1 ଶାମୁୟେଲ 2:12 - ପବିତ୍ର ବାଇବଲ12 ଏଲିଙ୍କର ପୁତ୍ରମାନେ ପାପୀ ଥିଲେ ଏବଂ ସେମାନେ ସଦାପ୍ରଭଙ୍କୁ ଜାଣନ୍ତି ନାହିଁ। Gade chapit laପବିତ୍ର ବାଇବଲ (Re-edited) - (BSI)12 ଏଲିଙ୍କର ପୁତ୍ରମାନେ ପାପାଧମ ସନ୍ତାନ ଥିଲେ, ସେମାନେ ସଦାପ୍ରଭୁଙ୍କୁ ଜାଣିଲେ ନାହିଁ। Gade chapit laଓଡିଆ ବାଇବେଲ12 ଏଲିଙ୍କର ପୁତ୍ରମାନେ ଦୁଷ୍ଟ ଥିଲେ, ସେମାନେ ସଦାପ୍ରଭୁଙ୍କୁ ଜାଣିଲେ ନାହିଁ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ଏଲିଙ୍କର ପୁତ୍ରମାନେ ଦୁଷ୍ଟ ଥିଲେ, ସେମାନେ ସଦାପ୍ରଭୁଙ୍କୁ ଜାଣିଲେ ନାହିଁ। Gade chapit la |
କିନ୍ତୁ କେତେ ଖଳ ବ୍ୟକ୍ତି କହିଲେ, “କେମିତି ଏ ଲୋକ ଆମକୁ ରକ୍ଷା କରିବ?” ସେମାନେ ଶାଉଲଙ୍କ ବିରୁଦ୍ଧରେ ଖରାପ କଥା କହିଲେ ଏବଂ ତାଙ୍କ ନିକଟକୁ ଉପହାର ଆଣିବା ପାଇଁ ବାରଣ କଲେ। କିନ୍ତୁ ଶାଉଲ ନୀରବ ରହିଲେ। ଅମ୍ମୋନୀୟକ ରାଜା ନାହଶ୍ ଗାଥ୍ ଓ ରୁବେନ୍ ଗୋଷ୍ଠୀଙ୍କ ଉପରେ ଆକ୍ରମଣ ଚଲାଉ ଥିଲେ। ନାହଶ୍ ସେମାନଙ୍କ ଦକ୍ଷିଣ ଚକ୍ଷୁ ଉପାଡ଼ି ଦେଉଥିଲେ। ଯର୍ଦ୍ଦନ ନଦୀର ପୂର୍ବ ଅବବାହିକାରେ ବାସ କରୁଥିବା ଇସ୍ରାଏଲୀୟମାନଙ୍କୁ ମଧ୍ୟ ସେ ନାଲି ଆଖି ଦେଖାଇ ରଖିଥିଲେ। ସେଥିପାଇଁ 7,000 ଇସ୍ରାଏଲୀୟ ଅମ୍ମୋନୀୟଠାରୁ ବାହାରି ଆସି ଯାବେଶ୍ ଗିଲିୟଦରେ ଅବସ୍ଥାନ କଲେ।
“ଯାଜକମାନେ ମୋର ବ୍ୟବସ୍ଥା ଅବମାନନା କରିଛନ୍ତି ଓ ସେମାନେ ମୋର ପବିତ୍ର ବସ୍ତୁସବୁକୁ ଅପବିତ୍ର କରିଅଛନ୍ତି। ସେମାନେ ପବିତ୍ର ଓ ଅପବିତ୍ର ମଧ୍ୟରେ କିଛି ପ୍ରଭେଦ ରଖି ନାହାନ୍ତି, ସେମାନେ ଶୁଚି ବସ୍ତୁକୁ ଅଶୁଚି ମନେ କରନ୍ତି ଓ ଏ ବିଷୟରେ ଲୋକଙ୍କୁ ଶିଖାନ୍ତି ନାହିଁ। ଏବଂ ସେମାନେ ମୋର ବିଶ୍ରାମ ଦିନଗୁଡ଼ିକ ହେୟଜ୍ଞାନ କରନ୍ତି। ଏବଂ ମୁଁ ସେମାନଙ୍କ ପାଖରେ ନିକୃଷ୍ଟ ହୋଇଛି।