Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 2:15 - ପବିତ୍ର ବାଇବଲ

15 କିନ୍ତୁ ଯାଜକଗଣ ଯେପରି ବ୍ୟବହାର କରିବା ଉଚିତ୍, ଏଲିର ପୁତ୍ରଗଣ ସେପରି ବ୍ୟବହାର କଲେ ନାହିଁ। ଏପରିକି ସେହି ମାଂସର ମେଦ ଯଜ୍ଞବେଦିରେ ଦ‌ଗ୍‌ଧ ହେବା ପୂର୍ବରୁ, ସେମାନଙ୍କର ସେବକମାନେ ସେହି ବଳିଦାନ ଉତ୍ସର୍ଗ କରୁଥିବା ବ୍ୟକ୍ତି ପାଖକୁ ଗଲେ ଏବଂ କହିଲେ, “ପୋଡ଼ିବା ପାଇଁ ଯାଜକମାନଙ୍କୁ କିଛି ମାଂସ ଦିଅ। ଯାଜକମାନେ ତୁମ୍ଭଠାରୁ ରନ୍ଧା ମାଂସ ଗ୍ରହଣ କରିବେ ନାହିଁ। କେବଳ କଞ୍ଚାମାଂସ ଗ୍ରହଣ କରିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଆହୁରି ମେଦ ଦଗ୍ଧ କରିବା ପୂର୍ବରୁ ଯାଜକର ଦାସ ବଳିଦାନକାରୀ ଲୋକ ନିକଟକୁ ଆସି କହେ, ଯାଜକ ପାଇଁ ମାଂସ ଦିଅ; କାରଣ ସେ ତୁମ୍ଭଠାରୁ ସିଦ୍ଧ ମାଂସ ନେବେ ନାହିଁ, କଞ୍ଚା ନେବେ।

Gade chapit la Kopi

ଓଡିଆ ବାଇବେଲ

15 ଆହୁରି ମେଦ ଦଗ୍ଧ କରିବା ପୂର୍ବରୁ ଯାଜକର ଦାସ ବଳିଦାନକାରୀ ଲୋକ ନିକଟକୁ ଆସି କହେ, ଯାଜକ ପାଇଁ ମାଂସ ଦିଅ; କାରଣ ସେ ତୁମ୍ଭଠାରୁ ସିଦ୍ଧ ମାଂସ ନେବେ ନାହିଁ, କଞ୍ଚା ନେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଆହୁରି ମେଦ ଦଗ୍ଧ କରିବା ପୂର୍ବରୁ ଯାଜକର ଦାସ ବଳିଦାନକାରୀ ଲୋକ ନିକଟକୁ ଆସି କହେ, “ଯାଜକ ପାଇଁ ମାଂସ ଦିଅ; କାରଣ ସେ ତୁମ୍ଭଠାରୁ ସିଦ୍ଧ ମାଂସ ନେବେ ନାହିଁ, କଞ୍ଚା ନେବେ।”

Gade chapit la Kopi




1 ଶାମୁୟେଲ 2:15
8 Referans Kwoze  

ତା'ପରେ ଯାଜକ ଯଜ୍ଞବେଦି ଉପରେ ଏହିସବୁ ଦ‌‌‌‌ଗ୍‌‌‌‌ଧ କରିବ। ଏହି ଭୋଜ୍ୟ ନୈବେଦ୍ୟ ସଦାପ୍ରଭୁଙ୍କ ପାଇଁ ଏକ ସୁବାସିତ ଉପହାର ଅଟେ। ମାତ୍ର ସମସ୍ତ ମେଦ ସଦାପ୍ରଭୁଙ୍କର।


ସେମାନେ ଯେପରି ଜୀବନ-ଯାପନ କରୁଛନ୍ତି, ତା'ର ପରିଣତି ବିନାଶ ଅଟେ। ସେମାନେ ପରମେଶ୍ୱରଙ୍କୁ ସେବା କରିବା ପରିବର୍ତ୍ତେ ନିଜକୁ ଖୁସୀ କରିବା ପାଇଁ ବଞ୍ଚିଛନ୍ତି। ସେମାନେ ଲଜ୍ଜାଜନକ କାର୍ଯ୍ୟ କରନ୍ତି ଓ ସେଗୁଡ଼ିକ ପାଇଁ ଗର୍ବ କରନ୍ତି ଓ ସେମାନେ କେବଳ ପାର୍ଥିବ ବସ୍ତୁଗୁଡ଼ିକର ଚିନ୍ତା କରନ୍ତି।


ଏହି ଲୋକମାନଙ୍କଠାରୁ ଦୂରରେ ରୁହ। ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବା ନ କରି କେବଳ ନିଜ ସୁଖରେ ମାତି ଥା’ନ୍ତି। ସେମାନେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁମାନେ ମନ୍ଦ ବିଷୟରେ ଜାଣି ନାହାନ୍ତି, ସେମାନଙ୍କୁ ଭୁଲାନ୍ତି।


ଏମାନେ ତୁମ୍ଭମାନଙ୍କର ପ୍ରେମଭୋଜିର କଳଙ୍କ ପରି। ସେମାନେ ନିର୍ଭୟରେ ତୁମ୍ଭ ସହିତ ଭୋଜନ କରନ୍ତି। ସେମାନେ କେବଳ ନିଜର ଯତ୍ନ ନିଅନ୍ତି। ସେମାନେ ବର୍ଷା ବିହୀନ ମେଘ ଖଣ୍ଡମାନ। ପବନ ଦ୍ୱାରା ସେମାନେ ଗ୍ଭରିଆଡ଼େ ଉଡ଼ନ୍ତି। ସେମାନେ ହେମନ୍ତ କାଳରେ ଫଳ ନ ଥିବା ଗଛ ପରି ଓ ଭୂମିରୁ ହଠାତ୍ ଉପୁଡ଼ି ଯାଆନ୍ତି। ସେମାନଙ୍କର ଦୁଇ ଥର ମୃତ୍ୟୁ ହୁଏ।


ତୁମ୍ଭେ ସେହି ମାଂସକୁ କଞ୍ଚା ଖାଇବ ନାହିଁ କିମ୍ବା ପାଣିରେ ସିଝାଇବ ନାହିଁ। ତୁମ୍ଭେ ସେହି ମେଷ ଶାବକକୁ ନିଆଁରେ ପୁରାପୁରି ପୋଡ଼ିବା ଉଚିତ୍। ମେଷର ମୁଣ୍ତ, ଗୋଡ଼ ଏବଂ ଭିତରର ସମସ୍ତ ଅଂଶ ରହିବା ଉଚିତ୍।


ଆଉ ଯାଜକର ସେବକ ମାଂସକୁ ତସଲା ବା ହଣ୍ଡାରୁ ବାହାର କରିବା ପାଇଁ କଣ୍ଟା ଗ୍ଭମୁଚର ବ୍ୟବହାର କରିବା ଉଚିତ୍। କଣ୍ଟା ଗ୍ଭମୁଚ ଦ୍ୱାରା ଯେତିକି ସେବକ ଆଣି ଥାଏ କେବଳ ସେତିକି ହିଁ ଯାଜକ ନେବା ଉଚିତ୍। ଇସ୍ରାଏଲ ଲୋକମାନେ ଯେଉଁମାନେ ଶିଲୋକୁ ଉପାସନା କରିବା ପାଇଁ ଆସନ୍ତି, ଏହା ଯାହାକି ଯାଜକଗଣ ନୈବେଦ୍ୟ ପ୍ରତି କରିବା ଉଚିତ୍।


ଏଥିରେ ଯେବେ ସେ ଲୋକ ତାହାକୁ କହେ, “ପ୍ରଥମେ ମେଦ ଦ‌ଗ୍‌ଧ ହେବାକୁ ଦିଅ, ତା'ପରେ ତୁମ୍ଭେ ଯେତେ ଗ୍ଭହଁ ସେତେ ନିଅ।” ତେବେ ସେ ଯାଜକର ସେବକ କହିଥାଏ। ମାତ୍ର “ଏହିକ୍ଷଣି ତାହା ମୋତେ ଦେବାକୁ ହେବ। ଯଦି ତୁମ୍ଭେ ମୋତେ ନ ଦିଅ, ତାହାହେଲେ ମୁଁ ଜୋର୍ କରି ନେଇଯିବି।”


Swiv nou:

Piblisite


Piblisite