Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 21:11 - ପବିତ୍ର ବାଇବଲ

11 ଆଖୀ‌ଶ୍‌ଙ୍କର ଦାସମାନେ ଏହାକୁ ପସନ୍ଦ କଲେ ନାହିଁ। ସେମାନେ କହିଲେ, “ଦାଉଦ ହେଉଛନ୍ତି ଇସ୍ରାଏଲ ଭୂଖଣ୍ତର ରାଜା। ଇସ୍ରାଏଲର ଲୋକମାନେ ତାଙ୍କ ବିଷୟରେ ନାଚି ନାଚି ଗୀତ ଗାଇ ଏହା କହିଲେ। ସେ ଲୋକମାନେ ଦାଉଦଙ୍କ ବିଷୟରେ ପରସ୍ପର ନାଚକରି କହିଥିଲେ, “ଶାଉଲ ହତ୍ୟା କଲେ ସହସ୍ର ସହସ୍ର ଦାଉଦ ହତ୍ୟା କଲେ ଅୟୁତ ଅୟୁତ”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତହିଁରେ ଆଖୀଶ୍ର ଦାସମାନେ ତାକୁ କହିଲେ, ଏହି ଦାଉଦ କି ଦେଶର ରାଜା ନୁହନ୍ତି? ପୁଣି ଲୋକମାନେ ତାଙ୍କ ବିଷୟରେ ନୃତ୍ୟ କରି କି ପରସ୍ପର କହି ନ ଥିଲେ, ଶାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ?

Gade chapit la Kopi

ଓଡିଆ ବାଇବେଲ

11 ତହିଁରେ ଆଖୀଶ୍‍ର ଦାସମାନେ ତାକୁ କହିଲେ, ଏହି ଦାଉଦ କି ଦେଶର ରାଜା ନୁହନ୍ତି ? ପୁଣି, ଲୋକମାନେ ତାଙ୍କ ବିଷୟରେ ନୃତ୍ୟ କରି କି ପରସ୍ପର କହି ନ ଥିଲେ, ଶାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତହିଁରେ ଆଖୀଶ୍‍ର ଦାସମାନେ ତାକୁ କହିଲେ, “ଏହି ଦାଉଦ କି ଦେଶର ରାଜା ନୁହନ୍ତି? ପୁଣି, ଲୋକମାନେ ତାଙ୍କ ବିଷୟରେ ନୃତ୍ୟ କରି କି ପରସ୍ପର କହି ନ ଥିଲେ, ‘ଶାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ?’”

Gade chapit la Kopi




1 ଶାମୁୟେଲ 21:11
8 Referans Kwoze  

ଦାଉଦ ହେଉଛନ୍ତି ସେହି ଲୋକ ଯାହା ପାଇଁ ଇସ୍ରାଏଲୀୟ ଲୋକମାନେ ତାଙ୍କ ସମ୍ବନ୍ଧରେ ଗୀତଟିଏ ବୋଲନ୍ତି, ତାହା ହେଲା, ‘ଶାଉଲ ହତ୍ୟା କଲେ ସହସ୍ର ସହସ୍ର, ଦାଉଦ ହତ୍ୟା କଲେ ଅୟୁତ ଅୟୁତ’”


ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ତୁମ୍ଭେ କେତେକାଳ ଶାଉଲଙ୍କ ପାଇଁ ଶୋକ କରିବ? ମୁଁ ତାଙ୍କୁ ଇସ୍ରାଏଲର ରାଜା ରୂପେ ପ୍ରତ୍ୟାଖ୍ୟାନ କରିଅଛି। ତୁମ୍ଭେ ଆପଣା ଶିଙ୍ଗ ତୈଳରେ ପୂର୍ଣ୍ଣ କରିଗ୍ଭଲ, ମୁଁ ତୁମ୍ଭକୁ ବୈ‌ଥ୍‌ଲେହମର ଯିଶୀ ନାମକ ବ୍ୟକ୍ତି ନିକଟକୁ ପଠାଇବି। କାରଣ ତାହାର ପୁତ୍ରମାନଙ୍କ ମଧ୍ୟରୁ ମୁଁ ଆପଣା ପାଇଁ ଏକ ରାଜା ଦେଖିଅଛୁ।”


ଦାଉଦ ପଳାୟନ କରି ରକ୍ଷା ପାଇଲେ ଓ ରାମାରେ ଶାମୁୟେଲ ନିକଟକୁ ଯାଇ ଶାଉଲ ତାଙ୍କ ପ୍ରତି ଯେଉଁ ଆଚରଣ କରିଥିଲେ ତାହା କହିଲେ। ତେଣୁ ସେ ଓ ଶାମୁୟେଲ ଯାଇ ନାୟୋତରେ ବାସ କଲେ।


କିନ୍ତୁ ଦାଉଦ ନିଜେ ଚିନ୍ତା କଲେ, “ମୁଁ ଦିନେ ଶାଉଲଙ୍କ ହାତରେ ଧରା ହେବି। ଏହା ସବୁଠୁ ଭଲ ହେବ। ମୁଁ ପଲେଷ୍ଟୀୟମାନଙ୍କ ଦେଶକୁ ଯାଇ ନିଜକୁ ରକ୍ଷା କରିବି। ତହିଁରେ ଶାଉଲ ଇସ୍ରାଏଲର ସମସ୍ତ ଅଞ୍ଚଳ ଖୋଜି ନିରାଶ ହେବ। ଏହିପରି ଭାବରେ ମୁଁ ତାଙ୍କର ହସ୍ତରୁ ରକ୍ଷା ପାଇବି।”


ତେଣୁ ଦାଉଦ ଓ ତାଙ୍କର 600 ଲୋକ ଇସ୍ରାଏଲ ପରିତ୍ୟାଗ କଲେ। ମାୟୋକର ପୁତ୍ର ଆଖୀଶ୍ ନାମକ ଗା‌ଥ୍‌ର ରାଜା ନିକଟକୁ ଗଲେ।


ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି। ତାଙ୍କର ପ୍ରଶଂସା ମୋର ଓଠରେ ସବୁବେଳେ ଲାଗିରହିବ।


Swiv nou:

Piblisite


Piblisite