Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 2:35 - ପବିତ୍ର ବାଇବଲ

35 ପୁଣି ମୁଁ ମୋ’ ନିମନ୍ତେ ଏକ ବିଶ୍ୱସ୍ତ ଯାଜକ ଉତ୍ପନ୍ନ କରିବି ଯିଏ ମୋ’ ମନ ଓ ମୋ’ ହୃଦୟ ଅନୁସାରେ କର୍ମ କରିବ। ଆଉ ମୁଁ ତାହାର ଗୃହ ପ୍ରତିଷ୍ଠା କରିବି ଏବଂ ସେ ମୋର ମନୋନୀତ ରାଜାଙ୍କ ସମ୍ମୁଖରେ ସର୍ବଦା ସେବା କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

35 ପୁଣି, ଆମ୍ଭେ ଆପଣା ନିମନ୍ତେ ଏକ ବିଶ୍ଵସ୍ତ ଯାଜକ ଉତ୍ପନ୍ନ କରିବା, ସେ ଆମ୍ଭ ମନ ଓ ଆମ୍ଭ ହୃଦୟ ଅନୁସାରେ କର୍ମ କରିବ; ଆଉ ଆମ୍ଭେ ତାହାର ବଂଶ ସ୍ଥିର କରିବା; ପୁଣି ସେ ଆମ୍ଭ ଅଭିଷିକ୍ତଙ୍କ ସମ୍ମୁଖରେ ସର୍ବଦା ଗମନାଗମନ କରିବ।

Gade chapit la Kopi

ଓଡିଆ ବାଇବେଲ

35 ପୁଣି, ଆମ୍ଭେ ଆପଣା ନିମନ୍ତେ ଏକ ବିଶ୍ୱସ୍ତ ଯାଜକ ଉତ୍ପନ୍ନ କରିବା, ସେ ଆମ୍ଭ ମନ ଓ ଆମ୍ଭ ହୃଦୟ ଅନୁସାରେ କର୍ମ କରିବ; ଆଉ ଆମ୍ଭେ ତାହାର ବଂଶ ସ୍ଥିର କରିବା; ପୁଣି, ସେ ଆମ୍ଭ ଅଭିଷିକ୍ତଙ୍କ ସମ୍ମୁଖରେ ସର୍ବଦା ଗମନାଗମନ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

35 ପୁଣି, ଆମ୍ଭେ ଆପଣା ନିମନ୍ତେ ଏକ ବିଶ୍ୱସ୍ତ ଯାଜକ ଉତ୍ପନ୍ନ କରିବା, ସେ ଆମ୍ଭ ମନ ଓ ଆମ୍ଭ ହୃଦୟ ଅନୁସାରେ କର୍ମ କରିବ; ଆଉ ଆମ୍ଭେ ତାହାର ବଂଶ ସ୍ଥିର କରିବା; ପୁଣି, ସେ ଆମ୍ଭ ଅଭିଷିକ୍ତଙ୍କ ସମ୍ମୁଖରେ ସର୍ବଦା ଗମନାଗମନ କରିବ।

Gade chapit la Kopi




1 ଶାମୁୟେଲ 2:35
28 Referans Kwoze  

“ତୁମ୍ଭ ସକାଶେ, ସର୍ବଶକ୍ତିମାନ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ଏହା ମୋତେ ପ୍ରକାଶ କରିଛନ୍ତି। ତୁମ୍ଭେ କହିଲ, ‘ମୁଁ ତୁମ୍ଭର ପରିବାରକୁ ମହାନ କରିବି।’ ସେଥିପାଇଁ ମୁଁ ତୁମ୍ଭର ସେବକ, ଏହି ପ୍ରାର୍ଥନା କରିବାକୁ ତୁମ୍ଭକୁ ପ୍ରାର୍ଥନା କରୁଅଛି।


ଆଉ ଯଦି ତୁମ୍ଭେ ମୋର ଦାସ ଦାଉଦଙ୍କ ପରି ମୋର ବିଧି ଓ ଆଜ୍ଞା ପାଳନ କରିବ, ମୋ’ ପଥରେ ଗ୍ଭଲିବ ଓ ଠିକ୍ ଭାବରେ ଜୀବନଯାପନ କରିବ, ତେବେ ମୁଁ ତୁମ୍ଭ ସହିତ ରହିବି ଓ ମୁଁ ତୁମ୍ଭ ପାଇଁ ଏକ ସାମ୍ରାଜ୍ୟ ପ୍ରତିଷ୍ଠା କରିବି ଓ ଦାଉଦ ପରି ତୁମ୍ଭକୁ ଇସ୍ରାଏଲରେ ଶାସନ କରିବାକୁ ଦେବି।


ଦୟାକରି ମୋତେ ମୋର କରିଥିବା ଦୋଷ ପାଇଁ କ୍ଷମା କର। ମୁଁ ଜାଣେ ସଦାପ୍ରଭୁ ତୁମ୍ଭ ପରିବାରକୁ ଶକ୍ତିଶାଳୀ କରିବେ। ସଦାପ୍ରଭୁ ଏପରି କରିଛନ୍ତି, କାରଣ ତୁମ୍ଭେମାନେ ତାଙ୍କର ପ୍ରତିରୋଧରେ ଯୁଦ୍ଧ କରିଅଛ, ତୁମ୍ଭେ ବଞ୍ଚିଥିବା ପର୍ଯ୍ୟନ୍ତ କୌଣସି ଲୋକ ତୁମ୍ଭର ଦୋଷ ବାଛି ପାରିବ ନାହିଁ।


ସଦାପ୍ରଭୁ ତାଙ୍କର ରାଜାଙ୍କୁ ଅନେକ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରିଛନ୍ତି। ସେ ତାଙ୍କର ମନୋନୀତ ରାଜାଙ୍କ ପ୍ରତି ପ୍ରେମ ଦେଖାଇଛନ୍ତି। ସେଥିପାଇଁ ସେ ଦାଉଦ ଓ ତାଙ୍କର ବଂଶଧରମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳ ପାଇଁ ଦେଖାଇଛନ୍ତି।


ଅତଏବ ସମସ୍ତ ବିଷୟରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହେବାକୁ ପଡ଼ିଲା। ଯେପରି ପରମେଶ୍ୱରଙ୍କ ସେବାରେ ସେହି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି।


ସେହି ଦିନ ଲୋକମାନେ ସଦାପ୍ରଭୁଙ୍କ ସହିତ ଏକତ୍ର ଭୋଜନ ଓ ପାନ କରି ଅତି ଆନନ୍ଦିତ ହେଲେ। ଆଉ, ସେମାନେ ଦାଉଦଙ୍କ ପୁତ୍ର ଶଲୋମନଙ୍କୁ ଦ୍ୱିତୀୟ ଥର ନିମନ୍ତେ ରାଜା କଲେ। ସେମାନେ ଶଲୋମନଙ୍କୁ ରାଜାରୂପେ ଅଭିଷିକ୍ତ କଲେ ଓ ସେମାନେ ସାଦୋକଙ୍କୁ ଯାଜକରୂପେ ଅଭିଷିକ୍ତ କଲେ। ସଦାପ୍ରଭୁ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନରେ ସେମାନେ ଏହିପରି କଲେ।


ପୁଣି ରାଜା ତାହାର ସ୍ଥାନରେ ଯିହୋୟାଦାର ପୁତ୍ର ବନାୟକୁ ସେନାପତି ପଦରେ ନିଯୁକ୍ତ କଲେ ଓ ଅବିୟାଥର ପଦରେ ସାଦୋକକୁ ଯାଜକ କରି ନିଯୁକ୍ତ କଲେ।


ତା'ପରେ ସାଦୋକ ଯାଜକ ଓ ନାଥନ ଭବିଷ୍ୟ‌ଦ୍‌ବକ୍ତା ଶଲୋମନଙ୍କୁ ଗୀହୋନ ଝରଣା ନିକଟରେ ଅଭିଷେକ କରାଇଲେ। ତା'ପରେ ସେମାନେ ନଗରରେ ପ୍ରବେଶ କଲେ ଓ ଲୋକମାନେ ତାଙ୍କ ପଶ୍ଚା‌ତ୍‌ଧାବନ କଲେ। ବର୍ତ୍ତମାନ ସମସ୍ତ ନଗରବାସୀ ମହାଆନନ୍ଦିତ ଓ ସେହି ଆନନ୍ଦଧ୍ୱନି ତୁମ୍ଭେ ଶୁଣୁଥିଲ।


ମାତ୍ର ସାଦୋକ ଯାଜକ, ଯିହୋୟାଦାର ପୁତ୍ର ବନାୟ, ନାଥନ ଭବିଷ୍ୟ‌ଦ୍‌ବକ୍ତା, ଶିମିୟି, ରେୟି ଓ ଦାଉଦଙ୍କର ସ୍ୱତନ୍ତ୍ର ପ୍ରହରୀଗଣ ଅଦୋନିୟଙ୍କୁ ସମର୍ଥନ କରି ନ ଥିଲେ। ସେମାନେ ଦାଉଦଙ୍କର ବିଶ୍ୱସ୍ତ ଥିଲେ।


ଶାମୁୟେଲ ତୈଳ ଶିଙ୍ଗ ନେଇ ତାଙ୍କ ଭାତୃଗଣ ମଧ୍ୟରେ ତାଙ୍କୁ ଅଭିଷେକ କଲେ। ତହିଁରେ ସେହି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କ ଉପରେ ବାସ କଲେ, ଏହା ପରେ ଶାମୁୟେଲ ଉଠି ରାମାକୁ ଗ୍ଭଲିଗଲେ।


ମୁଁ ତୁମ୍ଭମାନଙ୍କ ସମ୍ମୁଖରେ ଉପସ୍ଥିତ ଅଛି। ଯଦି ମୁଁ କିଛି ଭୁଲ୍ କରିଛି ତୁମ୍ଭେମାନେ ନିଶ୍ଚିତଭାବେ ସଦାପ୍ରଭୁ ଏବଂ ତାଙ୍କ ମନୋନୀତ ରାଜାକୁ କୁହ। ମୁଁ କାହାର ଗଧ କିମ୍ବା ଗାଈ ଗ୍ଭେରି କରିଛି କି? ମୁଁ କାହାକୁ ଆଘାତ କିମ୍ବା ଧ‌କ୍‌କା ଦେଇଛି କି? ମୁଁ ମୋର ଚକ୍ଷୁକୁ ଅନ୍ଧ କରିବା ପାଇଁ କାହା ହସ୍ତରୁ ଲାଞ୍ଚ ନେଇ ନାହିଁ, ଯେପରିକି ମୁଁ ଅନ୍ୟ ଦ୍ୱାରା ଅପରାଧ କରିଥିବା ଉପଦ୍ରବ୍ୟ ଦେଖି ନ ପାରେ? ଯଦି ମୁଁ ଏଥିରୁ କୌଣସିଟି କରିଛି, ତେବେ ମୁଁ ତାହା ଭରଣା କରିବା ପାଇଁ ପ୍ରସ୍ତୁତ ଅଛି।”


ପୁଣି ସେମାନଙ୍କ ଉପରେ ମୋର ମେଷପାଳକ ଦାଉଦଙ୍କୁ ନିଯୁକ୍ତ କରିବି। ସେ ସେମାନଙ୍କୁ ଚରାଇବ ଓ ସେମାନଙ୍କର ପାଳକ ହେବ।


ସେମାନଙ୍କ ରାଜା ଓ ନେତାମାନେ ଏକତ୍ରିତ ହୋଇ, ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ଦ୍ୱାରା ଅଭିଷିକ୍ତ ପ୍ରଜାଙ୍କ ବିରୁଦ୍ଧରେ ଯୁଦ୍ଧ କରନ୍ତି।


ତହୁଁ ତା’ ପ୍ରତି ଓ ତା ଅନ୍ତେ ତାହାର ସନ୍ତାନଗଣ ପ୍ରତି ଅନନ୍ତକାଳୀନ ଯାଜକତ୍ୱର ନିୟମ ରହିବ। କାରଣ ସେ ଆପଣା ପରମେଶ୍ୱରଙ୍କ ପକ୍ଷରେ କ୍ରୋଧଭାବ ପ୍ରକାଶ କଲା ଓ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ପ୍ରାୟଶ୍ଚିତ କଲା।”


ଆଉ ତୁମ୍ଭର ଅବଶିଷ୍ଟ ବଂଶଧରଗଣ ଯାଜକ ନିକଟରେ ଆସି ତାଙ୍କୁ ଜବାବ କରିବେ, “ଦୟାକରି ମୋତେ ଯାଜକ ଭାବରେ କିଛି କାମ ଦିଅନ୍ତୁ, ଯାହା ଫଳରେ ମୁଁ କିଛି ଖାଦ୍ୟ ଓ କିଛି ଟଙ୍କା ରୋଜଗାର କରି ପାରିବି।”’”


ବାଳକ ଶାମୁୟେଲ ଏଲିଙ୍କ ଅଧୀନରେ ସଦାପ୍ରଭୁଙ୍କର ସେବା କଲେ। ସେହି ସମୟରେ ସଦାପ୍ରଭୁଙ୍କ ବାକ୍ୟ ଓ ଦର୍ଶନ ଦୁର୍ଲଭ ଥିଲା।


ଶାମୁୟେଲ ଗୋଟିଏ ମେଣ୍ଢାଛୁଆ ନେଲେ ଏବଂ ସଦାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ହୋମବଳି ରୂପେ ଏହା ଉତ୍ସର୍ଗ କଲେ। ଶାମୁୟେଲ ଇସ୍ରାଏଲୀୟମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ସଦାପ୍ରଭୁ ଶାମୁୟେଲଙ୍କ ପ୍ରାର୍ଥନାର ଉତ୍ତର ଦେଲେ।


ଶାମୁୟେଲଙ୍କ ପୁଅମାନେ ତାଙ୍କପରି ଜୀବନଯାପନ କଲେ ନାହିଁ। ସେମାନେ ଉତ୍କୋଚ ନେଉଥିଲେ। ସେମାନେ ଉତ୍କୋଚ ନେଇ ଦରବାରରେ ସେମାନଙ୍କ ନିଷ୍ପତ୍ତି ପରିବର୍ତ୍ତନ କରୁଥିଲେ।


ଯୁବତୀମାନେ ଉତ୍ତର ଦେଲେ, “ହଁ, ସେ ଏଠାରେ ଅଛନ୍ତି, ଏଇ ରାସ୍ତାର ଅଳ୍ପ ଆଗରେ ଅଛନ୍ତି। ସେ ଆଜି ସହରକୁ ଆସିଛନ୍ତି। ଲୋକମାନେ ଦଳ ଦଳ ହୋଇ ଆସି ତାଙ୍କୁ ପବିତ୍ରପୀଠରେ ଦର୍ଶନ କରୁଛନ୍ତି।


ତୁମ୍ଭେମାନେ ସହର ଭିତରକୁ ଯାଅ, ତାଙ୍କୁ ପାଇଯିବ। ଯଦି ତୁମ୍ଭେ ଚଞ୍ଚଳ ଯିବ, ତେବେ ତୁମ୍ଭେ ତାଙ୍କୁ ଉପାସନା ସ୍ଥାନରେ ଭୋଜନ ପୂର୍ବରୁ ସାକ୍ଷାତ କରି ପାରିବ। ସେଠାରେ ସେ ନୈବେଦ୍ୟ ଆଶୀର୍ବାଦ କରିବେ। ତା'ପରେ ଲୋକମାନେ ଭୋଜନ କରିବେ। ସେ ନ ଆସିବା ପର୍ଯ୍ୟନ୍ତ ଲୋକମାନେ ଖାଇବା ଆରମ୍ଭ କରନ୍ତି ନାହିଁ। ତେଣୁ ଯଦି ତୁମ୍ଭେ ଚଞ୍ଚଳ ହୁଅ ତାଙ୍କୁ ପାଇ ପାରିବ।”


ଏହା ପରେ ସେ ଶାମୁୟେଲଙ୍କୁ ଛାଡ଼ିଯିବା ପାଇଁ ପିଠି ଫେରାନ୍ତେ ପରମେଶ୍ୱର ତାଙ୍କର ହୃଦୟ ପରିବର୍ତ୍ତନ କରିଦେଲେ ଓ ସେହି ଦିନ ସେ ସମସ୍ତ ଚିହ୍ନ ଘଟିଲା।


ଶାଉଲ ଏବଂ ତାଙ୍କର ସେବକ ଜିବେଥ୍ଇଲୋହି‌ମ୍‌କୁ ଗଲେ। ସେହି ସ୍ଥାନରେ ଶାଉଲ ଦଳେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଭେଟିଲେ। ପୁଣି ପରମେଶ୍ୱରଙ୍କ ଆତ୍ମା ତାହାଙ୍କୁ ଆକ୍ରାନ୍ତ କରନ୍ତେ ସେ ସେମାନଙ୍କ ଭିତରେ ନାଚି, ଗାଈ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରିବାକୁ ଲାଗିଲେ।


Swiv nou:

Piblisite


Piblisite