Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 23:26 - ପବିତ୍ର ବାଇବଲ

26 ଶାଉଲ ପର୍ବତର ଏକ ପାର୍ଶ୍ୱକୁ ଗଲେ ଓ ଦାଉଦ ତାଙ୍କର ଲୋକମାନେ ସେହି ପର୍ବତର ଅନ୍ୟ ଏକ ପାଖକୁ ଗଲେ। ତେଣୁ ଦାଉଦ ଶାଉଲଙ୍କ ଭୟରୁ ଶୀଘ୍ର ଦୌଡ଼ି ପଳାଇଲେ, କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କୁ ଧରିବା ନିମନ୍ତେ ପର୍ବତର ଚତୁର୍ପାର୍ଶ୍ୱରେ ଘେରି ଯାଇଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ପୁଣି ଶାଉଲ ପର୍ବତର ଏକ ପାର୍ଶ୍ଵକୁ ଗଲେ, ଆଉ ଦାଉଦ ଓ ତାଙ୍କର ଲୋକମାନେ ଅନ୍ୟ ପାର୍ଶ୍ଵକୁ ଗଲେ; ତହୁଁ ଦାଉଦ ଶାଉଲଙ୍କ ଭୟରୁ ପଳାଇବାକୁ ଚଞ୍ଚଳ ହେଲେ; କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କୁ ଓ ତାଙ୍କର ଲୋକଙ୍କୁ ଧରିବା ନିମନ୍ତେ ସେମାନଙ୍କ ଚାରିଆଡ଼େ ଘେରିଥିଲେ ।

Gade chapit la Kopi

ଓଡିଆ ବାଇବେଲ

26 ପୁଣି, ଶାଉଲ ପର୍ବତର ଏକ ପାର୍ଶ୍ୱକୁ ଗଲେ, ଆଉ ଦାଉଦ ଓ ତାଙ୍କର ଲୋକମାନେ ଅନ୍ୟ ପାର୍ଶ୍ୱକୁ ଗଲେ; ତହୁଁ ଦାଉଦ ଶାଉଲଙ୍କ ଭୟରୁ ପଳାଇବାକୁ ଚଞ୍ଚଳ ହେଲେ; କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କୁ ଓ ତାଙ୍କର ଲୋକଙ୍କୁ ଧରିବା ନିମନ୍ତେ ସେମାନଙ୍କ ଚାରିଆଡ଼େ ଘେରିଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ପୁଣି, ଶାଉଲ ପର୍ବତର ଏକ ପାର୍ଶ୍ୱକୁ ଗଲେ, ଆଉ ଦାଉଦ ଓ ତାଙ୍କର ଲୋକମାନେ ଅନ୍ୟ ପାର୍ଶ୍ୱକୁ ଗଲେ; ତହୁଁ ଦାଉଦ ଶାଉଲଙ୍କ ଭୟରୁ ପଳାଇବାକୁ ଚଞ୍ଚଳ ହେଲେ; କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କୁ ଓ ତାଙ୍କର ଲୋକଙ୍କୁ ଧରିବା ନିମନ୍ତେ ସେମାନଙ୍କ ଚାରିଆଡ଼େ ଘେରିଥିଲେ।

Gade chapit la Kopi




1 ଶାମୁୟେଲ 23:26
17 Referans Kwoze  

ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କଠାରୁ ବଞ୍ଚାଇ ରଖ। ଯେଉଁମାନେ କି ମୋତେ ଧ୍ୱଂସ କରିବାକୁ ଗ୍ଭହୁଁଛନ୍ତି। ମୋର ଗ୍ଭରିକଡ଼ରେ ଥିବା ସେହି ଦୁଷ୍ଟ ଲୋକଙ୍କ କବଳରୁ ମୋତେ ରକ୍ଷା କର। ଯେଉଁମାନେ ମୋତେ ଆଘାତ କରିବାକୁ ଗ୍ଭହୁଁଛନ୍ତି।


ଶୟତାନର ସେନାବାହିନୀ ପୃଥିବୀର ପ୍ରତ୍ୟେକ ସ୍ଥାନକୁ ଯାଇ ପରମେଶ୍ୱରଙ୍କର ଲୋକମାନଙ୍କ ଶିବିରଗୁଡ଼ିକୁ ଓ ପରମେଶ୍ୱରଙ୍କ ପ୍ରିୟ ନଗରକୁ ଘେରିଗଲେ। କିନ୍ତୁ ସ୍ୱର୍ଗରୁ ଅଗ୍ନି ଆସିଲା ଓ ତା'ର ସେନାବାହିନୀକୁ ବିନାଶ କରିଦେଲା।


ଭାଇ ଓ ଭଉଣୀମାନେ! ଏସିଆ ଦେଶରେ ଆମ୍ଭେ ଯେଉଁ ଯାତନା ସହିଲୁ ଆମ୍ଭେ ଗ୍ଭହୁଁ ଯେପରି ସେହି ବିଷୟରେ ତୁମ୍ଭେମାନେ ମଧ୍ୟ ଜାଣ। ଆମ୍ଭେମାନେ ଭାରାକ୍ରାନ୍ତ ହୋଇ ପଡ଼ିଲୁ। ଏପରିକି ଏହା ଏତେ ଅଧିକ ଥିଲା ଯେ, ଆମ୍ଭେମାନେ ଜୀବନର ସମସ୍ତ ଆଶା ହରାଇଥିଲୁ। ସେହି ଭାର ଆମ୍ଭମାନଙ୍କର ବହନ କରିବା ଶକ୍ତିଠାରୁ ଅଧିକ ଥିଲା।


ମୁଁ ଭୟଭୀତ ହୋଇ ପଡ଼ିଲି ଓ ମୁଁ କହିଲି, “ମୁଁ ଏମିତି ଏକ ସ୍ଥାନରେ ଅଛି, ଯେଉଁଠାରୁ ପରମେଶ୍ୱର ମୋତେ ଦେଖି ପାରିବେ ନାହିଁ।” କିନ୍ତୁ ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଓ “ପରମେଶ୍ୱର” ତୁମ୍ଭେ ସହାୟତା ପାଇଁ ମୋର ଡାକ ଶୁଣିଲ।


“କୁକୁରମାନେ” ମୋର ଗ୍ଭରିକଡ଼ରେ ଘେରି ରହିଛନ୍ତି। ସେହି ଦୁଷ୍ଟ ଲୋକମାନେ ଦଳବଦ୍ଧ ହୋଇ ମୋତେ ଯନ୍ତାରେ ପକାଇଛନ୍ତି। ସେମାନେ ମୋର ହାତ ଗୋଡ଼କୁ ଛିଦ୍ର କରି ପକାଇଛନ୍ତି।


ଲୋକମାନେ ମୋର ଗ୍ଭରିପାଖରେ ଘେରି ରହିଛନ୍ତି। ସେମାନେ ସମସ୍ତେ ଏକ ଶକ୍ତିଶାଳୀ ମାରଣା ଷଣ୍ଢ ପରି।


ସେହି ଦୁଷ୍ଟ ଲୋକମାନେ ମୋତେ ଅନୁସରଣ କରୁଛନ୍ତି। ସେମାନେ ମୋର ଚତୁର୍ଦ୍ଦିଗରେ ଘେରି ଗଲେଣି ଓ ସେମାନେ ମୋତେ ଆକ୍ରମଣ କରିବାକୁ ପ୍ରସ୍ତୁତ।


ହେ ଆମ୍ଭମାନଙ୍କର ପରମେଶ୍ୱର, ସେହି ଲୋକମାନଙ୍କୁ ଦଣ୍ଡ ଦିଅ। ଏହି ଯେଉଁ ବୃହତ୍ ସୈନ୍ୟଦଳ ଆମ୍ଭମାନଙ୍କ ବିରୁଦ୍ଧରେ ଆସୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କର କୌଣସି ଶକ୍ତି ନାହିଁ। କ’ଣ କରିବାକୁ ହେବ, ତାହା ଆମ୍ଭେମାନେ ଜାଣି ନାହୁଁ। ସେଥିନିମନ୍ତେ ଆମ୍ଭେମାନେ ତୁମ୍ଭର ସାହାଯ୍ୟ ଲୋଡ଼ୁଅଛୁ।”


ଏଥିରେ ଦାଉଦ ତାଙ୍କ ସହିତ ଥିବା ସମସ୍ତ ଦାସ ଯେଉଁମାନେ ଯିରୁଶାଲମରେ ଥିଲେ ତାଙ୍କୁ କହିଲେ ଯେ, “ଆମ୍ଭେମାନେ ଏଠାରୁ ପଳାଇବା, ନଚେତ୍ ଅବଶାଲୋମ ଆମ୍ଭକୁ କାହାରିକୁ ଛାଡ଼ିବ ନାହିଁ। ଆଉ ସେ ଆମ୍ଭମାନଙ୍କୁ ଧ୍ୱଂସ କରିବ ଓ ଯିରୁଶାଲମର ସମସ୍ତ ଲୋକଙ୍କୁ ହତ୍ୟା କରିବ।”


ଯୋନାଥନ ଚିତ୍କାର କରି କହିଲେ, “ଶୀଘ୍ର ଦୌଡ଼ ଓ ସେଗୁଡ଼ିକୁ ସଂଗ୍ରହ କର। ସେଠାରେ ଛିଡ଼ା ହୁଅ ନାହିଁ।” ବାଳକଟି ତୀରଗୁଡ଼ିକୁ ସଂଗ୍ରହ କଲା ଓ ତା'ର ମୁନିବକୁ ଆଣି ଦେଲା।


ତା'ପରେ ମୀଖଲ ଦାଉଦଙ୍କୁ ଏକ ଝରକା ଦେଇ ବାହାରକୁ ପଠାଇ ଦେଲା। ଦାଉଦ ରକ୍ଷା ପାଇଗଲେ ଏବଂ ଦୌଡ଼ି ପଳାଇ ଗଲେ।


କେହି ଜଣେ ଘସୀୟ ଲୋକମାନଙ୍କୁ କହିଲେ ଯେ, “ଶା‌ମ୍‌ଶୋନ୍ ସେହି ସ୍ଥାନକୁ ଯାଇଥିଲେ।” ସେମାନେ ଶା‌ମ୍‌ଶୋ‌ନଙ୍କୁ ହତ୍ୟା କରିବାକୁ ଗ୍ଭହିଁଲେ। ତେଣୁ ସେମାନେ ସେ ସହରକୁ ଘେରି ଗଲେ। ସେମାନେ ରାତ୍ରି ତମାମ ଚୁ‌ପ୍‌ଗ୍ଭପ୍ ନଗର ଫାଟକ ନିକଟରେ ଲୁଚି ରହିଲେ। ସେମାନେ ପରସ୍ପର କୁହାକୁହି ହେଲେ, “ସକାଳ ହେଲେ ଆମେ ଶା‌ମ୍‌ଶୋ‌ନଙ୍କୁ ହତ୍ୟା କରିବା।”


ଶାଉଲ ଓ ତାଙ୍କର ଲୋକମାନେ ତାହାଙ୍କୁ ଖୋଜିବା ପାଇଁ ଗଲେ। ମାତ୍ର ଲୋକମାନେ ଦାଉଦଙ୍କୁ ଏ କଥା ଜଣାନ୍ତେ ସେ, ଯାହାକୁ କୁହାଯାଏ “ଶୈଳ” ତଳକୁ ଓହ୍ଲାଇ ଆସି ମାୟୋନ୍ ମରୁଭୂମିରେ ରହିଲେ। ଏହା ପରେ ଶାଉଲ ତାହା ଶୁଣି ମାୟୋନ୍ ମରୁଭୂମିରେ ଦାଉଦଙ୍କୁ ଖୋଜିବାକୁ ଗଲେ।


ଏହି ସମୟରେ ଜଣେ ଦୂତ ଶାଉଲଙ୍କ ନିକଟକୁ ଆସି କହିଲା, “ଶୀଘ୍ର ଆସନ୍ତୁ, କାରଣ ପଲେଷ୍ଟୀୟମାନେ ଆମ୍ଭର ଦେଶକୁ ଆକ୍ରମଣ କଲେଣି।”


Swiv nou:

Piblisite


Piblisite