Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 23:23 - ପବିତ୍ର ବାଇବଲ

23 ଦାଉଦ ଯେଉଁ ଯେଉଁ ସ୍ଥାନରେ ଲୁଚେ ସେହି ସେହି ସ୍ଥାନ ଖୋଜ ଏବଂ ମୋ’ ପାଖରେ ଆସି ସମସ୍ତ ବିଷୟରେ ଜଣାଅ। ତା'ପରେ ମୁଁ ତୁମ୍ଭ ସହିତ ଯିବି। ଯଦି ଦାଉଦ ଏହି ଅଞ୍ଚଳରେ ଥାଏ, ମୁଁ ତାଙ୍କୁ ଖୋଜି ବାହାର କରିବି। ଏପରିକି ମୁଁ ତାକୁ ଯିହୁଦାର ପ୍ରତ୍ୟେକ ପରିବାରର ଜରିଆରେ ଖୋଜିବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଏହେତୁ ଯେ ଯେ ଲୁଚିବା ସ୍ଥାନରେ ସେ ଆପଣାକୁ ଲୁଚାଏ, ସେସବୁ ଦେଖି ବୁଝ ଓ ତୁମ୍ଭେମାନେ ମୋʼ କତିକି ନିଶ୍ଚୟ ଫେରି ଆସ, ତହିଁରେ ମୁଁ ତୁମ୍ଭମାନଙ୍କ ସଙ୍ଗେ ଯିବି; ସେ ଯେବେ ଦେଶରେ ଥାଏ, ତେବେ ମୁଁ ଯିହୁଦାର ସମୁଦାୟ ସହସ୍ର ମଧ୍ୟରେ ତାହାକୁ ଖୋଜିବି।

Gade chapit la Kopi

ଓଡିଆ ବାଇବେଲ

23 ଏହେତୁ ଯେ ଯେ ଲୁଚିବା ସ୍ଥାନରେ ସେ ଆପଣାକୁ ଲୁଚାଏ, ସେସବୁ ଦେଖି ବୁଝ ଓ ତୁମ୍ଭେମାନେ ମୋ’ କତିକି ନିଶ୍ଚୟ ଫେରି ଆସ, ତହିଁରେ ମୁଁ ତୁମ୍ଭମାନଙ୍କ ସଙ୍ଗେ ଯିବି; ସେ ଯେବେ ଦେଶରେ ଥାଏ, ତେବେ ମୁଁ ଯିହୁଦାର ସମୁଦାୟ ସହସ୍ର ମଧ୍ୟରେ ତାହାକୁ ଖୋଜିବି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଏହେତୁ ଯେ ଯେ ଲୁଚିବା ସ୍ଥାନରେ ସେ ଆପଣାକୁ ଲୁଚାଏ, ସେସବୁ ଦେଖି ବୁଝ ଓ ତୁମ୍ଭେମାନେ ମୋʼ କତିକି ନିଶ୍ଚୟ ଫେରି ଆସ, ତହିଁରେ ମୁଁ ତୁମ୍ଭମାନଙ୍କ ସଙ୍ଗେ ଯିବି; ସେ ଯେବେ ଦେଶରେ ଥାଏ, ତେବେ ମୁଁ ଯିହୁଦାର ସମୁଦାୟ ସହସ୍ର ମଧ୍ୟରେ ତାହାକୁ ଖୋଜିବି।”

Gade chapit la Kopi




1 ଶାମୁୟେଲ 23:23
14 Referans Kwoze  

ନିସ୍ତାରପର୍ବ ଓ ଖମୀରଶୂନ୍ୟ ରୋଟୀପର୍ବ ଆଉ ଦୁଇ ଦିନ ବାକି ଥିଲା। ପ୍ରଧାନଯାଜକ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ କୌଶଳରେ ବନ୍ଦୀ କରି ତା'ପରେ ମାରି ଦେବା ପାଇଁ ଉପାୟ ଖୋଜୁ ଥିଲେ।


କିନ୍ତୁ ହେ ବୈ‌‌‌ଥ୍‌‌‌ଲେହମ୍-ଉଫ୍ରାଥା, ତୁମ୍ଭେ ଯିହୁଦାର ଗୋଟିଏ କ୍ଷୁଦ୍ରତମ ସହର ଅଟ। କିନ୍ତୁ ତୁମ୍ଭ ମଧ୍ୟରୁ “ଇସ୍ରାଏଲର ଶାସନକର୍ତ୍ତା” ହେବା ନିମନ୍ତେ ଜଣେ ବ୍ୟକ୍ତି ଆମ୍ଭ ଉଦ୍ଦେଶ୍ୟରେ ଜନ୍ମ ହେବେ। ତାଙ୍କର ଉତ୍ପତ୍ତି ପୁରାତନ ତଥା ଅନାଦିକାଳରୁ ହୋଇଅଛି।


ସେହି ପାପୀ ଲୋକମାନେ ସର୍ବଦା ପାପ କରିବାକୁ ପ୍ରସ୍ତୁତ ଥା’ନ୍ତି। ସେମାନେ ସର୍ବଦା ଲୋକମାନଙ୍କୁ ହତ୍ୟା କରିବାକୁ ଗ୍ଭହାନ୍ତି।


ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଛନ୍ତି। ମୁଁ ପରମେଶ୍ୱରଙ୍କ ନାମରେ ପ୍ରତିଜ୍ଞା କରି କହୁଛି, ଦେଶ ମଧ୍ୟରେ ଏପରି କୌଣସି ଗୋଷ୍ଠୀ ବା ରାଜ୍ୟ ନାହିଁ ଯେଉଁସ୍ଥାନକୁ ମୋର ପ୍ରଭୁ ତୁମ୍ଭକୁ ଅନ୍ୱେଷଣ କରିବାକୁ ପଠାଇ ନାହାନ୍ତି। ତୁମ୍ଭକୁ ଖୋଜିବାକୁ ରାଜା ପ୍ରତ୍ୟେକ ଦେଶକୁ ଲୋକ ପଠାଇ ଅଛନ୍ତି। ସେହି ଦେଶର ଶାସକମାନଙ୍କୁ ଶପଥ କରିବା ପାଇଁ ବାଧ୍ୟ କରିଛନ୍ତି ଯେ, ସେମାନେ ତୁମ୍ଭକୁ ସେମାନଙ୍କ ଦେଶରେ ପାଇ ନାହାନ୍ତି।


ଆଉ ପବିତ୍ର ସିନ୍ଦୁକ ଅଟକି ଗଲାବେଳେ ମୋଶା କହନ୍ତି, “ହେ ସଦାପ୍ରଭୁ ତୁମ୍ଭେ ଇସ୍ରାଏଲର ହଜାର ହଜାର ଲୋକଙ୍କ ପ୍ରତି ଫେର।”


ତୁମ୍ଭେମାନେ ଯାଇ ସ୍ଥିର କର ସାଧାରଣତଃ ଦାଉଦ କେଉଁଠାକୁ ଯାଏ ଓ କିଏ ତାକୁ ଦେଖିଛି। ଏହା ବୁଝି ଦେଖ, କାରଣ ମୋତେ କୁହାଯାଇଛି ଯେ, ସେ ଅତି ସତର୍କତାର ସହ ଚଳୁଛି।


ତେଣୁ ସେମାନେ ଉଠି ଶାଉଲଙ୍କ ଆଗେ ସୀଫକୁ ଗଲେ। ଦାଉଦ ଓ ତାଙ୍କର ଲୋକମାନେ ମରୁଭୂମିର ମାୟୋନ୍, ତାହା ଯେଶିମନର ଦକ୍ଷିଣରେ ଆରବ ନିକଟରେ ଥିଲା।


ଦେଖ, ମୋ’ ହାତରେ ଥିବା ଲୁଗା ଖଣ୍ଡକୁ। ମୁଁ ଏହାକୁ ତୁମ୍ଭ ଲୁଗା ଧଡ଼ିରୁ କାଟିଅଛି। ମୁଁ ତୁମ୍ଭକୁ ମାରି ପାରିଥା’ନ୍ତି କିନ୍ତୁ ମୁଁ ମାରି ନାହିଁ। ମୁଁ ତୁମ୍ଭକୁ ବର୍ତ୍ତମାନ ବୁଝିବାକୁ ଦେଉଛି। ମୁଁ ତୁମ୍ଭକୁ ଜଣାଇ ଦେବାକୁ ଗ୍ଭହୁଁଛି ଯେ ମୁଁ ତୁମ୍ଭକୁ ମାରିବା ପାଇଁ ଯୋଜନା କରି ନ ଥିଲି। ମୁଁ ତୁମ୍ଭ ପ୍ରତି କେବେ ଅନ୍ୟାୟ କରି ନାହିଁ। କିନ୍ତୁ ତୁମ୍ଭେ ମୋତେ ଆଘାତ କରିଅଛ ଏବଂ ମାରିବାକୁ ମଧ୍ୟ ଗ୍ଭହିଁଅଛ।


ସେହି ଲୋକମାନେ ଗୁପ୍ତସ୍ଥାନରେ ଲୁଚି ରହି ଲୋକମାନଙ୍କୁ ଧରିବା ପାଇଁ ଅପେକ୍ଷା କରନ୍ତି। ସେମାନେ ଗୋପନରେ ରହି ଲୋକଙ୍କୁ ଆଘାତ କରିବାକୁ ଚେଷ୍ଟା କରନ୍ତି। ସେମାନେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରନ୍ତି।


ତହୁଁ ଅରାମର ରାଜା କହିଲେ, “ଯାଇ ଦେଖ, ସେ କେଉଁଠାରେ ଅଛି? ମୁଁ ଲୋକ ପଠାଇ ତାକୁ ଆଣିବି।” ତାଙ୍କର ଦାସମାନେ କହିଲେ, “ଇଲୀଶାୟ ବର୍ତ୍ତମାନ ଦୋଥନରେ ଅଛି।”


Swiv nou:

Piblisite


Piblisite