Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 22:5 - ପବିତ୍ର ବାଇବଲ

5 କିନ୍ତୁ ଭବିଷ୍ୟ‌ଦ୍‌ବକ୍ତା ଗାଦ୍ ଦାଉଦଙ୍କୁ କହିଲେ, “ତୁମ୍ଭେ ଏହି ଦୁର୍ଗରେ ରୁହ ନାହିଁ। ତୁମ୍ଭେ ଯିହୁଦାକୁ ଯାଅ।” ତେଣୁ ଦାଉଦ ସେସ୍ଥାନ ପରିତ୍ୟାଗ କରି ହେରତ୍ ବଣକୁ ଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଏଥି ମଧ୍ୟରେ ଭବିଷ୍ୟଦ୍ବକ୍ତା ଗାଦ୍ ଦାଉଦଙ୍କୁ କହିଲା, ଏହି ଦୁର୍ଗମ ସ୍ଥାନରେ ନ ରୁହ; ପ୍ରସ୍ଥାନ କରି ଯିହୁଦା ଦେଶକୁ ଯାଅ। ତେବେ ଦାଉଦ ପ୍ରସ୍ଥାନ କରି ହେରତ୍ ବଣରେ ଉପସ୍ଥିତ ହେଲେ।

Gade chapit la Kopi

ଓଡିଆ ବାଇବେଲ

5 ଏଥି ମଧ୍ୟରେ ଭବିଷ୍ୟଦ୍‍ବକ୍ତା ଗାଦ୍‍ ଦାଉଦଙ୍କୁ କହିଲା, ଏହି ଦୁର୍ଗମ ସ୍ଥାନରେ ନ ରୁହ; ପ୍ରସ୍ଥାନ କରି ଯିହୁଦା ଦେଶକୁ ଯାଅ। ତେବେ ଦାଉଦ ପ୍ରସ୍ଥାନ କରି ହେରତ୍‍ ବଣରେ ଉପସ୍ଥିତ ହେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଏଥିମଧ୍ୟରେ ଭବିଷ୍ୟଦ୍‍ବକ୍ତା ଗାଦ୍‍ ଦାଉଦଙ୍କୁ କହିଲା, “ଏହି ଦୁର୍ଗମ ସ୍ଥାନରେ ନ ରୁହ; ପ୍ରସ୍ଥାନ କରି ଯିହୁଦା ଦେଶକୁ ଯାଅ।” ତେବେ ଦାଉଦ ପ୍ରସ୍ଥାନ କରି ହେରତ୍‍ ବଣରେ ଉପସ୍ଥିତ ହେଲେ।

Gade chapit la Kopi




1 ଶାମୁୟେଲ 22:5
8 Referans Kwoze  

ଦାଉଦ, ରାଜାଙ୍କ ଭବିଷ୍ୟ‌ଦ୍‌ବକ୍ତା ଗାଦ୍ ଓ ନାଥନ୍ ଭବିଷ୍ୟ‌ଦ୍‌ବକ୍ତା ଯେଉଁ ପ୍ରକାର ଆଦେଶ ଦେଇଥିଲେ, ରାଜା ହିଜକିୟ ସେହି ପ୍ରକାରେ ଲେବୀୟମାନଙ୍କୁ ଝାଞ୍ଜ, ବୀଣା ଓ ସାରଙ୍ଗ ସହିତ ସଦାପ୍ରଭୁଙ୍କ ମନ୍ଦିରରେ ଅବସ୍ଥାପିତ କଲେ। ଏହି ଆଦେଶ ସଦାପ୍ରଭୁଙ୍କଠାରୁ ତାଙ୍କର ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ମାଧ୍ୟମରେ ଆସିଥିଲା।


ରାଜା ଦାଉଦଙ୍କର କୃତ ସମସ୍ତ ବିଷୟ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶାମୁୟେଲ ଭବିଷ୍ୟ‌ଦ୍‌ବକ୍ତା, ନାଥନ ଭବିଷ୍ୟ‌ଦ୍‌ବକ୍ତା ଓ ଗାଦ୍ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ପୁସ୍ତକଗୁଡ଼ିକରେ ଲେଖାଯାଇଅଛି।


ଗାଦ୍ ଦାଉଦଙ୍କ ଭବିଷ୍ୟ‌ଦ୍‌ବକ୍ତା ଥିଲେ। ସଦାପ୍ରଭୁ ଗା‌ଦ୍‌କୁ କହିଲେ, “ଯାଅ ଓ ଦାଉଦଙ୍କୁ କୁହ, ‘ଏହା ସଦାପ୍ରଭୁ କହନ୍ତି ଆମ୍ଭେ ତୁମ୍ଭକୁ ତିନି ଗୋଟି ବିଷୟ ଦେଉଅଛୁ। ତୁମ୍ଭକୁ ତନ୍ମଧ୍ୟରୁ ଗୋଟିଏ ମନୋନୀତ କରିବାକୁ ପଡ଼ିବ। ତୁମ୍ଭେ ଯେଉଁଟିକୁ ମନୋନୀତ କରିବ, ସେହି ଅନୁଯାୟୀ ଦଣ୍ଡିତ ହେବ।’”


ଯେତେବେଳେ ଦାଉଦ ପ୍ରଭାତରେ ଶଯ୍ୟା ତ୍ୟାଗ କଲେ ସେତେବେଳେ ଦାଉଦଙ୍କ ଦର୍ଶକ ଗାଦ୍ ଭବିଷ୍ୟ‌ଦ୍‌ବକ୍ତା ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା।


ତେଣୁ ଦାଉଦ ତାଙ୍କର ପିତାମାତାଙ୍କୁ ମୋୟାବର ରାଜାଙ୍କ ନିକଟରେ ଛାଡ଼ି ଗଲେ। ଯେତେଦିନ ଯାଏ ଦାଉଦ ସେହି ଦୁର୍ଗରେ ବାସ କଲେ, ସେ ପର୍ଯ୍ୟନ୍ତ ସେମାନେ ମୋୟାବର ରାଜାଙ୍କ ସହିତ ରହିଲେ।


ଅନ୍ୟ ସମୟରେ ଦାଉଦ ଦୁର୍ଗରେ ଥିଲେ ଓ ପଲେଷ୍ଟୀୟମାନଙ୍କ ପ୍ରହରୀ ସୈନ୍ୟଦଳ ବୈ‌ଥ୍‌ଲେହମରେ ଥିଲେ।


ହେ ପରମେଶ୍ୱର, ତୁମ୍ଭେ ମୋର ପରମେଶ୍ୱର। ମୁଁ ତୁମ୍ଭକୁ ବହୁତ ଗ୍ଭହୁଁଛି। ମୋର ସମସ୍ତ ପ୍ରାଣ ତୁମ୍ଭ ପାଇଁ ଶୁଷ୍କ ଭୂମି ତୁଲ୍ୟ ତୃଷାର୍ତ୍ତ।


ଆଉଥରେ, ଦାଉଦ ଦୁର୍ଗ ମଧ୍ୟରେ ଥିଲେ ଓ ପଲେଷ୍ଟୀୟ ସୈନ୍ୟମାନଙ୍କର ଏକ ଦଳ ବୈ‌ଥ୍‌ଲେହମରେ ଥିଲେ।


Swiv nou:

Piblisite


Piblisite