Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 21:2 - ପବିତ୍ର ବାଇବଲ

2 ଦାଉଦ ଅହୀମେଲକକୁ କହିଲେ, “ରାଜା ମୋତେ ଏକ ଗୁରୁତର ଆଦେଶ ସହ ପଠାଇଛନ୍ତି। ସେ ମୋତେ କହିଲେ, ‘ଏ ଅଭିଯାନ ଆଉ କାହାକୁ ଜଣାଇବ ନାହିଁ। ମୁଁ ତୁମ୍ଭକୁ ଯାହା କରିବାକୁ କହିଲି, କୌଣସି ଲୋକ ଏ କଥା ଜାଣିବା ଉଚିତ୍ ନୁହେଁ।’ କେଉଁଠାରେ ମୋତେ ଦେଖା କରିବା ପାଇଁ ମୁଁ ମୋ’ ଲୋକମାନଙ୍କୁ କହିଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଏଥିରେ ଦାଉଦ ଅହୀମେଲକ୍ ଯାଜକକୁ କହିଲେ, ରାଜା ମୋତେ ଗୋଟିଏ କାର୍ଯ୍ୟ କରିବାକୁ ଆଜ୍ଞା କରିଅଛନ୍ତି ଓ ମୋତେ କହିଅଛନ୍ତି, ଯେଉଁ କାର୍ଯ୍ୟ ନିମନ୍ତେ ମୁଁ ତୁମ୍ଭକୁ ପଠାଏ ଓ ମୁଁ ତୁମ୍ଭକୁ ଯାହା ଆଜ୍ଞା କରିଅଛି, ସେହି ବିଷୟ କେହି କିଛି ନ ଜାଣୁ; ଆଉ ମୁଁ ଯୁବାମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ନିଯୁକ୍ତ କରିଅଛି।

Gade chapit la Kopi

ଓଡିଆ ବାଇବେଲ

2 ଏଥିରେ ଦାଉଦ ଅହୀମେଲକ୍‍ ଯାଜକକୁ କହିଲେ, ରାଜା ମୋତେ ଗୋଟିଏ କାର୍ଯ୍ୟ କରିବାକୁ ଆଜ୍ଞା କରିଅଛନ୍ତି ଓ ମୋତେ କହିଅଛନ୍ତି, ଯେଉଁ କାର୍ଯ୍ୟ ନିମନ୍ତେ ମୁଁ ତୁମ୍ଭକୁ ପଠାଏ ଓ ମୁଁ ତୁମ୍ଭକୁ ଯାହା ଆଜ୍ଞା କରିଅଛି, ସେହି ବିଷୟ କେହି କିଛି ନ ଜାଣୁ; ଆଉ ମୁଁ ଯୁବାମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ନିଯୁକ୍ତ କରିଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଏଥିରେ ଦାଉଦ ଅହୀମେଲକ୍‍ ଯାଜକକୁ କହିଲେ, “ରାଜା ମୋତେ ଗୋଟିଏ କାର୍ଯ୍ୟ କରିବାକୁ ଆଜ୍ଞା କରିଅଛନ୍ତି ଓ ମୋତେ କହିଅଛନ୍ତି, ‘ଯେଉଁ କାର୍ଯ୍ୟ ନିମନ୍ତେ ମୁଁ ତୁମ୍ଭକୁ ପଠାଏ ଓ ମୁଁ ତୁମ୍ଭକୁ ଯାହା ଆଜ୍ଞା କରିଅଛି, ସେହି ବିଷୟ କେହି କିଛି ନ ଜାଣୁ;’ ଆଉ ମୁଁ ଯୁବାମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ନିଯୁକ୍ତ କରିଅଛି।

Gade chapit la Kopi




1 ଶାମୁୟେଲ 21:2
13 Referans Kwoze  

ଯେତେବେଳେ ପିତର ପ୍ରଥମ ଆନ୍ତିୟଖିଆକୁ ଆସିଥିଲେ, ସେ ଅଣଯିହୂଦୀଙ୍କ ସହିତ ଖିଆପିଆ କରୁଥିଲେ ଓ ସଂମ୍ପର୍କ ରଖିଥିଲେ। ମାତ୍ର ଯେତେବେଳେ ଯାକୁବଙ୍କ ନିକଟରୁ କେତେକ ଯିହୂଦୀଲୋକ ଆସିଲେ, ସେମାନେ ଆସିଲା ପରେ ପିତର ଅଣଯିହୂଦୀଲୋକଙ୍କ ସହିତ ଖିଆପିଆ ବନ୍ଦ କରିଦେଲେ, ଓ ସେମାନଙ୍କଠାରୁ ଦୂରରେ ରହିଲେ। ସୁନ୍ନତ ହେବା କଥାରେ ବିଶ୍ୱାସ କରୁଥିବା ଲୋକମାନଙ୍କ ଭୟରେ ପିତର ଏପରି ଆଚରଣ କଲେ।


ପରସ୍ପରକୁ ମିଛ କଥା କୁହ ନାହିଁ, କାରଣ ତୁମ୍ଭେମାନେ ପୂର୍ବ ଜୀବନର ପାପପୂର୍ଣ୍ଣ ଆଚରଣ ଛାଡ଼ି ଦେଇଛ।


ଏଥିରେ ବୃଦ୍ଧ ଭବିଷ୍ୟ‌ଦ୍‌ବକ୍ତା କହିଲେ, “ମୁଁ ମଧ୍ୟ ତୁମ୍ଭ ପରି ଜଣେ ଭବିଷ୍ୟ‌ଦ୍‌ବକ୍ତା।” ତା'ପରେ ସେ ମିଥ୍ୟା କହି ତାଙ୍କୁ ଜଣାଇଲେ, “ଜଣେ ଦୂତ ସଦାପ୍ରଭୁଙ୍କ ଦ୍ୱାରା ପ୍ରେରିତ ହୋଇ ମୋତେ କହିଲେ ତୁମ୍ଭେ ପରମେଶ୍ୱରଙ୍କ ଲୋକଙ୍କୁ ତୁମ୍ଭ ଗୃହକୁ ନେଇ ତୁମ୍ଭ ସହିତ ଅନ୍ନ ଭୋଜନ ଓ ଜଳପାନ କରାଅ।”


ଦାଉଦ ଅବିୟାଥରକୁ କହିଲେ, “ଇଦୋମୀୟ ଦୋୟେଗ ସେଠାରେ ଉପସ୍ଥିତ ଥିବା ବେଳେ ମୁଁ ସେହି ଦିନ ଜାଣିଥିଲି ଯେ, ସେ ନିଶ୍ଚୟ ଶାଉଲଙ୍କୁ ଜଣାଇବ, ତୁମ୍ଭ ପିତୃଗୃହସ୍ଥ ସମସ୍ତଙ୍କୁ ହତ୍ୟା କରାଯାଇଛି ଏବଂ ମୁଁ ସେମାନଙ୍କର ମୃତ୍ୟୁର ଦାୟୀଅଟେ।


ଶାଉଲ ମୀଖଲକୁ କହିଲେ, “ଏପରି କରି ତୁମ୍ଭେ କାହିଁକି ମୋତେ ପ୍ରବଞ୍ଚନା କଲ? ମୋ’ ଶତ୍ରୁକୁ କାହିଁକି ତୁମ୍ଭେ ଖସିଯିବାକୁ ଦେଲେ।” ମୀଖଲ ଶାଉଲକୁ ଉତ୍ତର ଦେଇ କହିଲା, “ସେ ମୋତେ କହିଲେ ମୋତେ ଛାଡ଼ିଦିଅ, ତା’ ନ ହେଲେ ମୁଁ ତୁମ୍ଭକୁ ବଧ କରିବି?”


ଇ‌ସ୍‌ହାକ କହିଲେ, “ତୁମ୍ଭେ କ’ଣ ମୋର ପୁତ୍ର ଏଷୌ?” ଯାକୁବ ଉତ୍ତର ଦେଲେ, “ହଁ ମୁଁ ଏଷୌ।”


କିନ୍ତୁ ଇ‌ସ୍‌ହାକ ତାଙ୍କ ପୁତ୍ରଙ୍କୁ କହିଲେ, “ତୁମ୍ଭେ ଏତେ ଶୀଘ୍ର ଶିକାରରୁ କିପରି ଫେରିଲ?” ଯାକୁବ ଉତ୍ତର ଦେଲେ, “କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ମୋତେ ତାହା ଶୀଘ୍ର ଭେଟାଇ ଦେଲେ।”


ମୋତେ ମିଥ୍ୟା ଜୀବନ ବିତାଇବାକୁ ଦିଅ ନାହିଁ। ଦୟାକରି ମୋତେ ତୁମ୍ଭର ବ୍ୟବସ୍ଥା ଶିଖାଅ।


ତୁମ୍ଭ ପାଖରେ ବର୍ତ୍ତମାନ କି ଖାଦ୍ୟ ଅଛି? ମୋତେ ବର୍ତ୍ତମାନ ପାଞ୍ଚପଟ ରୋଟୀ ଦିଅ କିମ୍ବା ଯାହାକିଛି ଅଛି ମୋତେ ଖାଇବାକୁ ଦିଅ।”


ହେ ସଦାପ୍ରଭୁ, ମୁଖ ଆଗର ପ୍ରହରୀ, ମୋତେ ସାହାଯ୍ୟ କର। କୌଣସି ପାପପୂର୍ଣ୍ଣ କଥା କହିବାଠାରୁ ମୋତେ ରକ୍ଷା କର।


ଶାଉଲଙ୍କର ଦାସ ନିକଟରେ ଛିଡ଼ା ହୋଇଥିବା ଇଦୋମୀୟ ଦୋୟେଗ ଉତ୍ତର ଦେଲା, “ମୁଁ ଯିଶୀର ପୁତ୍ରକୁ ନୋବରେ ଅହୀଟୂବର ପୁତ୍ର ଅହୀମେଲକ୍ ନିକଟକୁ ଯିବାର ଦେଖିଥିଲି।


ଅନାଥୋତ, ନୋବ, ଓ ଅନନିୟାରେ


ସେହି ଦିନ ସୈନ୍ୟବାହିନୀ ନୋବରେ ଅଟକିବେ। ଯିରୁଶାଲମର ସିୟୋନ ପର୍ବତ ବିରୁଦ୍ଧରେ ଯୁଦ୍ଧ ପାଇଁ ସେମାନେ ପ୍ରସ୍ତୁତ ହେବେ।


Swiv nou:

Piblisite


Piblisite