍ତମାନ ଦାଉଦ କିୟୀଲାରେ ଅଛନ୍ତି। ଶାଉଲ କହିଲେ, “ପରମେଶ୍ୱର ମୋ’ ହସ୍ତରେ ତାକୁ ରକ୍ଷା କରିଅଛନ୍ତି। ସେ ଦ୍ୱାର ଓ ଅର୍ଗଳ ବିଶିଷ୍ଟ ନଗରରେ ପ୍ରବେଶ କରିବା ହେତୁରୁ ସେ ମଧ୍ୟ ନିଜେ ନିଜେ ଧରା ଦେଇଛି।”


ଅଚିହ୍ନା ଲୋକଙ୍କୁ ମୁଁ ଯେ ସବୁବେଳେ ଆହାର ଦେଇ ଆସିଛି ତାହା ମୋ’ ଗୃହର ସମସ୍ତ ଲୋକ ଜାଣନ୍ତି।


ସେମାନେ ଆସି ହିବ୍ରୋଣରେ ପହଞ୍ଚିଲେ ଏବଂ ସେମାନେ ଦାଉଦଙ୍କୁ ଈ‌ଶ୍‌ବୋଶ‌‌ତ୍‌‌ର କଟାମୁଣ୍ଡ ଦେଲେ। ରେଖବ୍ ଓ ବାନା ଦାଉଦଙ୍କୁ କହିଲେ, “ଏହିଠାରେ ଆପଣଙ୍କର ଶତ୍ରୁର ମୁଣ୍ଡ ପଡ଼ିଅଛି। ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶତ୍, ଯିଏ କି ଆପଣଙ୍କୁ ମାରିବାକୁ ଗ୍ଭହିଁଥିଲା। ସଦାପ୍ରଭୁ, ଆଜି ପ୍ରଭୁ ମୋର ରାଜା ଆପଣଙ୍କ ପାଇଁ ଶାଉଲ ଓ ତାଙ୍କର ପରିବାରକୁ ଦଣ୍ତିତ କରିଛନ୍ତି।”


ଯଦି ସେ ତାକୁ ହତ୍ୟା କରିବାକୁ ଗ୍ଭହୁଁ ନ ଥିଲା କିନ୍ତୁ ପରମେଶ୍ୱର ତାକୁ ସମର୍ପଣ କଲେ, ସେ ଯେଉଁଠାକୁ ଗଲେ ସେମାନେ ତାକୁ ଉପଯୁକ୍ତ ଜାଗା ଦେବେ।


ଦାଉଦ ଗାଥ୍ ପରିତ୍ୟାଗ କଲେ। ସେ ସେଠାରୁ ଅଦୁଲ୍ଲମ ଗୁମ୍ଫାକୁ ପଳାଇଲେ। ଦାଉଦର ଭାଇମାନେ ଓ ସମ୍ପର୍କୀୟମାନେ ମଧ୍ୟ ଜାଣିଲେ ଯେ ସେ ଅଦୁଲ୍ଲମରେ ଅଛନ୍ତି। ସେମାନେ ସେଠାକୁ ଦାଉଦକୁ ଦେଖା କରିବାକୁ ଗଲେ।


ହେ ପରମେଶ୍ୱର, ମୋ’ ଉପରେ ଦୟାକର। ମୋ’ ଉପରେ ଦୟାକର, କାରଣ ମୁଁ ସୁରକ୍ଷା ପାଇଁ ତୁମ୍ଭ ନିକଟକୁ ଆସେ। ବିପଦ ବହିଯିବା ପର୍ଯ୍ୟନ୍ତ ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବାକୁ ଆସିଛି।


ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକିବି। ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ।


Swiv nou:

Piblisite


Piblisite