Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 22:3 - ପବିତ୍ର ବାଇବଲ

3 ଦାଉଦ ଅଦୁଲ୍ଲମ ଛାଡ଼ି ମୋୟାବ ଦେଶର ମି‌ସ୍‌ପୀକୁ ଗଲେ। ଦାଉଦ ମୋୟାବର ରାଜାଙ୍କୁ କହିଲେ, “ମୁଁ ଆପଣଙ୍କୁ ଅନୁରୋଧ କରି କହୁଅଛି, ମୋର ପିତାମାତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ରହିବାକୁ ଦିଅ। ପରମେଶ୍ୱର ମୋ’ ଉପରେ କ’ଣ କରିବେ ମୋର ଜାଣିବା ପର୍ଯ୍ୟନ୍ତ ସେମାନଙ୍କୁ ଏଠାରେ ରହିବାକୁ ଦିଅ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଏଉତ୍ତାରେ ଦାଉଦ ସେଠାରୁ ମୋୟାବ ଦେଶସ୍ଥ ମିସ୍ପୀକି ଗଲେ; ପୁଣି ସେ ମୋୟାବର ରାଜାକୁ କହିଲେ, ମୁଁ ବିନୟ କରୁଅଛି, ପରମେଶ୍ଵର ମୋʼ ପ୍ରତି କଅଣ କରିବେ, ତାହା ମୁଁ ଜାଣିବା ପର୍ଯ୍ୟନ୍ତ ମୋର ପିତାମାତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ଆସି ରହିବାକୁ ଦିଅ।

Gade chapit la Kopi

ଓଡିଆ ବାଇବେଲ

3 ଏଥିଉତ୍ତାରେ ଦାଉଦ ସେଠାରୁ ମୋୟାବ ଦେଶସ୍ଥ ମିସ୍ପେକୁ ଗଲେ; ପୁଣି, ସେ ମୋୟାବର ରାଜାକୁ କହିଲେ, ମୁଁ ବିନୟ କରୁଅଛି, ପରମେଶ୍ୱର ମୋ’ ପ୍ରତି କଅଣ କରିବେ, ତାହା ମୁଁ ଜାଣିବା ପର୍ଯ୍ୟନ୍ତ ମୋର ପିତାମାତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ଆସି ରହିବାକୁ ଦିଅ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଏଥିଉତ୍ତାରେ ଦାଉଦ ସେଠାରୁ ମୋୟାବ ଦେଶସ୍ଥ ମିସ୍ପେକୁ ଗଲେ; ପୁଣି, ସେ ମୋୟାବର ରାଜାକୁ କହିଲେ, “ମୁଁ ବିନୟ କରୁଅଛି, ପରମେଶ୍ୱର ମୋʼ ପ୍ରତି କଅଣ କରିବେ, ତାହା ମୁଁ ଜାଣିବା ପର୍ଯ୍ୟନ୍ତ ମୋର ପିତାମାତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ଆସି ରହିବାକୁ ଦିଅ।”

Gade chapit la Kopi




1 ଶାମୁୟେଲ 22:3
15 Referans Kwoze  

କିନ୍ତୁ ଯଦି ଜଣେ ବିଧବାର ପୁଅଝିଅ ବା ନାତିନାତୁଣୀ ଥାଏ, ସେମାନେ ପ୍ରଥମରେ ନିଜ ପରିବାର ପ୍ରତି ସମ୍ମାନଭାବ ଦେଖାଇବା ଉଚିତ୍। ସେମାନେ ତାଙ୍କର ପିତାମାତାଙ୍କୁ ସାହାଯ୍ୟ କରିବା ଉଚିତ୍। ଏପରି କରିବା ଦ୍ୱାରା ସେମାନେ ନିଜର ପିତାମାତା ଓ ପିତାମହ ଓ ମାତାମହୀଙ୍କୁ ପ୍ରତିଦାନ କରି ଥା’ନ୍ତି। ତାହା ପରମେଶ୍ୱରଙ୍କୁ ପ୍ରସନ୍ନ କରେ।


ଶାଉଲ ସମଗ୍ର ଇସ୍ରାଏଲକୁ ନିୟନ୍ତ୍ରଣ କଲେ। ଶାଉଲ ଇସ୍ରାଏଲ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଶତ୍ରୁ ସହିତ ଅର୍ଥାତ୍ ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ, ସୋବାର ରାଜାଗଣ ଏବଂ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ସମସ୍ତ ଶତ୍ରୁଙ୍କୁ ପରାସ୍ତ କଲେ।


ତହିଁରେ ଶାମୁୟେଲ କିଛି ଗୁପ୍ତ ନ କରି ତାହାଙ୍କୁ ସବୁକଥା ଜଣାଇଲେ। ତା'ପରେ ଏଲି କହିଲେ, “ସେ ସଦାପ୍ରଭୁ, ଯାହା ସଦାପ୍ରଭୁ ଭାବନ୍ତି ତାହା ଯଥାର୍ଥ, ତାହା ସେ କରନ୍ତୁ।”


ସେହି ସ୍ତ୍ରୀଲୋକମାନେ କହିଲେ, “ବର୍ତ୍ତମାନ ନୟମୀର ଏକ ପୁତ୍ର ଅଛି।” ତେଣୁ ସେମାନେ ତା'ର ନାମ ଦେଲେ, ଓବେଦ୍। ସେ ଥିଲା ଯିଶୟର ପିତା ଏବଂ ଯିଶୟ ଥିଲା ରାଜା ଦାଉଦଙ୍କର ପିତା।


ମୁଁ ମଧ୍ୟ ମୋୟାବ ଦେଶୀୟ ମୃତ ମହଲୋନର ବିଧବା ସ୍ତ୍ରୀ ଋତକୁ ମୋର ସ୍ତ୍ରୀ ରୂପେ ଗ୍ରହଣ କଲି। ଯାହାଫଳରେ ମୃତ ବ୍ୟକ୍ତିର ଜମିଜମା ସବୁ ତା'ର ପରିବାରରେ ରହିବ। ଏହି ପ୍ରକାରରେ ମୃତ ଲୋକର ନାମ ପୁରାପୁରି ଭୂଲି ହେବ ନାହିଁ। ଆପଣମାନେ ସମସ୍ତେ ଆଜି ଏହାର ସାକ୍ଷୀ।”


ଏହା ପରେ ସଦାପ୍ରଭୁଙ୍କ ଆତ୍ମା ଯିପ୍ତହ ଉପରେ ଅଧିଷ୍ଠାନ କଲା। ସେ ଗିଲିୟଦ ଓ ମନଃଶି ଦେଇ ଗଲେ। ସେ ଗିଲିୟଦ ଦେଇ ମି‌ସ୍‌ପୀକୁ ଗଲେ ଏବଂ ଅମ୍ମୋନୀୟଙ୍କ ଦେଇ ଅତିକ୍ରମ କଲେ।


“ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ଯଦ୍ଦ୍ୱାରା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ।


ଫାରୋ ଯେପରି ଆଜ୍ଞା ଦେଲେ ଯୋଷେଫ ସେହିପରି କଲେ ଓ ଭାଇମାନଙ୍କୁ ଭୂମି ଦେଲେ। ସେହି ଭୂମି ମିଶରରେ ସବୁଠାରୁ ଉତ୍ତମ ଭୂମି ଥିଲା। ରାମିଷେଷ୍ ଅଞ୍ଚଳ ତାଙ୍କ ଅଧିକାରରେ ଦେଲେ।


ଦାଉଦଙ୍କ ସହିତ ବହୁତ ଲୋକ ଥିଲେ ଯେଉଁମାନେ ବିପଦରେ ଥିଲେ, ଯେଉଁମାନେ ଋଣଗ୍ରସ୍ତ ଥିଲେ, ଆଉ ଯେଉଁମାନେ ଜୀବନରେ ଶାନ୍ତି ପାଇ ନାହାନ୍ତି, ଏହିପରି ଲୋକମାନେ ଦାଉଦଙ୍କ ସାଥୀ ହେଲେ। ଏହିପରି ଭାବରେ ଦାଉଦ 400 ଲୋକଙ୍କର ନେତା ହେଲେ।


ତେଣୁ ଦାଉଦ ତାଙ୍କର ପିତାମାତାଙ୍କୁ ମୋୟାବର ରାଜାଙ୍କ ନିକଟରେ ଛାଡ଼ି ଗଲେ। ଯେତେଦିନ ଯାଏ ଦାଉଦ ସେହି ଦୁର୍ଗରେ ବାସ କଲେ, ସେ ପର୍ଯ୍ୟନ୍ତ ସେମାନେ ମୋୟାବର ରାଜାଙ୍କ ସହିତ ରହିଲେ।


ଦାଉଦ ମଧ୍ୟ ମୋୟାବକୁ ପରାସ୍ତ କଲେ। ସେ ସେମାନଙ୍କୁ ଭୂମିରେ ପଡ଼ି ରହିବା ପାଇଁ ବାଧ୍ୟ କଲେ, ସେ ସେମାନଙ୍କୁ ଏକ ଦଉଡ଼ି ଦ୍ୱାରା ଦୁଇ ଦଳରେ ବିଭକ୍ତ କଲେ। ଦୁଇ ଧାଡ଼ିର ପୁରୁଷ ଲୋକମାନଙ୍କୁ ହତ୍ୟା କରାଗଲା, କିନ୍ତୁ ତୃତୀୟ ଧାଡ଼ିଟିକୁ ଜୀବନ୍ତ ଛାଡ଼ି ଦିଆଗଲା। ତା'ପରେ ମୋୟାବୀୟମାନେ ଦାଉଦଙ୍କର ସେବକ ହେଲେ ଓ ତାକୁ କର ଦେଲେ।


Swiv nou:

Piblisite


Piblisite